Posted inଖେଳ

ପଦ୍ମଶ୍ରୀ ପାଇଁ ବିଜୟନଙ୍କ ନାମ ସୁପାରିସ କଲା ଏଆଇଏଫ୍‌ଏଫ୍‌

ନୂଆଦିଲ୍ଲୀ, ୧୮ା୬ (ପି.ଟି.)- ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଦେଶର ଚତୁର୍ଥ ସର୍ବୋଚ୍ଚ ବେସାମରିକ ପୁରସ୍କାର ପଦ୍ମଶ୍ରୀ ପାଇଁ ପୂର୍ବତନ ଅଧିନାୟକ ଆଇଏମ୍‌ ବିଜୟନଙ୍କ ନାମ ସୁପାରିସ କରିଛି। ୫୧ ବର୍ଷୀୟ ପୂର୍ବତନ ଷ୍ଟ୍ରାଇକର ଭାରତ ତରଫରୁ ୯୦ ଦଶକ ପ୍ରାରମ୍ଭରେ ପଦାର୍ପଣ କରିଥିଲେ। ସେ ୭୯ଟି ମ୍ୟାଚ ଖେଳି ୪୦ ଗୋଲ ସ୍କୋର କରିଥିଲେ। ବିଜୟନ ୨୦୦୩ରେ ଅର୍ଜୁନ ପୁରସ୍କାର ପାଇଥିଲେ। ୧୯୯୩, ୧୯୯୭ ଓ ୧୯୯୯ରେ ସେ ‘ଇଣ୍ଡିଆନ ପ୍ଲେୟର ଅଫ୍‌ ଦି ଇୟର’ ପୁରସ୍କାର ଲାଭ କରିଥିଲେ। ବିଜୟନଙ୍କ ନାମ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପଠାଇଯାଇଥିବା ଏଆଇଏଫ୍‌ଏଫ୍‌ ସାଧାରଣ ସମ୍ପାଦକ କୁଶାଲ ଦାସ ପ୍ରକାଶ କରିଛନ୍ତି। ବିଜୟନ ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ଭାରତୀୟ ଫୁଟ୍‌ବଲ ଦଳର ନେତୃତ୍ୱ ନେଇଥିଲେ। ସେ ଓ ତାଙ୍କ ଷ୍ଟ୍ରାଇକର ଯୋଡ଼ି ବାଇଚୁଙ୍ଗ ଭୂତିଆ ଦଳ ପାଇଁ ଅନେକ ସଫଳତା ଆଣିଦେଇଥିଲେ। କ୍ଲବ ସ୍ତରରେ ସେ ମୋହନ ବାଗାନ, କେରଳ ପୋଲିସ, ବର୍ତ୍ତମାନ ଅଚଳ ହୋଇ ପଡ଼ିଥିବା ଏଫ୍‌ସି କୋଚିନ୍‌ ଓ ଜେସିଟି ଫଗଓ୍ବାରା ଦଳ ତରଫରୁ ପ୍ରତନିଧିତ୍ୱ କରିଛନ୍ତି। ଦ୍ରୁତତମ ଅନ୍ତର୍ଜାତୀୟ ଗୋଲ ସ୍କୋରର ତାଲିକାରେ ତାଙ୍କ ନାମ ରହିଛି। ୧୯୯୯ ସାଫ୍‌ ଗେମ୍ସରେ ସେ ଭୁଟାନ ବିପକ୍ଷ ଏକ ମ୍ୟାଚ୍‌ରେ ମାତ୍ର ୧୨ ସେକେଣ୍ଡରେ ଏକ ଗୋଲ ସ୍କୋର କରିପାରିଥିଲେ। ୨୦୦୩ରେ ଭାରତରେ ଅନୁଷ୍ଠିତ ଆଫ୍ରୋ-ଏସିଆନ ଗେମ୍ସରେ ସେ ୪ଟି ଗୋଲ ସ୍କୋର କରି ଟୁର୍ନାମେଣ୍ଟର ଟପ୍‌ ସ୍କୋରର ବିବେଚିତ ହୋଇଥିଲେ। ଏହି ଟୁର୍ନାମେଣ୍ଟ ପରେ ସେ ଅବସର ଗ୍ରହଣ କରିଥିଲେ। ବିଜୟନ ତାଙ୍କ ଜୀବନ ଆରମ୍ଭରେ ନିଜ ଜନ୍ମ ସହର ତ୍ରିଶୂରସ୍ଥିତ କର୍ପୋରେଶନ ଷ୍ଟାଡିୟମରେ ଫୁଟ୍‌ବଲ ମ୍ୟାଚ ଖେଳାଯାଉଥିବା ସମୟରେ ସୋଡ଼ା ବିକ୍ରି କରୁଥିଲେ। ମାତ୍ର ୧୭ ବର୍ଷ ବୟସରେ ସେ କେରଳ ପୋଲିସ୍‌ ଫୁଟ୍‌ବଲ କ୍ଲବ ତରଫରୁ ଜଣେ ଷ୍ଟ୍ରାଇକର ଭାବେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ଖେଳଛାଡ଼ିବା ପରେ ନିଜ ଘରୋଇ ସହରରେ ଯୁବ ଖେଳାଳିମାନଙ୍କୁ ତାଲିମ ଦେବାଲାଗି ଏକ ଫୁଟ୍‌ବଲ ଏକାଡେମୀ ପ୍ରତିଷ୍ଠା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓଡ଼ିଶା ଦିବ୍ୟାଙ୍ଗ ଟି୨୦ କ୍ରିକେଟ ଦଳ

ଭୁବନେଶ୍ୱର,୧୮ା୯(ସରୋଜ ଜେନା): ଜାତୀୟ ସ୍ତରୀୟ ଦିବ୍ୟାଙ୍ଗ ଟି୨୦ କ୍ରିକେଟ ଟୁର୍ନାମେଣ୍ଟ ପାଇଁ ଓଡ଼ିଶା ଦଳ ଘୋଷଣା ହୋଇଛି। ରାଜସ୍ଥାନର ଉଦୟପୁରଠାରେ ସେପ୍ଟେମ୍ବର ୨୮ରୁ ଅକ୍ଟୋବର ୮...

ବେକାର ହେଲା ଗେଲ୍‌ଙ୍କ ବିସ୍ଫୋରକ ଶତକ

ସେଣ୍ଟ କିଟ୍ସ, ୧୧।୯: ଓ୍ବାର୍ନର ପାର୍କଠାରେ ଅନୁଷ୍ଠିତ କାରିବିଅନ ପ୍ରିମିୟର ଲିଗ୍‌ (ସିପିଏଲ) ମ୍ୟାଚ୍‌ରେ ଜାମାଇକା ତାଲାଓ୍ବାସ ଦଳର ଅଧିନାୟକ କ୍ରିସ୍‌ ଗେଲ୍‌ଙ୍କ କ୍ୟାରିୟରର ୨୨ତମ...

କରୋନା ଭାଇରସ ମୁକାବିଲାରେ ସାହାଯ୍ୟ କରିବାକୁ ଆଇଓଏର ପ୍ରତିଶ୍ରୁତି

ନୂଆଦିଲ୍ଲୀ, ୩୦।୩ (ପି.ଟି.): ଦେଶ ତଥା ସାରା ବିଶ୍ୱରେ କରୋନା ଭାଇରସ ଆତଙ୍କ ଚାଲୁ ରହିଥିବା ବେଳେ ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ (ଆଇଓଏ) ଏହାର ମୁକାବିଲାରେ...

ହାତକୁ ଦି’ ହାତ ହେଲେ ଏହି କ୍ରିକେଟର୍‌

ଟିମ୍‌ ଇଣ୍ଡିଆର ମଧ୍ୟମ ପେସର୍‌ ଦୀପକ ଚହର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଦୀର୍ଘଦିନର ପ୍ରେମିକା ଜୟା ଭରଦ୍ୱାଜଙ୍କ ସହ ତାଙ୍କ ବିବାହ ସମ୍ପନ୍ନ ହୋଇଛି।...

ରୋନାଲ୍ଡୋଙ୍କୁ ୬ଷ୍ଠ ବାଲୋନ ଡି’ଅର ପୁରସ୍କାରରୁ ବଞ୍ଚିତ କରିଥିଲା ମାଡ୍ରିଡ୍‌

ପ୍ୟାରିସ,୪ା୧୨- ଚଳିତବର୍ଷର ଶ୍ରେଷ୍ଠ ଫୁଟବଲର ବାଲୋନ ଡି’ଅର ସମ୍ମାନ ଆର୍ଜେଣ୍ଟିନାର ଲିଓନେଲ ମେସି ହାତେଇବା ପରେ ଜୁଭେଣ୍ଟସର ଅଭିଜ୍ଞ ଡିଫେଣ୍ଡର ଗିର୍ଗିଓ ଚିଲିନି ଏକ ଚାଞ୍ଚଲ୍ୟକର...

ଚେନ୍ନାଇ ପ୍ରଶଂସକଙ୍କୁ ଭାବପ୍ରବଣ ଅପିଲ କଲେ ବ୍ରାଭୋ

ଦୁବାଇ,୨୨।୧୦:ଆଇପିଏଲ୍‌ ୨୦୨୦ରେ ଚେନ୍ନାଇ ସୁପର କିଙ୍ଗ୍ସ ପ୍ରାୟତଃ ପ୍ଲେ-ଅଫ୍‌ ଦୌଡରୁ ବାଦ୍‌ ପଡିଛି। ଦଳକୁ ଏବେ ଆଉ ଏକ ଝଟକା ଲାଗିଛି। ଆଘାତ ଯୋଗୁ ଷ୍ଟାର...

ମୋ ମନ୍ତବ୍ୟକୁ କଦର୍ଥ କରାଯାଇଛି: ଗାଭାସ୍କର

ଦୁବାଇ,୨୬।୯ (ପି.ଟି.): ବିରାଟ କୋହଲି ଓ ସ୍ତ୍ରୀ ଅନୁଷ୍କାଙ୍କ ଉପରେ ମନ୍ତବ୍ୟ ଦେଇ ବିବାଦରେ ପଡିବା ପରେ ସୁନୀଲ ଗାଭାସ୍କର ଏ ନେଇ ସଫେଇ ଦେଇଛନ୍ତି।...

ଭାଙ୍ଗିଲେ ୬୧ ବର୍ଷର ରେକର୍ଡ

ଚଳିତ ୫ ମ୍ୟାଚ୍‌ବିଶିଷ୍ଟ ଆଶେସ ସିରିଜରେ ବ୍ୟାଟିଂରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିବା ଓ୍ବାର୍ନର ମୋଟ୍‌ ୧୦ ଇନିଂସରୁ ୯୫ ରନ୍‌ ସଂଗ୍ରହ କରିଛନ୍ତି। ଯେଉଁଥିରେ...

Advertisement
Archives

Model This Week