ପାଠପଢ଼ା ଆଗ୍ରହକୁ ସକ୍ରିୟକରେ ବ୍ୟାୟାମ

ବ୍ୟାୟାମ ଆମ ଶରୀର ପାଇଁ କେତେ ଉପକାରୀ ତାହା କହିବା ସହଜ ନୁହେଁ। ଆଜିକାଲି ଅନେକେ ଏହାକୁ ନିଜର ଦୈନନ୍ଦିନ ଜୀବନଶୈଳୀରେ ସାମିଲ କରିଥିବା ଦେଖିବାକୁ ମିଳୁଛି। ପ୍ରତିଦିନ ସକାଳୁ ଅତିକମ୍‌ରେ ଅଧଘଣ୍ଟା ଚାଲିବା ଏବଂ ତା’ପରେ କିଛି ସମୟ ନିଜର ସାମର୍ଥ୍ୟ ଅନୁସାରେ ବ୍ୟାୟାମ କରିବା ଦ୍ୱାରା ମନ ତ ପ୍ରଫୁଲ୍ଲ ରହିଥାଏ, ତା’ସହ ଏପରି ଅଭ୍ୟାସ ଆମକୁ ପରୋକ୍ଷରେ କେତେକ ରୋଗରୁ ମଧ୍ୟ ରକ୍ଷା କରିଥାଏ। ଏହି ତାଲିକାରେ ନିକଟରେ ଆଉ ଏକ କଥାକୁ ଯୋଡ଼ାଯାଇଛି। ନିୟମିତ ବ୍ୟାୟାମ କରିବା ଫଳରେ ପାଠପଢ଼ା ପ୍ରତି ଆଗ୍ରହ ଆହୁରି ବଢ଼ିଥାଏ ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ପ୍ରତିଦିନ ବ୍ୟାୟାମ କରୁଥିବା ବ୍ୟକ୍ତି ଏବଂ କେତେଜଣ ଛାତ୍ରୀଛାତ୍ର ପଢ଼ିବା ପ୍ରତି କେତେ ଆଗ୍ରହ କରୁଛି ତାହାକୁ ବିଶେଷଜ୍ଞମାନେ ଲକ୍ଷ୍ୟ କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରାୟ ୪୫ ପ୍ରତିଶତ ବ୍ୟକ୍ତି ଏବଂ ଛାତ୍ରୀଛାତ୍ରଙ୍କର ପାଠପଢ଼ା ପ୍ରତି ଅଧିକ ଆଗ୍ରହ ସୃଷ୍ଟି ହେଉଥିବାର ସେମାନେ ଜାଣିପାରିଥିଲେ। କିନ୍ତୁ ଏହି ବ୍ୟାୟାମ ନିଜର ସାମର୍ଥ୍ୟ ଅନୁସାରେ କରିବା ଆବଶ୍ୟକ ବୋଲି ସେମାନେ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପନିର୍‌ ମାଜିଷ୍ଟିକ୍‌

ସମ୍ବଲପୁର ସହରର ଜଗନ୍ନାଥ କଲୋନୀ ଛକଠାରେ ମିଡ୍‌ଟାଉନ୍‌ ରେସ୍ତୋରାଁ ଗ୍ରାହକମାନଙ୍କ ରୁଚି ଅନୁସାରେ ପ୍ରସ୍ତୁତ କରୁଛି ସ୍ବାଦିଷ୍ଠ ଖାଦ୍ୟ। ପନିର ମାଜିଷ୍ଟିକ୍‌ ଏହାର ମୁଖ୍ୟ ଡିଶ୍‌।...

ସ୍ମରଣ ଶକ୍ତି ବଢ଼ାଏ ନ୍ୟୁରନ୍‌

ସ୍ମରଣ ଶକ୍ତିରେ ତାରତମ୍ୟ ଦେଖାଦେଲେ ଆମେ ଜଟିଳ ପରିସ୍ଥିତିର ସାମ୍‌ନା କରିଥାଉ। ଏହା କିପରି ସକ୍ରିୟ ରହିବ ସେ ନେଇ ନ୍ୟୁରନ୍‌ ନାମକ ତତ୍ତ୍ୱର ଗୁରୁତ୍ୱପୂର୍ଣ୍ଣ...

ସମସ୍ତଙ୍କ ପାଇଁ ଶୁଭ ନୁହେଁ ତୁଳସୀ? ଘରେ ଥିଲେ ଏସବୁ ଜିନିଷ ପ୍ରତି ଦିଅନ୍ତୁ ଧ୍ୟାନ..

ଅଧିକାଂଶ ହିନ୍ଦୁ ଧର୍ମାବଲମ୍ବୀଙ୍କ ଘରେ ତୁଳସୀ ରହିଥାଏ। ତୁଳସୀକୁ ଭଗବାନ କୃଷ୍ଣ ଅଧିକ ପସନ୍ଦ କରନ୍ତି। କିଛି ଲୋକ ସନ୍ଧ୍ୟାରେ ତୁଳସୀ ମୂଳରେ ଦୀପ ଜଳାନ୍ତି।...

ଯୋଗ କରୋନା ଲଢ଼େଇରେ  ଗୁରୁତ୍ୱପୂର୍ଣ୍ଣ…

ସମ୍ପ୍ରତି କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ପ୍ରାକୃତିକ ଉପାୟରେ ଶୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ନେଇ...

ଶରୀରର ଓଜନ କମ୍ କରିବା ପାଇଁ.. ..

ଆଜିକାଲି ଅଧିକାଂଶ ଲୋକଙ୍କ ପାଖରେ ଏକ ମୁଖ୍ୟ ସମସ୍ୟା ହୋଇ ଦେଖା ଦେଇଛି ମେଦବହୁଳତା । ଆଉ ଏହାକୁ କମାଇବାକୁ ଲୋକେ ଜିମ୍ ଯିବାଠାରୁ ଆରମ୍ଭ...

ସକାଳେ ଗ୍ଲାସେ ଉଷୁମ ପାଣି…

ସକାଳୁ ଖାଲି ପେଟରେ ଗ୍ଲାସେ ଉଷୁମ ପାଣି ପିିଇଲେ ଅନେକ ସୁଫଳ ମିଳିଥାଏ। ଏହା ମ୍ୟୁକୋଲାଇଟିସ୍‌ ଭାବେ କାର୍ଯ୍ୟ କରିଥାଏ। ଏହାଦ୍ୱାରା ଫୁସ୍‌ଫୁସ୍‌ରେ ଜମିଥିବା କଫ...

ଓ୍ବିଣ୍ଟର ଫ୍ୟାଶନ୍‌

ଶୀତଦିନ ପାଇଁ ମାର୍କେଟରେ ମିଳୁଛି ବିଭିନ୍ନ ପାଟର୍ନର ଷ୍ଟୋଲ୍‌ । ଏହାକୁ ଆପଣ ଶାଢ଼ି, ସୁଟ୍‌, ଜିନ୍ସ, ସ୍କର୍ଟ ଆଦି ସହ ଭିନ୍ନ ଭିନ୍ନ ଷ୍ଟାଇଲ୍‌ରେ...

କାଶ, କଫ ଭଲ କରେ ଗୋଲମରିଚ

ଭୋଜନରେ ଗୋଲମରିଚର ବ୍ୟବହାର ଯେ କେବଳ ସ୍ବାଦ ବଢ଼ାଇବା ପାଇଁ ହୁଏ ଭାବିବା ସମ୍ପୂର୍ଣ୍ଣ ଭୁଲ୍‌। ଅନେକ କ୍ଷେତ୍ରରେ ଏହାର ବ୍ୟବହାର ସ୍ବାସ୍ଥ୍ୟ ପାଇଁ ଲାଭଦାୟକ...

Advertisement
Archives

Model This Week