ପରେଡ୍‌ରେ ଅଣଛାତ୍ର ଟ୍ରଫି ହାତେଇବା ଘଟଣା: ତଦନ୍ତ ଆଦେଶ ଦେଲେ ଜିଲାପାଳ

ବାଲେଶ୍ୱର ଅଫିସ,୩୦।୧- ବାଲେଶ୍ୱରରେ ଜିଲାସ୍ତରୀୟ ୭୧ତମ ସାଧାରଣତନ୍ତ୍ର ଦିବସ ଧୁମ୍‌ଧାମ୍‌ରେ ପାଳିତ ହୋଇଥିବାବେଳେ ପରେଡ଼ରେ କେତେକ ଅଣଛାତ୍ର ଟ୍ରଫି ନେବା ଘଟଣା ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହା ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଦୃଷ୍ଟିକୁ ଆସିବା ପରେ ଏହି ଘଟଣା ଉପରେ ଏକ ବିଭାଗୀୟ ତଦନ୍ତ କରି ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ଜିଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସାଧାରଣତନ୍ତ୍ର ଦିବସ ଏକ ଜାତୀୟ କାର୍ଯ୍ୟକ୍ରମ ଏବଂ ଏହାକୁ ଅତି ପବିତ୍ରତା ଓ ସତର୍କତାର ସହ ପାଳନ କରାଯାଇଥାଏ। ତେଣୁ ଏ ଧରଣର କାର୍ଯ୍ୟ ଏକ ଶିକ୍ଷାନୁଷ୍ଠାନ ପକ୍ଷେ ଅଶୋଭନୀୟ ଏବଂ ଏହା ସମାରୋହର ଗାରିମାକୁ କ୍ଷୂର୍ଣ୍ଣ କରିଥିବା ଦୃଷ୍ଟିରୁ ତୁରନ୍ତ ତଦନ୍ତ କରି ୭ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି ବୋଲି ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁବାଷ ନିଆଲ ବୁଧବାର ଏକ ପ୍ରେସ୍‌ ବିବୃତିରେ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚିଖିଲିରେ ବନ୍ୟାସ୍ଥିତି ଗମ୍ଭୀର: ଛାତଉପରେ ସାରାରାତି ଉଜାଗରରେ କାଟିଲେ ଗ୍ରାମବାସୀ

ବରଗଡ଼ ଅଫିସ,୨୯।୮: ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ଗ୍ରାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଶୁକ୍ରବାରରୁ ବନ୍ୟାଜଳ ତଥା ହୀରାକୁଦ ଜଳଭଣ୍ଡାରର ପଛୁଆ...

ଜାତୀୟ ରାଜପଥ ତୁରୁମୁଙ୍ଗା ବୈତରଣୀ ନଦୀ ପୋଲ ଉପରେ ପ୍ରବାହିତ ହେଲା ପ୍ରଥମ ବନ୍ୟାଜଳ: ସ୍ବାମ ପୋଲ ପାର ବେଳେ ଭାସିଗଲା ଗାଡ଼ି

ପାଟଣା,୨୬।୮(ସ୍ବ. ପ୍ର.): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ନଂ. ଜାତୀୟ ରାଜପଥରେ ଥିବା ବୈତରଣୀ...

ଅନୁଭବଙ୍କ ପକ୍ଷରୁ ସତ୍ୟପାଠ ଦାଖଲ

କଟକ ଅଫିସ,୨୮।୮: କେନ୍ଦ୍ରାପଡ଼ା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ଓ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲାର ଶୁଣାଣି କଟକ ଜିଲା ପରିବାର...

ବାଞ୍ଛାକଳ୍ପ ସଂସ୍କୃତ ବିଦ୍ୟାପୀଠ ହଷ୍ଟେଲରେ ଭୂତ ଭୟ: ହଷ୍ଟେଲ ଛାଡ଼ିଲେ ୫ ଛାତ୍ର

ଉଦଳା,୨୨।୯(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଉଦଳା ଖଇରା ଥାନା ବାଞ୍ଛାକଳ୍ପ ସଂସ୍କୃତ ବିଦ୍ୟାପୀଠ ହଷ୍ଟେଲର ୫ ଜଣ ଛାତ୍ର ରବିବାର ଭୋରରେ ହଷ୍ଟେଲ ଛାଡି ଚାଲି ଯାଇଛନ୍ତି।...

ଆଜିଠୁ ସ୍କୁଲରେ ଆରମ୍ଭ ହେଲା ୯ମ ଶ୍ରେଣୀ ପାଠପଢ଼ା

ଭୁବନେଶ୍ୱର,୧୬ା୮(ବ୍ୟୁରୋ): ସୋମବାରଠାରୁ ରାଜ୍ୟରେ ନବମ ଶ୍ରେଣୀ ପିଲାଙ୍କ ପାଇଁ ଶ୍ରେଣୀକକ୍ଷରେ ପାଠପଢ଼ା ଆରମ୍ଭ ହୋଇଛି। କରୋନା ସଂକ୍ରମଣ କମିବା ପରେ ସ୍ଥିତିକୁ ଦୃଷ୍ଟିରେ ରଖି ଅଭିଭାବକଙ୍କ...

ଟ୍ରାକ୍ଟର-ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୨ ଜୀବନ

କୁଆଁରମୁଣ୍ଡା,୧୨।୧୨(ଡି.ଏନ.ଏ.)-ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଅନ୍ତର୍ଗତ ବୀରମିତ୍ରପୁର-ସଲଙ୍ଗାବାହାଲ ରୋଡ୍‌ର ଝମନକେରା ବୁଲାଣି ନିକଟରେ ଶନିବାର ପୂର୍ବାହ୍ନରେ ଟ୍ରାକ୍ଟର-ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ବାଇକ୍‌...

ହାଇସ୍କୁଲରେ ପାଠପଢାଇଲେ ମନ୍ତ୍ରୀ ପ୍ରତାପ ଜେନା

କୁଆଁରମୁଣ୍ଡା,୨୩।୯(ଡି.ଏନ.ଏ.)-ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ କୁମଝରିଆ ହାଇସ୍କୁଲକୁ ପଞ୍ଚାୟତିରାଜ, ଆଇନ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୋମବାର ଅଚାନକ ପରିଦର୍ଶନ କରିଥିଲେ।...

ସମୁଦ୍ରରେ ୨ ମାଛଧରା ବୋଟ୍‌ ନିଖୋଜ: ୧୩ ମତ୍ସ୍ୟଜୀବୀଙ୍କ ପତ୍ତା ମିଳୁନି

ପାରାଦୀପ,୧୬ା୧(ସ୍ବ.ପ୍ର.): ପାରାଦୀପ ମାଛଧରାବନ୍ଦର ପରିସରରୁ ସମୁଦ୍ରକୁ ଯାଇଥିବା ଦୁଇଟି ମାଛଧରା ବୋଟ ରବିବାର ନିଖୋଜ ହୋଇଯାଇଛି। ସେମାନଙ୍କୁ ଉଦ୍ଧାର ପାଇଁ ମତ୍ସ୍ୟ ବିଭାଗ ପକ୍ଷରୁ ରାତିରେ...

Advertisement
Archives

Model This Week