ପରିବେଶ, ପ୍ରଗତି ଓ ଗାନ୍ଧୀବାର୍ତ୍ତା

ଦିଲୀପ କୁମାର ଦାଶ
ଜାତିସଂଘର ୨୦୧୯ ଜଳବାୟୁ କ୍ରିୟାନୁଷ୍ଠାନ ସମ୍ମିଳନୀ ନ୍ୟୁୟର୍କରେ ଅନୁଷ୍ଠିତ ହୋଇଥିଲା। ସେଠାରେ ଭାରତର ପ୍ରଧାନମନ୍ତ୍ରୀ ଅଙ୍ଗାରକାମ୍ଳ ନିର୍ଗମନ ରୋକିବା ଏବଂ ଥରେ ବ୍ୟବହୃତ ପ୍ଲାଷ୍ଟିକକୁ ନିଷିଦ୍ଧ କରିବା ପାଇଁ ବିଶ୍ୱକୁ ଆହ୍ବାନ ଦେଇଥିଲେ। ସମ୍ମିଳନୀରେ ଘଟିଥିବା ଆଉ ଏକ ପ୍ରଭାବଶାଳୀ ଘଟଣା ହେଉଛି ଯୁବ ଜଳବାୟୁ କର୍ମୀ ଗ୍ରେଟା ଥନବର୍ଗଙ୍କ ଦ୍ୱାରା ବାଷ୍ପରୁଦ୍ଧ କଣ୍ଠରେ ଦିଆଯାଇଥିବା ଭାବଗର୍ଭକ ଭାଷଣ। ମାତ୍ର ଷୋହଳ ବର୍ଷ ବୟସ ହୋଇଥିଲେ ମଧ୍ୟ ସେ ଅତ୍ୟନ୍ତ ଭାବାବେଗରେ ସେଠାରେ ଉପସ୍ଥିତ ଥିବା ରାଷ୍ଟ୍ରନେତାମାନଙ୍କୁ ସେମାନଙ୍କର ଦାୟିତ୍ୱହୀନତା ପାଇଁ କଠୋର ସମାଲୋଚନା କରିଥିଲେ। ବିଗତ ତିନିଦଶନ୍ଧି ହେଲା ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧରେ ବିଶେଷଜ୍ଞମାନଙ୍କ ଦ୍ୱାରା ସତର୍କ କରାଯାଇଥିଲେ ମଧ୍ୟ ସେଥିପ୍ରତି ଧ୍ୟାନ ନ ଦେଇ ଅର୍ଥ ଏବଂ ଅନ୍ତହୀନ ଆର୍ଥିକ ପ୍ରଗତିର କାହାଣୀ ଶୁଣାଇଥିବାରୁ ଥନବର୍ଗ ସେମାନଙ୍କୁ ଭର୍ତ୍ସନା କରିଥିଲେ।
ପ୍ରଗତି ଅଷ୍ଟାଦଶ ଶତକରେ ହୋଇଥିବା ଇଉରୋପୀୟ ନବଜାଗରଣର ପ୍ରମୁଖ ବାର୍ତ୍ତା। ଇଏ ସେହି ସମୟ, ଯେତେବେଳେ ମଣିଷ ନିଜକୁ ଜଗତର କେନ୍ଦ୍ର ଭାବିବା ଆରମ୍ଭ କଲା। ବିଜ୍ଞାନ ବଳରେ ସବୁକିଛିକୁ ନିୟନ୍ତ୍ରଣ କଲା। ପ୍ରକୃତିକୁ ପୂଜା କରୁଥିବା ମଣିଷ ପ୍ରକୃତିକୁ ଦାସ ବନେଇଲା। ସମୟକ୍ରମେ, ଉପନିବେଶବାଦ, ସାମ୍ରାଜ୍ୟବାଦ ତଥା ଆଧୁନିକୀକରଣ ଇତ୍ୟାଦି ବିଭିନ୍ନ ଭାବରେ ପ୍ରଗତିର ଏ ବାର୍ତ୍ତା ସାରା ବିଶ୍ୱରେ ପହଞ୍ଚିଛି। ଆଜି ସାରା ବିଶ୍ୱ ଅସରନ୍ତି ପ୍ରଗତିରେ ବିଶ୍ୱାସ କରେ। ଆମ ବିକାଶର ପରିଭାଷାରେ ପ୍ରଗତିର ଏ ବାର୍ତ୍ତା ଅନ୍ତର୍ନିହିତ। ଗାଁ ବଦଳରେ ସହର, ବଣଜଙ୍ଗଲ ବଦଳରେ ସିମେଣ୍ଟର ଜଙ୍ଗଲ, ନଦୀରେ ବନ୍ଧ, ବିଶାଳ କଳକାରଖାନା- ଏସବୁର ଶେଷ ନାହିଁ। ବିକାଶର ନୂଆ ନୂଆ ଯୋଜନା ପ୍ରକୃତି ବିରୋଧରେ ମଣିଷର ଆକ୍ରମଣ ଭଳି। ନଦୀବନ୍ଧ ହିଁ ଆଧୁନିକ ଭାରତର ପୂଜାଘର- ସ୍ବାଧୀନ ଭାରତର ଶୈଶବରେ ନେହେରୁଙ୍କର ଏ ବାର୍ତ୍ତା ଭୁଲିବାର ନୁହେଁ। ପ୍ରଗତି ଆମକୁ ଏମିତି ଅନ୍ଧ କରିଛି ଯେ ଆଜି ଆମେ ଭବିଷ୍ୟତର ନୂଆ ନୂଆ ସ୍ବପ୍ନ ଦେଖି ତାକୁ ସାକାର କରିବାରେ ବ୍ୟସ୍ତ ଅଛୁ।
ଅନ୍ତହୀନ ପ୍ରଗତିକୁ ମୁଖ୍ୟ ସ୍ରୋତ ଭାବେ ଗ୍ରହଣ କରି ଆମେ ବିକାଶର ଉଦ୍ଦେଶ୍ୟକୁ ଭୁଲି ଯାଇଛୁ। ଅନ୍ତର୍ନିହିତ ସମ୍ଭାବନାର ପରିସ୍ଫୁଟନ ହିଁ ବିକାଶ। ଏହାର ସ୍ରୋତ କେବେ ଗୋଟିଏ ହୋଇ ନ ପାରେ। ଗାଁଗଣ୍ଡା, ନଦୀପଠା, ପାହାଡ଼ଜଙ୍ଗଲ ସମସ୍ତେ କେବେ ଗୋଟିଏ ଧାରାରେ ବିକଶିତ ହୋଇ ପାରିବେ ନାହିଁ, କାରଣ ସମସ୍ତଙ୍କର ସମ୍ଭାବନା ଭିନ୍ନ। କିନ୍ତୁ ଆମେ ପଶ୍ଚିମୀ ପ୍ରଗତିର ଗୋଲାମ। ସବୁଠି ସହରୀ ଚାକଚକ୍ୟ ଖୋଜୁ। ଗାନ୍ଧୀଙ୍କ ସ୍ବପ୍ନର ଭାରତ ସମ୍ଭବତଃ ଭିନ୍ନ ଥିଲା। ପଶ୍ଚିମୀ ପ୍ରଗତିର ଭୟାବହତା ସମ୍ବନ୍ଧରେ ସେ ଅବଗତ ଥିଲେ। ଏପରି କି, ଭାରତ କେବଳ ବ୍ରିଟେନ ଦ୍ୱାରା ନିଷ୍ପେଷିତ ନୁହେଁ, ବରଂ ଉଭୟ ଭାରତ ଓ ବ୍ରିଟେନ ଗୋଟିଏ ପଶ୍ଚିମୀ ସଭ୍ୟତାର ମାନସିକତାରେ ଆକ୍ରାନ୍ତ ବୋଲି ସେ ବିଶ୍ୱାସ କରୁଥିଲେ। ସେହି ମାନସିକତା ଭାରତ ଉପରେ ବ୍ରିଟେନର ଆଧିପତ୍ୟକୁ ଅନେକାଂଶରେ ସହଜ କରିଛି। ସେଥିରୁ ମୁକ୍ତି ହିଁ ଭାରତର ସ୍ବାଧୀନତା ଏବଂ ଭବିଷ୍ୟତ ନିର୍ମାଣର ଆଧାର ବୋଲି ସେ ଆହ୍ବାନ ଦେଇଥିଲେ। ବିଜ୍ଞାନର ଆବଶ୍ୟକତା ଅନୁଯାୟୀ ବିନିଯୋଗ, ଧୀର ଗତି, ସ୍ବେଚ୍ଛାକୃତ ଗରିବୀ, ଗ୍ରାମ ସ୍ବରାଜ ଇତ୍ୟାଦି ତାଙ୍କର ବାର୍ତ୍ତା ପଶ୍ଚିମୀ ପ୍ରଗତିର ବିପରୀତ। ଏ ବାର୍ତ୍ତାରେ ଉତ୍ପାଦନ ଓ ଆର୍ଥିକ ପ୍ରଗତିର ଉଦ୍ଦାମତାରେ ପରିବେଶ ଧ୍ୱଂସର ଦାୟିତ୍ୱହୀନତା ନାହିଁ, ବରଂ ନିଜର ଅସରନ୍ତି ଇଚ୍ଛା ଏବଂ ଉପଭୋଗ ବଦଳରେ ସଂକ୍ଷିପ୍ତ ଆବଶ୍ୟକତା ପୂରଣ କରି ପରିବେଶ ସହ ସହାବସ୍ଥାନର ବାର୍ତ୍ତା ରହିଛି। ସେହି ସତ୍ୟର ଅବଧାରଣା ଏବଂ ସହାବସ୍ଥାନ ହିଁ ଗାନ୍ଧୀଙ୍କର ଅହିଂସା ତତ୍ତ୍ୱ। କୌଣସି ତତ୍ତ୍ୱକୁ ଅନ୍ଧଭାବରେ ଗ୍ରହଣ ନ କରି ସତ୍ୟର ଅନ୍ବେଷଣ ହିଁ ଆଧୁନିକତାର ମୂଳ ମନ୍ତ୍ର ଏବଂ ଗାନ୍ଧୀ ଥିଲେ ସେ ସତ୍ୟର ପୂଜାରୀ।
ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଅଗ୍ରଗତି ସତ୍ତ୍ୱେ ଜଳବାୟୁ ପରିବର୍ତ୍ତନ ଓ ତା’ ପ୍ରଭାବରେ ହେଉଥିବା ତାପମାତ୍ରା ବୃଦ୍ଧି, ସମୁଦ୍ର ଜଳପତ୍ତନର ଅଭିବୃଦ୍ଧି ତଥା ପ୍ରାକୃତିକ ସନ୍ତୁଳନରେ ବ୍ୟାଘାତ ଇତ୍ୟାଦି ଦିନକୁ ଦିନ ମଣିଷର ଅସହାୟତାକୁ ପ୍ରମାଣ କରିଚାଲିଛି। ଜଳବାୟୁ ପରିବର୍ତ୍ତନ ଏମିତି ଏକ ସମସ୍ୟା ଯାହା ଧନୀ-ଗରିବ, ଉଚ୍ଚ-ନୀଚ ନିର୍ବିଶେଷରେ ସମସ୍ତଙ୍କୁ ଆକ୍ରାନ୍ତ କରିବ। ଏକମୁହାଁ ବିକାଶର ମହାରଥୀମାନେ ଅନ୍ତହୀନ ପ୍ରଗତିର ବିଭୀଷିକାକୁ ବୁଝନ୍ତୁ ବା ନ ବୁଝନ୍ତୁ, ବିକାଶର ଅନ୍ତରାଳରେ ରହିଥିବା ମଣିଷ ବୁଝିଛି ଏବଂ ସାରା ଦୁନିଆକୁ ବୁଝାଇବାର ଚେଷ୍ଟା ଜାରି ରଖିଛି। ବିକାଶର ରଥଚକ ତଳେ ଉଜୁଡ଼ିବାକୁ ଯାଉଥିବା ଗାଁର ଧାନ-ପାନ-ମାଛକୁ ବଞ୍ଚେଇବାକୁ ଲଢ଼େଇ ଆଉ ପାହାଡ଼ୀ ମଣିଷର ଜଳ-ଜଙ୍ଗଲ-ଜମିକୁ ଜୀବନଦେଇ ବଞ୍ଚେଇବାର ସଂଘର୍ଷ ସେ ପ୍ରଚେଷ୍ଟାର ଉଦାହରଣ। ଅଙ୍ଗାରକାମ୍ଳ ନିର୍ଗମନର ପ୍ରତିଶତ କମାଇବାର ପ୍ରତିଶ୍ରୁତି ଯେ ଯଥେଷ୍ଟ ନୁହେଁ ତାହା ଗ୍ରେଟା ଥନବର୍ଗ ତାଙ୍କ ଭାଷଣରେ ସତର୍କ କରାଇଛନ୍ତି। ଜଳବାୟୁ ପରିବର୍ତ୍ତନର ପ୍ରଭାବ ସହିବାକୁ ଯାଉଥିବା ଆଗାମୀ ପିଢ଼ି ତରଫରୁ ସେ ଯେଉଁ ସତର୍କ ଘଣ୍ଟି ବଜାଇଛନ୍ତି ତାହା ବିକାଶର ପରିଭାଷାକୁ ସଂଶୋଧନ କରିବା ପାଇଁ ଏକ ଆହ୍ବାନ। ଗାନ୍ଧୀଙ୍କର ‘ହିନ୍ଦ୍‌-ସ୍ବରାଜ’ ହୁଏତ ଏହି ରାସ୍ତାରେ ପଥ ପ୍ରଦର୍ଶକ ହୋଇ ପାରିବ।
ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ମୋ- ୯୮୬୬୫୬୬୮୨୩


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri