ପଦ୍ମ ପଙ୍କରେ ଲୀନ ହେଲା କଣ୍ଟାସାଗର

ରାୟଗଡ଼(ଗଜପତି),୧୮।୧-ଗଜପତି ଜିଲା ରାୟଗଡ଼ସ୍ଥିତ ଶତାୟୁ ‘କଣ୍ଟାସାଗର’ ପୋଖରୀ ଆଉ ଅଞ୍ଚଳବାସୀଙ୍କ କାମରେ ଲାଗୁନି। ଦିନେ ଅଞ୍ଚଳ ପାଇଁ ଆଶୀର୍ବାଦ ପାଲଟିଥିବା ଏହି ପୋଖରୀ ଏବେ ପଦ୍ମ ପଙ୍କରେ ଭର୍ତ୍ତି ହୋଇ ସମ୍ପୂୂର୍ଣ୍ଣ ନଷ୍ଟ ହୋଇଛି। ରାୟଗଡ଼ ଗ୍ରାମର ଉଭୟ ପାର୍ଶ୍ୱର ପ୍ରାୟ ଦୁଇ କିଲୋମିଟର ଦୂରରେ ପ୍ରବାହିତ ମହେନ୍ଦ୍ରତନୟା ଓ ରାଜପୁର ନଦୀ ଦୂର ହେଉଥିବାରୁ ଶହେ ବର୍ଷ ପୂର୍ବେ ରାୟଗଡ଼ ସମେତ ନିକଟସ୍ଥ ପଣ୍ଡାସାହି, ଚମ୍ପାସାହି, ଉପରସାହି, କଇଡ଼ପଦର ଆଦି ଗ୍ରାମର ଲୋକଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ଏହି ପୋଖରୀ ଖୋଳାଯାଇଥିଲା।
କଣ୍ଟାସାଗରର ପରିଷ୍କାର ଜଳ ପାନୀୟ ଉପଯୋଗୀ ହୋଇଥିବାରୁ ଅଞ୍ଚଳରେ ଜଳକଷ୍ଟ ନ ଥିଲା। ଏପରିକି ପୋଖରୀରେ ମାଛଚାଷ ମାଧ୍ୟମରେ ଆଦାୟ ଅର୍ଥ ପଞ୍ଚାୟତର ଜଳ, ପରିମଳ ଓ ବିଦ୍ୟୁତୀକରଣ କାର୍ଯ୍ୟରେ ମଧ୍ୟ ବିନିଯୋଗ ହୋଇପାରୁଥିଲା। ବର୍ଷା ଅଭାବରୁ ମରୁଡି ପରିସ୍ଥିତି ସୃଷ୍ଟି ହେଲେ ଏହି ପୋଖରୀ ତଳ ଅଞ୍ଚଳର ଜମିକୁ ପାଣି ଯୋଗାଇ କୃଷକଙ୍କ ପାଇଁ ମଧ୍ୟ ସହାୟକ ହେଉଥିଲା। ହେଲେ ସାପ୍ତାହିକ ବଜାରକୁ ଆସୁଥିବା ଶହ ଶହ ଯାନବାହନ ପୋଖରୀ ହୁଡ଼ାରେ ଧୋଇବା ଦ୍ୱାରା ପେଟ୍ରୋଲ, ଡିଜେଲ୍‌ ମିଶ୍ରିତ ଜଳ ପୋଖରୀରେ ପଶି ଏହାର ସ୍ବଚ୍ଛତା ନଷ୍ଟ ହୋଇଛି। ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରିବା ସହ ଏହି ପୋଖରୀ ଏବେ ପଦ୍ମ ପଙ୍କରେ ଲୀନ ହୋଇଯାଇଥିବା ଦେଖିବାକୁ ମିଳିଛି। ଅଞ୍ଚଳର ଜନସଂଖ୍ୟା ବୃଦ୍ଧି ପାଉଥିବାବେଳେ ଏକମାତ୍ର କରଣ ବନ୍ଧ ଅଞ୍ଚଳବାସୀଙ୍କ ପାଇଁ ସାହା ଭରସା ହୋଇଛି। ତେଣୁ କଣ୍ଟାସାଗର ବନ୍ଧର ପଙ୍କ ଉଦ୍ଧାର କରିବା ସହ ଏହାକୁ ବ୍ୟବହାର ଉପଯୋଗୀ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟି ଚାଳକଙ୍କୁ ଚାପିଦେଲା ମୋରମ ବୋଝେଇ ହାଇଓ୍ବା, ଲୋକେ ଚକାତଳୁ ମୃତଦେହ କାଢ଼ି…

ପୁରୁଷୋତ୍ତମପୁର,୧ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଦ୍ରୁତଗତିରେ ଆସି ସ୍କୁଟିକୁ ଧକ୍କାଦେଇଥିଲା। ଫଳରେ…

ମା-ମାମୁ ମୋବାଇଲ ଛଡ଼ାଇ ନେବାରୁ ବିଷ ପିଇଦେଲେ ନାବାଳିକା

ଉଦଳା,୧ା୭(ସନ୍ତୋଷ କୁମାର ବାଛିନି): ମୋବାଇଲ ଛଡ଼ାଇ ନେଇ ଭାଙ୍ଗି ଦେଲେ ବୋଲି ବିଷ ପିଇଦେଇଛନ୍ତି ଜଣେ ନାବାଳିକା। ଏଭଳି ଘଟଣା ଘଟିଛି ରାଜ ବରହମପୁର ଥାନା ଗଗପାଳ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ପାଣିପାଗ କେନ୍ଦ୍ର କହିଲା ୩ ଦିନ ପର୍ଯ୍ୟନ୍ତ…

ଭୁବନେଶ୍ୱର,୧ା୭: ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଉତ୍ତରପଶ୍ଚିମ ବଙ୍ଗୋପସାଗର ଏବଂ ତତ୍‌ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ନେଇ ଆଇଏମ୍‌ଡି…

ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣରେ ଅନିୟମିତତା ଅଭିଯୋଗ, ବିଧାୟକଙ୍କ ଅନୁରୋଧ ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ

କଟକ ସଦର,୨।୭(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଷ୍ଟାଫ କ୍ୱାର୍ଟର ନିର୍ମାଣରେ ବ୍ୟାପକ ଅନିୟମିତା ନେଇ ଅଭିଯୋଗ ହୋଇ ଆସୁଥିଲା ।…

ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା, ଏସବୁ ସ୍ଥାନରେ ଅଧିକ

ଭୁବନେଶ୍ୱର,୧ା୭: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ବିଶେଷକରି ୫ଟି ସ୍ଥାନରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୦୦ ମି.ମି ବର୍ଷା ରେକର୍ଡ କରାଯାଇଥିବା ଭୁବନେଶ୍ୱରସ୍ଥିତ…

କଲେଜ ଯାଇଥିଲେ ଡାକ୍ତରୀ ଛାତ୍ରୀ, ଛାତରୁ ଡେଇଁ ଆତ୍ମହତ୍ୟା କଲେ ମା’! କାରଣ ଜାଣିଲେ…

ବଲାଙ୍ଗୀର,୨।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତୁଳସୀ ନଗର ପଡାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ଭଡା ଘରେ ରହୁଥିବା ଜଣେ ମହିଳା…

ଆଦାନୀ ସହ ବଡ଼ ଚୁକ୍ତି ସ୍ବାକ୍ଷର କଲେ ଓଡ଼ିଶା ସରକାର: ସୃଷ୍ଟି ହେବ ୫୩,୫୦୦ ନୂଆ ନିଯୁକ୍ତି

ଭୁବନେଶ୍ୱର,୨।୭: ଆଦାନୀ ଏଣ୍ଟରପ୍ରାଇଜେସ ଲିମିଟେଡ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ବଡ଼ ଚୁକ୍ତି ସ୍ବାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଲୋକସେବା ଭବନରେ…

ବକେୟା ଅର୍ଥ ନ ମିଳିବାରୁ ପ୍ଲାଣ୍ଟ ଉପରେ ଚଢ଼ି ଠିକାଦାରଙ୍କ ଆତ୍ମହତ୍ୟା ଉଦ୍ୟମ, ହାଇଡ୍ରାମା ପରେ ପୋଲିସ…

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀସ୍ଥିତ ଆଇଆର୍‌ଆଇଏଲ କମ୍ପାନୀର ଡ୍ରେଜିଙ୍ଗ କାର୍ଯ୍ୟ ଚାଲିଥିବା ଅଞ୍ଚଳରେ ଏକ ହାଇଡ୍ରାମା ଦେଖିବାକୁ ମିଳିଛି। କାର୍ଯ୍ୟର ବକେୟା ଟଙ୍କା ନ ମିଳିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri