ପାଟପୁରରେ ସଟ୍‌ଡାଉନ୍‌ ସ୍ଥିତି ପରଖିଲେ ଗଞ୍ଜାମ ଏସ୍‌ପି

ଦିଗପହଣ୍ଡି/ପାଟପୁର,୯ା୪(ଡି.ଏନ୍‌.ଏ.) : ଗଞ୍ଜାମ ଏସ୍‌ପି ବ୍ରିଜେଶ ରୟ ଗୁରୁବାର ମଧ୍ୟାହ୍ନରେ ପାଟପୁର ଅଞ୍ଚଳ ପରିଦର୍ଶନ କରି ସଟ୍‌ଡାଉନ୍‌ ସ୍ଥିତି ପରଖିଛନ୍ତି। ପାଟପୁର ଗାନ୍ଧୀ ଛକରେ ପହଞ୍ଚି ସେଠାରେ ଉପସ୍ଥିତ ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ,ପାଟପୁର ଥାନା ଆଇଆଇସି ଅଜୟ କୁମାର ବାରିକଙ୍କ ସହ ଆଇନଶୃଙ୍ଖଳା ପରିସ୍ଥିତି ନେଇ ସବିଶେଷ ଆଲୋଚନା କରିଥିଲେ। ପାଟପୁର ଅଞ୍ଚଳରେ ଚୋରା ମଦ ବ୍ୟବସାୟ ବଢ଼ି ଚାଲିଥିବା ଅଭିଯୋଗ ମିଳିବା ନେଇ ସେ ଗଭୀର ଅସନ୍ତୋଷ ପ୍ରକାଶ କରିବା ସହ ମଦ ଧରପଗଡ଼କୁ ଜୋର୍‌ଦାର କରିବା ସହ ଚୋରା ମଦ ବ୍ୟବସାୟୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି। ରାସ୍ତାରେ ଚଳାଚଳ କରୁଥିବା ମାଲବାହୀ ଗାଡ଼ିଗୁଡ଼ିକୁ ଚେକିଂ ଆଳରେ ପୋଲିସ କର୍ମଚାରୀମାନେ ଅଟକାଇ ଅଯଥା ହଇରାଣ ନ କରିବାକୁ ସେ ଚେତାବନୀ ଦେଇଛନ୍ତି। ସେହିପରି ରାତ୍ରିକାଳୀନ ପାଟ୍ରୋଲିଂକୁ କଡ଼ାକଡ଼ି କରିବା ସହ ମହାମାରୀ କରୋନାର ଭୟାବହତା ସମ୍ପର୍କରେ ପୋଲିସ ପକ୍ଷରୁ ବ୍ୟାପକ ସଚେତନତା କରାଯିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଦିବସ: ପରଷ୍ପରଠାରୁ ଦୂରରେ ରହି ପଞ୍ଚସଖା ସମାଧି ପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ

ସାକ୍ଷୀଗୋପାଳ,୧।୪(ଡି.ଏନ୍‌.ଏ.): କରୋନା(କୋଭିଠ-୧୯) ସଂକ୍ରମଣକୁ ଦୃଷ୍ଟିିରେ ରଖି ଓଡ଼ିଶା ଦିବସ ପାଳନ ପାଇଁ କଟକଣା ଜାରି ହୋଇଛି। ଏଣୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ସତ୍ୟବାଦୀ ପଞ୍ଚସଖା...

ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ଗିରଫ ହେଲେ ଗଣିତ ଶିକ୍ଷକ

ଦେବଗଡ଼,୩୦।୧୦(ଡି.ଏନ୍‌.ଏ.): ପୁଣି କଳଙ୍କିତ ହେଲା ଗୁରୁ-ଶିଷ୍ୟଙ୍କ ସମ୍ପର୍କ l ନାବାଳିକା ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ବଳପୂର୍ବକ ଆଲିଙ୍ଗନ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ...

ଠିକାଦାରଙ୍କ ସ୍ବାର୍ଥରେ ଏମ୍‌ଆଇପି

ଯାଜପୁର ଅଫିସ/ରଗଡ଼ି(ଡି.ଏନ.ଏ.),୬ା୫: ପାଣି ଅଭାବରୁ ଚାଷ କ୍ଷତିଗ୍ରସ୍ତ ହେଲେ ଚାଷୀଙ୍କ ଆଖିରୁ ଲୁହ ଝରେ। ଚାଷୀ ପରିବାରରେ ଆର୍ଥିକ ସଙ୍କଟ ଦେଖାଦିଏ। ଚାଷ ପାଇଁ ଜରୁରୀ...

ସୋରଡ଼ା ଆସିବେ ଲୋକ ସେବା ଆୟୋଗର ଚୟନକୃତ ୫ ଶିକ୍ଷାନିବେଶ

ସୋରଡ଼ା,୧୨ା୧୧(ଡି.ଏନ୍‌.ଏ.): ଭାରତୀୟ ଲୋକ ସେବା ଆୟୋଗର ଚୟନ କୃତ ୫ ଶିକ୍ଷାନିବେଶ ସୋମବାର ସୋରଡ଼ାରେ ପହଞ୍ଚିବେ। ଏଥିପାଇଁ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ପ୍ରଶାସନ ପକ୍ଷରୁ...

ସଡ଼କ ଦୁର୍ଘଟଣା: ପ୍ରାଣ ହରାଇଲେ ପ୍ରଧାନଶିକ୍ଷକ, ସ୍ତ୍ରୀ ଗୁରୁତର

ବାଲିଗୁଡ଼ା,୬ା୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ନିକଟସ୍ଥ ଏଫ୍‌ସିଆଇ ଗୋଦାମ ନିକଟରେ ରବିବାର ଏକ କାର୍‌ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବା...

ରାଜ୍ୟରେ ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି କରୋନା: ଆଜି ୩୭ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧।୬(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ମଙ୍ଗଳବାର ରାଜ୍ୟରେ କରୋନା ଆଉ ୩୭ ଜଣଙ୍କ ଜୀବନ ନେଇଛି।...

ଘର ନିର୍ମାଣ ଲାଗି ଜମି ଆବଶ୍ୟକ, ଜିଲାପାଳଙ୍କୁ ଭେଟିଲେ ଶେରଗଡ଼ ହରିଜନ ପରିବାର

ଛତ୍ରପୁର,୧୫।୭(ଡି.ଏନ୍‌.ଏ.)- ଶେରଗଡ଼ ତହସିଲ ଅଧୀନ ଶେରଗଡ଼ ଗାଁର ହରିଜନ ଲୋକେ ଘର ନିର୍ମାଣ ଲାଗି ଜମି ଯୋଗାଇବାକୁ ପ୍ରଶାସନ ନିକଟରେ ଦାବି କରି ଆସୁଛନ୍ତି। ପୂର୍ବରୁ...

୪୩ଲକ୍ଷ ଲୋକଙ୍କୁ ୨ମାସର ମାଗଣା ରାସନ ଯୋଗାଇ ଦେବେ ରାଜସ୍ଥାନ ସରକାର

ଜୟପୁର,୯।୬: କରୋନା ଯୋଗୁ ଦେଶବ୍ୟାପି ଏବେ ଲକ୍‌ଡାଉନ ଜାରି ରହିଛି। ଏହି ସମୟରେ ବେରୋଜଗାର ହୋଇଥିବା ଲୋକଙ୍କୁ ରାଜସ୍ଥାନ ସରକାର ଆଶ୍ୱସ୍ତିକର ପ୍ରଦାନ କରିଛନ୍ତି। ଆଗାମୀ...

Advertisement
Archives

Model This Week