ପରିବାରର ୬ଜଣଙ୍କୁ ହତ୍ୟା ମାମଲାର ରାୟ ପ୍ରକାଶ: ୬ ଦୋଷୀଙ୍କୁ ଆଜୀବନ ଜେଲ

ଚମ୍ପୁଆ/ଯୋଡ଼ା, ୧।୧୧(ଡି.ଏନ.ଏ.)-ଆଜକୁ ୫ ବର୍ଷ ତଳେ କେନ୍ଦୁଝର ଜିଲା ଚମ୍ପୁଆ ଉପଖଣ୍ଡ ଯୋଡ଼ା ଥାନା ଅନ୍ତର୍ଗତ ଲହଣ୍ଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଥିଲା ା ଗୁଣିଗାରେଡ଼ି ସନ୍ଦେହରେ ଗୋଟିଏ ପରିବାରର ୬ଜଣଙ୍କୁ କେତେଜଣ ଲୋକ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ଏହି ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। ଚମ୍ପୁଆ ଅତିରିକ୍ତ ଜିଲା ଦୌରାଜଜ୍‌ ଦୋଳଗୋବିନ୍ଦ ବାରିକ ୨୪ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ୬ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ା କୋର୍ଟ ୩୦୨ ଦଫାରେ ଦୋଷୀମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେମାନେ ହେଲେ ମାନା ମୁଣ୍ଡା(୩୦), ବାଗୁନ ମୁଣ୍ଡା(୩୨), ଉମା ମୁଣ୍ଡା(୩୨), ତୁମ୍ବା ମୁଣ୍ଡା(୩୦), ରତ୍ନା ମୁଣ୍ଡା(୩୮) ଓ ଈଶ୍ୱର ମୁଣ୍ଡା(୨୩) ା ଏଥିସହ ଦୋଷୀମାନେ ୧୦ ହଜାର ଟଙ୍କା ଲେଖାଏ ଜରିମାନା ଦେବେ ବୋଲି କୋର୍ଟ କହିଛନ୍ତି ା ସେହିପରି ଜଣେ ମହିଳା ଅପରାଧୀ ପାଣ୍ଡ୍ରି ମୁଣ୍ଡାଙ୍କୁ ଉଇଚ ହଣ୍ଟିଂ ଅପରାଧରେ ୩ ବର୍ଷ କାରାଦଣ୍ଡ ଶହ ୫ ହଜାର ଟଙ୍କା ଜରିମାନା ଦେବାକୁ କୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି।
ସୂଚନାଯୋଗ୍ୟ, ତା ୧୩।୭।୨୦୧୫ରିଖରେ ଲହଣ୍ଡା ଗ୍ରାମରେ ଘଟିଥିଲା ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ। ଗୁଣିଗାରେଡ଼ି ସନ୍ଦେହରେ ଉଜୁଡିଯାଇଥିଲା ଗୁରା ମୁଣ୍ଡାଙ୍କ ପରିବାର। ସେତେବେଳେ ଏହି ଘଟଣା ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଦେଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ପହଞ୍ଚିଲା କରୋନା ଟିକା

ବରଗଡ଼ ଅଫିସ୍‌,୧୩।୧: ବରଗଡ଼କୁ ବୁଧବାର ରାତ୍ରିରେ କରୋନା ଟିକା ପହଞ୍ଚିଛି। ପ୍ରଥମ ପର୍ଯ୍ୟାୟରେ ୭୨୫୦ ଡୋଜ୍‌ ଟିକା ଆସିଛି । ବରଗଡ଼ ସହରସ୍ଥିତ ପୁରୁଣା ଜିଲା...

ଅଜନା ରୋଗ୍‌ରେ ପୀଡ଼ିତ ଭାଇବହେନ୍‌: ଚିକିଛା ସାହାଯ୍‌ ଲାଗି ଗୁହାରି କଲେ ମା’ବାପ୍‌

ଖପ୍ରାଖୋଲ, ୨୩ା୮ (ଡି.ଏନ୍‌.ଏ):ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମହରାପଦର ପଁଚେତ୍‌ ବାଗଝରନ୍‌ ଗଁାର ସମାରୁ ଭୋଇକଁର ଝି’ ପଦ୍ମିନୀ(୩୦) ଆର ପୁଓ ପୁସ୍ତମ(୨୫) ଅଜନା ରୋଗ୍‌ରେ...

କ’ଣ ଖୋଲିବ, କ’ଣ ବନ୍ଦ ରହିବ: ସ୍ପଷ୍ଟ କଲା ସିଏମ୍‌ସି

କଟକ ଅଫିସ୍‌,୨୭।୪: ଲକ୍‌ଡାଉନ୍‌ ଯୋଗୁ କଟକ ସହରର ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ଦୀର୍ଘ ଦିନ ହେଲା ବନ୍ଦ ରହିଛି। ତେବେ ଦୋକାନ ବଜାର ଖୋଲିବା ନେଇ ଶୁକ୍ରବାର...

ପୁରୀ ସହରରେ ବୁଲା କୁକରଙ୍କ ଦୌରାତ୍ମ୍ୟ: ୩୫୦ କୁକୁରଙ୍କର ହେଲା ବନ୍ଧ୍ୟାକରଣ

ପୁରୀ ଅଫିସ, ୨୩ା୧୦: ପୁରୀ ସହରରେ ବୁଲା କୁକୁରଙ୍କ ସଂଖ୍ୟା ଯଥେଷ୍ଟ ପରିମାଣରେ ବୃଦ୍ଧି ପାଉଛି। ଏଥିସହ ଏମାନଙ୍କ ଦୌରାତ୍ମ୍ୟ ମଧ୍ୟ ବଢୁଛି। ୨୦୧୨ରେ ହୋଇଥିବା...

ଏସ୍‌ସିବି ଟିକେଟ କାଉଣ୍ଟର ଭିତରେ ମଦ ପିଇବା ଭିଡିଓ ଭାଇରାଲ : ନିଲମ୍ବିତ ହେଲେ କର୍ମଚାରୀ

କଟକ ଅଫିସ, ୧୯।୯: କଟକ ଏସ୍‌ସିବି ମେଡିକାଲ ଟିକେଟ କାଉଣ୍ଟର ଭିତରେ ଜଣେ କର୍ମଚାରୀ ମଦ ପିଇବା ଭିଡିଓ ଭାଇରାଲ ହୋଇଥିଲା। ଏହି ଘଟଣାରେ ସୋମବାର...

ପୁଣି ଖୋର୍ଦ୍ଧାରେ ହାତୀ ଆତଙ୍କ: କାଜୁ ଗୋଟାଉ ଗୋଟାଉ କଚାଡ଼ି ଦେଲା ମହିଳାଙ୍କୁ

ଖୋର୍ଦ୍ଧା ଅଫିସ,୩।୪: ପୁଣି ଖୋର୍ଦ୍ଧାରେ ହାତୀ ଆତଙ୍କ ଦେଖା ଦେଇଛି। ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ଟାଙ୍ଗି ବନାଞ୍ଚଳ ଡମଣଭୂଇଁରେ ଏହି ଘଟଣା...

ଥାନା ନିକଟରୁ ୧୮ ଲକ୍ଷ ଲୁଟିନେଲେ ଲୁଟେରା

ଖୁଣ୍ଟୁଣୀ, ୨୯।୧୦(ଡି.ଏନ୍‌.ଏ.): କଟକ ଜିଲା ଖୁଣ୍ଟୁଣୀ ଥାନାଠାରୁ ମାତ୍ର ୩ଶହ ମିଟର ଦୂର ୫୫ ନମ୍ବର ଜାତୀୟ ରାଜପଥର ରାଧାକିଶୋରପୁର ଓଭରବ୍ରିଜ୍‌ ଉପରୁ ମଙ୍ଗଳବାର ୧୮...

୨ରୁ ଊର୍ଦ୍ଧ୍ୱ ଆଇନଜୀବୀ ନ ରହିବା ଉପରେ ରହିତାଦେଶ

କଟକ ଅଫିସ,୧୪ା୧: କେନ୍ଦ୍ରାପଡା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲାର ଶୁଣାଣିବେଳେ ୨ରୁ ଊର୍ଦ୍ଧ୍ୱ ଆଇନଜୀବୀ...

Advertisement
Archives

Model This Week