Posted inଜାତୀୟ

ପାଖେଇ ଆସୁଛି ସମୟ: ଖୁବ୍‌ଶୀଘ୍ର ମୋଦି ସରକାରଙ୍କୁ ରାମ ମନ୍ଦିର ଟ୍ରଷ୍ଟର ଘୋଷଣା କରିବାକୁ ପଡିବ

ନୂଆଦିଲ୍ଲୀ,୪।୨: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ପ୍ରାୟ ୩ ମାସ ହେବ ସୁପ୍ରିମକୋର୍ଟ ରାୟ ଦେଇ ସାରିଛନ୍ତି। ହେଲେ ଏପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି(ଭାଜପା)ର ମୋଦି ସରକାର ରାମ ମନ୍ଦିର ଟ୍ରଷ୍ଟର ଘୋଷଣା କରିପାରିଲେ ନାହିଁ। ଏବେ ରାମ ମନ୍ଦିର ଟ୍ରଷ୍ଟ ଘୋଷଣାକୁ ମୋଦି ସରକାରଙ୍କ ପାଖରେ ଆଉ ମାତ୍ର ୫ ଦିନ ସମୟ ରହିଛି। ଅନୁମାନ କରାଯାଉଛି କି ଚଳିତ ସପ୍ତାହରେ ରାମ ମନ୍ଦିର ଟ୍ରଷ୍ଟର ଘୋଷଣା କରାଯାଇପାରେ। ସରକାରଙ୍କ ଦ୍ୱାରା ଘୋଷଣା କରାଯିବା ଟ୍ରଷ୍ଟ ହିଁ ରାମ ମନ୍ଦିର ନିର୍ମାଣର ରୂପରେଖ ପ୍ରସ୍ତୁତ କରିବ। ସୂଚନାଯୋଗ୍ୟ, ଗତବର୍ଷ ନଭେମ୍ବରରେ ସୁପ୍ରିମକୋର୍ଟ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ରାସ୍ତା ସଫା କରି ଦେଇଥିଲେ। ଏହାସହ କେନ୍ଦ୍ର ସରକାରଙ୍କୁ ୩ ମାସ ମଧ୍ୟରେ ଟ୍ରଷ୍ଟ ଗଠନ କରିବାକୁ ନିର୍ଦ୍ଦେଶ ବି ଦେଇଥିଲେ। ଏହାସହ ମସଜିଦ ନିର୍ମାଣ ଲାଗି ୫ ଏକର ଜମି ମଧ୍ୟ ଯୋଗାଇ ଦେବାକୁ ନିର୍ଦ୍ଦେଶ ଥିଲା। ହେଲେ ଏପର୍ଯ୍ୟନ୍ତ ଏହା ମଧ୍ୟରୁ କେଉଁଟା ପୂରଣ କରାଯାଇ ନ ଥିବା ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବୟଫ୍ରେଣ୍ଡଙ୍କ ଆକୁଳ ନିବେଦନ: ମୁଖ୍ୟମନ୍ତ୍ରୀ ମହାଶୟ ବିବାହ ବନ୍ଦ କରିଦିଅନ୍ତୁ, ମୋ ଗର୍ଲଫ୍ରେଣ୍ଡ…

ଜୟପୁର,୯।୫: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ କରୋନା ମହାମାରୀ ଯୋଗୁ ବିବାହ ନ କରିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଥିଲେ। ଏବେ ଜଣେ ଯୁବକ ମୁଖ୍ୟମନ୍ତ୍ରୀଙ୍କୁ ବିବାହ...

ସାହିତ୍ୟ ପାଇଁ ଲୁଇସଙ୍କୁ ନୋବେଲ

ଷ୍ଟକହୋମ,୮।୧୦-ଚଳିତ ବର୍ଷ ଆମେରିକାର କବୟତ୍ରୀ ଲୁଇସ ଗ୍ଲୁକ ନୋବେଲ ପୁରସ୍କାର ପାଇବେ। ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ତାଙ୍କୁ ନୋବେଲ ପ୍ରଦାନ କରାଯିବ। ଏ...

ଓନମ: ଦୋଳିରେ ଝୁଲିଲେ ଶଶି ଥରୁର

ନୂଆଦିଲ୍ଲୀ,୨୧ ।୮: କେରଳରେ ପାଳନ କରାଯାଇଛି ହର୍ଷୋଲ୍ଲାସର ପର୍ବ ଓନମ । ଏହି ଅବସରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ଶଶି ଥରୁୁର ପାରମ୍ପାରିକ...

ଏନ୍‌ଡ଼ିଏ ସରକାର ‘ଜୋକର ଅଫ୍‌ ଦି ଇୟର’: ଅଧୀର ରଞ୍ଜନ ଚୌଧୁରୀ

ନୂଆଦିଲ୍ଲୀ,୨୮।୧୨: ଭାଜପା-କଂଗ୍ରେସ ପରସ୍ପର ବିରୋଧରେ ଲଗାତାର ବିବାଦୀୟ ମନ୍ତବ୍ୟ ଦେବାରେ ଲାଗିଛନ୍ତି। ଏହି ମର୍ମରେ ଭାଜପା ନେତୃତ୍ୱାଧୀନ ଏନ୍‌ଡ଼ିଏ ସରକାରଙ୍କୁ କଂଗ୍ରେସ ପକ୍ଷରୁ ଅଧୀର ରଞ୍ଜନ...

କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ କାମ ଦେବନି କନିକାଙ୍କ ପ୍ଲାଜମା !

ଲକ୍ଷ୍ନୌ,୨୮।୪: ବଲିଉଡ୍‌ ଗାୟିକା କନିକା କପୁର ନିକଟରେ କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ବେଳେ ଏବେ ସେ ପ୍ଲାଜମା ଦାନ କରିବାକୁ ମନ ବଳାଇଥିଲେ। ଯେଉଁଥିରେ...

କାନ୍ଥରେ ଲେଖାଯାଉଛି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ଲୋଗାନ

ଲକ୍ଷ୍ନୌ,୮।୮: ଉତ୍ତର ପ୍ରଦେଶର ବାରାଣାସୀର ସିଗ୍ରା ପୋଲିସ ଷ୍ଟେଶନ ପରିସରରେ ଥିବା କାନ୍ଥରେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ଲୋଗାନ ଲେଖାଯାଇଛି। ଏହି ଘଟଣାରେ ସିଗ୍ରା...

କରୋନା ସଂକ୍ରମଣ: ଭାରତ ଆମେରିକା-ବ୍ରାଜିଲ୍‌କୁ ଟପିବା ଆଶଙ୍କା

ନୂଆଦିଲ୍ଲୀ, ୫।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ଇତିମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୭୩ ହଜାର ୯୪୭ରେ ପହଞ୍ଚିଛି। ଏବେ ଭାରତ...

ବିବାଦୀୟ ମନ୍ତବ୍ୟରୁ ଓହରିଲେ ରାମଦେବ

ନୂଆଦିଲ୍ଲୀ,୨୩।୫: ଯୋଗଗୁରୁ ବାବା ରାମଦେବ ଏଲୋପାଥି ଚିକିତ୍ସାକୁ ନେଇ ଶନିବାର ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଦୁର୍ଭାଗ୍ୟ ଜନକ କହିବା...

Advertisement


Archives

Model This Week