Posted inଖେଳ

ପପୁଆ ନ୍ୟୁ ଗିନିକୁ ଟି୨୦ ବିଶ୍ୱକପ୍‌ ଯୋଗ୍ୟତା

ଦୁବାଇ,୨୮।୧୦- ଆଗାମୀ ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ପୁରୁଷ ଟି୨୦ ବିଶ୍ୱକପ୍‌ ପାଇଁ ପପୁଆ ନ୍ୟୁ ଗିନି (ପିଏନ୍‌ଜି) ଯୋଗ୍ୟତା ଅର୍ଜନ କରିଛି। ରବିବାର ଖେଳାଯାଇଥିବା ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ପିଏନ୍‌ଜି ୪୫ ରନ୍‌ରେ କେନିୟାକୁ ହରାଇ ଦେଇଛି। ଆଉ ଏକ ମ୍ୟାଚ୍‌ରେ ନେଦରଲାଣ୍ଡ ସ୍କଟଲାଣ୍ଡଠାରୁ ପରାସ୍ତ ହେବାରୁ ପିଏନ୍‌ଜି ଯେକୌଣସି ଫର୍ମାଟରେ ପ୍ରଥମ ଥର ପାଇଁ କ୍ରିକେଟ ବିଶ୍ୱକପ୍‌ ଖେଳିବା ନିଶ୍ଚିତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ପିଏନ୍‌ଜି ଏକଦା ୪ ଓଭରରେ ୬ ଉଇକେଟ ହରାଇ ୧୯ ରନ୍‌ କରିଥିଲା। ନର୍ମାନ ଭାନୁଆ (୫୪)ଙ୍କ ଅର୍ଦ୍ଧଶତକୀୟ ଇନିଂସ ଯୋଗୁ ପିଏନ୍‌ଜି ଦଳ ୧୯.୩ ଓଭରରେ ୧୧୮ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। କେନିୟା ପାଇଁ ଇମାନୁଏଲ ବୁନ୍‌ଡି ସର୍ବାଧିକ ୪ ଉଇକେଟ ନେଇଥିଲେ। ସେହିଭଳି ଲୁକାସ ଓଲୁଚ ଓ କଲିନ୍ସ ଓବୁୟା ୨ ଲେଖାଏ ଉଇକେଟ ହାସଲ କରିଥିଲେ। ୧୧୯ ରନ୍‌ର ବିଜୟଲକ୍ଷ୍ୟ ନେଇ ଓହ୍ଲାଇଥିବା କେନିୟା ମାତ୍ର ୭୩ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। କେବଳ ଇର୍ଫାନ କାରିମ (୨୯), ଆମାନ ଗାନ୍ଧୀ (୧୪) ଓ କଲିନ୍ସ (୧୦)ଙ୍କ ବ୍ୟତୀତ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ସ୍କୋର ଛୁଇଁ ପାରି ନ ଥିଲେ। ବିଜୟୀ ଦଳ ଲାଗି ନୋସିନା ପୋକାନା ୩, ନର୍ମାନ ଭାନୁଆ ୨ ଓ ଡାମିନ ରାବୁ ୨ କରି ଉଇକେଟ ପାଇଥିଲେ। ପିଏନ୍‌ଜି ମ୍ୟାଚ୍‌ ଜିତିବା ପରେ ଦଳର ପ୍ରତ୍ୟେକ ଖେଳାଳି ଷ୍ଟାଡିୟମ୍‌ରେ ଉପସ୍ଥିତ ରହି ନେଦରଲାଣ୍ଡ-ସ୍କଟଲାଣ୍ଡ ମ୍ୟାଚ୍‌ ଦେଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ରେ ଫ୍ଲପ୍‌ ହୋଇଥିବା ୫ କୋଟିପତି ଖେଳାଳି

ନୂଆଦିଲ୍ଲୀ, ୨୧।୧୦: ୟୁଏଇରେ ଚାଲିଥିବା ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣର ଅଧାରୁ ଅଧିକ ମ୍ୟାଚ୍‌ ଖେଳାଯାଇ ସାରିଛି। ଚଳିତ ଥର ଅନେକ କୋଟିପତି ଖେଳାଳି ସେମାନଙ୍କ ପ୍ରଦର୍ଶନରେ...

