Posted inଫୁରସତ

ପର୍ଯ୍ୟଟନ: ବୁଲି ଯାଆନ୍ତୁ ହଳଦୀ ଉତ୍ପାଦନର ସହର ଇରୋଡ; ଜାଣନ୍ତୁ କ’ଣ ଦେଖିବେ

ତାମିଲନାଡୁସ୍ଥିତ ଏକ ଛୋଟ ସହର ହେଉଛି ଇରୋଡ। କାବେରୀ ନଦୀର ତଟଦେଶରେ ଅବସ୍ଥିତ ଏହି ସହରରେ ଭଲ ହଳଦୀ ଚାଷ କରାଯାଇଥାଏ। ତା’ଛଡ଼ା ହ୍ୟାଣ୍ଡଲୁମ୍‌ ବସ୍ତ୍ରର ମଧ୍ୟ ଏଠାରେ ବେଶ୍‌ ଚାହିଦା ରହିଛି…

ତାମିଲନାଡୁର ଇରୋଡ ଜିଲା ଅନ୍ତର୍ଗତ ଏକ ଛୋଟ ସହର ହେଉଛି ଇରୋଡ। କାବେରୀ ନଦୀର ତଟଦେଶରେ ଅବସ୍ଥିତ ଏହି ସହର ଯଥାକ୍ରମେ ଚେନ୍ନାଇଠାରୁ ପ୍ରାୟ ୪୦୦ କି.ମି, କୋଏମ୍ବାଟୁରଠାରୁ ୮୦ କି.ମି, ତିରୁପ୍ପୁରଠାରୁ ପ୍ରାୟ ୫୦ କି.ମି ଦୂରରେ ଅବସ୍ଥିତ। ବ୍ୟବସାୟ କ୍ଷେତ୍ରରେ ଇରୋଡର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ଖାସ୍‌କରି ହଳଦୀ ବ୍ୟବସାୟ ଏଠାରେ ଭଲ ହୋଇଥାଏ। କୁହାଯାଏ, ଦେଶର ସବୁଠାରୁ ବଡ଼ ହଳଦୀ ମାର୍କେଟ୍‌ ଏହିଠାରେ ହିଁ ଦେଖିବାକୁ ମିଳିଥାଏ। ତା’ଛଡ଼ା ସମଗ୍ର ଭାରତବର୍ଷରେ ହେଉଥିବା ହଳଦୀର ମୂଲ୍ୟ ନିରୂପଣ ମଧ୍ୟ ଏହି ମାର୍କେଟ୍‌ରେ କରାଯାଇଥାଏ। କେବଳ ସେତିକି ନୁହେଁ, ଏଠାରେ ଏକ ବଡ଼ ଟେକ୍ସଟାଇଲ୍‌ ମାର୍କେଟ୍‌ ବି ରହିଛି।

କେବେ ଯିବେ
ବର୍ଷସାରା ଇରୋଡର ପାଣିପାଗ ବେଶ୍‌ ଅନୁକୂଳ ରହିଥାଏ। ଖାସ୍‌କରି ଅକ୍ଟୋବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଏଠାରେ ଶୀତଋତୁ ଅନୁଭବ ହୋଇଥାଏ। ଏହି ସମୟରେ ଏଠାକାର ତାପମାତ୍ରା ପ୍ରାୟ ୨୦ ଡିଗ୍ରୀ ସେଲ୍‌ସିୟସ୍‌ ଭିତରେ ରହେ। ଯଦ୍ଦ୍ବାରା ବୁଲାବୁଲି କରିବାକୁ ଭଲ ସୁବିଧା ହୁଏ। ତେଣୁ ଇରୋଡ୍‌ ବୁଲିବା ପାଇଁ ଏହାକୁ ସବୁଠୁ ଉପଯୁକ୍ତ ସମୟ ବୋଲି କୁହାଯାଇଥାଏ। କିନ୍ତୁ ଅନ୍ୟ ସମୟରେ ବି ଏଠାକୁ ପର୍ଯ୍ୟଟକ ବୁଲିବାକୁ ଯାଉଥିବାର ନଜିର ରହିଛି।

କେମିତି ଯିବେ
କୋଏମ୍ବାଟୁର ଇଣ୍ଟର ନ୍ୟାଶନାଲ୍‌ ଏୟାର୍‌ପୋର୍ଟ ହେଉଛି ଏଠାକାର ନିକଟବର୍ତ୍ତୀ ବିମାନବନ୍ଦର, ଯାହା ଇରୋଡଠାରୁ ପ୍ରାୟ ୯୦ କି.ମି ଦୂରରେ ଅବସ୍ଥିତ। ସେହିପରି ଇରୋଡ ଜଙ୍କଶନ୍‌ ରେଲଓ୍ବେ ଷ୍ଟେଶନ ଦେଶର ବହୁ ପ୍ରମୁଖ ସହର ସହିତ ସିଧାସଳଖ ଭାବେ ସଂଯୋଗ କରିଥାଏ। ତା’ଛଡ଼ା ସଡ଼କପଥରେ ମଧ୍ୟ ଏଠାକୁ ଯିବାର ସୁବିଧା ରହିଛି।

କ’ଣ ଦେଖିବେ
ଭିଲ୍ଲୋଡ଼ ପକ୍ଷୀ ଅଭୟାରଣ୍ୟ: ଇରୋଡରେ ବୁଲିବା ପାଇଁ ସବୁଠାରୁ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ହେଉଛି ଏହି ପକ୍ଷୀ ଅଭୟାରଣ୍ୟ। ଖାସ୍‌ କରି ପକ୍ଷୀପ୍ରେମୀ ପର୍ଯ୍ୟଟକଙ୍କ ପାଇଁ ଏହା କୌଣସି ସ୍ବର୍ଗୀୟ ସ୍ଥାନଠୁ କମ୍‌ ନୁହେଁ। ୨୦୦ ଏକରରେ ପରିବ୍ୟାପ୍ତ ଏହି ଅଭୟାରଣ୍ୟରେ ଏକ ଝରଣା ମଧ୍ୟ ରହିଛି। ୧୯୯୬ରେ ନିର୍ମିତ ଉକ୍ତ ଅଭୟାରଣ୍ୟରେ ଅନେକ ବିରଳ ପକ୍ଷୀଙ୍କୁ ଦେଖିବାକୁ ମିଳିଥାଏ। ବିଶେଷକରି ଶୀତଦିନେ ଏଠାରେ ପ୍ରବାସୀ ପକ୍ଷୀଙ୍କର ବେଶ୍‌ ଭିଡ଼ ଜମେ। ବର୍ତ୍ତମାନ ଏହି ଅଭୟାରଣ୍ୟର ରକ୍ଷଣାବେକ୍ଷଣ ଭାର ଭାରତ ସରକାରଙ୍କ ପର୍ଯ୍ୟାବରଣ ଓ ବନ ମନ୍ତ୍ରାଳୟ ଉପରେ ନ୍ୟସ୍ତ ଅଛି।

ଧାର୍ମିକସ୍ଥଳୀ: ଇରୋଡର ନିକଟବର୍ତ୍ତୀ ସ୍ଥାନଗୁଡ଼ିକରେ ଅନେକ ଧାର୍ମିକସ୍ଥଳୀମାନ ରହିଛି। ଯେମିତିକି ଥିଣ୍ଡାଲ ମୁରୁଗାନ୍‌ ମନ୍ଦିର, ପେରିୟା ମାରିଆମ୍ମାନ ମନ୍ଦିର, ନତାଦ୍ରିଶ୍ୱର ମନ୍ଦିର, ସଙ୍ଗାମେଶ୍ୱର ମନ୍ଦିର ଇତ୍ୟାଦି ଅନ୍ୟତମ।

ସାଙ୍କାଗିରି ଦୁର୍ଗ: ଏହା ସ୍ଥାନୀୟ ଏକ ଐତିହାସିକ ଦୁର୍ଗ। ଇରୋଡ ସହରଠାରୁ ପ୍ରାୟ ୨୦ କି.ମି ଦୂରରେ ଅବସ୍ଥିତ ଏହି ଦୁର୍ଗକୁ ବୁଲିଗଲେ ଅନେକ ରୋଚକପୂର୍ଣ୍ଣ କାହାଣୀମାନ ଜାଣିବାକୁ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସବୁଠୁ ସଂକୀର୍ଣ୍ଣ ନଦୀ

ନଦୀ ତ ସମସ୍ତେ ଦେଖିଥିବେ। ଏହା ବହୁତ ଲମ୍ବା ହେବା ସହ ଓସାର ଏତେ ହୋଇଥାଏ ଯେ, ଏକୂଳରୁ ସେ କୂଳକୁ ଯିବା ପାଇଁ ଡଙ୍ଗାର...

ଯାଆଁଳା କିନ୍ତୁ ଭିନ୍ନ

ଯାଆଁଳା ମାନେ ସାଧାରଣତଃ ଦେଖିବାକୁ ପ୍ରାୟ ଏକାଭଳି ହୋଇଥାନ୍ତି । ସେମାନଙ୍କର ରଙ୍ଗ, ଢଙ୍ଗ ପ୍ରାୟ ସମାନ ହୋଇଥାଏ ା କିନ୍ତୁ ଏପରି ଦୁଇ ଯାଆଁଳା...

ଆଇସ୍‌ ଏଜ୍‌ ସମୟର ୪୬ ହଜାର ବର୍ଷ ତଳର ପକ୍ଷୀ ଅବଶେଷର ମିଳିଲା ସନ୍ଧାନ

ସାଇବେରିଆ,୨୨।୨: ସମ୍ପ୍ରତି ସାଇବେରିଆରୁ ଆଇସ୍‌ ଏଜ୍‌ ସମୟର ପକ୍ଷୀ ଅବଶେଷର ସନ୍ଧାନ ମିଳିଛି। ଏହା ୪୬ ହଜାର ବର୍ଷ ତଳର ବୋଲି ଗବେଷକ କହିଛନ୍ତି। ଏହା...

ଡିଜାଷ୍ଟର କାଫେ: ଖାଇଲାବେଳେ ଭୂମିକମ୍ପର ଅନୁଭୂତି

ଖାଇଲାବେଳେ ଭୂମିକମ୍ପର ଅନୁଭୂତି ନେବା ପାଇଁ ଚାହାନ୍ତି କି? ତେବେ ଏହି କାଫେ ହେଉଛି ଆପଣଙ୍କ ପାଇଁ ଉପଯୁକ୍ତ ସ୍ଥାନ। ସ୍ପେନ୍‌ର ଗିରୋନାଠାରେ ଥିବା ‘ଡିଜାଷ୍ଟର...

ପକ୍କେ ବାଘ ଅଭୟାରଣ୍ୟ ଇତିହାସ

ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ, ୧୯୬୬ ମସିହାରେ ଏହି ବାଘ ସଂରକ୍ଷଣ କେନ୍ଦ୍ରଟି ପାଖୁଇ ରିଜର୍ଭ ଫରେଷ୍ଟ ଭାବେ ପ୍ରଥମେ ଏଠାରେ ଗଢ଼ି ଉଠିଥିଲା। ପରେ...

ଅନ୍‌ଲାଇନ୍‌ ଗେମ୍‌ ଖେଳି ଜେଜେବାପାଙ୍କ ଆକାଉଣ୍ଟ ଖାଲି କଲେ ନାତି

ଲୁଧିଆନା,୬।୭: ଅନ୍‌ଲାଇନ୍‌ରେ ଗେମ୍‌ ଖେଳିବା ଆଜିକାଲି ଯୁବପିଢ଼ିଙ୍କ ସଉକ ପାଲଟିଗଲାଣି। ଏଥିଯୋଗୁ ପିଲାମାନଙ୍କ ମାନସିକ ସ୍ଥିତି ଉପରେ ପ୍ରଭାବ ପଡ଼ିବା ସହ ଅଭିଭାବକଙ୍କ ଆର୍ଥିକ ସ୍ଥିତି...

ଭାରତରେ ପ୍ରଥମ ଥର ପାଇଁ ଟ୍ରାକ୍‌ରେ ଗଡ଼ିଲା ଟ୍ରେନ୍‌ ‘ସୁପର ଆନାକୋଣ୍ଡା’

ନୂଆଦିଲ୍ଲୀ: ଭାରତୀୟ ରେଳ ବିଭାଗ ଏକ ନୂତନ ରେକର୍ଡ ସୃଷ୍ଟି କରିଛି। ଦେଶରେ ପ୍ରଥମ ଥର ପାଇଁ ୨ କିଲୋମିଟର ଲମ୍ବା ଟ୍ରେନ୍‌ ଚଳାଚଳ କରୁଛି।...

‘ନିସର୍ଗ’ ବାତ୍ୟାର ନାମ ଦେଇଥିଲା ଏହି ଦେଶ, ଜାଣନ୍ତୁ କେଉଁ ବାତ୍ୟାର ନାମକରଣ କରିଛି କେଉଁ ଦେଶ

୧୯୫୩ ମସିହାରେ ଆଟ୍‌ଲାଣ୍ଟିକ ସାଗରର ଦେଶମାନଙ୍କ ଦ୍ୱାରା ପ୍ରଥମେ ବାତ୍ୟାର ନାମକରଣ କରାଯାଇଥିଲା। ବର୍ତ୍ତମାନ ବିଶ୍ୱ ପାଣିପାଗ ସଂଗଠନ ଏକ ବ୍ୟବସ୍ଥା କରିଛି, ଯେଉଁଥିରେ କେବଳ...

Advertisement
Archives

Model This Week