Posted inଜାତୀୟ

ପାକ୍‌ର ମିଛ ଦୋହରାଇବାକୁ କୁଳଭୂଷଣଙ୍କ ଉପରେ ଚାପ

ନୂଆଦିଲ୍ଲୀ,୩ା୯: କୁଳଭୂଷଣଙ୍କୁ ଦୂତାବାସ ମାଧ୍ୟମରେ ଆଇନଗତ ସହାୟତା ଯୋଗାଇଦେବା ପାଇଁ ସୁଯୋଗ ମିଳିଥିଲେ ହେଁ ତାଙ୍କୁ ପାକିସ୍ତାନର ମିଛ ଦୋହରାଇବା ପାଇଁ ଅତ୍ୟଧିକ ଚାପ ପକାଯାଇଥିବା ଜଣାପଡିଛି। ତାଙ୍କୁ ସୋମବାର ଭାରତୀୟ ଉପଉଚ୍ଚାୟୁକ୍ତ ଗୌରବ ଆହଲୁଓ୍ବାଲିଆ ଭେଟିଥିବାବେଳେ ଚାପ ପକାଯାଇଥିବା ଲକ୍ଷଣ ସ୍ପଷ୍ଟ ହୋଇଛି ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରବୀଶ୍‌ କୁମାର କହିଛନ୍ତି। ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ସବିଶେଷ ରିପୋର୍ଟ ମିଳିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।
ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତ (ଆଇସିଜେ)ଙ୍କ ନିର୍ଦ୍ଦେଶକ୍ରମେ ପାକିସ୍ତାନ କୁଳଭୂଷଣଙ୍କୁ ଦୂତାବାସ ସହାୟତା ଯୋଗାଇବାକୁ ବାଧ୍ୟ ହୋଇଛି। ମିଥ୍ୟା ଅଭିଯୋଗ ଆଣି ତାଙ୍କୁ ଦୋଷୀସାବ୍ୟସ୍ତ କରାଯିବା ସହ ମୃତ୍ୟୁଦଣ୍ଡାଦେଶ ଦିଆଯାଇଛି। ଏହାର ସମୀକ୍ଷା ଓ ପୁନର୍ବିଚାର କରିବାକୁ ମଧ୍ୟ ଆଇସିଜେ ପାକିସ୍ତାନକୁ କହିଥିଲେ। ଗତ ଅଗଷ୍ଟରେ ପାକିସ୍ତାନ ଦେଇଥିବା ଦୂତାବାସ ସହାୟତା ପ୍ରସ୍ତାବରେ ପାକ୍‌ ସୁରକ୍ଷା କର୍ମୀ ଉପସ୍ଥିତ ରହିବେ ଓ ପ୍ରକୋଷ୍ଠରେ ସିସିଟିଭି କ୍ୟାମେରା ଲାଗିବା ସର୍ତ୍ତ ଥିଲା, ଯାହାକୁ ଭାରତ ପ୍ରତ୍ୟାଖ୍ୟାନ କରିଥିଲା। ସୋମବାର କୁଳଭୂଷଣଙ୍କୁ ଉପଉଚ୍ଚାୟୁକ୍ତ ଭେଟିବା ବେଳେ ଉପରୋକ୍ତ ସର୍ତ୍ତକୁ ହଟାଯାଇଥିଲା କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ତେବେ କୁଳଭୂଷଣଙ୍କୁ ଯଥାଶୀଘ୍ର ସମ୍ଭବ ନ୍ୟାୟ ମିଳିବା ଓ ସେ ସୁରକ୍ଷିତ ଭାବେ ଭାରତ ଫେରିବା ପର୍ଯ୍ୟନ୍ତ ସରକାର ଲଢ଼େଇ ଜାରି ରଖିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ନୂଆଦିଲ୍ଲୀ ପକ୍ଷରୁ କୁହାଯାଇଛି।
କନ୍‌ସୁଲାର ସମ୍ପର୍କିତ ୧୯୬୩ର ଭିଏନା ଚୁକ୍ତିନାମା ଅନୁଯାୟୀ କୁଳଭୂଷଣଙ୍କୁ ଦୂତାବାସ ସହାୟତା ଯୋଗାଇଦେବାକୁ ଆଇସିଜେ ନିର୍ଦ୍ଦେଶ ଦେବାର ଦୁଇମାସ ପରେ ସୋମବାର ତାଙ୍କୁ ଉପଉଚ୍ଚାୟୁକ୍ତ ଭେଟିବା ସୁଯୋଗ ପାଇଛନ୍ତି। ୨୦୧୭ ଡିସେମ୍ବରରେ କୁଳଭୂଷଣଙ୍କୁ ମାଆ ଅବନ୍ତୀ ଓ ସ୍ତ୍ରୀ ଚେତାଙ୍କୁଲ ଭେଟିବା ପରେ ସେ ଚାପରେ ଥିବା ଖବରଦାତାମାନଙ୍କୁ ସୂଚନା ଦେଇଥିଲେ। ଏହି ସାକ୍ଷାତ ପୂର୍ବରୁ କୁଳଭୂଷଣଙ୍କୁ ନିର୍ଯାତନା ଦିଆଯାଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଅଭିଯୋଗ ହୋଇଥିଲା।

ମାମଲାର ଘଟଣାକ୍ରମ

୨୦୧୬ ମାର୍ଚ୍ଚ ୩: କୁଳଭୂଷଣଙ୍କୁ ପାକିସ୍ତାନ ଗିରଫ କରିଥିଲା।
୨୦୧୭ ଏପ୍ରିଲ ୧୦: ଗୁପ୍ତଚର ବୃତ୍ତି ଓ ଆତଙ୍କବାଦ ସହ ସମ୍ପୃକ୍ତି ଅଭିଯୋଗରେ ପାକ୍‌ ସେନା ଅଦାଲତ କୁଳଭୂଷଣଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ମୃତ୍ୟୁଦଣ୍ଡାଦେଶ ଦେଇଥିଲା।
୨୦୧୭ ଏପ୍ରିଲ ୨୭: କୁଳଭୂଷଣଙ୍କ ପରିବାର ତାଙ୍କୁ ଭେଟିବା ପାଇଁ ଭିଜା ଯୋଗାଇଦେବାକୁ ସୁଷମା ସ୍ବରାଜ ପାକ୍‌ ବହିର୍ବ୍ୟାପାର ଉପଦେଷ୍ଟା ସର୍ତାଜ ଅଜିଜଙ୍କୁ ଅନୁରୋଧ କରିଥିଲେ।
୨୦୧୭ ମେ ୮: ପାକ୍‌ ସାମରିକ ଅଦାଲତ ରାୟ ବିରୋଧରେ ଆଇସିଜେରେ ଆବେଦନ କରିଥିଲା ଭାରତ। ତା’ ପରଦିନ ଆଇସିଜେ କୁଳଭୂଷଣଙ୍କ ଦଣ୍ଡ ଉପରେ ରହିତାଦେଶ ଜାରି କରିଥିଲେ।
୨୦୧୭ ଡିସେମ୍ବର ୨୬: କୁଳଭୂଷଣଙ୍କୁ ଜେଲରେ ଭେଟିଥିଲେ ତାଙ୍କ ମା’ ଓ ସ୍ତ୍ରୀ।
୨୦୧୯ ଫେବୃୟାରୀ ୧୮: ଆଇସିଜେରେ କୁଳଭୂଷଣ ମାମଲା ଉପରେ ୪ ଦିନ ଶୁଣାଣି ହୋଇଥିଲା।
୨୦୧୯ ଜୁଲାଇ ୧୭: କୁଳଭୂଷଣଙ୍କ ମୃତ୍ୟୁଦଣ୍ଡାଦେଶର ପୁନର୍ବିଚାର କରିବା ସହ ତାଙ୍କୁ ଦୂତାବାସ ସହାୟତା ଯୋଗାଇଦେବା ପାଇଁ ଆଇସିଜେ ପାକିସ୍ତାନକୁ ନିର୍ଦ୍ଦେଶ ଦେଇଥିଲେ।
୨୦୧୯ ଅଗଷ୍ଟ ୨: ପାକିସ୍ତାନର ସର୍ତ୍ତମୂଳକ ଦୂତାବାସ ସହାୟତା ପ୍ରସ୍ତାବକୁ ଭାରତୀୟ ଅଧିକାରୀ ପ୍ରତ୍ୟାଖ୍ୟାନ କରିଥିଲେ।
୨୦୧୯ ସେପ୍ଟେମ୍ବର ୨: ଦୂତାବାସ ସହାୟତା ମିଳିବା ପରେ ଭାରତୀୟ ଉପଉଚ୍ଚାୟୁକ୍ତ ଗୌରବ ଆହଲୁଓ୍ବାଲିଆ ତାଙ୍କୁ ଭେଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଏମ୍‌ୟୁରେ କରୋନା ତାଣ୍ଡବ: ୨୨ ଦିନରେ ୧୯ ପ୍ରଫେସରଙ୍କ ମୃତ୍ୟୁ…

ଅଲିଗଡ଼,୧୩।୫: କକରୋନା ମହାମାରୀ ସଂକ୍ରମଣ ଯୋଗୁ ଅଲିଗଡ଼ ମୁସଲିମ୍‌ ୟୁନିଭରସିଟି(ଏଏମ୍‌ୟୁ)ରେ ଆତଙ୍କ ସୃଷ୍ଟି ହୋଇଛି। ଗତ ୨୨ ଦିନମଧ୍ୟରେ ୧୯ ଜଣ ପ୍ରଫେସରଙ୍କ ମୃତ୍ୟୁ କରୋନାରେ...

ବାଜି ମାରିନେଲେ ଦିଦି

କୋଲକତା,୨୧।୧୨: କୋଲକାତା ମ୍ୟୁନିସିପାଲିଟି କର୍ପୋରେସନ (କେଏମସି) ନିର୍ବାଚନରେ ଶାସକ ତୃଣମୂଳ କଂଗ୍ରେସ (ଟିଏମସି) ମଧ୍ୟ ଏକ ବିଜୟ ଆଡକୁ ଗତି କରୁଛି। ୧୪୪ଟି ସିଟ ମଧ୍ୟରୁ...

ଦ୍ୱିତୀୟ ଚାର୍ଜଶିଟ୍‌ରେ ଚାଷୀଙ୍କୁ ଅଭିଯୁକ୍ତ କଲା ଏସ୍‌ଆଇଟି

ନୂଆଦିଲ୍ଲୀ,୨୨।୧: ଉତ୍ତରପ୍ରଦେଶର ଲଖିମପୁର ଖେରି ହିଂସା ମାମଲାରେ ଦ୍ୱିତୀୟ ଚାର୍ଜଶିଟ୍‌ ଦାଖଲ ହୋଇଛି। ପୂର୍ବରୁ ଦାଖଲ ହୋଇଥିବା ଚାର୍ଜଶିଟ୍‌ରେ ସ୍ବରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ...

ଭାଜପା ପାଇଁ ଗଡ଼ ସମ୍ଭାଳିବା କଷ୍ଟ

ଲକ୍ଷ୍ନୌ,୧୭ା୧୧: ଉତ୍ତରପ୍ରଦେଶ(ୟୁପି)ରେ ୨୦୨୨ ପ୍ରଥମାର୍ଦ୍ଧରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଶାସକ ଭାଜପା ପାଇଁ ଏହି ନିର୍ବାଚନ ଅତ୍ୟନ୍ତ କଠିନ ହେବା ଜଳଜଳ ଦିଶୁଛି। ଗତ...

ଗୋଟିଏ ଲଟେରୀ ଟିକେଟ ଚମକାଇଲା ୬ଜଣଙ୍କ ଭାଗ୍ୟ

ଥିରୁଭାନନ୍ତପୁରମ୍‌,୨୦।୯: ଏକ ବମ୍ପର ଲଟେରୀ ୬ଜଣଙ୍କ ଭାଗ୍ୟ ବଦଳାଇଛି। ପୁରସ୍କାରରେ ଜିତିଛନ୍ତି ଏମାନେ ୧୨ କୋଟି ଟଙ୍କା। ଏହି ଘଟଣା ଦେଖିବାକୁ ମିଳିଛି କେରଳର କୋରୁଙ୍ଗାପାଲୀରେ।...

ତେଜସ୍ୱୀ ହେଲେ ବିହାର ମୁଖ୍ୟମନ୍ତ୍ରୀ!

ପାଟନା,୯ ।୧୧: ବିହାର ବିଧାନସଭା ନିର୍ବାଚନର ଫଳାଫଳ ପାଇଁ ଆଉ ଗୋଟିଏ ଦିନ ବାକି ରହିଛି । ହେଲେ ଗୋଟିଏ ଦିନ ପୂର୍ବରୁ ମହାମେଣ୍ଟର ନେତା...

ଜଗଦୀପ ଧନଖରଙ୍କୁ ସମର୍ଥନ କରିବ ବିଏସ୍‌ପି

ଲକ୍ଷ୍ନୌ,୩।୮: ବହୁଜନ ସମାଜବାଦୀ ପାର୍ଟି (ବିଏସ୍‌ପି) ସୁପ୍ରିମୋ ମାୟାବତୀ ଏନ୍‌ଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖରଙ୍କୁ ସମର୍ଥନ କରିବେ। ବୁଧବାର ଏନେଇ ବିଏସ୍‌ପି ସୁପ୍ରିମୋ ମାୟାବତୀ...

ଜାଣନ୍ତି ମମତା ବାନାର୍ଜୀ କାହିଁକି ପିନ୍ଧନ୍ତି ଧଳା ଶାଢ଼ି ଆଉ ରବର ଚପଲ

କୋଲକାତା,୧୧।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଜୀବନଶୈଳୀକୁ ନେଇ ବେଳେ ବେଳେ ଚର୍ଚ୍ଚା ହୋଇଥାଏ। ଏବେ ତାଙ୍କ ଧଳା ଶାଢ଼ିକୁ ନେଇ ଚର୍ଚ୍ଚା ହେଉଛି। ମମତାଙ୍କୁ...

Advertisement
Archives

Model This Week