ଫେଲ୍‌ ମାରିଲା ଟପ୍‌ଅର୍ଡର

କଲମ୍ବୋ,୨୯।୭: ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ୍‌ର ଗୁରୁବାର ଅନ୍ତିମ ମ୍ୟାଚରେ ଭାରତୀୟ ଅଧିନାୟକ ଶିଖର ଧାଓ୍ବନ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ।...

ଓସିଏ ପଦାଧିକାରୀଙ୍କୁ ଭେଟିଲା ଓସ୍‌ଜା ପ୍ରତିନିଧି ଦଳ

ଭୁବନେଶ୍ୱର, ୪।୧୦(କ୍ରୀଡ଼ା ପ୍ରତିନିଧି)- ”ତୃଣମୂଳ ସ୍ତରରୁ ପ୍ରତିଭା ଚିହ୍ନଟ ସହ ଏକାଡେମୀ ସ୍ଥାପନ କରିବା ଏବଂ କ୍ରିକେଟ ଭିତ୍ତିଭୂମିର ଉନ୍ନତି ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ରାଜ୍ୟରେ...

ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ, ପାଣି ବାଣ୍ଟିଲେ ସାମି

ନୂଆଦିଲ୍ଲୀ,୨।୬(ପି.ଟି.): କୋଭିଡ-୧୯ ମହାମାରୀ ଲଢେଇରେ ସାମିଲ ହୋଇଛନ୍ତି ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି। ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶାରେ ପ୍ରଭାବିତ ହୋଇ ସେ ସମାଜମଙ୍ଗଳ କାର୍ଯ୍ୟପାଇଁ...

ଅଷ୍ଟ୍ରେଲିଆରେ ଟେଷ୍ଟ ପଦାର୍ପଣ କରିବାରେ ନସୀମ ଶାହ ସର୍ବକନିଷ୍ଠ କ୍ରିକେଟର

ବ୍ରିସ୍‌ବେନ,୨୧।୧୧- ୧୬ ବର୍ଷୀୟ ପାକିସ୍ତାନୀ ପେସର ନସୀମ ଶାହ ଗୁରୁବାର ସର୍ବକନିଷ୍ଠ କ୍ରିକେଟର ଭାବେ ଅଷ୍ଟ୍ରେଲିଆରେ ଟେଷ୍ଟ ପଦାର୍ପଣ କରିଛନ୍ତି। ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ...

କୋହଲିଙ୍କୁ ଡ୍ୟାନ୍ସ ଶିଖାଇଲେ ଏହି କ୍ରିକେଟର୍‌ଙ୍କ ସ୍ତ୍ରୀ

ଟିମ ଇଣ୍ଡିଆର ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ସ୍ତ୍ରୀ ଧନଶ୍ରୀ ବର୍ମା ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ତାଙ୍କ ନୃତ୍ୟ ସହିତ ସୋସିଆଲ ମିଡିଆରେ ଭାଇରାଲ...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପଡିଲା ହାତଗଣ୍ଠି

ୱେଷ୍ଟଇଣ୍ଡିଜ ଏବଂ ଆଇପିଏଲର ପଞ୍ଜାବ କିଙ୍ଗ୍ସ ବ୍ୟାଟ୍ସମ୍ୟାନ ନିକୋଲାସ ପୁରନ ତାଙ୍କ ପ୍ରେମିକା କ୍ୟାଥରିନ ମିଗୁଲଙ୍କୁ ବିବାହ କରିଛନ୍ତି। ନିକୋଲାସ ବିବାହ ଫଟୋ ଶେୟାର କରି...

ଇତିହାସ ରଚିଲେ ସିନ୍ଧୁ

ଟୋକିଓ,୧।୮: ଇତିହାସ ରଚିଲେ ଭାରତୀୟ ମହିଳା ଶଟଲର ପି ଭି ସିନ୍ଧୁ। ପ୍ରଥମ ଭାରତୀୟ ମହିଳା ଖେଳାଳି ଭାବେ ସିନ୍ଧୁ ଜିତିଛନ୍ତି ଦୁଇଟି ଅଲିମ୍ପିକ୍ସ ପଦକ।...

Advertisement
Archives

Model This Week