ପଥର ଟ୍ରକ୍‌ ଧରିବାକୁ ଯାଇ ତହସିଲଦାର ହଟହଟା

କଣାସ,୮।୧୧(ସ୍ବ.ପ୍ର.)- ପୁରୀ ଜିଲା କଣାସ ତହସିଲଦାର ଶୁକ୍ରବାର ଏକ ପଥର ବୋଝେଇ ଟ୍ରକ୍‌କୁ ଧରିବାକୁ ଯାଇ ହଟହଟା ହୋଇଛନ୍ତି। ଅପରପକ୍ଷେ ତହସିଲଦାର ଏ ନେଇ ଥାନାରେ ଅଭିଯୋଗ ମଧ୍ୟ କରି ନ ଥିବା ଜଣାପଡିଛି। ସୂଚନା ଅନୁଯାୟୀ, କଣାସ ତହସିଲଦାର ଉମାକାନ୍ତ ରାଉତ ଏକ ବୋଲେରରେ ୩ଜଣ ବ୍ୟକ୍ତିଙ୍କ ସହ ଖୋର୍ଦ୍ଧାରୁ ନୂଆ ଜଗନ୍ନାଥ ସଡ଼କରେ କଣାସ କାର୍ଯ୍ୟାଳୟକୁ ଫେରୁଥିଲେ। ଏହି ସମୟରେ ଆଗରେ ଏକ ପଥର ବୋଝେଇ ମିନି ଟ୍ରକ ଯାଉଥିବା ଦେଖି ଅଟକାଇବାକୁ ଚେଷ୍ଟା କରିଥିଲେ। ଏହାଦେଖି ଟ୍ରକ ଡ୍ରାଇଭର ଜଣକ ଜଗନ୍ନାଥ ସଡ଼କ ଛାଡ଼ି ଚୁପୁରିଙ୍ଗି ଗ୍ରାମ ମଧ୍ୟକୁ ଚାଲିଯାଇଥିଲେ। ତହସିଲଦାର ମଧ୍ୟ ଟ୍ରକ ପଛେ ପଛେ ଗାଁ ଭିତରକୁ ଯିବା ସମୟରେ ଏକ ବାଛୁରୀକୁ ତାଙ୍କ ବୋଲେରଟି ଧକ୍କା ଦେଇଥିଲା। ତହସିଲଦାର ପଥର ଗାଡ଼ିକୁ ପିଛା କରୁଥିବା ଗ୍ରାମର କେତେଜଣ ଲୋକ ଜାଣିବା ପରେ ତାଙ୍କ ଗାଡ଼ିକୁ ଘେରିଯାଇଥିଲେ। ତହସିଲଦାର ସେମାନଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ବଚସା ହୋଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ ତହସିଲଦାର ସେଠାରୁ ଚାଲିଯାଇଥିଲେ ମଧ୍ୟ ଘଟଣା ବିଷୟରେ ଗଡ଼ିଶାଗୋଦା ଥାନାକୁ ନ ଜଣାଇ ନିଜ କାର୍ଯ୍ୟାଳୟକୁ ଫେରିଆସିଥିଲେ। ଏ ସମ୍ପର୍କରେ ତହସିଲଦାରଙ୍କ ଟେଲିଫୋନ୍‌ ନଂ(୭୦୭୭୫୫୦୧୪୫)ରେ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ। ଏ ନେଇ ଗଡ଼ିଶାଗୋଦା ଥାନାଧିକାରୀ ଶଙ୍କର୍ଷଣ ଦଳାଇଙ୍କୁ ପଚାରିବାରୁ ଏଭଳି ଘଟଣା ନେଇ ତହସିଲଦାରଙ୍କ ପକ୍ଷରୁ କୌଣସି ଅଭିଯୋଗ ହୋଇ ନ ଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାରଣ୍ଡା,ଶିଡ଼ି ତଳେ ପାଠପଢ଼ା

ନୟାଗଡ଼,୧୪।୯(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ସଦର ବ୍ଲକ ନୟାଗଡ଼ର ଘଡୁଆଳ ସରକାରୀ ଉଚ୍ଚ ବିଦ୍ୟାଳୟ ୫-ଟିରେ ସାମିଲ ହୋଇ ଗୃହ ନିର୍ମାଣ କାମ ଆରମ୍ଭ ପାଇଁ ପିଲର...

ନିୟନ୍ତ୍ରିତ ବଜାର କମିଟି ଆକାଉଣ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ନବରଙ୍ଗପୁର,୧୪।୧୦(ବି.ପ୍ର.): ନିୟନ୍ତ୍ରିତ ବଜାର ବରିଷ୍ଠ କିରାଣି ଅଶୋକ ନନ୍ଦଙ୍କ ଘରେ ଆୟବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ନବରଙ୍ଗପୁର ଭିଜିଲାନ୍ସ ଚଢ଼ାଉ କରିଛି । ଏକ କାଳୀନ ୩...

ପୋଲିସ ନାଁରେ ଟଙ୍କା ମାଗି ଯୁବକ ଗିରଫ

ପୁରୀ ଅଫିସ,୨୩।୯: ପୋଲିସ ପରିଚୟ ଦେଇ ଟଙ୍କା ଦାବି କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ସୋମବାର କୁମ୍ଭାରପଡ଼ା ପୋଲିସ ସମ୍ପୃକ୍ତ ଯୁବକ ଆଶିଷ କୁମାର...

ଝାଡ଼ାବାନ୍ତିରେ ଚାଲିଗଲା ଆଉ ଜଣଙ୍କ ଜୀବନ

ଲାଞ୍ଜିଗଡ଼,୨୮।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଳକ କଦମଗୁଡା ପଞ୍ଚାୟତ ସେମେଲପଦର ଏବଂ ବାଲାପଦର ଗାଁରେ ଝାଡ଼ାବାନ୍ତି ରୋଗ ବ୍ୟାପିବାରେ ଲାଗିଛି। ରବିବାର ଜିଲା ମୁଖ୍ୟ ଚିକିତ୍ସାଳୟରେ...

ମାଡ଼ ମାରିବା ଅଭିଯୋଗରେ ଯୁବକଙ୍କୁ କୋର୍ଟଚାଲାଣ

ଗୋପାଳପୁର,୩ା୯-ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରିବା, ଦୁର୍ବ୍ୟବହାର କରିବା ଅଭିଯୋଗରେ ଗୋପାଳପୁର ଥାନା ପୋଲିସ ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟଚାଲାଣ କରିଛି। ସେ ହେଲେ ଡିଲେସୁ ପ୍ରଧାନ (୨୫)।...

କଟକ ଦେବୀଗଡ଼ା ଲୋକାରଣ୍ୟ

କଟକ ଅଫିସ,୧୦ା୧୦: ଶାନ୍ତିଶୃଙ୍ଖଳାରେ ସରିଛି ଦୁର୍ଗାପୂଜା। ବିଭିନ୍ନ ମଣ୍ଡପରେ ପୂଜା ପାଉଥିବା ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମା ଭସାଣି ମାଧ୍ୟମରେ ମେଲାଣି ନେଇଛନ୍ତି। ଦେବୀଗଡ଼ା ନିକଟରେ ହୋଇଥିବା...

ଶ୍ରାବଣରେ ବୈଶାଖ ତାତି, ଜମି ଫାଟି ଆଁ

ଗୋଲାମୁଣ୍ଡା,୧୪।୮(ବଟକୃଷ୍ଣ ପଣ୍ଡା): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକରେ ଏବେ ଶ୍ରାବଣ ମାସରେ ବୈଶାଖ ତାତି। ଏହାର ପ୍ରଭାବରେ ଜମି ଫାଟି ଥିବା ବେଳେ ମରୁଡି ପରିସ୍ଥିତି...

ବୁଢ଼ାବୁଢ଼ି ଭତା ପାଏଲେ କୁଆଦେଇ

ଲାଠୋର ୧୮ା୬(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ଲାଠୋର ଗଁାର ୮୩ ବଛ୍‌ରିଆ ବିଧବା ବୁଢ଼ି କୁଆଦେଇକୁଁ ଶେଷେ ଲାଠୋର ପଁଚେତ୍‌ ପରଶାସନ ଭତା...

Advertisement
Archives

Model This Week