ପରଶାସନର ଭୁଲ୍‌ ଲାଗି ରୁଗୀ ଦହଗଁଜ୍‌

 

ଲାଠୋର, ୮।୨ (ଡି.ଏନ୍‌.ଏ.)-
ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ପରଶାସନର ଭୁଲ୍‌ ଲାଗି ଗଇନ୍ଦିମାଲ ଗଁାର ପକ୍ଷାଘାତ ରୁଗୀ ଲଛମନ କୁମ୍ଭାର(୫୭) ଚିକିଛା କରେଇ ନାଇଁପାରବାର ବଲି ତାକର ଝି’ ତୁଳସୀ କୁମ୍ଭାର ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ ଗଇନ୍ଦିମାଲର ଲଛମନ କୁମ୍ଭାରକଁର ପରିବାର କହେଲେ ଝି’ ତୁଳସୀକେ ନେଇ ସଁସାର। ମାଏକିନା ସରୋଜିନି ବଛର କେତେ ତଲେ ପକ୍ଷାଘାତ ରୋଗ୍‌ରେ ପଡ଼ି ଚିକିଛା ଅଭାବୁ ଆରପାରକେ ଚାଲିଯାଇଛନ୍‌। ଇଆଡ଼େ ପରିବାରଟା ନିହାତି ଗରିବ୍‌ ବାପ୍‌’ଝି ଗୁଟେ ଭଂଗା ଦଦ୍‌ରା କୁରିଆରେ ମୁଡ଼ ଗୁଁଜିଛନ୍‌। ଲଛମନ କୁଲିମଜୁରି କରି ଝି’ତୁଳସୀକୁଁ ପାଲପୋଷ କରବାର ସଂଗେ ପାଠ୍‌ ପଢ଼ୁଥିଲେ। ହେଲେ ଦଇବ ତାକର ସୁଖ୍‌ ନାଇଁ ସହିପାରଲା। ଲଛମନ ବି ପକ୍ଷାଘାତ ରୋଗ୍‌ରେ ପଡ଼ଲେ। ଏନ୍‌ତାଥି ଝି’ ତୁଳସୀ ପାଠ୍‌ପଢ଼ା ଛାଡ଼ି ବାପ୍‌ର ସେବାଯତନ କରବାର ସଂଗେ କୁଲିମଜୁରି କରି ଘର ଚଲଉଛନ୍‌। ଇ ବାବ୍‌ଦେ ଗଲା ୨୯ା୧୨ା୨୦୧୯ରେ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ଟିକିନିଖିନୁ ଖବର ବାହାରିଥିଲା। ଇ ଖବରକେ ନେଇ ସାମାଜିକ କରମୀ ଦିବସ କୁମାର ସାହୁ ମୁଖ୍ୟମନ୍ତ୍ରୀକୁଁ ଟୁଇଟ କରି ଲଛମନକୁଁ ଚିକିଛା ସାହାଯ୍‌ ଯୁଗେଇ ଦେବାକେ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀକଁର ନିରଦେଶରେ ତୁରେକେଲା ବିଡିଓ ୧୧ା୦୧ା୨୦୨୦ରେ ଗଇନ୍ଦିମାଲ ଲଛମନକଁର ଘରେ ପୁହୁଁଚିଥିଲେ। ସେ ଲଛମନକୁଁ କମଲ, ଦରି ଦେବାର ସଂଗେ ଝି’ ତୁଳସୀକଁର ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟ ନଂ. ୩୯୬୪୩୫୨୦୭୦ରେ ୨୦ ହଜାର ଟଁକା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଦିଆଗଲା ବଲି ଗୁଟେ ଚିଠି (ନଂ. ୧୧୪୮ ତା.୦୯ା୦୧ା୨୦୨୦) ଦେଇଥିଲେ। ହେଲେ ତୁଳସୀକଁର ସେ ଆକାଉଣ୍ଟଟା ସେଣ୍ଟ୍ରାଲ ବ୍ୟାଙ୍କରେ ରହିଛେ। ଏନ୍‌ତାଥି ସେ ଟଁକା ଟ୍ରାନ୍ସଫର ହେଇ ନାଇଁପାରି କରି ଝୁଲି ରହିଛେ। ଯେନ୍‌ଥିରଲାଗି ତୁଳସୀ ବାପର ଚିକିଛା କରେଇ ନାଇଁପାରବାର ବଲି ଅଭିଯୋଗ କରିଛନ୍‌। ପରଶାସନର ଇ ଖାମଖିଆଲି କାଯ୍‌ ଲାଗି ଲଛମନ ଆଏଜ୍‌ତକ ଚିକିଛା ସାହାଯ୍‌ ଟଁକା ପାଏବାରୁ ବଁଚିତ୍‌ ହେଇ ଭଗବାନ ଭରସାରେ ରହିଛନ୍‌। ଇ ବାବ୍‌ଦେ ତୁରେକେଲା ବିଡିଓ ପ୍ରଭାତ କୁମାର ସାହୁକୁଁ ପଚ୍‌ରାଲାରୁ ଘଟନାର ତଦଁତ୍‌ କରି ଯେତେ ଜଲଦି ହେବା ସମସିଆର ସମାଧାନ କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକରେ ବୁହାହେଲା ମୃତଦେହ: ଅଭାବନୀୟ ଚିତ୍ରର ଭିଡିଓ ହେଉଛି ଭାଇରାଲ

ବଲାଙ୍ଗୀର,୨୪।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରୁ ଆସିଛି ଅଭାବନୀୟ ଚିତ୍ର। କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଖଇରପଦର ଗାଁର ୧୨ ବର୍ଷୀୟା…

ଏୟାର ବ୍ୟାଗରେ ଗଞ୍ଜେଇ: ବଲାଙ୍ଗୀର ରେଲୱେ ଷ୍ଟେଶନରେ ଅପେକ୍ଷା କରିଥିବା ଯୁବକଙ୍କୁ…

ବଲାଙ୍ଗୀର, ୨୪/୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରେଲୱେ ଷ୍ଟେଶନରୁ ୧୦ କେଜି ଗଞ୍ଜେଇ ରେଲୱେ ସୁରକ୍ଷା ବଳ (ଆରପିଏଫ) ଜବତ କରିଛି। ଏହି ଘଟଣାରେ ଜଣେ…

ଟ୍ରେନ୍‌ରେ ପିଟିହୋଇ ମହିଳା ଗୁରୁତର

ବଲାଙ୍ଗୀର, ୨୪।୮: ବଲାଙ୍ଗୀର ସହର ନିକଟସ୍ଥ ଝୁଜେନପାଲି ରେଳ ଫାଟକଠାରେ ଟ୍ରେନ୍‌ରେ ପିଟି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ମହିଳା ଜଣକ ପାଟଣାଗଡ଼ ଥାନା ଅନ୍ତର୍ଗତ…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

ବଲାଙ୍ଗୀରରେ ଚାଞ୍ଚଲ୍ୟ: ସ୍ତ୍ରୀ ଫେରି ଆସିବ ବୋଲି ଦେଇଥିଲେ ନରବଳି

ବଲାଙ୍ଗୀର,୨୨ା୮(ବୀରେନ୍ଦ୍ର କୁମାର ଝାଙ୍କର): ଘର ଛାଡି ଚାଲିଯାଇଥିବା ସ୍ତ୍ରୀ ଘରକୁ ଫେରିଆସିବ ବୋଲି ଅଭିଯୁକ୍ତ ଦେଇଛନ୍ତି ନରବଳି। ଏକଥା ବିଶ୍ୱାସ ହେଉ ନ ଥିଲେ ମଧ୍ୟ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri