ପରଲୋକରେ ସ୍ବାଧୀନତା ସଂଗ୍ରାମୀ ରାହାସ ବିହାରୀ

ବାହାନଗା, ୧।୬(ଡି.ଏନ.ଏ.)-ବାହାନଗା ବ୍ଲକ ପଣପଣା ପଞ୍ଚାୟତର କହଁରାଗୋହିରୀ ଗ୍ରାମର ସ୍ବାଧୀନତା ସଂଗ୍ରାମୀ ରାହାସ ବିହାରୀ ନାୟକ(୯୫)ଙ୍କ ଶନିବାର ସକାଳେ ପରଲୋକ ହୋଇଛି। ସେ ଦୀର୍ଘଦିନ ହେଲା ଆଜମ୍। ରୋଗରେ ଆକ୍ରାନ୍ତ ହୋଇଥିଲେ। କିଛିଦିନ ହେଲା ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ଶୁକ୍ରବାର ତାଙ୍କୁ ଚିକିତ୍ସାଳୟରୁ ଘରକୁ ଫେରାଇ ଅଣାଯାଇଥିଲା। ଶନିବାର ପୂର୍ବାହ୍ନ ସାଢେ ୧୧ଟାରେ ନିଜ ବାସଭବନରେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କ ପାଖରେ ତାଙ୍କ ଦୁଇ ପୁଅ ଓ ବୋହୂ, ୪ ଝିଅ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ମାତ୍ର ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ନୀଳଗିର ବିଧାୟକ ଇଂ. ସୁକାନ୍ତ କୁମାର ନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଗ୍ରାମବାସୀ ତାଙ୍କ ବାସଭବନକୁ ଯାଇ ଶେଷଦର୍ଶନ କରିଥିଲେ।
୧୯୨୪ ମସିହାରେ ଜନ୍ମଗ୍ରହଣ କରିଥିବା ରାହାସ ବିହାରୀ ଭାରତଛାଡ଼ ଆନ୍ଦୋଳନ ଓ ଲବଣ ସତ୍ୟାଗ୍ରହରେ ସାମିଲ ହୋଇ କାରାବରଣ କରିଥିଲେ। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଗତ ୨୦୧୬ ମସିହାରେ ବାହାନଗା ବ୍ଳକ ସାମ୍ବାଦିକ ସଂଘ ତରଫରୁ ତାଙ୍କୁ ମୁକ୍ତି ସଂଗ୍ରାମ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଭାରତର ପ୍ରଧାନମନ୍ତ୍ରୀ, ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ତରଫରୁ ମଧ୍ୟ ତାଙ୍କୁ ସମ୍ମାନିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସାପ ଧରି ଯୁବକଙ୍କ ଉନ୍ମତ୍ତ କାଣ୍ଡ

ଔପଦା,୧୯।୧୨(ଡି.ଏନ.ଏ.)-ଔପଦା ବ୍ଲକ ସଦର ବଜାରରେ ଥିବା ସିଦ୍ଧେଶ୍ୱର ମହାଦେବ ମନ୍ଦିର ମଧ୍ୟକୁ ଜଣେ ଯୁବକ ହାତରେ ସାପ ଧରି ପଶି ଉନ୍ମତ୍ତ କାଣ୍ଡ ଭିଆଇଥିବା ସ୍ଥାନୀୟ...

ଶଙ୍ଖାମେଦୀକୁ ଗିଳିଲାଣି ପଶ୍ଚିମବଙ୍ଗ:  ନାଁ ବଦଳାଇ କରୁଛି ନିର୍ବାଚନ

ଭୋଗରାଇ,୨୪।୩(ପ୍ରଦୀପ ଦାସ)- ଓଡ଼ିଶା ସୀମାନ୍ତ ଗାଁ କୋଟିଆରେ ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ କରି ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ଏବେ ପଶ୍ଚିବମଙ୍ଗ ବାଲେଶ୍ୱର ଜିଲା...

ବିଶ୍ୱର ଆଦି ଭାଷା ସଂସ୍କୃତ: କେନ୍ଦ୍ରମନ୍ତ୍ରୀ ପ୍ରତାପଙ୍କ ସଂସ୍କୃତ ଭାଷଣରେ କମ୍ପିଲା ସଂସଦ

ବାଲେଶ୍ୱର ଅଫିସ, ୧୫।୧୨-ବାଲେଶ୍ୱର ଏମ୍‌ପି ତଥା କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀବିକାଶ ଏବଂ ଗୋପାଳନ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଗତ...

ଜୀବନ ପ୍ରଦୀପଙ୍କ ଘରବାହୁଡ଼ା

ଭୁବନେଶ୍ୱର,୧୪।୧: ବାଲେଶ୍ୱରର ପୂର୍ବ ବିଧାୟକ ଜୀବନ ପ୍ରଦୀପ ଦାସ ଗୁରୁବାର ଭାଜପାରେ ଯୋଗ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ସେ ଭାଜପାରେ ସାମିଲ ହୋଇଥିବା...

ଦୁର୍ଘଟଣାରେ ଆହତ ଯୁବକଙ୍କ ଜୀବନ ଗଲା

ଖଇରା, ୨୯ା୫(ଡି.ଏନ.ଏ.)-ବାଲେଶ୍ବର ଜିଲା ଖଇରା ଥାନା ଭାସ୍କରପୁର ଗ୍ରାମର ଜନ୍ମେଜୟ ପୁରୀ ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ ଡାକ୍ତରଖାନାରେ ପ୍ରାଣ ହରାଇଛନ୍ତି। ସେ ମଙ୍ଗଳବାର ବାଇକରେ...

ଖଡିବାହାଳି ଗାଁରେ ହାତୀ ଆତଙ୍କ: ହାତୀ ଘଉଡ଼ାଇବାକୁ ସ୍ଥାନୀୟ ଲୋକଙ୍କ ଦାବି

କେନ୍ଦୁଝର, ୫।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଖଡିବାହାଳି ଗାଁରେ ହାତୀ ଆତଙ୍କ ଦେଖାଦେଇଛି । ଗତ ୫ ଦିନ ହେଲା ସନ୍ଧ୍ୟା ହେଲେ...

ଅଗ୍ନିକାଣ୍ଡରେ ଜଳିଗଲା ୨ ବଖରା: କାରଣ ଅସ୍ପଷ୍ଟ

ଖଇରା,୨୫।୫(ଡି.ଏନ୍‌.ଏ): ବାଲେଶ୍ବର ଜିଲା ଖଇରା ବ୍ଲକ ଅଧୀନ ଜଳଦା ଗ୍ରାମରେ ସୋମବାର ସକାଳେ ଅଗ୍ନିକାଣ୍ଡ ଘଟି ରମାକାନ୍ତ ପାଣିଗ୍ରାହୀଙ୍କର ୨ବଖରା ବାସଗୃହ ପୋଡି ପାଉଁଶ ହୋଇଯାଇଛି।...

ମାସ୍କ ଅଭାବ ଦୂରେଇବେ ମହିଳା ଉତ୍ପାଦକ ଗୋଷ୍ଠୀ

ବାଲେଶ୍ୱର ଅଫିସ,୧୯।୩- ସାରା ବିଶ୍ୱରେ କରୋନା ଭୂତାଣୁ ସଂକ୍ରମଣ ଭୟକୁ ଦୃଷ୍ଟିରେ ରଖି ବାପକ ସତର୍କତା ଅବଲମ୍ବନ କରାଯାଉଛି। କେନ୍ଦ୍ର ଓ ରାଜ୍ୟସରକାର ଏ ଦିଗରେ...

Advertisement
Archives

Model This Week