ପହଣ୍ଡି ବେଳେ ସେବକଙ୍କ ମଧ୍ୟରେ ଗଣ୍ଡଗୋଳ

ପୁରୀ ଅଫିସ, ୧୬।୭: ସିଂହଦ୍ୱାର ସମ୍ମୁଖରେ ସୋମବାର ନୀଳାଦ୍ରିବିଜେ ପହଣ୍ଡି ଚାଲିଥିଲା। ଠାକୁରମାନେ ଗୋଟି ପହଣ୍ଡିରେ ଜଣଙ୍କ ପରେ ଜଣେ ରତ୍ନସିଂହାସନକୁ ବିଜେ କରୁଥିଲେ। ହଜାର ହଜାର ଭକ୍ତ ଏହାକୁ ଦେଖୁଥିଲେ। ଏହି ସମୟରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ସେବକଙ୍କ ମଧ୍ୟରେ ହଠାତ୍‌ ଗଣ୍ଡଗୋଳ ହୋଇଥିଲା। ଏହାର କାରଣ ଜଣାପଡି ନ ଥିବାବେଳେ ସେବାୟତଙ୍କ ଏଭଳି ଆଚରଣକୁ ଭକ୍ତମାନେ ନାପସନ୍ଦ କରିଥିଲେ।
ଶ୍ରୀସୁଦର୍ଶନ, ବଡଠାକୁର ବଳଭଦ୍ର
ଏବଂ ଦେବୀ ସୁଭଦାଙ୍କ ପହଣ୍ଡି ସରିଥିଲା। ସମସ୍ତେ ମହାପ୍ରଭୁଙ୍କ ପହଣ୍ଡି ଏବଂ ଲକ୍ଷ୍ମୀନାରାୟଣ ଭେଟ ଦେଖିବା ଲାଗି ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ।
ସନ୍ଧ୍ୟା ପ୍ରାୟ ସାଢେ ୭ଟା ସୁଦ୍ଧା ଲକ୍ଷ୍ମୀନାରାୟଣ ଭେଟ ସରିଥିଲା। ସେବକମାନେ ମହାପ୍ରଭୁଙ୍କୁ ପହଣ୍ଡିରେ ଶ୍ରୀମନ୍ଦିର ଅଭିମୁଖେ ନେଇ ଯାଉଥିଲେ। ଠାକୁର ଅରୁଣ ସ୍ତମ୍ଭ ନିକଟରେ ହୋଇଥିବାବେଳେ ହଠାତ୍‌ ସେବକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା।
କିଛି ସମୟ ପରସ୍ପର ମଧ୍ୟରେ କଥା କଟାକଟି ହୋଇଥିଲେ। ପୋଲିସ
ଅଧିକାରୀ ଉମାଶଙ୍କର ସିଂହଙ୍କ ସମେତ କେତେଜଣ ଜେଟିପି ଏବଂ ବରିଷ୍ଠ ସେବକମାନେ ସେମାନଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଆଗକୁ ବଢିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ୱାରାଣ୍ଟାଇନ ବ୍ୟବସ୍ଥାରେ ଅବହେଳା: ପ୍ରତିବାଦରେ ଡାକ୍ତରଙ୍କ ସହ ଏମ୍‌କେସିଜି ଛାତ୍ରୀଛାତ୍ରଙ୍କ ଧାରଣା

ବ୍ରହ୍ମପୁର ଅଫିସ, ୮।୫: ବ୍ରହ୍ମପୁର ଉପକଣ୍ଠ ଶୀତଳାପଲିରେ ଥିବା ଟାଟା କୋଭିଡ-୧୯ ହସ୍ପିଟାଲରେ କାମସାରି ଫେରୁଥିବା ଡାକ୍ତରଙ୍କୁ କ୍ୱାରାଣ୍ଟାଇନରେ ରଖିବାନେଇ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା...

ନୂଆ ରୂପ ନେବ ଶିଳ୍ପୀଗ୍ରାମ ରଘୁରାଜପୁର

ଭୁବନେଶ୍ୱର,୧୧ା୨(ବ୍ୟୁରୋ):ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଏବଂ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ପରେ ରଘୁରାଜପୁରର ବିକାଶ ଲାଗି ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ଶିଳ୍ପୀଗ୍ରାମ ଭାବେ...

ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ୍‌ର ସମୀକ୍ଷା କଲେ ମନ୍ତ୍ରୀ: ସଫଳତା ପାଇଁ ସହଯୋଗର ଆହ୍ବାନ

ପୁରୀ ଅଫିସ/କୋଣାର୍କ(ଡି.ଏନ୍‌.ଏ.) ୨୧।୧୧: କୋଣାର୍କକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ବିଶେଷକରି ଦେଶ ବିଦେଶର ପର୍ଯ୍ୟଟକଙ୍କୁ...

ଯୁବକଙ୍କୁ ହତ୍ୟା ପରେ ଇବ୍‌ନଦୀରେ ଭସାଇ ଦେଲେ

ଝାରସୁଗୁଡ଼ା ଅଫିସ,୨୬ା୬: ଝାରସୁଗୁଡ଼ା ସଦର ଥାନା ଲହଣ୍ଡାବୁଡ ନିକଟ ଇବ୍‌ନଦୀରେ ଭାସୁଥିବା ଜଣେ ଅଜଣା ଯୁବକଙ୍କ ମୃତଦେହକୁ ଅଗ୍ନିଶମ ବିଭାଗ ଶନିବାର ଉଦ୍ଧାର କରିଛି ା...

ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ

ଭୁବନେଶ୍ୱର,୪ା୯(ବ୍ୟୁରୋ): ଚଳିତମାସ ୩୦ ତାରିଖରେ ପିପିଲି ଉପନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ନିର୍ବାଚନ କମିଶନ ଶନିବାର ଘୋଷଣା କରିଛନ୍ତି। ତେବେ କରୋନା ଯୋଗୁ ଏହା ସ୍ଥଗିତ...

ବରମୁଣ୍ଡା ଓଭର ବ୍ରିଜରେ ମର୍ମନ୍ତୁଦ ଦୁର୍ଘଟଣା: ଟ୍ରେଲରକୁ ପଛପଟୁ ଧକ୍କା ଦେଲା ମାଲ ବୋଝେଇ ଟ୍ରକ

ଭୁବନେଶ୍ୱର,୧୪।୧୦(ବ୍ୟୁରୋ)-ଭୁବନେଶ୍ୱର ବରମୁଣ୍ଡା ଓଭର ବ୍ରିଜ ଉପରେ ବୁଧବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରେଲରକୁ ପଛପଟୁ ମାଲ ବୋଝେଇ ଟ୍ରକ ଧକ୍କା ଦେବାରୁ କ୍ୟାବିନ ଭିତରେ...

ସାରା ରାଜ୍ୟରେ ଲଗାଣ ବର୍ଷା: ୫ ଜିଲାରେ ବନ୍ୟା ପରିସ୍ଥିତି

ଭୁବନେଶ୍ୱର, ୭ା୮(ବ୍ୟୁରୋ): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ବାଲେଶ୍ୱର ଉପକୂଳଠାରୁ ୭୦ କିଲୋମିଟର ଦୂର ଦକ୍ଷିଣ ପୂର୍ବ...

ସଡ଼କ ଦୁର୍ଘଟଣାରେ ଗୁରୁତରଙ୍କ ପାଇଁ ବ୍ୟବସ୍ଥା: ଘରୋଇ ହସ୍ପିଟାଲରେ ମିଳିବ ମାଗଣା ଚିକିତ୍ସା

ଭୁବନେଶ୍ୱର,୨୯ା୧୦(ବ୍ୟୁରୋ): ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯିବ। ଏ ନେଇ ସୋମବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ...

Advertisement
Archives

Model This Week