୨୬ ଦିନରେ ଧାନ ଗଛରୁ ଥୋଡ଼ ବାହାରିବା ଘଟଣା, ତଦନ୍ତ କଲେ ସିଆର୍‌ଆର୍‌ଆଇ ବୈଜ୍ଞାନିକ

ପଟ୍ଟାମୁଣ୍ଡାଇ, ୧୭।୯ (ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ ଚାଷୀମାନେ ତଳି ରୋଇବାର ମାତ୍ର ୨୬ ଦିନରେ ଧାନ ଗଛରୁ ଥୋଡ଼ ବାହାରିଥିବା ନେଇ ଚାଷୀମାନେ ଅଭିଯୋଗ କରିଥିଲେ। ସୋମବାର ଅପରାହ୍ନରେ କଟକ ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ର (ସିଆରଆରଆଇ)ର ପ୍ରମୁଖ ବୈଜ୍ଞାନିକ ଡ. ସୁଶାନ୍ତ କୁମାର ଦାଶ, ଡ. ଶ୍ରୀକାନ୍ତ ଲେଙ୍କା, ଡ. ଜିତେନ୍ଦ୍ରିୟ ମେହେର, ଡ. ବିପିନ ବିହାରୀ ପଣ୍ଡା ଓ ଡ. ପ୍ରଶାନ୍ତ କୁମାର ପ୍ରମୁଖ ପଟ୍ଟାମୁଣ୍ଡାଇଠାରେ ପହଞ୍ଚତ୍ ଧାନ କ୍ଷେତ ବୁଲି ଅନୁଧ୍ୟାନ କରିଛନ୍ତି। ତେବେ ଚାଷୀମାନେ ଯେଉଁ ସୁପର ଶାରଳା ବିହନ କିଣି ଧାନ ଚାଷ କରିଛନ୍ତି, ତାହା ଖରିଫ ଋତୁ ପାଇଁ ଆଦୌ ଉପଯୋଗୀ ନୁହେଁ। ଚାଷୀମାନେ ଧାନ କିସମ ସମ୍ପର୍କରେ ଜାଣି ନ ଥିବାରୁ ବିହନ ଦୋକାନୀ ଚାଷୀମାନଙ୍କୁ ଠକି ଦେଇଛନ୍ତି ବୋଲି ବିଶେଷଜ୍ଞମାନେ କହିଛନ୍ତି। ଅନ୍ୟପଟେ ଗତବର୍ଷ ଜଣେ ଚାଷୀ ସୁପର ଶାରଳା ଧାନ ଚାଷ କରି ଅଧିକ ଅମଳ କରିଥିବା ବେଳେ ଚଳିତ ବର୍ଷ ଆଣିଥିବା ବିହନ ସେହି କିସମର ନୁହେଁ ବୋଲି ବୈଜ୍ଞାନିକମାନେ ତଦନ୍ତ କଲାପରେ ଜାଣିପାରିଛନ୍ତି। ତଦନ୍ତ ବେଳେ ପଟ୍ଟାମୁଣ୍ଡାଇ କୃଷି ଜିଲା ଅଧିକାରୀ ଜୟନାରାୟଣ ମହାପାତ୍ର ଓ ବ୍ଲକ ସହକାରୀ କୃଷି ଅଧିକାରୀ ଭଦ୍ରନାରାୟଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ପଟ୍ଟାମୁଣ୍ଡାଇ ବ୍ଲକ ନୀଳକଣ୍ଠପୁର ପଞ୍ଚାୟତର ଗୋବିନ୍ଦପୁର, ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ଷଣ୍ଢପଲ୍ଲୀ କୈଳାସୀ ଗ୍ରାମର ୧୫ ଜଣ ଭାଗ ଚାଷୀ ସୁପର ଶାରଳା ଧାନ ବିହନ ଚଢା ଦରରେ କିଣି କ୍ଷତିରେ ପଡ଼ିଛନ୍ତି। ବିଭୁ ମଲିକ, ଅଜୟ ନାୟକ, ସୁବ୍ରତ ବାରିକ, ପ୍ରେମାନନ୍ଦ ସାହୁ, ସୁଶାନ୍ତ ମଲିକ, ସୁବୋଧ ଦାସ, ନିତ୍ୟାନନ୍ଦ ରାଉଳ, ଧୀରେନ୍ଦ୍ର ମଲିକ, ନାରାୟଣ ରାଉଳ, ମନ୍ମଥ ନାୟକ, ହାଡିବନ୍ଧୁ ନାୟକ, ଜିତେନ୍ଦ୍ର ପଲାଇ, ଗୋଲେଖ ଗିରି ପ୍ରମୁଖ ଭାଗଚାଷୀ ତଦନ୍ତ ବେଳେ ପଟ୍ଟାମୁଣ୍ଡାଇ କୃଷି ଜିଲ୍ଲା ଅଧିକାରୀ ଓ ବ୍ଲକ ସହକାରୀ କୃଷି ଅଧିକାରୀଙ୍କୁ ଭେଟି କ୍ଷତି ପୂରଣ ପ୍ରଦାନ ପାଇଁ ଦାବି କରିଛନ୍ତି। ଅପରପକ୍ଷେ ଚାଷୀମାନଙ୍କୁ ନିମ୍ନମାନର ଧାନ ବିହନ ବିକ୍ରି କରିଥିବା ଅସାଧୁ ବ୍ୟବସାୟୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପଟ୍ଟାମୁଣ୍ଡାଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। କିନ୍ତୁ ଏ ପର୍ଯ୍ୟନ୍ତ କିଛି ପଦକ୍ଷେପ ନିଆଯାଇ ନ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ; ଉଠା ଦୋକାନିଙ୍କୁ ସଚେତନ, ଭେଣ୍ଡିଂଜୋନକୁ ଯିବାକୁ ନିବେଦନ କଲେ…..

ଦାରିଙ୍ଗବାଡି,୩୧।୫(ଅରୁଣ ସାହୁ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଏହି ରୌଦ୍ର ତାପରୁ ସୁରକ୍ଷିତ ରହିବା ପାଇଁ ରବିବାର ସାପ୍ତାହିକ ହାଟରେ…

ଆମପାଣି ଘାଟିରେ ଭୟଙ୍କର ସଡକ ଦୁର୍ଘଟଣା; ଜଳିଗଲା ଟ୍ରଲର୍, କୁକୁଡା ସବୁ

କୋକସରା,୩୧।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି – ନବରଙ୍ଗପୁର ଜିଲା ସୀମାନ୍ତ ଆମପାଣି ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ୨୬ ନମ୍ବର ଜାତୀୟ ରାଜପଥର…

ଦାଦନ ଖଟିବାକୁ ଯାଇଥିବା ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ, ମୃତଦେହ ଆଣିବା ପାଇଁ ପ୍ରଶାସନକୁ ଗୁହାରି

ଗୁଣୁପୁର,୩୧।୫( ସୁଜାତା ପାଢ଼ୀ): ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇଥିବା ଗୁଣପୁର ବ୍ଳକ୍ ଶଗଡା ଗ୍ରାମର ଜୈନକ ଯୁବତୀ ବିଲମା ଗମାଙ୍ଗ (୨୬)ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି…

ସିଏମ ଟ୍ରଫି ଫୁଟବଲ ପ୍ରତିଯୋଗିତା, ସୁନ୍ଦରଗଡ଼ ଯାତ୍ରା କଲେ କେନ୍ଦୁଝର ଦଳ

କେନ୍ଦୁଝର,୩୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ, ଫୁଟବଲ ଆସୋସିଏସନ ଅଫ ଓଡିଶା ଏବଂ ସୁନ୍ଦରଗଡ଼ ଜିଲା କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ସିଏମ ଟ୍ରଫି…

କ୍ଷୀର ବିକ୍ରି କରି ଫେରୁଥିବା ବେଳେ ଧକ୍କା ଦେଇଥିଲା ବୁଲେଟ୍, ଚାଲିଗଲା ବୃଦ୍ଧଙ୍କ ଜୀବନ

ଦିଗପହଣ୍ଡି,୩୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ମା ‘ ତାରିଣୀ ମନ୍ଦିର ନିକଟ ରାସ୍ତାରେ ଗତ ଶୁକ୍ରବାର ସକାଳେ ବୁଲେଟ-ବାଇକ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri