ପାଠପଢ଼ା ସାଙ୍ଗକୁ ଖେଳରେ ବି ଧୁରନ୍ଧର

ସିମୁଳିଆ, ୨୨ା୭(ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ସିମୁଳିଆ ମହାବିଦ୍ୟାଳୟର ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରୀ ବବିତା ମହାପାତ୍ର(୧୬)। ବିଭିନ୍ନ କ୍ରୀଡ଼ା ସହିତ ପାଠପଢ଼ାରେ ବେଶ୍‌ ଧୁରନ୍ଧର। ଜଣେ ଅଲ୍‌ରାଉଣ୍ଡର ଭାବେ ସେ କଲେଜରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଗୋଟିଏ ଆନ୍ତର୍ଜାତିକ, ୪ଟି ଜାତୀୟ ଓ ୧୦ଟି ରାଜ୍ୟସ୍ତରୀୟ କ୍ରୀଡ଼ାରେ ଅଂଶଗ୍ରହଣ କରି ୫୦ରୁ ଊର୍ଦ୍ଧ୍ୱ ପ୍ରମାଣପତ୍ର ପାଇଛନ୍ତି। ତାଙ୍କୁ ମଧ୍ୟ ମିଳିଛି ଶ୍ରେଷ୍ଠ କ୍ରୀଡ଼ାବିତ୍‌ ସମ୍ମାନ। ସଫ୍ଟବଲ ଓ ରଗ୍‌ବୀ କ୍ରୀଡ଼ା ତାଙ୍କର ଅତି ପ୍ରିୟ। ଆନ୍ତର୍ଜାତିକ ରଗ୍‌ବୀ କ୍ରୀଡ଼ାରେ ଭାଗନେଇ ସେ ସ୍ବର୍ଣ୍ଣପଦକ ହାସଲ କରିଛନ୍ତି। କ୍ରୀଡ଼ା ପ୍ରତିଭାର ବିକାଶ ଲାଗି ନିୟମିତ ଅଭ୍ୟାସ କରୁଛନ୍ତି। ଆଗକୁ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିବାକୁ ସେ ଲକ୍ଷ୍ୟ ରଖିଛନ୍ତି। ପାଠ ପଢ଼ି ପୋଲିସ ଚାକିରି କରିବା ତାଙ୍କର ଭିନ୍ନ ଏକ ଅଭିଳାଷ ରହିଛି ବୋଲି ଏକ ସାକ୍ଷାତ୍‌କାରରେ କହିଛନ୍ତି।
ଏକ ଗରିବ ପରିବାରରେ ଜନ୍ମ ନେଇଥିବା ବବିତାଙ୍କ କ୍ରୀଡ଼ା ପ୍ରତିଭା ପିଲାଦିନୁ ବାରିହୋଇପଡିଥିଲା। ତାଙ୍କ ଘର ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ବାଙ୍ଗରଖଡିଗଡିଆ ପଞ୍ଚାୟତର ବଣା ଅଞ୍ଚଳରେ। ସେ ନିଜ ଅଞ୍ଚଳର ସରସ୍ବତୀ ଶିଶୁମନ୍ଦିରରେ ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ବେଳେ ଲଙ୍ଗଜମ୍ପ୍‌ କ୍ରୀଡ଼ାରେ ଭାଗ ନେଇଥିଲେ। ପରେ ଲକ୍ଷ୍ମୀନାରାୟଣ ପ୍ରାଥମିକ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀରେ ପଢୁଥିବା ବେଳେ ଦୌଡ଼ ଓ ଲଙ୍ଗଜମ୍ପ୍‌ ପ୍ରତିଯୋଗିତାରେ ପ୍ରଥମ ହୋଇଥିଲେ। ରଘୁନାରାୟଣ ହାଇସ୍କୁଲର ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ କ୍ରୀଡ଼ା ଶିକ୍ଷକ ବିଭୁଦତ୍ତ ରଥଙ୍କ ତତ୍ତ୍ୱାବଧାନରେ ବାଲେଶ୍ୱରରେ ଅନୁଷ୍ଠିତ ଜିଲାସ୍ତରୀୟ ଖୋ ଖୋ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ନବମ ଶ୍ରେଣୀରେ ଭୁବନେଶ୍ୱରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ରଗ୍‌ବୀ କ୍ରୀଡ଼ାରେ ଭାଗ ନେଇଥିଲେ। ପରେ ଦଶମ ଶ୍ରେଣୀରେ ହାଇଦ୍ରାବାଦରେ ଅନୁଷ୍ଠିତ ଜାତୀୟ ସଫ୍ଟବଲ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ା ବବିତା କହନ୍ତି, ଦଶମ ଶ୍ରେଣୀରେ ପଢୁଥିବା ବେଳେ ସେ ସର୍ବାଧିକ କ୍ରୀଡ଼ାରେ ଅଂଶଗ୍ରହଣ କରିଛନ୍ତି ା ଭୁବନେଶ୍ୱରରେ ଅନୁଷ୍ଠିତ ଦୁଇଟି ରାଜ୍ୟସ୍ତରୀୟ ରଗ୍‌ବୀ ମ୍ୟାଚ୍‌, ଝାରସୁଗୁଡାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଟେନିକଏଟ୍‌ ମ୍ୟାଚ୍‌, ପୁରୀରେ ରାଜ୍ୟସ୍ତରୀୟ ଟେନିସ୍‌ ଭଲିବଲ, ବାଲେଶ୍ୱରରେ ରାଜ୍ୟସ୍ତରୀୟ ସଫ୍ଟବଲ, ଭଦ୍ରକରେ ରାଜ୍ୟସ୍ତରୀୟ ରଗ୍‌ବୀ ଓ ମାର୍କୋଣାର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସଫ୍ଟବଲ ମ୍ୟାଚ୍‌ରେ ଅଂଶଗ୍ରହଣ କରିଥିଲେ ା ପରେ ସିମୁଳିଆ କଲେଜର କ୍ରୀଡ଼ା ଅଧ୍ୟାପକ ବାଇଧର ମହାକୁଡ଼ଙ୍କ ତତ୍ତ୍ୱାବଧାନରେ ସେ ଯୁକ୍ତ ଦୁଇ ଷ୍ଟେଟ୍‌ କାଉନ୍‌ସିଲ ଦ୍ୱାରା ମନୋନୀତ ହୋଇ କିଟ୍‌ ପରିସରରେ ଅନୁଷ୍ଠିତ ଆନ୍ତର୍ଜାତିକ ରଗ୍‌ବୀ କ୍ରୀଡ଼ାରେ ଭାଗନେଇ ଗୋଲ୍ଡମେଡାଲ ହାସଲ କରିଥିଲେ। ତାଙ୍କ କୋଚ୍‌ ଥିଲେ ଶତ୍ରୁଜିତ୍‌ ଦଳାଇ ଓ ଉଷାକାନ୍ତ ମହାଳିକ। ସଫ୍ଟବଲ ତାଙ୍କର ପ୍ରିୟ ଖେଳ ହୋଇଥିଲେ ବି କଲେଜରେ ଏହି ଖେଳ ଅଭ୍ୟାସ ଲାଗି ବ୍ୟବସ୍ଥା ନ ଥିବାରୁ ସେ ରଗ୍‌ବୀ ଖେଳୁଛନ୍ତି ା ପ୍ରୋତ୍ସାହନ ମିଳିଲେ ସେ ଆଗକୁ ଅଧିକ ପଢିପାରିବେ ବୋଲି ବବିତା କହିଛନ୍ତି। ତାଙ୍କ ମା’ ସରିତା ଓ ବାପା କୈବଲ୍ୟ ମହାପାତ୍ର ଝିଅର କ୍ୟାରିୟର ନେଇ ଖୁବ୍‌ ଆଶାବାଦୀ। ସେମାନେ ଏକ ଛୋଟ ଦୋକାନ କରି ପରିବାର ଚଳାଇବା ସହିତ ଝିଅକୁ ସମସ୍ତ ସୁବିଧାସୁଯୋଗ ଯୋଗାଇ ଦେଇଛନ୍ତି ା ପ୍ରତ୍ୟେକ ଦିନ ସକାଳେ ବବିତା କଲେଜ ଯିବା ପରେ ଅପରାହ୍ନରେ ଘରଠାରୁ ୨କି.ମି. ଦୂର ରଘୁନାରାୟଣ ହାଇସ୍କୁଲ ପଡିଆରେ ଖେଳ ପାଇଁ ଅଭ୍ୟାସ କରିଥାନ୍ତି। ତାଙ୍କ ଭାଇ ପଦ୍ମଲୋଚନ ମଧ୍ୟ ତାଙ୍କୁ ଉତ୍ସାହିତ କରି ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ପଶ୍ଚିମବଙ୍ଗରୁ ଆଳୁ ପରିବହନ ବନ୍ଦ:କିଲୋ ପିଛା ଏତିକି ଟଙ୍କା ଛୁଇଁଲା ଆଳୁ ଦର

ଜଳେଶ୍ୱର, ୨୬ା୭(ରବିନାରାୟଣ ପାତ୍ର):ପଶ୍ଚିମବଙ୍ଗ ସରକାର ନିଜ ରାଜ୍ୟରେ ଆଳୁ ଆବଶ୍ୟକତାକୁ ଲକ୍ଷ୍ୟ କରି ଅନ୍ୟ ରାଜ୍ୟକୁ ପରିବହନ ଉପରେ ଗତ ୬ଦିନ ତଳେ ରୋକ ଲଗାଇଛନ୍ତି।...

ଚାନ୍ଦିପୁରରୁ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ର ପରୀକ୍ଷଣ

ବାଲେଶ୍ୱର,୨୪ା୭: ଅବଦୁଲ୍‌ କଲାମ ଦ୍ୱୀପରୁ ବୁଧବାର ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ର ପରୀକ୍ଷଣ ହୋଇଛି। ଅପରାହ୍ନ ୪ଟା ୧୫ ମିନିଟ୍‌ରେ ବ୍ୟାବହାରିକ ପରୀକ୍ଷଣ ହୋଇଛି। ପ୍ରଥମେ ଚାନ୍ଦିପୁରର ୩...

୫-ଟି ଓ ମୋ ସ୍କୁଲ ଅଭିଯାନରେ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର: ବିଦ୍ୟାଳୟରେ ଭିଜିଲାନ୍ସ ଟେକ୍ନିକାଲ ଟିମ୍‌

ବାହାନଗା, ୨୩।୭(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ବାହାନଗା ବ୍ଲକ ସାଉଡୁ ପଞ୍ଚାୟତ ଥାଲସଡା ଗ୍ରାମସ୍ଥିତ ଦାମୋଦର ଉଚ୍ଚବିଦ୍ୟାଳୟରେ ୫-ଟି ଓ ମୋ ସ୍କୁଲ ଅଭିଯାନରେ...

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ଅଭିଯୁକ୍ତଙ୍କୁ ଅଟକ ରଖି ପୋଲିସର ପଚରାଉଚରା

ବାଲେଶ୍ୱର,୧୯ା୭(ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ଔପଦା ବ୍ଲକ ଅଘିରାପଦା ପଞ୍ଚାୟତ ଚିଞ୍ଚିଡ଼ା ସିଂହ ସାହି ଗ୍ରାମରେ ସ୍ତ୍ରୀଙ୍କୁ ପିଟିପିଟି ହତ୍ୟା କରିଛନ୍ତି ସ୍ବାମୀ। ଔପଦା ଥାନା...

ବସ୍‌କୁ ସାଇଡ୍‌ ଦେବା ବେଳେ ଓଲଟି ପଡ଼ିଲା ବାଲି ବୋଝେଇ ଟ୍ରକ୍‌

ନୀଳଗିରି,୧୯ା୭(ପ୍ରଶାନ୍ତ କୁମାର ବିଶ୍ୱାଳ): ନୀଳଗିରି ଥାନା ଶେରଗଡ଼ ଝରଣାଘାଟି ୧୯ନଂ ରାଜ୍ୟ ରାଜପଥ ରାସ୍ତାର ୧୧ ନମ୍ବର ପୋଲ ଭାଲୁକାଶୁଣି ଛକ ନିକଟରେ ଶୁକ୍ରବାର ସକାଳେ...

ମାଛ ତରକାରୀ ରାନ୍ଧି ନ ଦେବାରୁ ମାଆଙ୍କୁ ତଣ୍ଟି ଚିପି ହତ୍ୟା କଲା ପୁଅ

ବାଲେଶ୍ୱର,୧୭।୭: କଥାରେ ଅଛି ରାଗ ମଣିଷର ବଡ଼ ଶତ୍ରୁ। ଆଉ ଏହି ରାଗ ହ୍ରିଂସ ରୂପ ଧାରଣ କଲେ ନିଜ ଜନ୍ମକଲା ମାଆକୁ ବି ଚିହ୍ନିପାରେନି।...

ବାଲେଶ୍ବରରେ ହେବନି ମହରମ ଶୋଭାଯାତ୍ରା

ବାଲେଶ୍ୱର,୧୬।୭: ଚଳିତ ବର୍ଷ ବାଲେଶ୍ବରରେ ହେବନି ମହରମ ଶୋଭାଯାତ୍ରା । କୌଣସି ସାହି କିମ୍ବା ବସ୍ତିରୁ ବାହାରିବନି ଜୁଲୁସ। ଶାନ୍ତି ଶୃଙ୍ଖଳାରେ ମହରମ ସାରିବାକୁ ପୋଲିସ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri