ପାଠପଢ଼ା ସାଙ୍ଗକୁ ଖେଳରେ ବି ଧୁରନ୍ଧର

ସିମୁଳିଆ, ୨୨ା୭(ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ସିମୁଳିଆ ମହାବିଦ୍ୟାଳୟର ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରୀ ବବିତା ମହାପାତ୍ର(୧୬)। ବିଭିନ୍ନ କ୍ରୀଡ଼ା ସହିତ ପାଠପଢ଼ାରେ ବେଶ୍‌ ଧୁରନ୍ଧର। ଜଣେ ଅଲ୍‌ରାଉଣ୍ଡର ଭାବେ ସେ କଲେଜରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଗୋଟିଏ ଆନ୍ତର୍ଜାତିକ, ୪ଟି ଜାତୀୟ ଓ ୧୦ଟି ରାଜ୍ୟସ୍ତରୀୟ କ୍ରୀଡ଼ାରେ ଅଂଶଗ୍ରହଣ କରି ୫୦ରୁ ଊର୍ଦ୍ଧ୍ୱ ପ୍ରମାଣପତ୍ର ପାଇଛନ୍ତି। ତାଙ୍କୁ ମଧ୍ୟ ମିଳିଛି ଶ୍ରେଷ୍ଠ କ୍ରୀଡ଼ାବିତ୍‌ ସମ୍ମାନ। ସଫ୍ଟବଲ ଓ ରଗ୍‌ବୀ କ୍ରୀଡ଼ା ତାଙ୍କର ଅତି ପ୍ରିୟ। ଆନ୍ତର୍ଜାତିକ ରଗ୍‌ବୀ କ୍ରୀଡ଼ାରେ ଭାଗନେଇ ସେ ସ୍ବର୍ଣ୍ଣପଦକ ହାସଲ କରିଛନ୍ତି। କ୍ରୀଡ଼ା ପ୍ରତିଭାର ବିକାଶ ଲାଗି ନିୟମିତ ଅଭ୍ୟାସ କରୁଛନ୍ତି। ଆଗକୁ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିବାକୁ ସେ ଲକ୍ଷ୍ୟ ରଖିଛନ୍ତି। ପାଠ ପଢ଼ି ପୋଲିସ ଚାକିରି କରିବା ତାଙ୍କର ଭିନ୍ନ ଏକ ଅଭିଳାଷ ରହିଛି ବୋଲି ଏକ ସାକ୍ଷାତ୍‌କାରରେ କହିଛନ୍ତି।
ଏକ ଗରିବ ପରିବାରରେ ଜନ୍ମ ନେଇଥିବା ବବିତାଙ୍କ କ୍ରୀଡ଼ା ପ୍ରତିଭା ପିଲାଦିନୁ ବାରିହୋଇପଡିଥିଲା। ତାଙ୍କ ଘର ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ବାଙ୍ଗରଖଡିଗଡିଆ ପଞ୍ଚାୟତର ବଣା ଅଞ୍ଚଳରେ। ସେ ନିଜ ଅଞ୍ଚଳର ସରସ୍ବତୀ ଶିଶୁମନ୍ଦିରରେ ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ବେଳେ ଲଙ୍ଗଜମ୍ପ୍‌ କ୍ରୀଡ଼ାରେ ଭାଗ ନେଇଥିଲେ। ପରେ ଲକ୍ଷ୍ମୀନାରାୟଣ ପ୍ରାଥମିକ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀରେ ପଢୁଥିବା ବେଳେ ଦୌଡ଼ ଓ ଲଙ୍ଗଜମ୍ପ୍‌ ପ୍ରତିଯୋଗିତାରେ ପ୍ରଥମ ହୋଇଥିଲେ। ରଘୁନାରାୟଣ ହାଇସ୍କୁଲର ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ କ୍ରୀଡ଼ା ଶିକ୍ଷକ ବିଭୁଦତ୍ତ ରଥଙ୍କ ତତ୍ତ୍ୱାବଧାନରେ ବାଲେଶ୍ୱରରେ ଅନୁଷ୍ଠିତ ଜିଲାସ୍ତରୀୟ ଖୋ ଖୋ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ନବମ ଶ୍ରେଣୀରେ ଭୁବନେଶ୍ୱରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ରଗ୍‌ବୀ କ୍ରୀଡ଼ାରେ ଭାଗ ନେଇଥିଲେ। ପରେ ଦଶମ ଶ୍ରେଣୀରେ ହାଇଦ୍ରାବାଦରେ ଅନୁଷ୍ଠିତ ଜାତୀୟ ସଫ୍ଟବଲ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ା ବବିତା କହନ୍ତି, ଦଶମ ଶ୍ରେଣୀରେ ପଢୁଥିବା ବେଳେ ସେ ସର୍ବାଧିକ କ୍ରୀଡ଼ାରେ ଅଂଶଗ୍ରହଣ କରିଛନ୍ତି ା ଭୁବନେଶ୍ୱରରେ ଅନୁଷ୍ଠିତ ଦୁଇଟି ରାଜ୍ୟସ୍ତରୀୟ ରଗ୍‌ବୀ ମ୍ୟାଚ୍‌, ଝାରସୁଗୁଡାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଟେନିକଏଟ୍‌ ମ୍ୟାଚ୍‌, ପୁରୀରେ ରାଜ୍ୟସ୍ତରୀୟ ଟେନିସ୍‌ ଭଲିବଲ, ବାଲେଶ୍ୱରରେ ରାଜ୍ୟସ୍ତରୀୟ ସଫ୍ଟବଲ, ଭଦ୍ରକରେ ରାଜ୍ୟସ୍ତରୀୟ ରଗ୍‌ବୀ ଓ ମାର୍କୋଣାର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସଫ୍ଟବଲ ମ୍ୟାଚ୍‌ରେ ଅଂଶଗ୍ରହଣ କରିଥିଲେ ା ପରେ ସିମୁଳିଆ କଲେଜର କ୍ରୀଡ଼ା ଅଧ୍ୟାପକ ବାଇଧର ମହାକୁଡ଼ଙ୍କ ତତ୍ତ୍ୱାବଧାନରେ ସେ ଯୁକ୍ତ ଦୁଇ ଷ୍ଟେଟ୍‌ କାଉନ୍‌ସିଲ ଦ୍ୱାରା ମନୋନୀତ ହୋଇ କିଟ୍‌ ପରିସରରେ ଅନୁଷ୍ଠିତ ଆନ୍ତର୍ଜାତିକ ରଗ୍‌ବୀ କ୍ରୀଡ଼ାରେ ଭାଗନେଇ ଗୋଲ୍ଡମେଡାଲ ହାସଲ କରିଥିଲେ। ତାଙ୍କ କୋଚ୍‌ ଥିଲେ ଶତ୍ରୁଜିତ୍‌ ଦଳାଇ ଓ ଉଷାକାନ୍ତ ମହାଳିକ। ସଫ୍ଟବଲ ତାଙ୍କର ପ୍ରିୟ ଖେଳ ହୋଇଥିଲେ ବି କଲେଜରେ ଏହି ଖେଳ ଅଭ୍ୟାସ ଲାଗି ବ୍ୟବସ୍ଥା ନ ଥିବାରୁ ସେ ରଗ୍‌ବୀ ଖେଳୁଛନ୍ତି ା ପ୍ରୋତ୍ସାହନ ମିଳିଲେ ସେ ଆଗକୁ ଅଧିକ ପଢିପାରିବେ ବୋଲି ବବିତା କହିଛନ୍ତି। ତାଙ୍କ ମା’ ସରିତା ଓ ବାପା କୈବଲ୍ୟ ମହାପାତ୍ର ଝିଅର କ୍ୟାରିୟର ନେଇ ଖୁବ୍‌ ଆଶାବାଦୀ। ସେମାନେ ଏକ ଛୋଟ ଦୋକାନ କରି ପରିବାର ଚଳାଇବା ସହିତ ଝିଅକୁ ସମସ୍ତ ସୁବିଧାସୁଯୋଗ ଯୋଗାଇ ଦେଇଛନ୍ତି ା ପ୍ରତ୍ୟେକ ଦିନ ସକାଳେ ବବିତା କଲେଜ ଯିବା ପରେ ଅପରାହ୍ନରେ ଘରଠାରୁ ୨କି.ମି. ଦୂର ରଘୁନାରାୟଣ ହାଇସ୍କୁଲ ପଡିଆରେ ଖେଳ ପାଇଁ ଅଭ୍ୟାସ କରିଥାନ୍ତି। ତାଙ୍କ ଭାଇ ପଦ୍ମଲୋଚନ ମଧ୍ୟ ତାଙ୍କୁ ଉତ୍ସାହିତ କରି ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରକୀୟା ପ୍ରୀତିକୁ ନେଇ ହତ୍ୟା: ସାଙ୍ଗନେଲା ସାଙ୍ଗର ଜୀବନ ୨୨ ଦିନ ପରେ…

ନୀଳଗିରି, ୧୫।୬ (ପ୍ରଶାନ୍ତ କୁମାର ବିଶ୍ୱାଳ): ବନ୍ଧୁତ୍ୱର ପବିତ୍ର ସମ୍ପର୍କକୁ କଳଙ୍କିତ କରିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ପରକୀୟା ପ୍ରୀତିକୁ କେନ୍ଦ୍ରକରି ଜଣେ ବନ୍ଧୁ ଅନ୍ୟ ଜଣେ…

ବ୍ୟବସାୟୀଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ: ଲୁଟି ନେଲେ ଟଙ୍କା ସହ ଲକ୍ଷାଧିକ ସୁନା ଅଳଙ୍କାର

ନୀଳଗିରି, ୧୫/୦୬,(ପ୍ରଶାନ୍ତ କୁମାର ବିଶ୍ବାଳ):କଳାକନା ବୁଲାଇଲେ ଦୁର୍ବୃତ୍ତ। ରବିବାର ରାତି ପ୍ରାୟ ୮ଟା ୩୦ ରୁ ୯ ଟା ୩୦ ମିନିଟ ସମୟରେ ଚୋରି ହୋଇଥିବାର ଅନୁମାନ।…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ନିର୍ମାଣାଧିନ ପୋଲ ତଳକୁ ଖସି ୨ ମୃତ

ନୀଳଗିରି,୧୫।୬,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ବରହମପୁର ଥାନା ଶେରଗଡ଼ ନୀଳଗିରି ଝରଣଘାଟି ରାସ୍ତା ୧୯ ନମ୍ବର ରାଜ୍ୟ ରାଜପଥର ତେଲିପାଳ ନିକଟରେ ପହିଲି ରଜ ରବିବାର…

ବିଜେଡି ପରାଜୟର ଗୁମର ଖୋଲିଲେ ଦଳୀୟ ବିଧାୟକ ଗୌତମବୁଦ୍ଧ ଦାସ, କହିଲେ ଅଧିକ…

ଭୁବନେଶ୍ୱର,୧୩ା୬: ପୁଣି ଥରେ ବିଜେଡି ପରାଜୟର କଥା ଦୋହରାଇଛନ୍ତି ବିଜେଡିର ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ। ନିଜ ନିର୍ବାଚନ ମଣ୍ଡଳୀର ଏକ କାର୍ଯ୍ୟକ୍ରମରେ ବିଧାୟକ ବିଜେଡିର ପରାଜୟ…

ସାଙ୍ଗମାନଙ୍କ ସହ ଗାଧୋଇବାବେଳେ ପାଣିରେ ବୁଡ଼ି ୨ ଜଣଙ୍କ ଜୀବନ ଗଲା

ନୀଳଗିରି,୧୦ା୬(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ରାଧାକିଶୋରପୁର ପଞ୍ଚାୟତ ସୋନ ନଦୀ ରଣିତ ଘାଟରେ ଘଟିଛି ଅଘଟଣ। ବୁଧବାର ମଧ୍ୟାହ୍ନରେ ଦୁଇ ସାଙ୍ଗ ଜାମୁକୋଳି…

ମର୍ମନ୍ତୁଦ ଦୁର୍ଘଟଣା: ବାପା-ଝିଅଙ୍କ ଉପରେ ମାଡ଼ିଗଲା ଟ୍ରକ, ଆଉ ତା’ପରେ…

ସୋର,୭।୬(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଉତ୍ତରେଶ୍ୱର ବସ୍‌ ଷ୍ଟପ୍‌ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ…

ନାବାଳିକାଙ୍କୁ ନେଇ ଚମ୍ପଟ ମାରିଲା ପ୍ରେମିକ, ପୁଅର କାରନାମା ପାଇଁ ଭିଟାମାଟି ଛାଡ଼ିଲେ ମାଆ-ବାପା

ଭୋଗରାଇ,୫।୬(ପ୍ରଦୀପ ଦାସ )ନାବାଳିକାଙ୍କୁ ନେଇ ଛୁ ମାରିଲେ ପ୍ରେମିକ । ପ୍ରେମିକା ଓ ପ୍ରେମିକଙ୍କ ପତ୍ତା ମିଳୁନଥିବାବେଳେ ପୋଲିସ ଓ ନାବାଳିକାଙ୍କ ପରିବାର ଭୟରେ ଆତ୍ମଗୋପନ କରିଛନ୍ତି…

ବାହା ବେଦୀରେ ବଦଳିଗଲା ବରଙ୍କ ମନ, ଅଧା ବାହାଘରରୁ ପ୍ରେମିକାଙ୍କୁ ଛାଡ଼ି ଚାଲିଆସିଲେ…

ବାଲେଶ୍ୱର,୪ା୬(ବାଞ୍ଛାନିଧି ଦେ): ୪ ବର୍ଷର ପ୍ରେମ ସମ୍ପର୍କ। ପ୍ରଥମେ କୋର୍ଟ ମ୍ୟାରେଜ୍‌। ତା’ପରେ ଚାଲିଥିଲା ମନ୍ଦିରରେ ବାହାଘର। ହେଲେ ବାହାବେଦୀରେ ବଦଳିଗଲା ବରଙ୍କ ମନ। ଅଧା ବାହାଘରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri