Posted inଜାତୀୟ

ପରିବର୍ତ୍ତନରୁ ଲାଭବାନ୍‌ ହେବେ କଶ୍ମୀରବାସୀ

ନୂଆଦିଲ୍ଲୀ,୧୫ା୮(ପି.ଟି.): ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ସହ ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଥିବାରୁ ସେଠାର ଜନସାଧାରଣ ଯଥେଷ୍ଟ ଉପକୃତ ହେବେ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସରକାର ଦେଶବାସୀଙ୍କ ଆଶା ଆକାଂକ୍ଷା ପୂରଣ ଦିଗରେ କାର୍ଯ୍ୟ କରୁଥିବା ୭୩ତମ ସ୍ବାଧୀନତା ଦିବସ ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି।
ଜମ୍ମୁ-କଶ୍ମୀରରେ ହୋଇଥିବା ପରିବର୍ତ୍ତନ ଏହାର ଜନସାଧାରଣଙ୍କୁ ଅନ୍ୟ ରାଜ୍ୟର ଲୋକମାନଙ୍କ ଭଳି ସମାନ ଅଧିକାର ଓ ସୁବିଧା ସୁଯୋଗ ପ୍ରଦାନ କରିବ। ଅକ୍ଟୋବରରୁ ଜମ୍ମୁ-କଶ୍ମୀର ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହେବାକୁ ଯାଉଛି।
ଯେଉଁ ମହାନ୍‌ ନେତାମାନେ ଆମକୁ ସ୍ବାଧୀନତା ଦେଇଗଲେ ସେମାନଙ୍କ ମତରେ ସ୍ବାଧୀନତାର ଅର୍ଥ କେବଳ ରାଜନୈତିକ କ୍ଷମତାର ହସ୍ତାନ୍ତର ନ ଥିଲା। ରାଷ୍ଟ୍ର ନିର୍ମାଣ ଓ ଯୋଡ଼ିବାର ଦୀର୍ଘ ତଥା ବିଶାଳ ପ୍ରକ୍ରିୟାରେ ଏହାକୁ ଏକ ପାହାଚ ଭାବେ ସେମାନେ ବିବେଚନା କରିଥିଲେ ବୋଲି ରାଷ୍ଟ୍ରପତି କହିଛନ୍ତି। ଏକକାଳୀନ ତିନି ତଲାକ୍‌ ପ୍ରଥାକୁ ଦଣ୍ଡନୀୟ ଅପରାଧ କରାଯାଇଥିବାରୁ ଏହାଦ୍ୱାରା ଝିଅମାନଙ୍କୁ ନ୍ୟାୟ ମିଳିବ ବୋଲି ରାଷ୍ଟ୍ରପତି ମତ ଦେଇଛନ୍ତି। ସେହିପରି ଦେଶର ଆର୍ଥତ୍କ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲାଗି ସରକାର ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା, ଅନଲାଇନ୍‌ ଟିକସ ସଂଗ୍ରହ ଏବଂ ଯୋଗ୍ୟ ବ୍ୟବସାୟୀମାନଙ୍କୁ ସହଜରେ ପୁଞ୍ଜି ଉପଲବ୍ଧ କରାଇବା ଭଳି ଆର୍ଥତ୍କ ଭିତ୍ତିଭୂମି ପ୍ରସ୍ତୁତ କରିଛନ୍ତି।
ନିକଟରେ ଶେଷ ହୋଇଥିବା ସଂସଦୀୟ ଅଧିବେଶନ ଉଭୟ ସମୟ ଓ ବିଲ୍‌ ଗୃହୀତ ହେବା ଦୃଷ୍ଟିରୁ ସବୁଠୁ ଫଳପ୍ରଦ ଅଧିବେଶନ ଥିଲା। ବିଭିନ୍ନ ଦଳର ସଦସ୍ୟମାନଙ୍କ ସହଯୋଗ ଓ ଗଠନମୂଳକ ଆଲୋଚନା ମାଧ୍ୟମରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଗୃହୀତ ହୋଇପାରିଥିଲା। ଆଗାମୀ ୫ ବର୍ଷ ପାଇଁ ଏହା ଏକ ଭଲ ସୂଚନା ବୋଲି ରାଷ୍ଟ୍ରପତି କହିଛନ୍ତି। ରାଷ୍ଟ୍ର ଓ ସମାଜ, ସରକାର ଓ ନାଗରିକ ପରସ୍ପରକୁ ସହଯୋଗ କରିବା ଆବଶ୍ୟକ। ସପ୍ତଦଶ ଲୋକ ସଭା ପାଇଁ ନିର୍ବାଚନରେ ଭାଗ ନେଇଥିବା ଜନସାଧାରଣଙ୍କୁ ରାଷ୍ଟ୍ରପତି ଅଭିନନ୍ଦନ ଜଣାଇଛନ୍ତି। ମାନବ ଇତିହାସରେ ଏହା ସର୍ବବୃହତ୍‌ ଗଣତାନ୍ତ୍ରିକ କାର୍ଯ୍ୟକ୍ରମ ଥିଲା। ଏବେ ଦେଶକୁ ଏକ ନୂଆ ସ୍ତରକୁ ନେଇଯିବା ଲାଗି ଆମକୁ ଏକାଠି କାର୍ଯ୍ୟ କରିବାକୁ ହେବ । ୧୯୪୭ ପୂର୍ବରୁ ସ୍ବପ୍ନ ଥିଲା ସ୍ବାଧୀନ ଭାରତ। ବର୍ତ୍ତମାନର ସ୍ବପ୍ନ ହେଉଛି ବିକାଶକୁ ତ୍ୱରାନ୍ବିତ କରିବା ତଥା ପ୍ରଭାବଶାଳୀ ଓ ସ୍ବଚ୍ଛ ପ୍ରଶାସନ। ୧୩୦ କୋଟି ଭାରତୀୟଙ୍କ ଦକ୍ଷତା, ନବୋନ୍ମେଷ, ସୃଜନୀ ଓ ଔଦ୍ୟୋଗିକତାରେ ବିରାଟ ସୁଯୋଗ ଓ ସାମର୍ଥ୍ୟ ରହିଥିବା ରାଷ୍ଟ୍ରପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା, ଓଡ଼ିଶା ଆସୁଛନ୍ତି ମୋଦି

ଭୁବନେଶ୍ୱର,୨୮।୫: ଓଡ଼ିଶାରେ ଭାଜପା ସରକାରକୁ ପୂରଣ ହୋଇଛି ୨ ବର୍ଷ। ଏହି ଅବସରରେ ଏକ ବଡ଼ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ABVP ଜାତୀୟ…

CBSE ପ୍ରସଙ୍ଗକୁ ନେଇ ରାହୁଲ-ଧର୍ମେନ୍ଦ୍ର ମୁହାଁମୁହିଁ

ନୂଆଦିଲ୍ଲୀ,୨୮।୫: CBSE ର ମୂଲ୍ୟାୟନ ପ୍ରକ୍ରିୟା ସମ୍ପର୍କରେ ଛାତ୍ରମାନଙ୍କ ଦ୍ୱାରା ଉଠାଯାଉଥିବା ପ୍ରଶ୍ନ ମଧ୍ୟରେ, ଏହି ପ୍ରସଙ୍ଗକୁ ନେଇ ରାଜନୈତିକ ଉତ୍ତେଜନା ମଧ୍ୟ ତୀବ୍ର ହୋଇଛି। ଗୁରୁବାର,…

ସଚିନ ତେନ୍ଦୁଲକରଙ୍କ ଟୁଇଟ ଉପରେ ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରତିକ୍ରିୟା ଭାଇରାଲ, କହିଲେ ‘କ୍ରିକେଟର ଭଗବାନ’…

ନୂଆଦିଲ୍ଲୀ,୨୮।୫: ବୈଭବ ସୂର୍ଯ୍ୟବଂଶୀ ଇଣ୍ଡିଆନ ପ୍ରିମିୟର ଲିଗରେ ଚମକାଇ ଚାଲିଛନ୍ତି। ମାତ୍ର ୧୫ ବର୍ଷ ବୟସରେ ସେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛନ୍ତି। ସନରାଇଜର୍ସ…

ଟିମ ଇଣ୍ଡିଆରେ ବୈଭବ ସୁର୍ଯ୍ୟବଂଶୀଙ୍କ ଏଣ୍ଟ୍ରି ପକ୍କା? ବହୁ ଆଗରୁ ଫ୍ୟାନ ହୋଇସାରିଛନ୍ତି କ୍ୟାପଟେନ ସୂର୍ଯ୍ୟକୁମାର ଯାଦବ

ନୂଆଦିଲ୍ଲୀ,୨୮।୫: ଭାରତୀୟ ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ଏକ ହୃଦୟସ୍ପର୍ଶୀ ପୋଷ୍ଟ ଶେୟାର କରିଛନ୍ତି। ହାଇଦ୍ରାବାଦ ବିପକ୍ଷରେ ଏଲିମିନେଟର ମ୍ୟାଚରେ ରାଜସ୍ଥାନ ରୟାଲ୍ସ…

ମାମୁଁ ଘରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ; ୧୬ ବର୍ଷୀୟା ନାବାଳିକା ୮ ମାସର ଗର୍ଭବତୀ, ଯୁବକ ଗିରଫ

ବଞ୍ଚୋ/ଘସିପୁରା, ୨୮।୫(ପ୍ରଦୋଷ କୁମାର ବିଶ୍ୱାଳ /ନିରଞ୍ଜନ ସାହୁ ): କେନ୍ଦୁଝର ଜିଲା ଘଷିପୁରା ଥାନା ଅନ୍ତର୍ଗତ କୁମୁଣିଆ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ…

‘ଯଦି ସରକାର ପରିବର୍ତ୍ତନ ହୋଇନଥାନ୍ତା, ତେବେ ମୋତେ ବିହାର ଫେରିବାକୁ ପଡିଥାନ୍ତା…’ – ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଝାଲମୁଢି ଖୁଆଇଥିବା ବିକ୍ରମ କାହିଁକି କହିଲେ ଏମିତି? ଜାଣନ୍ତୁ…

କୋଲକାତା,୨୮।୫: ‘ଯଦି ବଙ୍ଗଳାରେ ସରକାର ପରିବର୍ତ୍ତନ ହୋଇନଥାନ୍ତା, ତେବେ ଆମକୁ ସବୁକିଛି ପରିତ୍ୟାଗ କରି ବିହାର ଫେରିଯିବାକୁ ପଡ଼ିଥାନ୍ତା।’ ଏଗୁଡ଼ିକ ହେଉଛି ଝାରଗ୍ରାମର ଜଣେ ଝାଲମୁଢି ବିକ୍ରେତା…

ଅର୍ଦ୍ଧନିର୍ମିତ ବ୍ରିଜ୍ ପାଇଁ ବିପଦରେ ଲୋକଙ୍କ ଜୀବନ, ସମାଧାନ ପାଇଁ ପ୍ରଶାସନକୁ ଦାବି କଲେ ସ୍ଥାନୀୟ ବାସିନ୍ଦା

ଛତ୍ରପୁର,୨୮।୫(ଦିଲ୍ଲୀପ ସାମଲ) : ଗମନାଗମନ ସୁବିଧା ପାଇଁ ସରକାର ବିଭିନ୍ନ ବିକାଶମୂଳକ ପଦକ୍ଷେପ ନେଉଥିବା ବେଳେ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।…

ସରକାରୀ ଅଫିସରେ ବି ଅସୁରକ୍ଷିତ ମହିଳା! DRDA ଲେଡିଜ୍‌ ୱାସରୁମରୁ ଲାଗିଥିଲା ସିକ୍ରେଟ କ୍ୟାମେରା

ତିର୍ତ୍ତୋଲ,୨୮।୫(ଗୌରାଙ୍ଗ ଚରଣ ସ୍ବାଇଁ): ଜଗତସିଂହପୁର ଡିଆରଡିଏ କାର୍ଯ୍ୟାଳୟର ମହିଳା ୱାସରୁମରୁ ସିକ୍ରେଟ କ୍ୟାମେରା ଜବତ ହୋଇଛି । ଏହି କ୍ୟାମେରା କିଏ ଓ କେଉଁ ଉଦ୍ଦେଶ୍ୟରେ ଲଗାଇଥିଲା ତାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri