Posted inଜାତୀୟ

ପରିବର୍ତ୍ତନରୁ ଲାଭବାନ୍‌ ହେବେ କଶ୍ମୀରବାସୀ

ନୂଆଦିଲ୍ଲୀ,୧୫ା୮(ପି.ଟି.): ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ସହ ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଥିବାରୁ ସେଠାର ଜନସାଧାରଣ ଯଥେଷ୍ଟ ଉପକୃତ ହେବେ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସରକାର ଦେଶବାସୀଙ୍କ ଆଶା ଆକାଂକ୍ଷା ପୂରଣ ଦିଗରେ କାର୍ଯ୍ୟ କରୁଥିବା ୭୩ତମ ସ୍ବାଧୀନତା ଦିବସ ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି।
ଜମ୍ମୁ-କଶ୍ମୀରରେ ହୋଇଥିବା ପରିବର୍ତ୍ତନ ଏହାର ଜନସାଧାରଣଙ୍କୁ ଅନ୍ୟ ରାଜ୍ୟର ଲୋକମାନଙ୍କ ଭଳି ସମାନ ଅଧିକାର ଓ ସୁବିଧା ସୁଯୋଗ ପ୍ରଦାନ କରିବ। ଅକ୍ଟୋବରରୁ ଜମ୍ମୁ-କଶ୍ମୀର ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହେବାକୁ ଯାଉଛି।
ଯେଉଁ ମହାନ୍‌ ନେତାମାନେ ଆମକୁ ସ୍ବାଧୀନତା ଦେଇଗଲେ ସେମାନଙ୍କ ମତରେ ସ୍ବାଧୀନତାର ଅର୍ଥ କେବଳ ରାଜନୈତିକ କ୍ଷମତାର ହସ୍ତାନ୍ତର ନ ଥିଲା। ରାଷ୍ଟ୍ର ନିର୍ମାଣ ଓ ଯୋଡ଼ିବାର ଦୀର୍ଘ ତଥା ବିଶାଳ ପ୍ରକ୍ରିୟାରେ ଏହାକୁ ଏକ ପାହାଚ ଭାବେ ସେମାନେ ବିବେଚନା କରିଥିଲେ ବୋଲି ରାଷ୍ଟ୍ରପତି କହିଛନ୍ତି। ଏକକାଳୀନ ତିନି ତଲାକ୍‌ ପ୍ରଥାକୁ ଦଣ୍ଡନୀୟ ଅପରାଧ କରାଯାଇଥିବାରୁ ଏହାଦ୍ୱାରା ଝିଅମାନଙ୍କୁ ନ୍ୟାୟ ମିଳିବ ବୋଲି ରାଷ୍ଟ୍ରପତି ମତ ଦେଇଛନ୍ତି। ସେହିପରି ଦେଶର ଆର୍ଥତ୍କ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲାଗି ସରକାର ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା, ଅନଲାଇନ୍‌ ଟିକସ ସଂଗ୍ରହ ଏବଂ ଯୋଗ୍ୟ ବ୍ୟବସାୟୀମାନଙ୍କୁ ସହଜରେ ପୁଞ୍ଜି ଉପଲବ୍ଧ କରାଇବା ଭଳି ଆର୍ଥତ୍କ ଭିତ୍ତିଭୂମି ପ୍ରସ୍ତୁତ କରିଛନ୍ତି।
ନିକଟରେ ଶେଷ ହୋଇଥିବା ସଂସଦୀୟ ଅଧିବେଶନ ଉଭୟ ସମୟ ଓ ବିଲ୍‌ ଗୃହୀତ ହେବା ଦୃଷ୍ଟିରୁ ସବୁଠୁ ଫଳପ୍ରଦ ଅଧିବେଶନ ଥିଲା। ବିଭିନ୍ନ ଦଳର ସଦସ୍ୟମାନଙ୍କ ସହଯୋଗ ଓ ଗଠନମୂଳକ ଆଲୋଚନା ମାଧ୍ୟମରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଗୃହୀତ ହୋଇପାରିଥିଲା। ଆଗାମୀ ୫ ବର୍ଷ ପାଇଁ ଏହା ଏକ ଭଲ ସୂଚନା ବୋଲି ରାଷ୍ଟ୍ରପତି କହିଛନ୍ତି। ରାଷ୍ଟ୍ର ଓ ସମାଜ, ସରକାର ଓ ନାଗରିକ ପରସ୍ପରକୁ ସହଯୋଗ କରିବା ଆବଶ୍ୟକ। ସପ୍ତଦଶ ଲୋକ ସଭା ପାଇଁ ନିର୍ବାଚନରେ ଭାଗ ନେଇଥିବା ଜନସାଧାରଣଙ୍କୁ ରାଷ୍ଟ୍ରପତି ଅଭିନନ୍ଦନ ଜଣାଇଛନ୍ତି। ମାନବ ଇତିହାସରେ ଏହା ସର୍ବବୃହତ୍‌ ଗଣତାନ୍ତ୍ରିକ କାର୍ଯ୍ୟକ୍ରମ ଥିଲା। ଏବେ ଦେଶକୁ ଏକ ନୂଆ ସ୍ତରକୁ ନେଇଯିବା ଲାଗି ଆମକୁ ଏକାଠି କାର୍ଯ୍ୟ କରିବାକୁ ହେବ । ୧୯୪୭ ପୂର୍ବରୁ ସ୍ବପ୍ନ ଥିଲା ସ୍ବାଧୀନ ଭାରତ। ବର୍ତ୍ତମାନର ସ୍ବପ୍ନ ହେଉଛି ବିକାଶକୁ ତ୍ୱରାନ୍ବିତ କରିବା ତଥା ପ୍ରଭାବଶାଳୀ ଓ ସ୍ବଚ୍ଛ ପ୍ରଶାସନ। ୧୩୦ କୋଟି ଭାରତୀୟଙ୍କ ଦକ୍ଷତା, ନବୋନ୍ମେଷ, ସୃଜନୀ ଓ ଔଦ୍ୟୋଗିକତାରେ ବିରାଟ ସୁଯୋଗ ଓ ସାମର୍ଥ୍ୟ ରହିଥିବା ରାଷ୍ଟ୍ରପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିବକୁମାରଙ୍କୁ ନେଇ ଏମିତି କହିଲେ ପ୍ରିୟଙ୍କା ଗାନ୍ଧୀ, ଯେଉଁମାନେ କଷ୍ଟକର ସମୟରେ…

ବେଙ୍ଗାଲୁରୁ,୨୮ା୫: କର୍ନାଟକର କଂଗ୍ରେସ ସରକାରରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ବିବାଦର ଏବେ ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା କ୍ୟାବିନେଟ୍‌ ମନ୍ତ୍ରୀମାନଙ୍କ ସହିତ ଏକ…

ଛାତ୍ରାବାସରେ ଭୟଙ୍କର ଅଗ୍ନିକାଣ୍ଡ: ଜୀବନ୍ତ ଜଳିଗଲେ ୧୬ ଛାତ୍ରୀ

ନାଇରୋବି,୨୮।୫: କେନିଆର ନାକୁରୁ କାଉଣ୍ଟିର ଗିଲଗିଲ୍ସ୍ଥିତ ଉତୁମିଶି ବାଳିକା ଏକାଡେମୀର ଏକ ଛାତ୍ରାବାସରେ ଏକ ଭୟଙ୍କର ଅଗ୍ନିକାଣ୍ଡ ସମଗ୍ର ଦେଶକୁ ଥରାଇ ଦେଇଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ,…

ଜୁନ୍ ୧ରୁ ବଦଳୁଛି Indane, Bharat ଏବଂ HP ଗ୍ୟାସର ୬ଟି ନିୟମ; ସିଧାସଳଖ ଆପଣଙ୍କ ପକେଟ୍ ଉପରେ ପଡ଼ିବ ପ୍ରଭାବ!

