ପରିବେଶ ରକ୍ଷା ଲାଗି ସଚେତନତା ଉପରେ ଗୁରୁତ୍ୱ : ନୀଳଗିରି ଏନଏସିକୁ ମଡ଼େଲ୍‌ ଭାବେ ଗ୍ରହଣ

ବାଲେଶ୍ୱର ଅଫିସ, ୮।୬-ବାଲେଶ୍ୱର ଜିଲା ବର୍ଜ୍ୟବସ୍ତୁ ପରିଚାଳନା କମିଟିର ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ଏକ ବୈଠକ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଶୁକ୍ର୍ରବାର ଅନୁଷ୍ଠିତ ହୋଇଯାଇଛି ା ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ତ୍ରିଲୋଚନ ପ୍ରଧାନ ଏଥିରେ ଅଧ୍ୟକ୍ଷତା କରିବା ସହ ପରିବେଶ ସୁରକ୍ଷା ପାଇଁ ବର୍ଜ୍ୟବସ୍ତୁ ପରିଚାଳନାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ବିଶେଷ କରି ପ୍ରତ୍ୟେକ ପରିବାରରୁ ବାହାରୁଥିବା ପରିବାଚୋପା, ଅଇଁଠା ଖାଦ୍ୟ, ପଲିଥିନ ପଭୃତି ବର୍ଜ୍ୟବସ୍ତୁକୁ ଠିକ୍‌ ଭାବେ ପରିଚାଳନା ପାଇଁ ଜନସଚେତନତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ବର୍ଜ୍ୟବସ୍ତୁ ପରିଚାଳନା ପ୍ରକ୍ରିୟାକୁ ସମସ୍ତ ଅଞ୍ଚଳରେ ବ୍ୟାପକ କରିବା ପାଇଁ ସେମାନେ ପରାମର୍ଶ ଦେଇଥିଲେ। ସମସ୍ତ ଗ୍ରାମାଞ୍ଚଳ ସହିତ ପୌରାଞ୍ଚଳରେ ଏ ସମ୍ପର୍କରେ ନାଗରିକମାନଙ୍କୁ ସଚେତନ କରାଯାଇ ଠିକ୍‌ ଭାବେ ବର୍ଜ୍ୟବସ୍ତୁ ପରିଚାଳନା ପରେ ସେଥିରୁ ଜୈବିକ ସାର ପ୍ରସ୍ତୁତ ହୋଇ କୃଷି କ୍ଷେତ୍ରରେ ବ୍ୟବହାର ହୋଇପାରିବା ଉପରେ ଗୁରୁତ୍ୱ ପ୍ରକାଶ କରିବା ସହ ନୀଳଗିରି ବିଜ୍ଞାପିତ ଅଞ୍ଚଳକୁ ମଡ଼େଲ୍‌ ଭାବରେ ଗ୍ରହଣ କରାଯିବା ପାଇଁ ନିଷ୍ପତ୍ତି ହୋଇଥିବା ପ୍ରକାଶ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ୱର ଉପଜିଲାପାଳ ନୀଲୁ ମହାପାତ୍ର, ସଦର ତହସିଲଦାର ପଞ୍ଚାନନ ପାତ୍ର, ସୋର ତହସିଲଦାର ଦେବୀପ୍ରସାଦ ଦାସ, ନୀଳଗିରି ତହସିଲଦାର ସୁଶ୍ରୀତା ଟୁଡୁ, ଜିଲା ଜଳ ଓ ପରିମଳ ମିଶନ କାର୍ଯ୍ୟନିବାହୀ ଯନ୍ତ୍ରୀ ସୁରେଶ ଚନ୍ଦ୍ର ରାଉତ, ବାଲେଶ୍ୱର ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ଚିତ୍ରସେନ ରାଉତ, ସୋର ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏସ୍‌.ଏନ୍‌. ଦଣ୍ଡସେନା, ଜଳେଶ୍ୱର ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ହୃଷିକେଶ ପାଣି ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପ୍ରତ୍ୟେକ ସହରାଞ୍ଚଳରେ ସଫେଇ କର୍ମଚାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବା ସହ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଜନସଚେତନତା ସୃଷ୍ଟି ନିମନ୍ତେ ବୈଠକରେ ନିଷ୍ପତ୍ତି ନିଆଯାଇଛି। ପ୍ରତ୍ୟେକ ୱାର୍ଡ଼ରେ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ମାଧ୍ୟମରେ ମଧ୍ୟ ବ୍ୟାପକ କରିବା ପାଇଁ ସ୍ଥିର କରାଯାଇଥିଲା। ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ସହର ଉପକଣ୍ଠରେ ଗାରବେଜ ପିଟ୍‌ ଅତିଶୀଘ୍ର ନିର୍ମାଣ ହେବ। ଆଗାମୀ ଦିନରେ ସମଗ୍ର ଜିଲାର ବର୍ଜ୍ୟବସ୍ତୁ ପରିଚାଳନା ପାଇଁ କମଟିର ବୈଠକ ପ୍ରତ୍ୟେକ ୧୫ଦିନରେ ଅନୁଷ୍ଠିତ ହେବ ବୋଲି କୁହାଯାଇଥିଲା।

୧-ବାଲେଶ୍ୱର-ଶୁକ୍ରବାର- ବର୍ଜ୍ୟବସ୍ତୁ ପରିଚାଳନା କମିଟିର ବୈଠକ ଅନୁଷ୍ଠିତ।


Enter your email to get our daily news in your inbox.

All Right Reserved By Dharitri.Com

ଭୋଗରାଇରେ ପୁଣି ଲଜ୍ଜା: ଅଶ୍ଳୀଳ ଭିଡିଓ ଶୁଟିଂ କରି ବ୍ଲାକମେଲିଂ

ଭୋଗରାଇ, ୧୧।୮(ଡି.ଏନ.ଏ.)-ବାଲେଶ୍ୱର ଜିଲାର ଉପାନ୍ତ ତାଳସାରୀ ବେଳାଭୂମିରେ ଜଣେ କଲେଜ ଛାତ୍ରୀଙ୍କୁ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଅନ୍ତରଙ୍ଗ ସମ୍ପର୍କ ରଖିବାକୁ ବାଧ୍ୟ କରି ଏହାର...

ମନ୍ଥର ଗତିରେ ଚାଲିଛି ବୁଢ଼ାବଳଙ୍ଗ ପୋଲ ନିର୍ମାଣ କାର୍ଯ୍ୟ : ନିମ୍ନମାନର ଅଭିଯୋଗ, ବିଭାଗୀୟ ଯନ୍ତ୍ରୀଙ୍କ ଅବହେଳା

ବାରିପଦା ଅଫିସ, ୧୫ା୫ : ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ବାରିପଦା ସହର ବୁଢ଼ାବଳଙ୍ଗ ନଦୀରେ ନୂତନ ପୋଲ ନିର୍ମାଣ କାର୍ଯ୍ୟ ଚାଲିଛି।  ଗତ...

ଡ୍ରିଲ୍‌ ସମୟରେ ହଠାତ୍‌ ଅଚେତ ହୋଇପଡ଼ିଲେ ୩ଛାତ୍ରୀ

ସଜନାଗଡ,୨୩।୪(ଡି.ଏନ୍‌.ଏ.): ବାଲେଶର ଜିଲା ନୀଳଗିରି ବ୍ଲକ ଅଧିନ ଜାମୁଢିଆ ଆଦର୍ଶ ବିଦ୍ୟାଳୟରେ ଶନିବାର ସକାଳେ ଏକ ଅଘଟଣ ଘଟିଛି। ସକାଳେ ଡ୍ରିଲ୍‌ ସମୟରେ ୨୦୦ ପିଲା...

ଆଶାକର୍ମୀଙ୍କୁ ଘରେ ବାନ୍ଧିବା ଘଟଣାପ୍ରତିବାଦରେ ସିଡିଏମ୍‌ଓଙ୍କ ଅଫିସ୍‌ ଘେରାଉ

ବାଲେଶ୍ୱର ଅଫିସ,୨୭।୭- ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ ଜୁଆରୀ ପଞ୍ଚାୟତ ଅନ୍ତର୍ଗତ ଆଳୁମେଦା ଗ୍ରାମର ଆଶାକର୍ମୀଙ୍କୁ ଘରେ ବାନ୍ଧି ରାତିସାରା ଅଟକ ରଖିବା ଏବଂ...

ଅପରାହ୍ନ ୨ଟା ପରେ ଗଣ୍ଡିବେଡ ବଜାର ବନ୍ଦ

ଖଇରା, ୧ା୫(ଡି.ଏନ.ଏ.)-କୋଭିଡର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡିଶା ରାଜ୍ୟ ବଣିକ ସଂଘ ଡାକରାରେ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଗଣ୍ଡିବେଡ ବଜାର ବଣିକ...

ଘରେ ପଶି ଟଙ୍କା,ଗହଣା ଲୁଟ୍‌

ରୂପ୍‌ସା,୨୪।୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅନ୍ତର୍ଗତ ଆଙ୍କୋ ଗ୍ରାମର ରଘୁନାଥ ପାତ୍ରଙ୍କ ଘରୁ ଟଙ୍କା, ଗହଣା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଗୁରୁବାର ବିଳମ୍ବିତ...

ଅବକାରୀ ଭ୍ୟାନ୍‌କୁ ଧକ୍କା ଲଗାଇ ଖସିଗଲେ ମଦ ବେପାରୀ, ଡ୍ରାଇଭର

ଭଦ୍ରକ ଅଫିସ, ୧୬।୭ – କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗର ଏକ ସ୍ବତନ୍ତ୍ର ଟିମ୍‌ ସୋମବାର ଭୋର ସମୟରେ ଚଢ଼ାଉ କରି ୧୬ ନମ୍ବର ଜାତୀୟ...

ବସୁଧା ଯୋଜନାରେ ଅନିୟମିତତା

ଖଇରା,୧୦ା୫ (ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ କଣ୍ଟାପଡା ଓ ବଟେଶ୍ୱରଠାରେ  ବସୁଧା ଯୋଜନାରେ ୨ଟି ପାନୀୟ ଜଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଚାଲିଥିବା...

Advertisement
Archives

Model This Week