ପରିବାରରେ ରାମାୟଣର ସମସ୍ତ ଚରିତ୍ର: ସୋନାକ୍ଷୀଙ୍କୁ ଜଣାନାହିଁ ବିଷୟ ବସ୍ତୁ

ମୁମ୍ବାଇ: ବଲିଉଡ୍‌ ଦବଙ୍ଗ ଗର୍ଲ ଭାବେ ବେଶ୍‌ ଜଣାଶୁଣା ସୋନାକ୍ଷୀ ସିହ୍ନା। ନିଜ ଅଭିନୟର ପାରଦର୍ଶିତା ପାଇଁ ସୋନାକ୍ଷୀ ବଡ଼ ବଡ଼ ଅଭିନେତାଙ୍କ ସହ କାମ କରିସାରିଛନ୍ତି। ସୋନାକ୍ଷୀଙ୍କ ଦମ୍‌ଦାର ଅଭିନୟ ଓ ଦବଙ୍ଗଗିରି ପାଇଁ ପ୍ରଶଂସକ ତାଙ୍କୁ ବେଶ୍‌ ପସନ୍ଦ କରନ୍ତି। ହେଲେ ଶୁକ୍ରବାର ଗୋଟିଏ ସହଜ ପ୍ରଶ୍ନର ଉତ୍ତର ଦେଇ ନ ପାରିବାରୁ ପ୍ରଶଂସକଙ୍କ ଟ୍ରୋଲର ଶିକାର ହୋଇଛନ୍ତି ଦବଙ୍ଗ ଗର୍ଲ। କଥା ହେଉଛି ଶୁକ୍ରବାର ଟେଲିଭିଜନରେ ପ୍ରସାରିତ କୌନ ବନେଗା କରୋଡପତି କାର୍ଯ୍ୟକ୍ରମର ସ୍ବତନ୍ତ୍ର ଅଧ୍ୟାୟରେ ରାଜସ୍ଥାନ ବାଡ଼ମେରର ରୁମା ଦେବୀ ଓ ସୋନାକ୍ଷୀଙ୍କୁ ଦେଖିବାକୁ ମିଳିଥିଲା। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ନାରୀ ଶକ୍ତି ସମ୍ମାନ ପାଇଥିବା ରୁମାଦେବୀଙ୍କୁ ସମର୍ଥନ କରିବା ପାଇଁ ସୋନାକ୍ଷୀ କେବିସି କରମବୀରରେ ନଜର ଆସିଥିଲେ। ସେହି ସମୟରେ କାର୍ଯ୍ୟକ୍ରମର ଉପସ୍ଥାପକ ଅମିତାଭ ବଚ୍ଚନ ତାଙ୍କୁ ଏକ ପ୍ରଶ୍ନ କରିଥିଲେ। କିନ୍ତୁ ସୋନାକ୍ଷୀ ଏହାର ଉତ୍ତର ଦେଇପାରି ନ ଥିଲେ। ଯାହାକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ରାମାୟଣ ଅନୁସାରେ ହନୁମାନ କାହା ପାଇଁ ସଞ୍ଜିବନି ଜଡିବୁଟି ଆଣିଥିଲେ ବୋଲି ଅମିତାଭ ସୋନାକ୍ଷୀଙ୍କୁ ପ୍ରଶ୍ନ କରିଥିଲେ। କିନ୍ତୁ ସେ ଅମିତାଭଙ୍କୁ ନିରାଶ କରିଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ତାଙ୍କ ଘରର ନାମ ରାମାୟଣ ହୋଇଥିବା ବେଳେ ପରିବାରରେ ରାମାୟଣର ସମସ୍ତ ଚରିତ୍ରଙ୍କର ନାମ ରହିଛି। ଆଉ ତାଙ୍କୁ ହିଁ ରାମାୟଣ ସମ୍ପର୍କିତ ପ୍ରଶ୍ନର ଉତ୍ତର ଜଣା ନ ଥିବ ଏକଥା ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଥିଲେ ଅମିତାଭ। ଆଜ୍ଞା ହଁ,ରୁମାଦେବୀଙ୍କୁ ଏହାର ଉତ୍ତର ଜଣା ନ ଥିବା ବେଳେ ସୋନକ୍ଷୀ ପ୍ରଥମେ ସୀତା ଓ ପରେ ରାମ କହିଥିଲେ। ତେବେ ନିଜ ଉତ୍ତରରେ ସନୁଷ୍ଟ ନ ଥିବାରୁ ସେ ଲାଇଫ ଲାଇନର ସାହାଯ୍ୟ ନେଇଥିଲେ। ଆଉ ଏକ୍ସପର୍ଟ ଏହାର ଉତ୍ତର ଲକ୍ଷ୍ମଣ ଦେଇଥିଲେ। ଏହାପରେ ସୋନାକ୍ଷୀ ରାମାୟଣ ବିଷୟବସ୍ତୁଠାରୁ ଯେ ବହୁ ଦୂରରେ ଏହା ସ୍ପଷ୍ଟ ହେବା ସହ ଏହାକୁ ନେଇ ତାଙ୍କ ପ୍ରଶଂସକ ତାଙ୍କୁ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଅନନ୍ୟା ପାଣ୍ଡେଙ୍କ ସହ ତୁଳନା କରିଛନ୍ତି। ଏଥିସହ ଏହାକୁ ନେଇ ଶନିବାର ସୋସିଆଲ ମିଡିଆରେ#YoSonakshiSoDumb ନମ୍ବର ଓ୍ବାନ ଟ୍ରେଣ୍ଡ ହୋଇଯାଇଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ନାଁରେ ଚାଞ୍ଜଲ୍ୟକର ଅଭିଯୋଗ ଆଣିଲେ ଏହି ଅଭିନେତ୍ରୀ

ଟିଭି ଶୋ’ ‘ୟେ ରିସ୍ତା କ୍ୟା କେହଲାତା ହୈ’ ଫେମ ଅଭିନେତା କରଣ ମେହେରା ଏବଂ ତାଙ୍କ ସ୍ତ୍ରୀ ନିଶା ରାୱଲ ବ୍ରେକଅପ ହେବାକୁ ଯାଉଛନ୍ତି।...

ଆଖିବୁଜିଲେ ଏହି ପ୍ରସିଦ୍ଧ ଅଭିନେତା

କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ବଡ଼ କ୍ଷତି ହୋଇଛି। କନ୍ନଡର ଭେଟେରାନ ଅଭିନେତା ଏଚ୍‌ ଜି ସୋମଶେଖର ରାଓ ଓରଫ୍‌ ସୋମନ୍ନାଙ୍କର ପରଲୋକ ଘଟିଛି। ମୃତ୍ୟୁ...

ରୋମାଣ୍ଟିକ ମୁଭି କରିବାକୁ ଡରୁଛନ୍ତି ଆୟୁଷ୍ମାନ!

ମୁମ୍ବାଇ: ବଲିଉଡ ଷ୍ଟାର ଆମିର ଖାଁଙ୍କ ପରେ ଯଦି କେହି ନିଜ ମୁଭିକୁ ନେଇ ଏକ୍ସପିରିମେଣ୍ଟ କରୁଥାଆନ୍ତି ତେବେ ସେ ହେଉଛନ୍ତି ଆୟୁଷ୍ମାନ ଖୁରାନା ।...

ଭୋଜପୁରୀ ଶିଖୁଛନ୍ତି ସନ୍ନି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନ ଏବେ ଭୋଜପୁରୀ ଶିଖୁଛନ୍ତି। ଏମିତି ଏକ ଭିଡିଓ ଏକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ସେ...

ନେହାଙ୍କୁ ଗେଡ଼ି କହି ବ୍ୟଙ୍ଗ କରିବାକୁ ନେଇ କ୍ଷମା ମାଗିଲେ ଗୌରବ

ବମ୍ବେ: ବଲିଉଡ୍‌ର ଲୋକପ୍ରିୟ ଗାୟିକା ନେହା କକ୍କଡ଼ଙ୍କୁ ଗେଡ଼ି କହି କମେଡି କରି ଫସିଛନ୍ତି ଗୌରବ ଗେରା। ଘଟଣାକୁ ନେଇ ନେହା କ୍ଷୋଭ ପ୍ରକାଶ କରିବା...

‘କଭି ଇଦ୍‌ କଭି ଦିଓ୍ବାଲି’ରେ ସଲମାନଙ୍କ ଅପୋଜିଟର ନାୟିକା ସାଜିବେ ପୂଜା

ମୁମ୍ବାଇ: ହାଉସ୍‌ ଫୁଲ୍‌-୪ ନାୟିକା ପୂଜା ହେଗଡେ ଏବେ ସଲମାନଙ୍କ ଅପୋଜିଟର ନାୟିକା ସାଜିବେ। ୨୦୨୧ ଇଦରେ ପରଦାକୁ ଆସିବାକୁ ଥିବା ସଲମାନ ଖାଁଙ୍କ ଅଭିନୀତ...

ରିଲିଜ୍‌ ହେବା ମାତ୍ରେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ଅରମାନଙ୍କ ନୂଆ ଗୀତ ‘ଜହର’

ମୁମ୍ବାଇ: କେବଳ ଗୀତ ପାଇଁ ନୁହେଁ ସୋସିଆଲ ମିଡିଆ ୟୁଟ୍ୟୁବରେ ଅରମାନ ମଲିକ ବହୁତ ଲୋକପ୍ରିୟ। ସେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ...

ନିର୍ଦ୍ଦେଶକଙ୍କ କାନ୍ଧ ଉପରେ ପାଦ ରଖିଦେଲେ ଡିମ୍ପଲ

ମୁମ୍ବାଇ: ୮୦ ଦଶକର ଷ୍ଟାଇଲିସ ନାୟିକାଙ୍କ ମଧ୍ୟରେ ଡିମ୍ପଲ କାପାଡିଆ ସବୁଠୁ ଆଗରେ କହିଲେ କିଛି ଭୁଲ୍‌ ହେବନାହିଁ। ଆଉ ଆଜିବି ତାଙ୍କ ଷ୍ଟାଇଲ ଦେଖିଲେ...

Advertisement
Archives

Model This Week