ନୂଆଦିଲ୍ଲୀ,୨୮।୫: ଯଦି ଆପଣଙ୍କ ପରିବାର Indane, Bharat ଗ୍ୟାସ, କିମ୍ୱା HP ଗ୍ୟାସର ଏକ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଆଗାମୀ ମାସଟି ଆପଣଙ୍କ ପାଇଁ…

ଇଦ୍‌ରେ ପ୍ରଶଂସକଙ୍କୁ ବଡ଼ ଉପହାର ଦେଲେ ସଲମାନ

ଅଭିନେତା ସଲମାନ ଖାନଙ୍କ ଓ୍ବାର୍‌ ଡ୍ରାମା ଫିଲ୍ମ ‘ମାତୃଭୂମି: ମେଁ ରେଷ୍ଟ ଇନ୍‌ ପିସ୍‌’ର ଏକ ନୂତନ ଗୀତ ଇଦ୍‌-ଉଜ୍‌-ଜୁହାର ବିଶେଷ ଅବସରରେ ମୁକ୍ତିଲାଭ କରିଛି। ଏହା…

ମନ୍ଦିର ଦର୍ଶନ କରି ଫେରୁଥିବା ବେଳେ ଯୁବତୀଙ୍କୁ ଟେକିନେଲେ ଦୁର୍ବୃତ୍ତ, ଗଣବଳାତ୍କାର କରିବା ପରେ କଲେ…..

ଜୟପୁର,୨୮।୫: ରାଜସ୍ଥାନର ରାଜଧାନୀ ଜୟପୁରରେ ଜଣେ ଯୁବତୀଙ୍କ ସହ ଗଣବଳାତ୍କାରର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଘଟଣାଟି ସହରର ଭିକେଆଇ ପୋଲିସ ଷ୍ଟେସନ ଅଧୀନରେ ଘଟିଥିବା…

ସରକାରଙ୍କ ବଡ଼ ପ୍ଲାନ! ଖୁବଶୀଘ୍ର ବଦଳିବାକୁ ଯାଉଛି ପେଟ୍ରୋଲ ପକାଇବାର ନିୟମ…

ନୂଆଦିଲ୍ଲୀ,୨୮।୫: ଭାରତରେ ପେଟ୍ରୋଲ ପମ୍ପର ଗ୍ରାହକମାନେ ଖୁବ ଶୀଘ୍ର ବିଭିନ୍ନ ପ୍ରକାରର ଇଥାନଲ-ମିଶ୍ରିତ ପେଟ୍ରୋଲ ବାଛିବାର ବିକଳ୍ପ ପାଇପାରିବେ, ଯାହା ସେମାନଙ୍କର ର୍ନିଦ୍ଦିଷ୍ଟ ଯାନ ପାଇଁ ଉପଯୁକ୍ତ।…

ଆଜି ପାଇଁ ସାବଧାନ ରୁହନ୍ତୁ ଏହି ଜିଲାବାସୀ, ଓ୍ବାର୍ନିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ବର,୨୮।୫: ଆଗାମୀ ପାଞ୍ଚ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସାଙ୍ଗକୁ ଝଡ଼ବର୍ଷା ହେବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।…

ହଠାତ୍ କାହିଁକି ବନ୍ଦ ହେଲା LPG ସବସିଡି? ଜାଣନ୍ତୁ ଏହା ପଛର ପ୍ରକୃତ କାରଣ

ନୂଆଦିଲ୍ଲୀ,୨୮।୫: ଭାରତରେ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର କୋଟି କୋଟି ପରିବାର ପାଇଁ ଏଲପିଜି ସିଲିଣ୍ଡର (LPG Cylinder) ଉପରେ ମିଳୁଥିବା ସବସିଡି ଏକ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri