ପରିଚଏ, ଜୀବ୍‌କା ଦେଇଛେ ଜହ୍ନି ଚାଷ୍‌

ସୋହେଲା,୨୯ା୮(ଡି.ଏନ୍‌.ଏ.):  ଓଡ଼ିଶା ଗୁଟେ କୃଷି ପରଧାନ ରାଏଜ୍‌। ଇ ରାଏଜ୍‌ର ବଡ଼ଭାଗି ଲୋକ୍‌ ଚାଷ୍‌ବାସ ଉପରେ ନିରଭର କରି ନିଜର ଜୀବନ୍‌ ଜୀବ୍‌କା ଚଲଉଛନ୍‌। ସେନ୍‌ତା ବରଗଡ଼ ଜିଲାକେ ରାଏଜର ଭାତ୍‌ ହଁାଡ଼ି ବଲି କୁହାଯାଉଛେ। ଇ ଜିଲା ଧାନ୍‌ ଚାଷ ବାହାରେ ପନିପରିବା ଚାଷ୍‌ରେ ବି ରାଏଜେ ନଁା କମେଇଛେ। ଜିଲାରୁ ରାଏଜର ଭିନେ ଭିନେ ଜିଲା ଆର ପଡ଼ିଶା ରାଏଜ୍‌ମାନକୁ ପନିପରିବା ରପ୍‌ତାନୀ ହେଉଛେ। ଇ ଜିଲାର ଚାଷୀ ହରେକ୍‌ କିସମର ପନିପରିବା ଚାଷ୍‌ କରି ଭଲ ଦୁଇ ପଏସା ରୁଜ୍‌ଗାର କରୁଛନ୍‌।
ବରଗଡ଼ ଜିଲା ସୋହେଲା ବ୍ଲକ ବାଇପାଲି ଗଁାର ଝନେ ପରିବା ଚାଷୀ କୁଶ ବଗର୍ତ୍ତିକୁଁ ଭେଟିଥିଲେ ଆମର ଥାନୀୟ ଧରିତ୍ରୀ ପରତିନିଧି। କୁଶ ବଗର୍ତ୍ତିକଁର ପରିବାର କହେଲେ ମାଏକିନା ଉର୍କୁଲି ଆର ୪ ଝି’, ୨ ପୁଓକୁ ନେଇ ତାକର ସୁଖର ସଁସାର। କୁଶ ଦୁଖ୍‌ସୁଖ କରି ବଡ଼ଖା ଝି’କେ ବିହା କରିଛନ୍‌, ବାକି ୩ ଝି’ ପାଠ୍‌ ପଢ଼ୁଛନ୍‌। ସେନ୍‌ତା ଦୁଇ ପୁଓ ଭିତରୁ ଝନକର ବଏସ ୨୫ ହେଇଥିଲାବେଲେ ଆରଗୁଟେ ପୁଓ ବଏସ ୧୨। ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ଜମିବାଡ଼ି ବଲି ବିଶେଷ କିଛି ନାଇଁ। କୁଶ ଭାଇ ଭାଗ୍‌ରେ ୧ ଏକର ୧୫ ଡେସିମିଲ ଜମି ପାଇଛନ୍‌। ସେଥ୍‌ରେ ସେ ଧାନ ଚାଷ୍‌ କରୁଛନ୍‌। ବଡ଼ କୁଟୁମ ଲାଗି ଘରେ ସବୁବେଲେ ଅଭାବ ଅନାଟନ ଲାଗି ରହୁଛେ। ସେଥିରଲାଗି କୁଶ ଅନେକ ସମିଆରେ ପରହର କାମ୍‌ବୁତା କରି ଦୁଇ ପଏସା ରୁଜଗାର କରୁଛନ୍‌। ହେଲେ ଅଲପ୍‌ ରୁଜ୍‌ଗାରରେ ବଢ଼ଲା ଛୁଆପିଲାକୁ ପୁଷ୍‌ବାର ସମ୍‌ଭବ ନୁହେ। ସେଥିରଲାଗି କୁଶ ୬ ନମ୍ବର ଜାତୀୟ ରାଜପଥ ତରେ କେନପାଲି ଗଁାର ଝନେ ଚାଷୀର ୭୦ ଡେସିମିଲ ଜାଗାକେ ଠିକାରେ ନେଇ ଜହ୍ନି ଚାଷ୍‌ କରିଛନ୍‌। ଗଲା ବଛର ଇ ଜମିରେ ସେ ବିନ୍ସ ଚାଷ୍‌ କରି ୪୦ ହଜାର ଟଁକା ଲାଭ୍‌ ପାଇଥିବାର କହିଛନ୍‌। ଇଥର ଜହ୍ନି ଚାଷ୍‌ରୁ ବି ଭଲ ଦୁଇ ପଏସା ଲାଭ୍‌ କରବାର ଆଶ୍‌ ସେ ରଖିଛନ୍‌। ଏହେଦେ ବଜାରରେ ଜହ୍ନି କେ.ଜି. ୨୦ ଟଁକା ରହିଛେ। କୁଶ ବାରିରୁ ଜହ୍ନି ତୁଲି ସିଧା ବେପାରୀମାନକୁ ବିକୁଛନ୍‌, ଦରକାର ପଡ଼ଲେ ନିଜେ ରାସ୍‌ତା ତରେ ପରିବା ରଖି ବିକୁଛନ୍‌। ଇଥ୍‌ରେ ଛୁଆପୁତାନୁ ପରିବାର ଲୋକ୍‌ ସଭେ ତାହାକୁ ସହଯୋଗ କରୁଛନ୍‌। କୁଶ ବି ବାହାଜାଂଗଲ ମାଜି ଦୁଇ ପଏସା ରୁଜ୍‌ଗାର କରବାର ସଂଗେ ଛୁଆପିଲାକୁ ପାଠ୍‌ପଢ଼େଇ ଭଲ ମୁନୁଷ୍‌ କରବାରେ ଲାଗି ପଡ଼ିଛନ୍‌। ହେଲେ ଅଭାବ ଆନାଟନ ଲାଗି କୁଶ ଆଏଜ୍‌ତକ ଭଲ ଘରଖଁଡ଼େ ତିଆରି ନାଇଁପାରି। ଆଏଜ୍‌ ବି କୁଟୁମବସିଆ ଗୁଟେ ପୁରନା ମାଏଟ୍‌ କୁରିଆରେ ରହୁଛନ୍‌। ହେଲେ ସରକାରୀ ଯୋଜନାରେ ଆଏଜ୍‌ ନାଇଁ ହେଲେ କାଏଲ୍‌ ପକାଘର ଖଁଡ଼େ ପାଏବାର ଆଶ୍‌ରେ ସେ ରହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଁଖାଇରେ ଅଡୁଆ ଯୁକ୍ତ ୩ ନାମଲେଖା

ବରଗଡ଼ ଅଫିସ୍‌,୨।୯: ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଆସନ୍ତା ୧୧ତାରିଖ ପାଳନ କରାଯିବ । ଏହି ଦିନ ଯୁକ୍ତ ୩ ନାମଲେଖା ଆରମ୍ଭ ହେଉଥିବାରୁ...

ବାଲିଗୁଡ଼ାରେ ବସ ଚଳାଚଳ ବନ୍ଦ

ବାଲିଗୁଡ଼ା,୮।୧(ଡି.ଏନ୍‌.ଏ.) : କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ପକ୍ଷରୁ ବୁଧବାର ୧୨ ଦଫା ନେଇ ଦେଶବ୍ୟାପୀ ବନ୍ଦ ପାଳନ ଡାକରା ଦିଆଯାଇଛି। ଏଠାରେ କୌଣସି ସଂଗଠନ ବନ୍ଦ...

ରକ୍ତ ଜୁଡୁବୁଡୁରେ ରଙ୍ଗମିସ୍ତ୍ରୀଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ବଲାଙ୍ଗୀର ଅଫିସ, ୨୬।୮: ବଲଙ୍ଗୀର ଜିଲା ସ୍ଥାନୀୟ ହାତୀଶାଳପଡା ଫରେଷ୍ଟ କଲୋନୀରୁ ଶୁକ୍ରବାର ଜଣେ ରଙ୍ଗମିସ୍ତ୍ରୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଛି। ମୃତ ରଙ୍ଗମିସ୍ତ୍ରୀ...

ବଳାତ୍କାର ଶିକାର ନାବାଳିକାଙ୍କୁ ବାପାଙ୍କ ଜିମା: ପ୍ରଶ୍ନ ଉଠାଇଲା ଶିଶୁ ମଙ୍ଗଳ ସମିତି

ଅନୁଗୋଳ ଅଫିସ, ୧୧।୮ – ଅନୁଗୋଳ ବସ୍‌ଷ୍ଟାଣ୍ଡ ନିକଟରେ ଜୁଲାଇ ୨୧ରେ ବଳାତ୍କାରର ଶିକାର ହୋଇଥିବା ନାବାଳିକାଙ୍କୁ ଅନୁଗୋଳ ପୋଲିସ ଶନିବାର ମେଡିକାଲ ପରିସରରେ ତାଙ୍କ...

ନାବାଳିକା ଝିଅକୁ ବଳାତ୍କାର କରି ଜେଲ ଗଲେ ବାପା

ଲାଞ୍ଜିଗଡ଼,୪।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ଥାନା ଅଞ୍ଚଳରେ ଏକ ଲଜ୍ଜାକର ଘଟଣା ଘଟିଛି। ୧୨ ବର୍ଷର ନିଜ ଝିଅକୁ ବଳାତ୍କାର କରି ବାପା...

ଦଲାଲଙ୍କୁ ଧାନ ବିକି ଋଣ ଶୁଝୁଛନ୍ତି ଚାଷୀ

ଜଳେଶ୍ୱର, ୮ା୧୨(ଡି.ଏନ.ଏ.): ଉତ୍ତର ବାଲେଶ୍ୱରର ଭାତହାଣ୍ଡି କୁହାଯାଉଥିବା ଜଳେଶ୍ୱରର ପ୍ରାୟ ୪୦ଭାଗ ଜମିର ଧାନ ଅମଳ ସରିଲାଣି। କିନ୍ତୁ ଧାନମଣ୍ଡି ଖୋଲା ଯାଇ ନ ଥିବାରୁ...

କଲ୍ୟାଣ ମଣ୍ଡପ ନିର୍ମାଣକୁ ସାହି ବାସିନ୍ଦାଙ୍କ ବିରୋଧ

ଗଞ୍ଜାମ,୨୨।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ୱାର୍ଡ ନ. ୬ ରାମାଲିଙ୍ଗେଶ୍ୱର ମନ୍ଦିର ପାର୍ଶ୍ୱରେ ହେବାକୁ ଥିବା କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟକୁ ସାହି ବାସିନ୍ଦା ଜୋରଦାର ବିରୋଧ...

ନିର୍ଦ୍ଧାରିତ ସମୟ ପୂର୍ବରୁ ରଥଟଣା ଆରମ୍ଭ: ଆଜି ଅଭିମାନିନୀ ମା’ ଲକ୍ଷ୍ମୀଙ୍କ ସହ ଜଗାର ହେବ ଭେଟ

ପୁରୀ ଅଫିସ,୨୦।୭: ଜନ୍ମବେଦୀ ଛାଡ଼ି ବାହୁଡ଼ା ଯାତ୍ରାରେ ମହାପ୍ରଭୁ ବାହାରିଛନ୍ତି । ନିର୍ଦ୍ଧାରିତ ସମୟ ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିରରୁ ରଥଟଣା ଆରମ୍ଭ ହୋଇଛି। ବଡ଼ଦାଣ୍ଡରେ ପ୍ରଭୁ...

Advertisement
Archives

Model This Week