ପାଏନ୍‌ ଲାଗି ଦହଗଁଜ୍‌ ୩୪ ପଁଚେତ୍‌ର ୧ ଲାଖ୍‌ ଲୋକ୍‌

ଭବାନୀପାଟଣା, ୪।୩ (ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ମଦନପୁର ରାମପୁର, ଲାଞ୍ଜିଗଡ଼ ଆର ଥୁଆମୂଳ ରାମପୁର ବ୍ଲକର ଅତଡ଼ିଆ ଅଂଚଲମାନକେ ଥିବାର ଗଁାଗଁଡ଼ାର ଲୋକ୍‌ ଏଭ୍‌ଠାନୁ ପିଇଲା ପାଏନ୍‌ ଲାଗି ଦହଗଁଜ୍‌ ହେଲେନ। ଆଗ୍‌କେ ଖରାଦିନ ମାଡ଼ି ଆସୁଛେ। ପରଶାସନ ଏଭ୍‌ଠାନୁ ସମସିଆର ସମାଧାନ ଲାଗି ପଦକ୍ଷେପ ନେବାକେ ଅଂଚଲବାସୀ ଦାବି ହେଉଛେ।
ସୂଚନା ଅନ୍‌ସାରେ କଳାହାଣ୍ଡି ଜିଲାର ମଦନପୁର ରାମପୁର, ଲାଞ୍ଜିଗଡ଼ ଆର ଥୁଆମୂଳ ରାମପୁର ବ୍ଲକର ପାଖାପାଖି ୩୪ ପଁଚେତ୍‌ର ୧ ଲାଖ୍‌ରୁ ଅଧ୍‌କା ଲୋକ୍‌ ପିଇଲା ପାଏନ୍‌ ସମସିଆ ସଂଗେ ଯୁଝୁଛନ୍‌। ମଦନପୁର ରାମପୁର ବ୍ଲକର ଡୁଡୁକାଠେଙ୍ଗା, ବାରବନ୍ଧା, ଉର୍ଲାଦାନୀ, ଲୁବେନଗଡ, ଦେଢ଼ଶୁଳି, ମୋହନଗିରି, ଶିଙ୍ଗପୁର, ଡମ କର୍ଲାଖୁଣ୍ଟା, ଗୋଚ୍ଛାଡେଙ୍ଗେନ ଆର ମାଣିକେରା ପଁଚେତ୍‌ର ଅତଡ଼ିଆ ଅଂଚଲରେ ଥିବାର ଗଁାମାନକେ ଦିନୁଦିନ୍‌କେ ପିଇଲା ପାଏନ୍‌ ସମସିଆ ବଢ଼ତେଲ ଯାଉଛେ। ସେନ୍‌ତା ଲାଞ୍ଜିଗଡ଼ ବ୍ଲକର ୨୬ଟା ପଁଚେତ୍‌ରୁ କମର୍ଦ୍ଧା, ଭୁର୍ଟ୍ଟିଗଡ଼, କଦମଗୁଡ଼ା, ଗୁଣ୍ଡୁରି ବାତେଲିମା, ମାଲିଜୁବାଙ୍ଗ, ବନ୍ଧପାରି, ଲାଖବାହାଲି, ଲାଞ୍ଜି, ବେନଗଁା, ଗୁମଖାଲ ଆର ବିଜେପୁର ଲେଖେଁ ପଁଚେତ୍‌ମାନର ଲୋକ୍‌ ଏଭ୍‌ଠାନୁ ପାଏନ୍‌ ଲାଗି ଗୁଲ୍‌ଗୁଲା ହେଉଛନ୍‌। ଥୁଆମୂଳ ରାମପୁର ବ୍ଲକର ୧୬ଟା ପଁଚେତ୍‌ରୁ ବଡଛତ୍ରଙ୍ଗ, କର୍ଲାପାଟ, ବାଗଡ଼ିଆଣି, ଥୁଆମୂଳ, ବିରିକୋଟ, କେରପାଇ, ଡୁମେରପଦର, କିଆପଦର, ମହୁଲପାଟଣା, ମାଲିଗଁା, ନାକରୁଣ୍ଡି, କାଣୀଗୁମା ଆର ଅଡ୍ରି ପଁଚେତ୍‌ର ବହୁତ୍‌ ଗଁାରେ ବଡ଼ଭାରି ପିଇଲା ପାଏନ୍‌ ସମସିଆ ଦେଖାଦେଇଛେ। ଇ ଅଂଚଲମାନକେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ତରଫୁ ଗଭୀର ନଲ୍‌ଚୁଅଁା, ସାନିଟାରୀ ବୋରଓ୍ବେଲର ବେବସ୍‌ତା କରାଯାଇଛେ। ହେଲେ ଖରାଦିନ ଆଗ୍‌ରୁ ଭୁତଲ ଜଲ ତଲକେ ପଲେଇ ଯାଉଛେ। ଏନ୍‌ତାଥି ଲୋକ୍‌ମାନେ ପିଇଲା ପାଏନ୍‌ ସମସିଆରେ ଯୁଝୁଛନ୍‌। ଇଆଡ଼େ ଗଁାମାନକେ ଥିବାର ନଲ୍‌ଚୁଅଁାମାନକର ଦେଖ୍‌ଭାଲ ଠିକ୍‌ ସମିଆରେ ନାଇଁ ହେବାର ଲାଗି ଅନେକ ନଲ୍‌ଚୁଅଁା ଅଚଲ ହେଇ ପଡ଼ିଛେ। ଏନ୍‌ତାଥି ଅଂଚଲବାସୀ ବଛରକୁତା ଝରନା ପାଏନ୍‌କେ ପିଇଲା ପାଏନ୍‌ ହିସାବେ ବେଭାର କରୁଥିଲାବେଲେ ଖରାଦିନେ ପାଏନ୍‌ ଶୁଖିଗଲେ ବାଲିଚୁଅଁା କୁଡ଼ି ସେ ପାଏନ୍‌କେ ଖାଏବା ପିଇବାରେ ବେଭାର କରୁଛନ୍‌। ବଛର ବଛର ହେଲା ପିଇଲା ପାଏନ୍‌ ସମସିଆ ଲାଗି ରହିଥିଲେ ବି ଜିଲା ଆର ବ୍ଲକ ପରଶାସନ ଅନ୍‌ଦେଖା କରୁଥିବାର ଅଂଚଲବାସୀ ଅଭିଯୋଗ କରିଛନ୍‌। ସେନ୍‌ତା ଖରାଦିନେ ଅଂଚଲବାସୀ ପିଇଲା ପାଏନ୍‌ ଲାଗି ବହୁତ୍‌ ଦହଗଁଜ୍‌ ହେଉଥିବାର କହିଛନ୍‌। ରାଏଜ୍‌ ସରକାର ଇ ଦିଗେ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ଅଂଚଲବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଜିଉଙ୍କ ବନକଲାଗି ନୀତି: ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ ,୨୯।୧୧: ବୁଧବାର ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି । ଦତ୍ତମହାପାତ୍ର ସେବାୟତ ଶ୍ରୀମୁଖ ଶୃଙ୍ଖାର କରିବେ । ଏ ନେଇ ସା ୫ଟାରୁ ରାତି...

