ପରୀକ୍ଷା ଖାତା ବୋର୍ଡ ଅଫିସ୍‌ ନ ଯାଇପାରିବା ଘଟଣା: ତଦନ୍ତ କଲେ ଶିକ୍ଷା ବିଭାଗ ଟିମ୍‌

ଉଦଳା, ୮।୩ (ଡି.ଏନ.ଏ.) – ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟରେ ଶୁକ୍ରବାର ଥିଲା ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ଇଂରାଜୀ ପରୀକ୍ଷା । ୭୧ ଜଣ ଛାତ୍ରୀ ପରୀକ୍ଷା ଦେଇଥିଲେ। କିନ୍ତୁ ତ୍ରୁଟିବଶତଃ ୬୯ ଜଣ ଛାତ୍ରୀଙ୍କ ପରୀକ୍ଷା ଖାତା ବୋର୍ଡ ଅଫିସକୁ ପଠାଯାଇଥିଲା । କଲେଜରେ ରହିଯାଇଥିଲା ୨ଜଣ ଛାତ୍ରୀଙ୍କ ପରୀକ୍ଷା ଖାତା । ଏହା ଜଣାପଡିବା ପରେ ହୋଇଥିଲା ବିବାଦ । ଏଥିରେ ଛନ୍ଦି ହୋଇପଡିଥିଲେ ମହିଳା ମହାବିଦ୍ୟାଳୟର କର୍ତ୍ତୃପକ୍ଷ। ଏହି ଘଟଣାର ତଦନ୍ତ ଶନିବାର ଆରମ୍ଭ ହୋଇଛି । ଇନ୍ଦିରାଗାନ୍ଧୀ କଲେଜ ସମେତ ନୋଡାଲ ସେଣ୍ଟର ଉଦଳା କଲେଜରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଶିକ୍ଷା ବିଭାଗର ଏକ ଟିମ୍‌ ।
ମୟୂରଭଞ୍ଜ ଜୋନର ଡେପୁଟି ସେକ୍ରେଟେରୀ ଜୟଦେବ ପ୍ରାମାଣିକଙ୍କ ତତ୍ତ୍ୱାବଧାନରେ ଉକ୍ତ ଟିମ୍‌ ଘଟଣାର ତଦନ୍ତ କରି ଫେରିଛନ୍ତି। ଉଲେଖନୀୟ ଯେ ଶୁକ୍ରବାର ସନ୍ଧ୍ୟାରେ ୨ଟି ପରୀକ୍ଷା ଖାତା ରହିଯାଇଥିବା ଜଣାପଡିବା ପରେ କଣ୍ଟ୍ରୋଲରଙ୍କ ନିର୍ଦ୍ଦେଶ କ୍ରମେ ଏହି ଖାତାକୁ ନେଇ ନୋଡାଲ ସେଣ୍ଟର ନିଆଯାଇଥିଲା। ତେବେ ଏକ ଏକ ପରିବା ବ୍ୟାଗରେ ଏହାକୁ ନିଆଯିବା ଘଯଣା ଚର୍ଚ୍ଚାକୁ ଆସିଥିଲା। ଶନିବାର ତଦନ୍ତ ଲାଗି ଆସିଥିବା ଟିମ୍‌ ଦୁଇ ଭାଗ ହୋଇ ଉଦଳା କଲେଜ ଏବଂ ଇନ୍ଦିରାଗାନ୍ଧୀ କଲେଜରେ ତଦନ୍ତ କରିଥିଲେ ା ଉଦଳା କଲେଜ ପ୍ରିନ୍ସିପାଲଙ୍କ ସହିତ ଡେପୁଟି ସେକ୍ରେଟେରୀ ମଧ୍ୟ ଆଲୋଚନା କରିଥିଲେ ା ସେହିପରି ଇନ୍ଦିରାଗାନ୍ଧୀ କଲେଜରେ ପରୀକ୍ଷା ଉତ୍ତର ଖାତା କେଉଁ ପରିସ୍ଥିତିରେ ରହିଲା ତାହାକୁ ନେଇ ତଦନ୍ତ କରାଯାଇଥିଲା। ଶୁକ୍ରବାର ପରୀକ୍ଷା ସରିବା ପରେ ଖାତା ଗୁଡିକୁ ସିଲ୍‌ କରାଯିବା ବେଳେ ସେଠାରେ କେହି ଉଚ୍ଚ କର୍ତ୍ତୃପକ୍ଷ ଉପସ୍ଥିତ ନ ଥିଲେ ା ଜଣେ ଅଧସ୍ତନ ଅଧିକାରୀ ସୁପରିଟେଣ୍ଡେଣ୍ଟ ଉକ୍ତ ଖାତାଗୁଡିକ ପ୍ୟାକେଟ୍‌ରେ ଭର୍ତ୍ତି କରି ସିଲ୍‌ କରିବା ସମୟରେ ୨ଟି ଖାତା ଭୁଲ କ୍ରମେ ଟେବୁଲ୍‌ ଉପରେ ରହିଯାଇଥିଲା ା ତଦନ୍ତ ବେଳେ ସିସିଟିଭିକୁ ଯାଞ୍ଚ କରାଯିବାରୁ ଏହା ଜଣାପଡିଲା ବୋଲି ତଦନ୍ତରେ ଆସିଥିବା ଡେପୁଟି ସେକ୍ରେଟେରୀ କହିଛନ୍ତି। ଘଟଣାର ତଦନ୍ତ ସରିବା ପରେ ରିପୋର୍ଟ ବୋର୍ଡ କାର୍ଯ୍ୟାଳୟକୁ ପଠାଯିବ ବୋଲି ସେ କହିଛନ୍ତି। ଏଭଳି ତ୍ରୁଟିରେ ଯାହାର ସଂପୃକ୍ତି ଥବବା ଜଣାପଡିବ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛେଲବାହାଲ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ: ବାଲିଘାଟ ଲିଜ୍‌ ଋଦ୍ଦ ଦାବି

ଲୋଇସିଂହା,୧୧।୪(ସୁଶାନ୍ତ ବାରିକ):ପାନୀୟ ଜଳ ଯୋଗାଣ ବ୍ୟାହତ ଯୋଗୁ ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲ ବାଲିଘାଟ ଲିଜ୍‌କୁ ରଦ୍ଦ କରିବାକୁ ଛେଲବାହାଲ ଗ୍ରାମବାସୀ ସ୍ଥାନୀୟ ବିଧାୟକ…

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ସ୍ତ୍ରୀ, ଏମିତି ରଚିଥିଲେ ଷଡ଼ଯନ୍ତ୍ର

ଭୋପାଳ,୧୧ା୪: ରୋମାଞ୍ଚକର କ୍ରାଇମ୍‌ ଥ୍ରିଲର ଭଳି ଲାଗୁଥିବା ଏକ ସତ୍ୟ ଘଟଣା ମଧ୍ୟପ୍ରଦେଶର ଧର୍‌ ଅଞ୍ଚଳରେ ସାମନାକୁ ଆସିଛି, ଯାହା ପଛରେ ପ୍ରତାରଣା, ଅପମାନ ଓ ସୁଚିନ୍ତିତ…

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri