ପଣପଣାରେ କେନ୍ଦ୍ରମନ୍ତ୍ରୀଙ୍କ ଜନଶୁଣାଣି

ବାହାନଗା, ୩୧ା୮(ଡି.ଏନ.ଏ.)-ବାହାନଗା ବ୍ଲକ ପଣପଣା ପଞ୍ଚାୟତ ପରିସରରେ ଶୁକ୍ରବାର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଦ୍ୱାରା ଜନଶୁଣାଣି ଅନୁଷ୍ଠିତ ହୋଇଛି ା କେନ୍ଦ୍ର ସରକାରଙ୍କ ଯୋଜନା ମଧ୍ୟରୁ ମୁଖ୍ୟତଃ ୩ଟି ଯୋଜନା ଉପରେ ଦଳର କର୍ମକର୍ତ୍ତାମାନେ ଲୋକମାନଙ୍କୁ ସଚେତନ କରାଇଥିଲେ। ଏହାସହ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଷଡଙ୍ଗୀ ୩୭୦ ଧାରା ଉଚ୍ଛେଦ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇବା ପାଇଁ କର୍ମୀ ଓ କର୍ମକର୍ତ୍ତାମାନେ ନିର୍ଦ୍ଦେଶ ଦେଇଥିଲେ। ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କୌଣସି ହିତାଧିକାରୀମାନେ ଯେପରି ବାଦ୍‌ ନ ପଡିବେ ତାହା ଉପରେ ଦଳର କର୍ମକର୍ତ୍ତାମାନେ ସଜାଗ ରହି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଏହି ଜନଶୁଣାଣିରେ ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ ଯୋଗ ଦେଇଥିଲେ। ସଭାରେ ପଣପଣା ପଞ୍ଚାୟତର ବରିଷ୍ଠ ନେତା ବୈରାଗୀ ଚରଣ ବେହେରା ସଭାପତିତ୍ୱ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନୀଳଗିରି ନିର୍ବାଚନମଣ୍ଡଳୀର ନେତ୍ରୀ ସୁଷମା ବିଶ୍ୱାଳ, ଦାଣ୍ଡକାଳୀ ମଣ୍ଡଳ ସଭାପତି ଦିଲୀପ କୁମାର ଦାସ, ସରପଞ୍ଚ ସୁନୀତା ଦାସ, ସମିତିସଭ୍ୟ ପୂର୍ଣ୍ଣଚନ୍ଦ୍ର ସ, ବରିଷ୍ଠ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ା ପରେ ପଞ୍ଚାୟତର ବିଭିନ୍ନ ଗ୍ରାମ ଓ ୱାର୍ଡରୁ ଆସିଥିବା ଦଳୀୟ କର୍ମୀ ଓ ସାଧାରଣ ଲୋକମାନଙ୍କଠାରୁ ବିଭିନ୍ନ ଅଭିଯୋଗ ଗ୍ରହଣ କରିବା ସହିତ ତାହା କିପରି ସମାଧାନ ହୋଇପାରିବ ସେ ବାବଦରେ ଉପରିସ୍ଥ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ଷଡଙ୍ଗୀ ଓ ବିଧାୟକ ନାୟକ ଫୋନ ମାଧ୍ୟମରେ ନିର୍ଦ୍ଦେଶ ଦେଇ ଥିଲେ। ଶିବିରରେ ୨ଶହରୁ ଊର୍ଦ୍ଧ୍ୱ ଅଭିଯୋଗ ହୋଇଥିଲା। ସାଧାରଣତଃ ବିଦ୍ୟୁତ, ପାଣି, ରାସ୍ତା, ଡ୍ରେନ୍‌ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବିଷୟରେ ମନ୍ତ୍ରୀ ଓ ବିଧାୟକଙ୍କୁ ଅଭିଯୋଗ ହୋଇଥିଲା। କାର୍ଯ୍ୟକ୍ରମକୁ ପଞ୍ଚାୟତର ସରପଞ୍ଚ ସୁନିତା ଦାଶ ପରିଚାଳନା କରିଥିଲେ। ପରେ ମନ୍ତ୍ରୀ ଦଳୀୟ ସଭ୍ୟ ସଂଗ୍ରହ, ପ୍ରତି ପଞ୍ଚାୟତରେ ବୃକ୍ଷରୋପଣ ଓ ଲୋକମାନଙ୍କ ସହିତ ସମ୍ପର୍କ ରଖି ସେମାନଙ୍କ ସୁବିଧା ଅସୁବିଧା ବୁଝିବା ସହିତ କିପରି ତାହାର ସମାଧାନ ହେବ ସେନେଇ କାମ କରିବାକୁ କର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ। ଭବାନୀ ଶଙ୍କର ଦାଶ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ଜିଲା ଚିଠି: ଚାପ ନା ଆନ୍ତରିକତା ଅଭାବ

ସୁପ୍ରିମ୍‌କୋର୍ଟରେ ଚାଲିଛି ଶ୍ରୀମନ୍ଦିର ସଂସ୍କାର ମାମଲା। ମୁଖ୍ୟତଃ ଭକ୍ତଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ ଏବଂ ଉତ୍ତମ ବ୍ୟବସ୍ଥା ଏହାର ମୁଖ୍ୟ ଲକ୍ଷ୍ୟ ରହିଛି। ପ୍ରାୟ ଦେଢ...

ଚିନ୍ତା ବଢ଼ାଇଛି ବିଳମ୍ବ ରିପୋର୍ଟ

ସମ୍ବଲପୁର, ୧୨।୪ (ବ୍ୟୁରୋ): ସମଗ୍ର ରାଜ୍ୟର ବିଭିନ୍ନ ଜିଲାରେ କରୋନା ଭୂତାଣୁ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପଶ୍ଚିମ ଓଡିଶାର କଳାହାଣ୍ଡି ଓ...

ହାତଗୋଡ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର

ରଣପୁର,୨୨ା୫ (ସ୍ବ.ପ୍ର.)- ରଣପୁର ଥାନା ସୁନାଖଳା ଫାଣ୍ଡି ଅଧୀନ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ. ଜାତୀୟ ରାଜପଥର ଧୂମାନାଳ ପୋଲ ତଳୁ ମଙ୍ଗଳବାର ଶିକୁଳିରେ ହାତଗୋଡ ବନ୍ଧା ହୋଇଥିବା...

କାର୍ଯ୍ୟକ୍ଷମ ହେଲା କେନ୍ଦ୍ରାପଡ଼ା କୋଭିଡ୍‌-୧୯ ହସ୍ପିଟାଲ୍‌

ଡେରାବିଶ, ୧୩।୪ (ସ୍ବ.ପ୍ର.)-କରୋନା ସଂକ୍ରମିତଙ୍କୁ ସହଜ ଓ ସୁବିଧାରେ ଉପଯୁକ୍ତ ସେବା ଯୋଗାଇ ଦେବା ସକାଶେ ରାଜ୍ୟର କେତେକ ସ୍ଥାନରେ ରାଜ୍ୟ ସରକାର ଅସ୍ଥାୟୀ କୋଭିଡ୍‌-୧୯...

ପଦ୍ମପୁର ଉପନିର୍ବାଚନ: ସକାଳ ୯ଟା ସୁଦ୍ଧା ୮.୫ ପ୍ରତିଶତ ମତଦାନ

ବରଗଡ଼ ଅଫିସ, ୫।୧୨: ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ସୋମବାର ମତଦାନ ଚାଲିଛି। ଉକ୍ତ ନିର୍ବାଚନ ମଣ୍ଡଳୀର ସମସ୍ତ ୩୧୯ ବୁଥରେ ଭୋଟ ଗ୍ରହଣ...

କନ୍ଧମାଳ ଏସ୍‌ପିଙ୍କ ନିକଟରେ ମାଓବାଦୀଙ୍କ ଆତ୍ମସମର୍ପଣ

ଫୁଲବାଣୀ ଅଫିସ,୧୦।୧୦: କନ୍ଧମାଳ ଏସ୍‌ପିଙ୍କ ନିକଟରେ ବିଜିଏନ୍‌ ଡିଭିଜନର ମାଓବାଦୀ ରାହୁଲ ମୂଷାକି(ପିଣ୍ଟୁ) ଆତ୍ମସମର୍ପଣ କରିଛନ୍ତି। ରାହୁଲଙ୍କ ଘର ଛତିଶଗଡ଼ ରାଜ୍ୟ ସୁକୁମା ଜିଲାର ଜେଗୁରୁମୁଣ୍ଡା...

ଟ୍ରକ୍‌କୁ ପଛରୁ ଧକ୍କା ଦେଲା କାର୍‌: ୩ ଜଣଙ୍କ ଜୀବନ ଗଲା, ୨ ଗୁରୁତର

ଧର୍ମଶାଳା,୭ା୮(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ରଥିଆ ଛକଠାରେ ଶୁକ୍ରବାର ଭୋର୍‌ ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ...

ଧାନ ଫସଲରେ ପୋକ, ଚାଷୀ ଆତଙ୍କିତ

ଢେଙ୍କାନାଳ ଅଫିସ, ୬।୧୦ – ଢେଙ୍କାନାଳ ସଦର ବ୍ଲକ ବେଲଟିକିରି ଗ୍ରାମରେ ଧାନ ଫସଲରେ ପୋକ ଆତଙ୍କ ଦେଖାଦେଇଛି। ଏହାକୁ ନେଇ ଚାଷୀମାନେ ଆତଙ୍କିତ ହୋଇପଡ଼ିଛନ୍ତି।...

Advertisement
Archives

Model This Week