Posted inଫୁରସତ

ପର୍ଯ୍ୟଟନସ୍ଥଳୀ: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ନାରକଣ୍ଡା

ନାରକଣ୍ଡା ହିମାଚଳ ପ୍ରଦେଶସ୍ଥିତ ଏକ ଛୋଟ ସହର;ଯାହା ନିଜର ଆକର୍ଷଣୀୟ ପ୍ରାକୃତିକ ସୌନ୍ଦର୍ଯ୍ୟ ତଥା ସ୍କିଂ ପଏଣ୍ଟ ପାଇଁ ସାରା ଭାରତରେ ବେଶ୍‌ ପ୍ରସିଦ୍ଧିଲାଭ କରିପାରିଛି। ସମୁଦ୍ର ପତ୍ତନଠାରୁ ପ୍ରାୟ ୨, ୭୦୮ ମିଟର ଉଚ୍ଚତାରେ
ଅବସ୍ଥିତ ନାରକଣ୍ଡାରେ ଭରିରହିଛି ବହୁ ଉଚ୍ଚ ପାହାଡ଼, ସବୁଜ ବନାନୀ ତଥା ଅନେକ ପର୍ଯ୍ୟଟନସ୍ଥଳୀ…

ହିମାଚଳ ପ୍ରଦେଶର ଶିମ୍‌ଲା ଜିଲା ଅନ୍ତର୍ଗତ ଏକ ପାର୍ବତ୍ୟ ସହର ହେଉଛି ନାରକଣ୍ଡା। ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଏହି ସହରରେ ପର୍ଯ୍ୟଟକ ବହୁ ଉଚ୍ଚ ପାହାଡ଼, ସବୁଜ ବନାନୀ ଦେଖିବା ସାଙ୍ଗକୁ ସ୍କିଂ ତଥା ଟ୍ରେକିଂର ମଜା ମଧ୍ୟ ନେଇପାରିବେ। କେବଳ ସେତିକି ନୁହେଁ ଏଠାକାର ରାସ୍ତାଘାଟର ଉଭୟ ପାର୍ଶ୍ୱରେ ଜାତିଜାତିକା ବୃକ୍ଷ ବିଶେଷକରି ଦେବଦାରୁ, ଚେରି, ସେଓ ତଥା ନାନାଦି ରଙ୍ଗର ଫୁଲର ସମ୍ଭାର ଦେଖିବାକୁ ମିଳିଥାଏ। ଏଥିସହିତ କୋଟଗଢ଼ ଏବଂ ଥାନେଧାର ହେଉଛି ନାରକଣ୍ଡାସ୍ଥିତ ଏମିତି ଦୁଇଟି ସ୍ଥାନ; ଯେଉଁଠାରେ ମୁଖ୍ୟତଃ ସେଓ ଚାଷ କରାଯାଇଥାଏ। ଖାସ୍‌ ଏହିସବୁ କାରଣ ପାଇଁ ବର୍ଷସାରା ଏଠାରେ ପର୍ଯ୍ୟଟକଙ୍କର ଗହଳି ଦେଖିବାକୁ ମିଳେ।

ଜଳବାୟୁ
ନାରକଣ୍ଡାର ଜଳବାୟୁ ବର୍ଷସାରା ବୁଲାବୁଲି କରିବା ପାଇଁ ବେଶ୍‌ ଅନୁକୂଳ ରହୁଥିଲେ ବି ଏଠାରେ ଏପ୍ରିଲ୍‌ରୁ ଜୁନ୍‌ ଗ୍ରୀଷ୍ମ, ଜୁଲାଇରୁ ସେପ୍ଟେମ୍ବର ବର୍ଷା ଏବଂ ଅକ୍ଟୋବରରୁ ମାର୍ଚ୍ଚ ଶୀତ ଋତୁ ଅନୁଭୂତ ହୋଇଥାଏ। ଗ୍ରୀଷ୍ମଦିନେ ଏଠାକାର ସର୍ବୋଚ୍ଚ ତାପମାତ୍ରା ୨୦ଡିଗ୍ରୀ ସେଲ୍‌ସିୟସ୍‌ ରହୁଥିବା ବେଳେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୧୦ ଡିଗ୍ରୀ ସେଲ୍‌ସିୟସ୍‌ ରହିଥାଏ। ଅନ୍ୟପକ୍ଷେ ଶୀତଦିନେ ଏଠାକାର ସର୍ବୋଚ୍ଚ ତାପମାତ୍ରା ୭ରୁ ୮ ଡିଗ୍ରୀ ସେଲ୍‌ସିୟସ୍‌ ରହୁଥିବା ବେଳେ ସମୟେ ସମୟେ ତାପମାତ୍ରା କମିଯାଇ -୫ରୁ -୧୦ ଡିଗ୍ରୀ ମଧ୍ୟ ହୋଇଯାଇଥାଏ। କହିବାକୁ ଗଲେ ଶୀତଦିନେ ଏଠାକାର ଚାରିଆଡ଼େ ବରଫର ଚାଦର ଘୋଡ଼େଇ ହେଲାଭଳି ଦେଖାଯାଇଥାଏ।

କ’ଣ ଦେଖିବେ?
ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ଏଠାରେ ରହିଛି ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ଯେମିତିକି:
* ହାଟୁ ଶିଖର: ନାରକଣ୍ଡାଠାରୁ ମାତ୍ର ୮ କି.ମି. ଦୂରରେ ରହିଛି ଏହି ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ଏଠାରେ ପର୍ଯ୍ୟଟକ ହାଟୁ ମାତାଙ୍କ ମନ୍ଦିର ଦେଖିବା ସହ ଶୀତଦିନେ ସ୍କିଂର ଭରପୂର ମଜା ନେଇପାରିବେ।
* ଭୀମ୍‌କା ଚୁଲା: କିମ୍ବଦନ୍ତୀ ଅନୁଯାୟୀ, ଅଜ୍ଞାତବାସ ସମୟରେ ପଞ୍ଚୁ ପାଣ୍ଡବ କୁଆଡ଼େ ଏହି ସ୍ଥାନରେ କିଛିଦିନ ବିତାଇବା ସହ ରୋଷେଇ କରି ଖାଇଥିଲେ। ଏହି ପବିତ୍ର ସ୍ଥାନଟି ହାଟୁ ମାତାଙ୍କ ମନ୍ଦିରଠାରୁ ମାତ୍ର ଅଳ୍ପ କିଛି ଦୂରରେ ଥିବାର ଦେଖାଯାଇଥାଏ।
* କୁମାରସୈନ: ନାରକଣ୍ଡାଠାରୁ ମାତ୍ର ୨୦ କି.ମି. ଦୂରରେ ରହିଛି ଏହି ସ୍ଥାନଟି। ଏଠାରେ ପର୍ଯ୍ୟଟକ ପାହାଡ଼ ଉପରେ କେମିତି ସୁନ୍ଦର ସୁନ୍ଦର ଘର ଆଦି ତିଆରି କରାଯାଇଛି; ତାହାର ଅନେକ ଝଲକ ଦେଖିବାକୁ ପାଇପାରିବେ।
* ନାରକଣ୍ଡା ବଜାର: ନାରକଣ୍ଡାର ଏହି ବଜାରରେ ପର୍ଯ୍ୟଟକ ସୁଲଭ ମୂଲ୍ୟରେ ଶୀତବସ୍ତ୍ର କିଣିବାର ସୁଯୋଗ ପାଇପାରିବେ।

ବୁଲିବାର ପ୍ରକୃଷ୍ଟ ସମୟ
ଏଠାକାର ଜଳବାୟୁକୁ ଲକ୍ଷ୍ୟକଲେ ଜଣାଯାଏ ଯେ, ଖରାଦିନେ ଏଠାକୁ ବୁଲିଯିବା ସବୁଠାରୁ ଉତ୍ତମ ହୋଇଥାଏ। କାରଣ ଏହି ସମୟରେ ଏଠାକାର ପାଣିପାଗ ବୁଲାବୁଲି କରିବାକୁ ବେଶ୍‌ ଅନୁକୂଳ ରହିଥାଏ। ନା ବେଶି ଗରମ ହେଉଥାଏ ନା ଶୀତ। କିନ୍ତୁ ଯେଉଁମାନଙ୍କର ସ୍କିଂ କରିବା ପସନ୍ଦ ସେମାନେ ଚାହିଁଲେ ଶୀତଦିନେ ଏଠାକୁ ବୁଲିଯାଇ ପାରବେ।


Enter your email to get our daily news in your inbox.

All Right Reserved By Dharitri.Com

୪୦ ବର୍ଷର ବୟସ ବ୍ୟବଧାନ, ତଥାପି ଜବରଦସ୍ତ କେମେଷ୍ଟ୍ରୀ

ପ୍ରେମ ନା ବୟସ ଦେଖେ, ନା ଜାତି, ନା ଧର୍ମ। ସେଥିପାଇଁ ତ ଜଣେ କେବେ, କେଉଁଠି, କେତେବେଳେ ଆଉ କାହା ପ୍ରେମରେ ପଡେ ଜାଣିପାରେନା।...

ଟିକା ନେଲେ ବି କରୋନା ସଂକ୍ରମଣଠାରୁ ରହି ହେବନି ଦୂରେଇ

ଲଣ୍ଡନ, ୨୦।୧୦: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ବ୍ରିଟେନ୍‌ର ବରିଷ୍ଠ ବୈଜ୍ଞାନିକ ପାଟ୍ରିକ୍‌ ଓ୍ବାଲେସ୍‌ଙ୍କ ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା...

ଏମିତି ଦେଶ, ଯେଉଁଠି ଘର କାନ୍ଥରେ ସ୍ତ୍ରୀଙ୍କ ଫଟୋ ରହିବା ବାଧ୍ୟତାମୂଳକ

ବିଶ୍ୱର ପ୍ରତ୍ୟେକ ଦେଶରେ କିଛି ନା କିଛି ରହସ୍ୟ ରହିଛି। ପ୍ରତ୍ୟେକ ଦିଶ ନିଜ ଚାଲିଚଳଣି, ପରମ୍ପରାକୁ ନେଇ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥାଏ। ସେହିପରି...

ଶୋଇଲେ ମିଳୁଛି ଟଙ୍କା

କୋଲକାତା: ବ୍ୟସ୍ତବହୁଳ କାରଣରୁ ଲୋକଙ୍କ କ୍ଷେତ୍ରରେ ବିଶ୍ରାମ କରିବା ବା ଶୋଇବାର ଉପଯୁକ୍ତ ସମୟ କମିଥିବା ଦେଖିବାକୁ ମିଳିଛି, ଯାହାଫଳରେ ମନୁଷ୍ୟ ଶରୀରରେ ବହୁ ରୋଗ...

ୟୁଜର୍ସଙ୍କୁ ଭାଗ ଭାଗ କରି ଦେଲା ଦମ୍ପତିଙ୍କ ଭାଇରାଲ ଫଟୋ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ ଭାଇରାଲ ହୋଇଥାଏ। କେତେକ ଆମକୁ ଏଣ୍ଟରଟେନ କରେ ଆଉ କିଛି ଦେଖି ଆମେ ହତବାକ୍‌...

ଦୀପିକାଙ୍କ ନାଁରେ ତିଆରି ହେଲା ଜୋତା

ଫ୍ରାନ୍ସର ଫ୍ୟାଶନ୍‌ ଡିଜାଇନର ଖ୍ରୀଷ୍ଟିଆନ୍‌ ଲୁକୋଟିନ୍‌ ଏବେ ବଲିଉଡ୍‌ କୁଇନ୍‌ ଦୀପିକା ପାଦୁକୋନଙ୍କ ନାଁ ଅନୁସାରେ ତିଆରି କରିଛନ୍ତି ଏକ ହାଇହିଲ୍‌। ଏହା ଦେଖିବାକୁ ଯେତିକି...

ପୂଜା ସମୟରେ କାଳୀ ମୂର୍ତ୍ତିଙ୍କଠାରୁ ବାହାରେ ଝାଳ…

ମଧ୍ୟପ୍ରଦେଶର ଜବଲପୁରରେ ମାତା କାଳୀଙ୍କର ଏକ ପୁରାତନ ମନ୍ଦିର ରହିଛି। ଏହା ଏକ ଚମତ୍କାରୀ ମନ୍ଦିର। ଏଠାରେ ଗରମ ହେଲେ କାଳୀ ମୂର୍ତ୍ତିଙ୍କଠାରୁ ଝାଳ ବାହାରିଥାଏ।...

୧୬୦ ଫୁଟ ଉପରେ ବସି ଖାଇବାର ମଜା

ନୋଏଡା: ପ୍ରତି କ୍ଷେତ୍ରରେ ପ୍ରତିଯୋଗିତାମୂଳକ ମନୋଭାବ ଲୋକମାନଙ୍କୁ କିଛି ନିଆରା କରି ଦେଖାଇବା ପାଇଁ ପ୍ରେରଣା ଯୋଗାଉଛି। ଯେକୌଣସି ବ୍ୟବସାୟ ହେଉନା କାହିଁକି ଗ୍ରାହକଙ୍କୁ ଆକୃଷ୍ଟ...

Advertisement
Archives

Model This Week