ଅଚଳ ମାଲେସିଆ ଜାହାଜରୁ ତେଲ ଲିକ୍‌ ଆଶଙ୍କା: ଚିଲିକାକୁ ବିପଦ

ଭୁବନେଶ୍ୱର,୧୫ା୮(ବ୍ୟୁରୋ): ମାଲେସିଆର ଏକ ପଣ୍ୟବାହୀ ଜାହାଜ ଅଚଳ ହୋଇପଡିବାରୁ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ୍‌ ଅନ୍ତର୍ଗତ ଚିଲିକା ମୁହାଣର ରାଜହଂସ ଓ ଖିରିସାହି ଗାଁ ନିକଟ ବଙ୍ଗୋପସାଗର ଉପକୂଳରେ ୮ଦିନ ହେବ ଅଟକି ରହିଛି। ଏବେ ଏଥିରୁ ତେଲ ଲିକ୍‌ ହେବା ଆଶଙ୍କା ଦେଖାଦେଇଛି। ତେଣୁ ତୁରନ୍ତ ଉକ୍ତ ସ୍ଥାନରୁ ଜାହାଜଟିକୁ ହଟାଇବାକୁ ଗୁରୁତ୍ୱ ଦେଇଛି ଭାରତୀୟ ତଟରକ୍ଷୀ ବାହିନୀ। ଏନେଇ ବୁଧବାର ସମ୍ପୃକ୍ତ ଜାହାଜ କମ୍ପାନୀକୁ ଚିଠି ଲେଖି ଅବଗତ କରାଯାଇଛି।
ଭାରତୀୟ ତଟରକ୍ଷୀ ପକ୍ଷରୁ ମିଳିଥିବା ସୂଚନାନୁସାରେ, ମାଲେସିଆସ୍ଥିତ ‘ଟଗ୍‌ ଜିନ୍‌ ହ୍‌ୱା’ କମ୍ପାନୀର ଏହି ଜାହାଜରେ ବିପୁଳ ପରିମାଣର ତେଲ ରହିଛି। ୩୦ ହଜାର ଲିଟର ଡିଜେଲ ଥିବାବେଳେ ଜାହାଜରେ ୧୦୦୦ ଲିଟର ଲ୍ୟୁବ୍‌ ଅଏଲ ଏବଂ ୨୦୦ ଲିଟର ହାଇଡ୍ରୋଲିକ୍‌ ଅଏଲ ମଧ୍ୟ ଠୁଳ ହୋଇ ରହିଛି। ବର୍ତ୍ତମାନ ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ପବନ ମାଡ଼ରେ ଜାହାଜ କ୍ଷତିଗ୍ରସ୍ତ ହୋଇ ତେଲ ଲିକ୍‌ ହେବା ଆଶଙ୍କା କରାଯାଉଛି। ତେଲ ଲିକ୍‌ ହେଲେ ମୁହାଣ ଦେଇ ଚିଲିକା ଜଳରେ ମିଶିବ। ଏହାଦ୍ୱାରା ଚିଲିକାର ଜୈବ ବିବିଧତା ଉପରେ ଏହାର ଭୟଙ୍କର ପ୍ରଭାବ ପଡ଼ିବ। ଚିଲିକା ଜଳ ବିଷାକ୍ତ ହେବାସହ ଶତାଧିକ ପ୍ରଜାତିର ଜଳଜୀବ ଏବଂ ବିରଳ ଇରାଓ୍ବାଡ଼ି ଡଲ୍‌ଫିନ୍‌ଙ୍କୁ ଏହା ବିଶେଷ କ୍ଷତି ପହଞ୍ଚାଇବ ବୋଲି ଆଶଙ୍କା କରାଯାଉଛି। ଏପରିକି ଚିଲିକାର ପ୍ରାକୃତିକ ପରିବେଶକୁ ଏହା ନଷ୍ଟ କରିପାରେ ବୋଲି ତଟରକ୍ଷୀ ବାହିନୀ ପକ୍ଷରୁ କୁହାଯାଇଛି। ଏହାକୁ ଦୃଷ୍ଟିରେ ରଖି ଜାହାଜରୁ ତେଲ ଲିକ୍‌ ଯେପରି ନ ହେବ ସେଥିଲାଗି ତୁରନ୍ତ ପଦକ୍ଷେପ ନେବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ପବନରେ ଛିଡ଼ିଲା ବିଦ୍ୟୁତ୍‌ତାର, ୬ ମେଣ୍ଢା ସହ ଗୋଟିଏ ଛେଳିର ଜୀବନ ଗଲା

ଛତ୍ରପୁର,୨୯ା୧୦(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ପ୍ରବଳ ପବନ ଓ ବର୍ଷା ଯୋଗୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡୁବୁଲି ଛକ ନିକଟରେ ଅଘଟଣ ଘଟିଛି। ବିଦ୍ୟୁତ୍‌ ଖୁଣ୍ଟ…

ଶୁକ୍ରଙ୍କ ବକ୍ରୀ ଚଳନ: ୪ ରାଶିରେ ଭାରି ଖରାପ ପ୍ରଭାବ, ପାଖରୁ ପଳେଇବେ ସବୁ ଟଙ୍କା!

ଶୁକ୍ରଦେବ ନିଜର ଅସ୍ତ ଅବସ୍ଥାରୁ ବାହାରକୁ ଆସିବାକୁ ଯାଉଛନ୍ତି। ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଦେବଙ୍କୁ ପ୍ରେମ, ବିବାହ, ସମ୍ପର୍କ, ସୁଖ ଏବଂ ଧନର କାରକ ବୋଲି ବିବେଚନା…

ଭାରତୀୟ ପରମ୍ପରା ଭୁଲିନାହାନ୍ତି ପ୍ରିୟଙ୍କା: ସ୍ବାମୀଙ୍କ ସହ ମିଶି ପାଳିଲେ କରୱାଚୌଥ ବ୍ରତ

ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ପରିଚୟ ସୃଷ୍ଟି କରିଥିବା ପ୍ରିୟଙ୍କା ଚୋପ୍ରା ଆଜି ବି ନିଜ ଭାରତୀୟ ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ ଅଛନ୍ତି। ବିଦେଶରେ…

ପାହାଡ଼ରୁ ମାଡ଼ି ଆସିଲା ବର୍ଷା ପାଣି, ଧସିଲା ପଥର, ଭାସିଗଲା ଘର

ରାଇକିଆ,୨୯ା୧୦(ପ୍ରଦୀପ ବେହେରା): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବିଶେଷ କରି ମାଣିକେଶ୍ୱର ପଞ୍ଚାୟତର ଡାଙ୍ଗେସି ଗ୍ରାମରେ ଏକ ବଡ଼ଧରଣର…

ଗାଜଲବାଡ଼ି ଘାଟିରେ ପୁଣି ଭୂସ୍ଖଳନ: ଫନିରେ ଯେଉଁଠି ଧସିଥିଲା ପାହାଡ଼, ସେହି ସ୍ଥାନରେ ପୁଣି ଅଘଟଣ

ଦାରିଙ୍ଗବାଡ଼ି, ୨୯।୧୦(ଅରୁଣ ସାହୁ):୨୦୧୯ ମସିହାରେ ବାତ୍ୟା ‘ଫନି’ ସମୟରେ ଗାଜଲବାଡ଼ି ଘାଟିରେ ଘଟିଥିବା ଭୂସ୍ଖଳନର ସ୍ମୃତି ପୁଣି ତାଜା ହୋଇଛି। ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଏହି ଘାଟିରେ…

ଭାରତ ଉପରେ ‘ଏଲ ନିନୋ’ (El Ni୦o) ର ଗମ୍ଭୀର ପ୍ରଭାବ; ଦେଶରେ ୬ ମାସ ମଧ୍ୟରେ ୫୫ହଜାର ଲୋକଙ୍କର ହୋଇପାରେ ମୃତ୍ୟୁ!

ନୂଆଦିଲ୍ଲୀ,୨୯।୧୦: ‘ସୁପର’ ଏଲ ନିନୋ ଯୋଗୁ, ବିଶ୍ୱ ବୃଷ୍ଟିପାତ ଢାଞ୍ଚା ପରିବର୍ତ୍ତନ ହେଉଛି ଏବଂ 2026 ରେ ତାପମାତ୍ରା ବୃଦ୍ଧି ପାଉଛି। ପ୍ରତିକ୍ରିୟା ସ୍ବରୂପ, ‘କ୍ଲାଇମେଟ ଇମ୍ପାକ୍ଟ…

ଖବର ପ୍ରସାରଣ ପରେ ସନ୍ତୋଷୀଙ୍କ ନିକଟରେ ପହଞ୍ଚିଲା ପ୍ରଶାସନ

ଗଞ୍ଜାମ,୨୯ା୧୦(ବିଦ୍ୟାଧର ସାହୁ): ସାମୁଦ୍ରିକ ଝଡ଼ ଅର୍ଣ୍ଣବ ପ୍ରଭାବରେ ଲଗାଣ ବର୍ଷା ଓ ପବନ ଯୋଗୁ ଗଞ୍ଜାମ ସହର ସାନ ବଜାରସ୍ଥିତ ଓ୍ବାର୍ଡ ନଂ ୭ ବାଲିସାହି ସନ୍ତୋଷୀ…

ନିର୍ଜନ ଜଙ୍ଗଲ ଭିତରକୁ ଆଲିଆଙ୍କୁ ନେଇଗଲେ ରଣବୀର, ହଠାତ୍‌ ଗାଡ଼ି ରଖି କହିଲେ…

ବଲିଉଡ୍‌ର ଲୋକପ୍ରିୟ ଯୋଡ଼ି ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ପ୍ରେମ କାହାଣୀକୁ ନେଇ ପୁଣି ଚର୍ଚ୍ଚା। ୧୪ ଏପ୍ରିଲ ୨୦୨୨ରେ ବିବାହ କରିଥିବା ଏହି ଯୋଡ଼ିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?