ବନ୍ଧୁକ ଦେଖାଇ ସୁନା ଦୋକାନୀଙ୍କ ଘରୁ ଲୁଟ

ହାଟଡିହୀ,୨୯।୧୧(ଶୁଭକାନ୍ତ ନାୟକ) କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ସୁନା ଦୋକାନୀ ଙ୍କ ଘରୁ ମଙ୍ଗଳବାର ବିଳମ୍ବିତ ରାତିରେ ଲୁଟପାଟ ହୋଇଛି। ଥାନା ଅଧୀନ...

ଆଜି ଜଗତ୍‌ସିଂହପୁର ପୌର ପରିଷଦ ୬ନଂ. ୱାର୍ଡ ଉପନିର୍ବାଚନ

ଜଗତ୍‌ସିଂହପୁର, ୨୯।୧୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ପୌର ପରିଷଦ ଅନ୍ତର୍ଗତ ୬ନଂ. ୱାର୍ଡରେ ବୁଧବାର ଉପନିର୍ବାଚନ ଅନୁଷ୍ଠିତ ହେବ। ସୁଜଙ୍ଗସ୍ଥିତ ପ୍ରାଥମିକ ବିଦ୍ୟାଳୟ ପରିସର ୧ନଂ....

ନଦୀ ପାଉଛି ଡ୍ରେନେଜ୍‌ର ଆଖ୍ୟା

ଯାଜପୁର,୨୯।୧୧(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ସମସ୍ତ ନଦୀ ଡ୍ରେନେଜ୍‌ର ଆଖ୍ୟା ନ ପାଉ। ଅଧିକାଂଶ ନଦୀ ଜଳ ଗୁରୁତର ଭାବେ ପ୍ରଦୂଷିତ ହେଉଥିବାରୁ ଓଡ଼ିଶା ନଦୀ ସୁରକ୍ଷା...

ରାଜପଥ ସମ୍ପ୍ରସାରଣ ଶେଷ ଅନିଶ୍ଚିତତାରେ

ଢେଙ୍କାନାଳ,୨୯।୧୧(ରତନ ନାୟାର): ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଜିଲାସ୍ତରୀୟ ସଂସଦୀୟ କ୍ଷେତ୍ର ସଡ଼କ ସୁରକ୍ଷା କମିଟି ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏମ୍‌ପି...

ଦର ଅଧିକରୁ ମଟନ ବ୍ୟବସାୟ ମାନ୍ଦା

ବ୍ରହ୍ମପୁର,୨୯।୧୧(ତନୁଶ୍ରୀ ନାହାକ): ଧର୍ମ ମାସ କାର୍ତ୍ତିକ ସରିଛି। ମାସେ ହେଲା ରେଶମ ସହରର ଆମିଷ ବଜାର ମାନ୍ଦା ଥିବାବେଳେ ମଙ୍ଗଳବାର ଛାଡ଼ଖାଇ ପାଇଁ ଚଳଚଞ୍ଚଳ ହୋଇ...

ଅମଳ ବେଳେ ଉଜାଡ଼ୁଛନ୍ତି ହାତୀପଲ

ଢେଙ୍କିକୋଟ, ୨୯।୧୧(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ୍‌ର ଦେଓବନ୍ଧ ଫରେଷ୍ଟ ସେକ୍ସନ ସାନ୍ତରାପୁର ପଞ୍ଚାୟତର ଛତିଆ ଗ୍ରାମ ହୁଡ଼ି ସାହିରେ ସୋମବାର ସାଠାରୁ ରାତି...

କଞ୍ଚା କଦଳୀରେ ମାଛର ସ୍ବାଦ

କେନ୍ଦ୍ରାପଡ଼ା, ୨୯।୧୧ (ଜଗନ୍ନାଥ ଧଳ): କଞ୍ଚା କଦଳୀରେ ମାଛ, ପନିରରେ ଅଣ୍ଡା, ସୋୟାବଢ଼ିରେ ମଟନ, ଚିକେନର ସ୍ବାଦକୁ କେନ୍ଦ୍ରାପଡ଼ା ସହରବାସୀ ମଙ୍ଗଳବାର ଚାଖିଛନ୍ତି। ଏପରି ନିରାମିଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri