ପଶୁପକ୍ଷୀଙ୍କୁ ଖାଦ୍ୟ ଦେବ ବିଏମ୍‌ସି: ଖର୍ଚ୍ଚ ବାବଦକୁ ୩ ଲକ୍ଷ ୬୦ ହଜାର ଦେଲେ ସରକାର

ଭୁବନେଶ୍ୱର,୩୧ା୩(ବ୍ୟୁରୋ): ସାରା ଦେଶରେ ଲକ୍‌ ଡାଉନ୍‌ ଘୋଷଣା ଯୋଗୁ ବାହାରେ ବୁଲୁଥିବା ପଶୁପକ୍ଷୀମାନେ ଖାଇବାକୁ ପାଉନାହାନ୍ତିି। ସୋମବାର ରାଜ୍ୟ ସରକାର ସାରା ରାଜ୍ୟରେ ଥିବା ନିରାଶ୍ରୟ ପଶୁପକ୍ଷୀଙ୍କ ଖାଇବା ପାଇଁ ପ୍ୟାକେଜ୍‌ ଘୋଷଣା କରିବା ପରେ ଭୁବନେଶ୍ୱରରେ ବାହାରେ ବୁଲୁଥିବା ପଶୁପକ୍ଷୀଙ୍କୁ ଖାଦ୍ୟ ଯୋଗାଇବା ଦାୟିତ୍ୱ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ନେଇଛି। ଏ ବାବଦକୁ ସରକାର ପକ୍ଷରୁ ବିଏମ୍‌ସିକୁ ୩ ଲକ୍ଷ ୬୦ ହଜାର ଟଙ୍କାର ଅର୍ଥ ବ୍ୟୟ ଅଟକଳ ମଞ୍ଜୁର କରାଯାଇଥିବା ମଙ୍ଗଳବାର ଜଣାପଡ଼ିଛି। ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀଙ୍କ ଅଧ୍ୟକ୍ଷତାରେ ଏ ନେଇ ଆଲୋଚନା କରାଯିବା ସହ ବିଏମ୍‌ସି କିପରି ଭାବେ ଏହି କାର୍ଯ୍ୟକୁ ସଫଳ କରିବ ସେନେଇ ନକ୍ସା ପ୍ରସ୍ତୁତ କରାଯାଇଛି। ପଶୁପକ୍ଷୀଙ୍କୁ ଖାଦ୍ୟ ଯୋଗାଇବା ପାଇଁ ବିଶେଷ ଭାବେ ଏକ ଦଳ ଗଠନ କରାଯାଇଛି। ଉକ୍ତ ଦଳ ଭୁବନେଶ୍ୱରର ବିଭିନ୍ନ ୱାର୍ଡ ବୁଲି ବାହାରେ ବୁଲୁଥିବା ପଶୁପକ୍ଷୀଙ୍କୁ ଖାଦ୍ୟ ଦେବେ ବୋଲି ସ୍ଥିର ହୋଇଛି। ପଶୁପକ୍ଷୀଙ୍କୁ ଖାଦ୍ୟ ଯୋଗାଉଥିବା ସେଚ୍ଛାସେବୀ ଅନୁଷ୍ଠାନ ଓ ସଦସ୍ୟଙ୍କ ସହ ମଧ୍ୟ ଆଲୋଚନା କରାଯାଇଛି। ଏଥିସହ ଯେଉଁମାନେ ପଶୁପକ୍ଷୀଙ୍କ ପାଇଁ ଖାଦ୍ୟ ଦାନ କରିବାକୁ ଚାହୁଛନ୍ତି ସେନେଇ ବିଏମ୍‌ସି ସହ ଯୋଗାଯୋଗ କରିବାକୁ ବିଏମ୍‌ସି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୭ରେ ଦିବ୍ୟାଙ୍ଗ ନିଯୁକ୍ତି ମେଳା : ଅଂଶଗ୍ରହଣ କରିବେ ୩୦ ଆଇଟି କମ୍ପାନୀ

ଭୁବନେଶ୍ୱର,୪ା୧୧(ବ୍ୟୁରୋ) : ଦିବ୍ୟାଙ୍ଗମାନଙ୍କ ପାଇଁ ରାଜଧାନୀରେ ହେବ ନିଯୁକ୍ତି ମେଳା। ଶାନ୍ତିଧାମ ଫାଉଣ୍ଡେଶନ ପକ୍ଷରୁ ଆୟୋଜିତ ଏହି ମେଳାକୁ ଦେଶ ବିଦେଶର ୩୦ ଆଇଟି କମ୍ପାନୀ...

ଯାଆଁଳା ହାଇସ୍କୁଲର ଷଷ୍ଠ ଶ୍ରେଣୀ ପିଲା କହିପାରିଲାନି ପଣିକିଆ, ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ

ଭୁବନେଶ୍ୱର,୪।୧୨(ବ୍ୟୁରୋ): ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଖୋର୍ଦ୍ଧା ଜିଲା ଜଟଣୀ ବ୍ଲକ୍‌କୁ ବୁଧବାର ଅଚାନକ ଗସ୍ତ କରିଛନ୍ତି। ଏହି ଅବସରରେ ସେ...

ପ୍ରଥମ ଦିନରେ ଶାନ୍ତିସ୍ତୂପ ବୁଲିଲେ ୧୫୦୦ପର୍ଯ୍ୟଟକ

ପୁରୁଣା ଭୁବନେଶ୍ୱର,୧୮ା୧୦: (ଡି.ଏନ୍‌.ଏ.)କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୭ମାସ ହେଲା ବନ୍ଦ ଥିବା ଶାନ୍ତିସ୍ତୂପ ଧଉଳି ଶୁକ୍ରବାରଠାରୁ ଖୋଲାଯାଇଛି। ପ୍ରଥମ ଦିନରେ ପ୍ରାୟ ୩୦୦ ପର୍ଯ୍ୟଟକ...

ଆଶଙ୍କାରେ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା

ପୁରୁଣା ଭୁବନେଶ୍ୱର,୪ା୩(ଡି.ଏନ୍‌.ଏ.): ପ୍ରତିବର୍ଷ ମହାଶିବରାତ୍ରି ପରେ ଅମାବାସ୍ୟା ଯିବାର ପ୍ରଥମ ଶନିବାର ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଥାଏ। କପିଳେଶ୍ୱର ମନ୍ଦିରରେ ଖୁଣ୍ଟିଆ ଓ...

ରାଜ୍ୟରେ ଆଜି ୨୫୪୬ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୧୧ା୧୦(ବ୍ୟୁରୋ): ରବିବାର ମୋଟ୍‌ ୩୦ ଜିଲାରୁ ୨୫୪୬ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୫୨,୨୩୯ରେ ପହଞ୍ଚିଥିବା ରାଜ୍ୟ...

ଘନୀଭୂତ ହେଲା ଲଘୁଚାପ: ଆଉ ୧୨ ଘଣ୍ଟା ପ୍ରବଳ ବର୍ଷିବ, ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର,୯ା୮(ବ୍ୟୁରୋ)-ଉତ୍ତର ବଙ୍ଗୋପସାଗର, ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ମଙ୍ଗଳବାର ଅବପାତ (ଡିପ୍ରେସନ)ରେ ପରିଣତ ହୋଇଛି। ଏଥିଯୋଗୁ ଆସନ୍ତା ୧୨ ଘଣ୍ଟା ରାଜ୍ୟର କେତେକ ସ୍ଥାନରେ...

ଓଡ଼ିଶା ପାଇଁ କୋଭିଡ୍‌ ବିପଦ ନାହିଁ: ସ୍ବାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର, ୭ା୧(ବ୍ୟୁରୋ): ଓମିକ୍ରନ୍‌ର ୨ଟି ଷ୍ଟ୍ରେନ୍‌ ‘ବିଏଫ୍‌ ୭’ ଓ ‘ଏକ୍ସବିବି ୧.୫’ ଚାଇନା, ଜାପାନ, ହଂକଂ, ଥାଇଲାଣ୍ଡ, ଦକ୍ଷିଣ କୋରିଆ, ସିଙ୍ଗାପୁର, ଆମେରିକା, ୟୁରୋପ,...

୨୪ ଘଣ୍ଟାରେ ଉଦ୍ଧାର ନ ହେଲେ ଧାରଣା

ଭୁବନେଶ୍ୱର,୨୯।୫(ବ୍ୟୁରୋ): ମଞ୍ଚେଶ୍ୱର ଥାନା ପୁରୁଷୋତ୍ତମ ବସ୍ତିରୁ ଜଣେ ନାବାଳିକା ଅପହରଣ ହେବାର ୮ମାସ ବିତିଗଲାଣି। ହେଲେ ଏପର୍ଯ୍ୟନ୍ତ ପୋଲିସ ନାବାଳିକାଙ୍କୁ ଉଦ୍ଧାର କରିପାରି ନାହିଁ। କେବଳ...

Advertisement
Archives

Model This Week