ପାକିସ୍ତାନରେ ହିନ୍ଦୁ ଯୁବତୀଙ୍କୁ ହତ୍ୟା

ସିନ୍ଧ୍‌, ୧୮ା୯: ପାକିସ୍ତାନର ସିନ୍ଧ୍‌ରେ ଜଣେ ହିନ୍ଦୁ ଛାତ୍ରୀଙ୍କୁ ହତ୍ୟା କରାଯାଇଛି। ଘୋଟ୍‌କି ନିବାସୀ ନମ୍ରିତା ଚନ୍ଦାନୀ ହଷ୍ଟେଲ୍‌ରେ ରହି ମେଡିକାଲ ପଢୁଥିଲେ। ମଙ୍ଗଳବାର ହଷ୍ଟେଲ୍‌ ରୁମ୍‌ରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ରୁମ୍‌ ଭିତରେ ତାଙ୍କ ବେକରେ ଲୁଗା ଲାଗିଥିବାରୁ ଏହା ଏକ ଆତ୍ମହତ୍ୟା ବୋଲି କୁହାଯାଇଛି। ହେଲେ ରୁମ୍‌ ବାହାରୁ ତାଲା ପଡ଼ିବା ଘଟଣା ସନ୍ଦେହକୁ ଦୃଢୀଭୂତ କରିଛି। ନମ୍ରିତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ନମ୍ରିତାଙ୍କ ଭାଇ ବିଶାଲ ଜଣେ ମେଡିକାଲ କନ୍‌ସଲ୍‌ଟାଣ୍ଟ ହୋଇଥିବାବେଳେ ସେ ମଧ୍ୟ ପ୍ରାଥମିକ ତଦନ୍ତ ପରେ ଏହାକୁ ହତ୍ୟାକାଣ୍ଡ ବୋଲି କହିିଛନ୍ତି। ବେକରେ ତାର ଚିହ୍ନ ରହିବା, ହାତରେ ଦାଗ ରହିବା, ହଷ୍ଟେଲ୍‌ ବାହାରୁ ତାଲାପଡ଼ିବା ହତ୍ୟାକାଣ୍ଡକୁ ସୂଚାଉଛି କହି ଏହାର ବିଧିବଦ୍ଧ ତଦନ୍ତ କରାଯିବା ଲାଗି ବିଶାଲ ଦାବି କରିଛନ୍ତି। ଦୁଇଦିନ ତଳେ ଘୋଟ୍‌କିରେ ସେଠାକାର ଲୋକେ ଏକ ମନ୍ଦିରରେ ଭଙ୍ଗାରୁଜା କରିବା, ଈଶ୍ୱରଙ୍କୁ ନିନ୍ଦାକରିବା ଅଭିଯୋଗରେ ଜଣେ ହିନ୍ଦୁ ପ୍ରିନ୍ସିପାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ଏଭଳି ଘଟଣା ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏପରି ଗାଁ ଯେଉଁଠି ପ୍ରେତାତ୍ମା ଭୟରେ ନେଲ୍‌ପଲିସ ଲଗାନ୍ତି ପୁରୁଷ…

ଥାଇଲାଣ୍ଡରର ପୁହଙ୍ଗ୍‌ ଗାଁରେ ପୁରୁଷମାନେ ପ୍ରେତାତ୍ମା ଭୟରେ ନେଲ୍‌ପଲିସ୍‌ ଲଗାଇଥାନ୍ତି। ଲୋକେ କୁହନ୍ତି ଅନେକ ବର୍ଷ ତଳେ ଗାଁରେ ଜଣେ ବିଧବା ମହିଳା ଆତ୍ମହତ୍ୟା କରିଥିଲେ।...

ଆହତ ସେନାଙ୍କୁ ହସ୍ପିଟାଲରେ ଭେଟିଲେ ଜେଲେନସ୍କ, ବିଜୟ ହିଁ ଆପଣଙ୍କ ପାଇଁ ସବୁଠାରୁ ମୂଲ୍ୟବାନ ଉପହାର

କ୍ୱିଭ,୧୪ ।୩:ରୁଷିଆ ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ସେନା ଓ ଦେଶବାସୀଙ୍କ ମନୋବଳ ବୃଦ୍ଧି କରି ଚାଲିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି । ଏମାନଙ୍କ ମଧ୍ୟରେ ଦେଶଭକ୍ତି...

ମହାକାଶରେ ଉପଗ୍ରହ ଭିଡ଼: ଗବେଷଣାରେ ସୃଷ୍ଟି ହେବ ବାଧା !

ଓ୍ବାଶିଂଟନ, ୩୦।୮: ଆଗାମୀ ଦିନରେ ମହାକାଶ ଗବେଷଣା କ୍ଷେତ୍ରରେ ବାଧା ସୃଷ୍ଟି ହେବା। ଏନେଇ ମହାକାଶ ବିଜ୍ଞାନୀ ମତପୋଷଣ କରିଛନ୍ତି। ଧୀରେଧୀରେ ମହାକାଶରେ କୃତ୍ରିମ ଉପଗ୍ରହଙ୍କ...

ସେଲ୍‌ଫି ଚକ୍କରରେ ହେଲିକପ୍ଟରରେ କଟିଗଲା ମୁଣ୍ଡ

ଲଣ୍ଡନ,୨୮ା୭: ସୋସିଆଲ ମିଡିଆ ଏବଂ ସେଲ୍‌ଫିର ନିଶା ଏତେ ବଢ଼ିଗଲାଣି ଯେ, କାହା ସହ କେତେବେଳେ କ’ଣ ଘଟୁଛି କହିହେଉ ନାହିଁ। ବ୍ରିଟେନର ଜଣେ ଧନୀ...

୩ ବର୍ଷରେ ୧୩୫ ଦେଶ ବୁଲିବ କ୍ରୁଜ୍‌

ଆଙ୍କାରା,୬। ୩: ଯାତ୍ରା ଯେତେ ରୋମାଞ୍ଚକର ହେବ, ତାହା ଚିରଦିନ ପର୍ଯ୍ୟନ୍ତ ସ୍ମରଣୀୟ ହୋଇ ରହିବ। ତେବେ ଜଳଯାତ୍ରାକୁ ଅଧିକ କୌତୂହଳଯୁକ୍ତ କରିବା ପାଇଁ ମିରେ...

ଖଣି କର୍ମଚାରୀଙ୍କ ଉପରେ ଆକ୍ରମଣ: ୩୭ ମୃତ

ଓ୍ବାଗାଡୁଗୁ,୮-୧୧(ଏଏଫ୍‌ପି):ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରେ ଜେହାଦୀ ହିଂସାରେ ୩୭ ଜଣଙ୍କ ମୃତ୍ୟୁ ଘଟିବା ସହ ୬୦ ଜଣ ଆହତ ହୋଇଛନ୍ତି। ଗତ ୫ ବର୍ଷ...

ଆମେରିକାରେ ବିରଳ ରୋଗ ଚିହ୍ନଟ

ଓ୍ବାଶିଂଟନ୍‌,୧୭।୭: ଆମେରିକାରେ ଏକ ନୂଆ ବିପଦ ଦେଖାଦେଇଛି। ଟେକ୍ସାସର ଜଣେ ରୋଗୀଙ୍କଠାରେ ଏକ ବିରଳ ରୋଗ ଚିହ୍ନଟ ହୋଇଛି। ଯାହା ଏବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତା...

ଇମ୍ରାନ ସରକାରଙ୍କ କାଉଣ୍ଟଡାଉନ୍‌ ଆରମ୍ଭ: ଏପ୍ରିଲ ୩ରେ ହେବ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ

ଇସ୍‌ଲାମାବାଦ୍‌,୨୯।୩: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବିରୋଧରେ ଏପ୍ରିଲ ୩ରେ ଅନାସ୍ଥା ପ୍ରସ୍ତାବ ଉପରେ ସଂସଦରେ ଭୋଟିଂ କରାଯିବ। ମଙ୍ଗଳବାର ଏନେଇ ପାକିସ୍ତାନର ଗୃହମନ୍ତ୍ରୀ ଶେଖ୍‌...

Advertisement
Archives

Model This Week