ପଡ଼ା ଗାଁରେ ପୁଷ୍‌ପୁନି ଭେଟଘାଟ: କୁଇଜ, ନୃତ୍ୟଗୀତରେ ଦର୍ଶକ ବିଭୋର

ବରଗଡ, ୧୦।୧(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ବ୍ଲକ ପଡା ଗାଁରେ ପ୍ରକାଶ ସାଂସ୍କୃତିକ ସଂସଦ ପକ୍ଷରୁ ସ୍ଥାନୀୟ ଲକ୍ଷ୍ମୀ ଲୀଳା ମଣ୍ଡପରେ ପୁଷ୍‌ପୁନି ଭେଟଘାଟ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ମୁକ୍ତି ସଂଗ୍ରାମୀ ଭାଗୀରଥି ପଟ୍ଟନାୟକ, ଜମ୍ବୋବତୀ ପଟ୍ଟନାୟକ, ପ୍ରଫୁଲ୍ଲ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଓ ସାମାଜିକ କର୍ମୀ ପ୍ରକାଶ ଦେବତାଙ୍କ ତୈଳଚିତ୍ରରେ ଅତିଥିଗଣ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ସାମାଜିକ କର୍ମୀ ଜନାର୍ଦ୍ଦନ ପାଣିଗ୍ରାହୀ, ବଳଭଦ୍ର ପଧାନ, ନାଟ୍ୟକାର ମୋହନ ସିଂ, ପୂର୍ବତନ ସରପଞ୍ଚ କବିରାଜ ମାଝି ଅତିଥି ଭାବେ ଯୋଗଦାନ କରିଥିଲେ। ସଭାପତି ପ୍ରଦୀପ ପଧାନ ସମାରୋହରେ ଅଧ୍ୟକ୍ଷତା କରିଥିଲେ। ମୁକ୍ତମଞ୍ଚ କୁଇଜ ସହ କୁନି କଳାକାରଙ୍କ ନୃତ୍ୟଗୀତରେ ଦର୍ଶକ ବିଭୋର ହୋଇଯାଇଥିଲେ। ଅହଲ୍ୟା ପଧାନ, ଈଶ୍ବର ମେହେର, ସନୟ ମେହେର ପ୍ରମୁଖ ସମ୍ବଲପୁରୀ କବିତା ପାଠ କରିଥିଲେ। ସଭା ପ୍ରାରମ୍ଭରେ କଣ୍ଠଶିଳ୍ପୀ ଦୂର୍ବାଦଳ ମେହେର ମାଲେଶ୍ରୀ ସଂଗୀତ ପରିବେଷଣ କରିଥିଲେ। ସମ୍ପାଦକ ଦିଲୀପ କୁମାର ଦେବତା, ଅକ୍ଷୟ କୁମାର ଦାଶ ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଳାଶୟ କିସମ ବି ବାଦ୍‌ ପଡୁନି

ଅଭିଳାଷ ଦାସ ଯାଜପୁର ରୋଡ,୧୮ା୧: ଶିଳ୍ପାୟନ ଏବଂ ଦ୍ରୁତ ସହରୀକରଣ ଯାଜପୁର ଜିଲାର କଳିଙ୍ଗନଗର ଏବଂ ଏହାର ମୁଖଶାଳା ବ୍ୟାସନଗର ସହରରେ ଜମି ମାଫିଆଙ୍କୁ ଜନ୍ମ...

ଅଧିକାରୀ ଦେଖିଲେ, ସ୍ଥିତି ସୁଧୁରୁନି

ଲୋଇସିଂହା,୧୬।୧(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା କୃଷି ସମବାୟ ସମିତିରେ ଖରିଫ ଧାନକିଣା ଚର୍ଚ୍ଚାରେ ରହିଛି। ଜାଲିଆତି କରି ଭାଗଚାଷୀ ସାଜି ଧାନ କିଣିବା...

ଯାଜପୁରରେ ଚାଞ୍ଚଲ୍ୟ: କଟା ମୁଣ୍ଡ ଧରି ବୁଲୁଥିବାବେଳେ ଯୁବକଙ୍କୁ ଧରିଲା ପୋଲିସ

କଳିଙ୍ଗନଗର, ୧୫।୭ (ଡି.ଏନ୍‌.ଏ.)-ଯାଜପୁର ଜିଲା ଯାଜପୁରରୋଡ ଥାନା ଦାନଗଦି ଫାଣ୍ଡି ଅଧୀନ ଛତରା ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଛି। ଗୁଣିଗାରେଡ଼ି ସନ୍ଦେହରେ...

ମହାବଳ ବାଘର ନୀରକ୍ଷଣ ପାଇଁ ଲାଗିଥିବା ୨ଟି ଟ୍ରାପ କ୍ୟାମେରା ଚୋରି

କେନ୍ଦୁଝର, ୧୬ା୫ (ସ୍ବ.ପ୍ର.): ଘଟଗାଁ ରେଞ୍ଜ ଅନ୍ତର୍ଗତ ଅଟେଇ ସଂରକ୍ଷିତ ଜଙ୍ଗଲରେ ପୁଣି ୨ ଟି ଟ୍ରାପ କ୍ୟାମେରା ଚୋରି ହୋଇଛି। ଏନେଇ ଘଟଗାଁ ଥାନାରେ...

ସାବିତ୍ରୀ ପାଇଁ ଆଗୁଆ ଶଟ୍‌ଡାଉନ୍‌ ଘୋଷଣା କଲେ ସରପଞ୍ଚ

ପୋଲସରା,୨୦ା୫(ଡି.ଏନ.ଏ.)-ପୋଲସରା ବ୍ଲକ କଳମ୍ବ ସରପଞ୍ଚ ପ୍ରଶାନ୍ତ କୁମାର ପ୍ରଧାନ ସାବିତ୍ରୀ ବ୍ରତ ପାଇଁ ଶୁକ୍ରବାର ପୂର୍ବାହ୍ନ ୯ଟାରୁ ଶନିବାର ସକାଳ ୭ଟା ପର୍ଯ୍ୟନ୍ତ ପଞ୍ଚାୟତକୁ ଶଟ୍‌ଡାଉନ...

ବର୍ଷାଜଳ ସଂରକ୍ଷଣ ପାଇଁ ଟଙ୍କା ଆସୁଛି, କାମ ହେଉନି

ରାୟଗଡ଼ା,୧୦ା୨(ସ୍ବ.ପ୍ର.):ରାୟଗଡ଼ା ଜିଲାରେ ଭୂତଳ ଜଳସ୍ତର କମିବାରେ ଲାଗିଛି। ରାସ୍ତା ଓ ନର୍ଦ୍ଦମାରେ ପ୍ରବାହିତ ହୋଇ ନଷ୍ଟ ହେଉଥିବା ବର୍ଷାଜଳକୁ ଛାତ ଉପରେ ସଂରକ୍ଷଣ କରାଯାଇ ପାରିଲେ...

ଚିଲିକାରେ ୭ ଦିନ ବନ୍ଦ ହେଲା ଭସାପୋଲ

କୃଷ୍ଣପ୍ରସାଦ,୨୭ା୭(ଡି.ଏନ୍‌.ଏ.): ଚିଲିକାରେ ୭ ଦିନ ପର୍ଯ୍ୟନ୍ତ ଭସାପୋଲ ଏବଂ ଡଙ୍ଗାକୁ ବନ୍ଦ କରିଦିଆଯାଇଛି। ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ କିଛିଦିନ ହେବ କରୋନା ପଜିଟିଭ୍‌ଙ୍କ ସଂଖ୍ୟା...

ଏଲ୍‌ଭିଏ ଟେଷ୍ଟର ଶୁଣାଣି ହେଲା, ରାୟ ସଂରକ୍ଷିତ

ନୟାଗଡ଼ ଅଫିସ,୧୩।୨: ବହୁଚର୍ଚ୍ଚିତ ନୟାଗଡ଼ ସଦର ଥାନା ଯଦୁପୁରର ୫ ବର୍ଷୀୟା ଶିଶୁକନ୍ୟା ପରୀ ହତ୍ୟା ମାମଲାରେ କଲେଜ ଛାତ୍ରଙ୍କ ସ୍ବରର ସ୍ତର ନିରୀକ୍ଷଣ (ଏଲ୍‌ଭିଏ)...

Advertisement
Archives

Model This Week