ପରିଚୟ ଦେଇଛି ଖବରକାଗଜ

ଛେଣ୍ଡିପଦା,୧୭ା୧୨(ସ୍ବ.ପ୍ର.) ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ରୋଜଗାର ଆଶାରେ ମାତ୍ର ୧୫ ବର୍ଷ ବୟସରେ ଘରୁ ଗୋଡ଼ କାଢ଼ିଥିବା ଛେଣ୍ଡିପଦା ବ୍ଲକ ସାଲୁଇଖମଣ ଗ୍ରାମର ନୀଳମଣି ପଣ୍ଡା ଆଜି ଜଣେ ଜଣାଶୁଣା ମଣିଷ। ପରିଶ୍ରମ ବଳରେ ସେ ସମାଜରେ ନିଜ ପାଇଁ ସମ୍ମାନ ଅର୍ଜନ କରିପାରିଛନ୍ତି। ୧୯୭୨ରେ ରେଙ୍ଗାଳିର ଏକ ହୋଟେଲରୁ କର୍ମମୟ ଜୀବନ ଆରମ୍ଭ କରିଥିବା ନୀଳମଣି କିଛି ବର୍ଷ ପରେ ଛେଣ୍ଡିପଦା ଚାଲିଆସି ସାନଭାଇ ଦେଇଥିବା ଫଟୋ ଦୋକାନରେ କାମ କରିଥିଲେ। ସେଠାରେ ଦୁଇ ବର୍ଷ ରହିବା ପରେ ୧୯୯୫ରେ ନିଜେ କିଛି କରିବାକୁ ଚିନ୍ତା କରି ‘ଧରିତ୍ରୀ’ର ଖବରକାଗଜ ବିକ୍ରିରୁ ନୂତନ କ୍ୟାରିୟର ଆରମ୍ଭ କରିଥିଲେ। ଧୀରେ ଧୀରେ ଖବରକାଗଜର ବିକ୍ରି ବଢ଼ାଇବା ସହ ନିଜେ ବିଭିନ୍ନ କାଗଜର ଏଜେନ୍ସି ନେଲେ। ୨୦୦୧ରେ ହଠାତ ତାଙ୍କ କ୍ୟାବିନ ପୋଡ଼ିଯିବାରୁ ବହୁ କ୍ଷତିର ସମ୍ମୁଖୀନ ହୋଇଥିଲେ। ହେଲେ ତାଙ୍କ ଆମାୟିକ ବ୍ୟବହାର ଓ ସୁସମ୍ପର୍କ ଯୋଗୁ ବହୁ ଲୋକଙ୍କଠାରୁ ସେ ସହଯୋଗ ପାଇ ନୂତନ କ୍ୟାବିନ ବସାଇଥିଲେ। ସକାଳୁ କେତେ ଖବରକାଗଜ କେଉଁ ଅଞ୍ଚଳକୁ ଯିବ ତାହା ପଠାଇବା ଠାରୁ ଠିକ୍‌ ଭାବେ ଦେୟ ଆଦାୟ କରି ଡିପୋଜିଟ ପର୍ଯ୍ୟନ୍ତ ପ୍ରତିଟି କାର୍ଯ୍ୟକୁ ସେ ଦୀର୍ଘ ୨୪ ବର୍ଷ ହେବ ସୂଚାରୁ ରୂପେ କରିଆସୁଛନ୍ତି। ଏହି ଦୀର୍ଘ ବର୍ଷ ମଧ୍ୟରେ ସେ ନିଜ ପରିଶ୍ରମ ବଳରେ ନିଜ ପାଇଁ ସମାଜରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟିକରି ପାରିଛନ୍ତି। କ୍ୟାନସରରେ ପ୍ରଥମ ସ୍ତ୍ରୀଙ୍କ ପରଲୋକ ପରେ ସେ ଦୁଇ ଝିଅ, ପୁଅଙ୍କ ମୁହଁକୁ ଚାହିଁ ଦ୍ୱିତୀୟ ବିବାହ କରିଥିଲେ। ଏବେ ବୟସ ବଢ଼ିଯାଇଥିଲେ ବି ସେ ନିଜ କର୍ମମୟ ଜୀବନରେ କେବେ ଅବହେଳା କରିନାହାନ୍ତି। ସକାଳୁ ଠିକଣା ସମୟରେ ଲୋକଙ୍କ ନିକଟରେ କିପରି ଖବରକାଗଜ ପହଞ୍ଚିବ, ଅଧିକରୁ ଅଧିକ ଗ୍ରାହକଙ୍କ ସହ ସେ କିପରି ଯୋଡ଼ି ହୋଇପାରିବେ ତାହା ଉପରେ ଧ୍ୟାନ ଦେଉଛନ୍ତି। ସେହିପରି ଦୁଇ ଝିଅଙ୍କୁ ଯୁକ୍ତ ୨ ପର୍ଯ୍ୟନ୍ତ ପଢାଇବା ସହିତ ପୁଅକୁ ଏମ୍‌ବିଏ ପଢାଇ ପାରିଛନ୍ତି। ଖବରକାଗଜ ହିଁ ତାଙ୍କୁ ଆତ୍ମସମ୍ମାନର ସହ ବଞ୍ଚିବା ଶିଖାଇଛି ବୋଲି ନୀଳମଣି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଲିଥିନ ତଳେ ବିତୁଛି ଦିବ୍ୟାଙ୍ଗ ମହିଳାଙ୍କ ଜୀବନ

ମହାକାଳପଡ଼ା,୧୫ା୧୨ (ଡି.ଏନ.ଏ.): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବଙ୍କୁ ଆବାସ ଯୋଜନାରେ ଗୃହ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। ହେଲେ...

୩ ମହାନଗରର ସଂରକ୍ଷଣ ଚିଠା ବିଜ୍ଞପ୍ତି ପ୍ରକାଶିତ

ଭୁବନେଶ୍ୱର,୮ା୧(ବ୍ୟୁରୋ): ପୌର ନିର୍ବାଚନ ପାଇଁ ଓ୍ବାର୍ଡ ପୁନର୍ଗଠନ ଓ ଆସନ ସଂରକ୍ଷଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଶୁକ୍ରବାର ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ...

ରୋଡ୍‌ରୋମିଓଙ୍କୁ ଧରିବେ ମହିଳା ଏସ୍‌ପିଓ

ଭୁବନେଶ୍ୱର,୩ା୧(ବ୍ୟୁରୋ): ମହିଳାଙ୍କ ସୁରକ୍ଷା ଓ ସଶକ୍ତୀକରଣ ଦିଗରେ ବଡ଼ ପଦକ୍ଷେପ ନେଇଛି କମିଶନରେଟ ପୋଲିସ। ଗୁରୁବାର ଦ୍ୱାଦଶ ପ୍ରତିଷ୍ଠା ଦିବସରେ ଗଠନ ହୋଇଛି ସ୍ବତନ୍ତ୍ର ପୋଲିସ...

ପଶ୍ଚିମ ପାର୍ଶ୍ୱରେ ମାପଚୁପକୁ ବିରୋଧ:ଅଧାରେ ଅଟକିଲା ସର୍ଭେ

ପୁରୀ ଅଫିସ, ୨୦-୯:ଶ୍ରୀମନ୍ଦିର ଚୌହଦି ଉଚ୍ଛେଦର ମାପଚୁପ ଚାଲିଛି। ସୋମବାରଠାରୁ ଡିଜିପିଏସ୍‌ (ଡିଫରେନ୍‌ସିଆଲ ଗ୍ଲୋବାଲ ପୋଜିସନିଂ ସିଷ୍ଟମ) ପଦ୍ଧତିରେ ସର୍ଭେ କରାଯାଉଛି। ଏହି କାର୍ଯ୍ୟ ଆଉ...

ପାଇକ ବିଦ୍ରୋହ ସ୍ମାରକୀ ଶିଳାନ୍ୟାସ ଉତ୍ସବ: ଯୋଗ ଦେଲେ ରାଷ୍ଟ୍ରପତି

ଖୋର୍ଦ୍ଧା ଅଫିସ,୮।୧୨: ଖୋର୍ଦ୍ଧା ବରୁଣେଇରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ପାଇକ ବିଦ୍ରୋହ ସ୍ମାରକୀ ଶିଳାନ୍ୟାସ କରିବା ନେଇ ଆୟୋଜିତ କାର୍ଯ୍ୟକମରେ ସେ ଯୋଗଦେଇଛନ୍ତି। ରାଷ୍ଟ୍ରପତିଙ୍କ...

ସେଞ୍ଚୁରିଅନ ସ୍କୁଲ ଅଫ୍‌ ଲ ଉଦ୍‌ଘାଟିିତ

ଭୁବନେଶ୍ୱର,୩୦।୭:  ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ସେଞ୍ଚୁରିଅନ୍‌ ବିଶ୍ୱବିଦ୍ୟାଳୟର ଜଟଣୀ କ୍ୟାମ୍ପସଠାରେ ‘ସେଞ୍ଚୁରିଅନ ସ୍କୁଲ ଅଫ୍‌ ଲ’ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ...

ନକଲି ମୋବିଲ କାରଖାନା ଠାବ: ୨ ଗିରଫ

ବାଲେଶ୍ୱର ଅଫିସ,୧୯।୭: ବାଲେଶ୍ୱର ଜିଲା ସହଦେବଖୁଣ୍ଟା ଥାନା ଅଧୀନ ଆରଡ଼ି ବଜାର ମଜିତ୍‌ ଗଳି ନିକଟରେ ଶୁକ୍ରବାର ମଧ୍ୟାହ୍ନରେ ପୋଲିସ ଚଢ଼ାଉ କରି ନକଲି ମୋବିଲ...

ହାତୀକୁ ବୁଝିପାରୁନି ମଣିଷ: ସାଥୀ ସହ ଶତ୍ରୁତା

ଅନୁଗୋଳ ସହର, ୧୬ା୨ – କୃତିର ପ୍ରକୃତିକୁ ଆଉ ବୁଝିପାରୁନି ମଣିଷ। ସବୁଠୁ ବୁଦ୍ଧିଆ, ବିବେକୀ ବୋଲାଉଥିବା ସତ୍ତ୍ୱେ ସୃଷ୍ଟିର ସୁରକ୍ଷା ନ କରି ସ୍ବାର୍ଥକୁ...

Advertisement
Archives

Model This Week