Advertisement

ପର୍ଯ୍ୟଟନ କ୍ଷେତ୍ରର ଗନ୍ତାଘର ବୌଦ୍ଧ

ବୌଦ୍ଧ ଜିଲା ପର୍ଯ୍ୟଟନସ୍ଥଳର ଗନ୍ତାଘର। ଜିଲାରେ ପ୍ରାଚୀନ କୀର୍ତ୍ତିରାଜି ଓ ବୈଭବ ଭରି ରହିଛି । ଐତିହାସିକ କଳାକୃତି ହେଉ ଅବା ପ୍ରାକୃତିକ ସୌନ୍ଦର୍ଯ୍ୟ ବି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏଥିସହିତ ରହିଛି ଇକୋ ଟୁରିଜିମର ପର୍ଯ୍ୟାପ୍ତ ସୁଯୋଗ । ବୃଦ୍ଧରୁ ବୌଦ୍ଧ ଜିଲା ଭାବେ ନାମିତ ଏହି ଜିଲା ଐତିହାସିକ ଓ ଗବେଷକମାନଙ୍କୁ ଆକୃଷ୍ଟ କରିଥାଏ। ସମଗ୍ର ବୌଦ୍ଧ ଜିଲାରେ ବିକ୍ଷିପ୍ତ ଭାବେ ବୌଦ୍ଧ କୀର୍ତ୍ତିର ଅବଶିଷ୍ଟାଂଶ ଦେଖିବାକୁ ମିଳେ। ବୌଦ୍ଧ ରାଜପ୍ରାସାଦ ନିକଟରେ ପଦ୍ମଫୁଲ ଉପରେ ଥିବା ସିଂହାସନରେ ୭ ଫୁଟ ଉଚ୍ଚର ବୁଦ୍ଧଙ୍କ ପ୍ରତିମୂର୍ତ୍ତି ଜିଲାର ନାମକୁ ସାର୍ଥକ କରୁଛି। ଏହି ବୁଦ୍ଧ ମୂର୍ତ୍ତି ଯୋଡା ପଥରରେ ନିର୍ମିତ। ମୂର୍ତ୍ତିର ଉଭୟ ପାର୍ଶ୍ୱ ସ୍ତମ୍ଭରେ ଦୁଇଜଣ ଗନ୍ଧର୍ବ ହାତରେ ଫୁଲମାଳ ନେଇ ଉଡନ୍ତା ଅବସ୍ଥାରେ ରହିଛନ୍ତି । ଏହିଠାରେ ମାଟିତଳେ ବୁଦ୍ଧବିହାର ଓ ବୌଦ୍ଧ ଧର୍ମର ଶିକ୍ଷା କେନ୍ଦ୍ର ଅବସ୍ଥିତ । ତେବେ ଏହି ବୁଦ୍ଧକୀର୍ତ୍ତି ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ ଥିଲେ ମଧ୍ୟ ରାଜ୍ୟର ପର୍ଯ୍ୟଟନ ମାନଚିତ୍ରରେ ଏହାକୁ ଗୁରୁତ୍ୱ ଦିଆଯାଇ ନ ଥିବାରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରୁନାହିଁ।

ସେହିପରି ବୌଦ୍ଧ ସହରରୁ ମହାନଦୀ କୂଳେ କୂଳେ ଜଗନ୍ନାଥ ସଡ଼କରେ ୧୭ କିଲୋମିଟର ଗଲେ ପରଗଳପୁର ଓ ଶ୍ୟାମସୁନ୍ଦରପୁର ବୁଦ୍ଧବିହାର ପଡିବ। ଏହି ବୁଦ୍ଧ ବିହାରର ଭଗ୍ନାବଶେଷ ମଧ୍ୟ ରାଜ୍ୟ ପ୍ରନତ୍ତତ୍ତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ। ତେବେ ଜିଲାରେ ପର୍ଯ୍ୟଟନର ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଥିବା ବେଳେ ପ୍ରଶାସନିକ ଏବଂ ରାଜନୈତିକସ୍ତରରେ ପ୍ରୟାସ କରାଯାଉ ନ ଥିବାରୁ ଜିଲାକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ହୋଇପାରୁନାହିଁ। ଜିଲାରେ ପର୍ଯ୍ୟଟନର ପ୍ରଚାର ପ୍ରସାରକୁ ଗୁରୁତ୍ୱ ଦେଇ ପ୍ରୟାସ କରାଗଲେ ଜିଲାକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଆନ୍ତା । ଜିଲାରେ ଅନେକ ପ୍ରାଚୀନ କୀର୍ତ୍ତିରାଜି ଭରି ରହିଥିଲେ ମଧ୍ୟ ତା’ର ବିକାଶ ହୋଇପାରୁନାହିଁ। ପଶ୍ଚିମ ଓଡ଼଼ିଶାରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ୫ଟି ସଂରକ୍ଷିତ କୀର୍ତ୍ତିରାଜି ମଧ୍ୟରେ ବୌଦ୍ଧର ଅଷ୍ଟମ ଶତାବ୍ଦୀରେ ଭଞ୍ଜ ରାଜାମାନଙ୍କ ଦ୍ୱାରା ନିର୍ମିତ କାରୁକାର୍ଯ୍ୟରେ ଭରପୂର ଗନ୍ଧରାଢି ମନ୍ଦିର ଓ ନବମ ଶତାବ୍ଦୀରେ ସୋମବଂଶୀଙ୍କ ଦ୍ୱାରା ବୌଦ୍ଧ ସହରରେ ନିର୍ମିତ ରାମେଶ୍ୱର ମନ୍ଦିରରେ ଐତିହାସିକ, ଗବେଷକ ଓ ପର୍ଯ୍ୟଟକମାନଙ୍କ ଦର୍ଶନ ଓ ଗବେଷଣା ପାଇଁ ଅନେକ ସୁଯୋଗ ରହିଛି। ସେହିପରି ହରଭଙ୍ଗା ବ୍ଲକ ବାମଣ୍ଡା ପଞ୍ଚାୟତର ପାତାଳି ଶ୍ରୀକ୍ଷେତ୍ର ନାୟକ ପଡା ଗୁମ୍ପା ଓ କଣ୍ଟାମାଳ ରେଘାମୁଣ୍ଡାର ଦେଢଶୁର ଭାଇବୋହୂ ପାହାଡର ବିକାଶ ପାଇଁ ରାଜ୍ୟ ସରକାର ଅନୁଦାନ ଯୋଗାଇ ଦେଇଥିଲେ ମଧ୍ୟ ଏହାର ପ୍ରଚାର ପ୍ରସାର ଅଭାବରୁ ପର୍ଯ୍ୟଟକମାନଙ୍କ ଦୃଷ୍ଟି ଆଢୁଆଳରେ ରହିଯାଉଛି। ହରଭଙ୍ଗା ବ୍ଲକର ପ୍ରସିଦ୍ଧ ଶକ୍ତିପୀଠ ମା ଭୈରବୀଙ୍କ ମନ୍ଦିର, ରାମଗଡ ଓ କରଡିଠାରେ ଥିବା ଶିବ ମନ୍ଦିର, ପଦ୍ମତୋଳା ଅଭୟାରଣ୍ୟ, ତଳଗାଁ ଡମକୁଚର ମନଲୋଭା ପ୍ରାକୃତିକ ଦୃଶ୍ୟ, ବାଉଁଶୁଣୀର ପ୍ରସିଦ୍ଧ ଶିବ ମନ୍ଦିର, ବଘିଆପଡାର ପଞ୍ଚୁପାଣ୍ଡବ ମନ୍ଦିର, ମହାନଦୀ ଗର୍ଭରେ ରହିଥିବା ହନୁମାନ ମନ୍ଦିର, ବୌଦ୍ଧର ଜଗନ୍ନାଥ ମନ୍ଦିର, ଭୈରବୀ ମନ୍ଦିର, ଚନ୍ଦ୍ରଚୂଡ ମନ୍ଦିର ଆଦି ଅନେକ କୀର୍ତ୍ତିରାଜି ଜିଲାରେ ପର୍ଯ୍ୟଟନର ଭିତ୍ତିଭୂମି ବିକାଶରେ ସହାୟକ ହୋଇପାରିବ। ସେହିପରି ମହାନଦୀ ଭିତରେ ରହିଥିବା ମର୍ଜାକୁଦ ଇକୋ ଟୁରିଜିମର ବିକାଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ରାଜ୍ୟ ସରକାର ଯଦି ଏସବୁ ପ୍ରତି ଗୁରୁତ୍ୱ ଦେବା ସହ ବୌଦ୍ଧ ଜିଲାରେ ଥିବା କୀର୍ତ୍ତିରାଜି ଓ ସୌନ୍ଦର୍ଯ୍ୟ ଗୁଡିକର ବିକାଶ କରାଇପାରିଲେ ଜିଲା ପର୍ଯ୍ୟଟନ କ୍ଷେତ୍ରରେ ଏକ ପରିଚିତ ନାଁ ହୋଇପାରିବ ା


Enter your email to get our daily news in your inbox.

All Right Reserved By Dharitri.Com

ଜୟନ୍ତୀ ସମାରୋହରେ ସ୍ବଭାବ କବିଙ୍କୁ ଶ୍ରଦ୍ଧାଞ୍ଜଳି, ଏକକାଳୀନ ଅଢ଼େଇ ଲକ୍ଷ ଛାତ୍ରୀଛାତ୍ର ଗାଇଲେ ଗଙ୍ଗାଧରଙ୍କ ସଙ୍ଗୀତ

ବରଗଡ଼ ଅଫିସ, ୨୧।୮- ବରଗଡ଼ ଜିଲା ଶିକ୍ଷା ବିଭାଗ ପକ୍ଷରୁ ବୁଧବାର ଜିଲାସ୍ତରୀୟ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ସମାରୋହ ପାଳିତ ହୋଇଛି। ଏହି...

ବର୍ଷକ ପରେ ମିଳିଲା ଫନି ସହାୟତା: ବ୍ଲକ ଶିଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ

ବେତନଟୀ,୯ା୫(ଡି.ଏନ୍‌.ଏ.)- ୨୦୧୯ରେ ସାମୁଦ୍ରିକ ଝଡ଼ ‘ଫନି’ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏହାକୁ ଦୃଷ୍ଟିରେ କ୍ଷତିଗ୍ରସ୍ତମାନଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ରାଶି ବଣ୍ଟନ କରାଯାଇଥିଲା। ମୟୂରଭଞ୍ଜ...

‘ମଗଜି’ରେ ବାଜିପାରେ ମୋହର

ଢେଙ୍କାନାଳ ଅଫିସ, ୩୦।୧୧: ଢେଙ୍କାନାଳର ପାରମ୍ପରିକ ମିଷ୍ଟାନ୍ନ ମଗଜି ଲଡୁକୁ ମିଳିପାରେ ଜିଓଗ୍ରାଫିକାଲ ଇଣ୍ଡିକେଶନ (ଜିଆଇ) ମାନ୍ୟତା। ଏହାର ସ୍ବତନ୍ତ୍ରତାକୁ ଦୃଷ୍ଟିରେ ରଖି ସ୍ଥାନୀୟ କୃଷି...

ହୃଦରୋଗ ଚିକିତ୍ସା ପାଇଁ ୪୩ ଶିଶୁ ଭୁବନେଶ୍ୱର ଗଲେ

ବରଗଡ଼ ଅଫିସ୍‌,୨୦।୭ ବରଗଡ଼ ଜିଲାର ୪୩ଜଣ ଶିଶୁଙ୍କୁ ହୃଦରୋଗ ଚିକିତ୍ସା ପାଇଁ ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଶ୍ରୀ ସାଇ ଜନନୀ କ୍ୟାମ୍ପସକୁ ପ୍ରେରଣ କରାଯାଇଛି ।...

ପୋଷ୍ୟ ଗ୍ରାମର ବିକାଶ ଚିନ୍ତା

ଭୁବନ, ୪।୩(ଡି.ଏନ.ଏ.) – ଢେଙ୍କାନାଳ ଜିଲା ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟର ସ୍ବେଚ୍ଛାସେବୀ ଛାତ୍ରୀଛାତ୍ରମାନେ ୫ ପୋଷ୍ୟ ଗ୍ରାମରେ ଦୁଇଦିନ ଧରି ବାଣ୍ଟିଛନ୍ତି ସଚେତନ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

ପୁରୀ ଅଫିସ,୧୪ା୨: ଶ୍ରୀମନ୍ଦିର ଭିତର ଫଟୋ ପୁଣି ଭାଇରାଲ ହୋଇଛି। ସୋସିଆଲ ମିଡିଆରେ ଉକ୍ତ ଫଟୋ ଘୂରି ବୁଲିବା ପରେ ବିବାଦ ବଢ଼ିଛି। ଇନ୍‌ଷ୍ଟାଗ୍ରାମ୍‌ରେ ସାଲିନୀ...

ଷ୍ଟାଣ୍ଡିଂ କମିଟିର ଯୋଡ଼ା ଗସ୍ତ: ଟ୍ରାଫିକ ଜାମ୍‌ରେ ଆମ୍ବୁଲାନ୍ସ ଫସିବା ଦେଖିଲେ

ଯୋଡ଼ା, ୯।୧୧(ଡି.ଏନ.ଏ.)- କେନ୍ଦୁଝର ଜିଲା ଗସ୍ତରେ ଆସିଥିବା ବିଧାନସଭା ଷ୍ଟାଣ୍ଡିଂ କମିଟି ସଦସ୍ୟାସଦସ୍ୟ ଶୁକ୍ରବାର ଯୋଡା ବ୍ଲକ ବାସୁଦେବପୁରସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଗସ୍ତ କରିଥିଲେ। ସେମାନେ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏଲ୍‌ଆଇସି ଫିଲ୍ଡ ୱାର୍କରଙ୍କ ଆର୍ଥତ୍କ ସାହାଯ୍ୟ

ସମ୍ବଲପୁର, ୩୧।୩ (ବ୍ୟୁରୋ)-ନ୍ୟାଶନାଲ ଫେଡେରେସନ ଅଫ୍‌ ଇନସ୍ୟୁରାନ୍ସ ଫିଲ୍ଡ ୱାର୍କର ଅଫ୍‌ ଇଣ୍ଡିଆ (ଏଲଆଇସି )ସମ୍ବଲପୁର ମଣ୍ଡଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଆର୍ଥତ୍କ ସହାୟତା...

Advertisement
Archives

Model This Week