ପଟୁରେ ପୋତିହେଲାଣି ଆଉଁଳି

ଛେଣ୍ଡିପଦା, ୪ା୩(ସ୍ବ.ପ୍ର.) – ଅଣଜଳସେଚିତ ଜମିକୁ ଜଳସେଚିତ କରି ଚାଷୀଙ୍କ ମୁହଁରେ ହସ ଫୁଟାଇବାକୁ ଦୀର୍ଘ ୫୦ ବର୍ଷ ତଳେ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକରେ ଆରମ୍ଭ ହୋଇଥିଲା ଆଉଁଳି ଜଳସେଚନ ପ୍ରକଳ୍ପ। ହେଲେ ଏହି ଦୀର୍ଘବର୍ଷ ମଧ୍ୟରେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଉକ୍ତ ପ୍ରକଳ୍ପ ପଟୁରେ ପୋତିହେବାକୁ ବସିଲାଣି। ସ୍ଥିତି ଏପରି ହେଲାଣି ଯେ ପ୍ରକଳ୍ପର ସ୍ଲୁଇସ୍‌ଗେଟ୍‌ ଗୁଡ଼ିକୁ କାଠ ଢିରା ଦେଇ ଅଟକାଇବାକୁ ପଡ଼ୁଛି। ଏ ନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ବିଭାଗୀୟ କର୍ତ୍ତୃପକ୍ଷ ଅଣଦେଖା କରି ଚାଲିଥିବାରୁ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ତୁରନ୍ତ ପ୍ରକଳ୍ପର ରକ୍ଷଣାବେକ୍ଷଣ କରାଯିବାକୁ ଦାବି ହୋଇଛି।
ସୂଚନାରୁ ଜଣାଯାଏ, ୧୯୬୪ରେ ଛେଣ୍ଡିପଦାରେ ଆଉଁଳି ମଧ୍ୟମ ଜଳସେଚନ ପ୍ରକଳ୍ପ ଆରମ୍ଭ ହୋଇଥିଲା। ପ୍ରକଳ୍ପ କାର୍ଯ୍ୟକ୍ଷମ ପରେ ଦୀର୍ଘ ୩୦ କିମିରୁ ଊର୍ଦ୍ଧ୍ୱ କେନାଲ ଦ୍ୱାରା ୨୨୭୧ ହେକ୍ଟର ଜମିକୁ ଜଳସେଚିତ କରାଯାଇଥିଲା। ବିଶେଷକରି କର୍ଣ୍ଣପାଳ, କଣଲୋଇ, ନୂଆଗାଁ, ଭାଲିଆସର, ଡଙ୍ଗାପାଳ, ମାରୁଢିପ, ତେଲିସାହି, ଜରିପାଳ ଆଦି ଅଞ୍ଚଳର ୫୨୫ ହେକ୍ଟର ରବି ଋତୁରେ ଓ ୧୭୪୬ ହେକ୍ଟରକୁ ଖରିଫ ଋତୁରେ ପାଣି ମଡ଼ାଯାଇ ଚାଷ କରାଯାଉଥିଲା। ହେଲେ ଏବେ ପ୍ରକଳ୍ପର ସ୍ଲୁଇସ୍‌ଗେଟ୍‌ ଗୁଡିକ ଅଚଳ ହୋଇଗଲାଣି। ଏପରିକି ଅନେକ ଯନ୍ତ୍ରାଂଶ ମଧ୍ୟ ଚୋରି ହୋଇଗଲାଣି। ଫଳରେ ନଦୀରେ ଲାଗିଥିବା ସ୍ବୟଂଚାଳିତ ଗେଟ୍‌ ଓ ସ୍ଲୁଇସ୍‌ଗେଟ୍‌ ଠିକ୍‌ ଭାବେ କାର୍ଯ୍ୟକରୁ ନ ଥିବାରୁ ପଟୁରେ ପ୍ରକଳ୍ପ ପୋତି ହୋଇ କେନାଲଗୁଡିକରେ ଜଳ ପ୍ରବାହିତ ବନ୍ଦ ହେବାକୁ ବସିଲାଣି। ୩ଟି ସ୍ଲୁଇସ୍‌ଗେଟ୍‌ ଦୀର୍ଘ ୨ ବର୍ଷ ହେଲାଣି ଅଚଳ ହୋଇଥିବା ବେଳେ ସ୍ବୟଂଚାଳିତ ସ୍ଲୁଇସ୍‌ଗେଟ୍‌ ୮ ମାସ ହେଲା କାମ କରୁନି। ଉକ୍ତ ଗେଟ୍‌କୁ ଚାଷୀମାନେ କାଠ ଢିରା ଦେଇ ନଦୀଜଳକୁ ଅଟକାଇ ଜଳସେଚନ କରୁଛନ୍ତି। ଏହାର ମରାମତି ନିମନ୍ତେ ଅଞ୍ଚଳବାସୀ ଦୀର୍ଘ ଦିନ ହେବ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଥିଲେ ମଧ୍ୟ କୌଣସି ଦୃଷ୍ଟି ଦିଆଯାଉ ନ ଥିବ ସେମାନେ ଅଭିଯୋଗ କରିଛନ୍ତି।
ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ଦିଲୀପ କୁମାର ରଥ କୁହନ୍ତି, ଉକ୍ତ ପ୍ରକଳ୍ପ ମରାମତି ନିମନ୍ତେ ମେକାନିକାଲ ବିଭାଗକୁ ଜଣାଇ ଦିଆଯାଇଛି। ଚଳିତ ଖରିଫ ଋତୁ ସୁଦ୍ଧା ପ୍ରକଳ୍ପ ମରାମତି କାର୍ଯ୍ୟ ଶେଷ କରାଯିବ ଏବଂ ଚାଷୀମାନଙ୍କୁ ଜଳସେଚନ ନିମନ୍ତେ କୌଣସି ଅସୁବିଧା ହେବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖାଦ୍ୟ ଲାଗି ହନ୍ତସନ୍ତ ହେଉଛନ୍ତି ଗୋରୁ, କୁକୁର

ବ୍ରହ୍ମପୁର ଅଫିସ,୨୯ା୪-କରୋନା ସଂକ୍ରମଣ ରୋକିବା ପାଇଁ ଲକ୍‌ଡାଉନ ଘୋଷଣା କରାଯାଇଛି। ଏଥି ଯୋଗୁ ସମଗ୍ର ଜିଲାରେ ବୁଲା ଗୋରୁ, କୁକୁର ଏବେ ଭୋକିଲା ରହୁଛନ୍ତି। ବ୍ରହ୍ମପୁର...

ଆଉ ୪ ମୁଣ୍ଡ ନେଲା କରୋନା: ରାଜ୍ୟରେ ମୃତ୍ୟୁ ସଂଖ୍ୟା ୫୬କୁ ବୃଦ୍ଧି

ଭୁବନେଶ୍ୱର, ୧୦।୭(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ୭୫୫ ଚିହ୍ନଟ ହୋଇଥିବା ବେଳେ ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ସମସ୍ତ ମୃତକ...

ପର୍ଯ୍ୟଟନରେ ଯୋଡ଼ିହେଉ ଦୟାନଦୀରେ ନୌକା ବିହାର

ପୁରୁଣା ଭୁବନେଶ୍ୱର,୨୭।୯(ଡି.ଏନ୍‌.ଏ.):ଓଡ଼ିଶାରେ ଅନେକ ସ୍ଥାନ ରହିଛି, ଯାହାକୁ ଦୃଷ୍ଟି ଦିଆଗଲେ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆସିପାରିବ। ସ୍ଥାନୀୟ ଅଞ୍ଚଳର ସାମାଜିକ ଏବଂ ଅର୍ଥନୈତିକ...

ଆନନ୍ଦପୁରରେ ସ୍ବାଧୀନତା ଦିବସ

ଆନନ୍ଦପୁର, ୧୫।୮(ସ୍ବ.ପ୍ର): କେନ୍ଦୁଝର ଜିଲା ଆନନ୍ଦପୁର ଷ୍ଟାଡିୟମରେ ୭୩ତମ ସ୍ବାଧୀନତା ଦିବସ ପାଳନ କରାଯାଇଛି। ଆନନ୍ଦପୁର ଉପଜିଲାପାଳ ରବୀନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବେ...

ବ୍ରାହ୍ମଣୀ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ରତ୍ନଗିରି,୧୮ା୯(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ବ୍ଲକ  ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଅନ୍ୟାସିପୁର ଖରଦାସାହି ନିକଟସ୍ଥ ବ୍ରାହ୍ମଣୀ ନଦୀରୁ ମଙ୍ଗଳବାର ଏକ ଯୁବକଙ୍କ ମୃତଦେହକୁ ପୋଲିସ ଉଦ୍ଧାର...

ପିଆର୍‌ଏମ୍‌ ମେଡିକାଲ ସମ୍ମୁଖରେ ବିକ୍ଷୋଭ

ବାରିପଦା ଅଫିସ,୩।୮: ମୟୂରଭଞ୍ଜ ଜିଲା ବାରିପଦା ପିଆର୍‌ଏମ୍‌ ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ବୁଧବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭଞ୍ଜସେନା ପକ୍ଷରୁ ଆନ୍ଦୋଳନ କରାଯାଇଛି। ସେଠାକାର...

ଘରୋଇ ଯାତ୍ରୀବାହୀ ବସ୍‌କୁ ୩୦ହଜାର ଟଙ୍କା ଜରିମାନା

ବଲାଙ୍ଗୀର ଅଫିସ, ୧୨ା୩: ପରମିଟ୍‌ ନ ଥିବା ଘରୋଇ ଯାତ୍ରୀବାହୀ ବସ୍‌ ରାସ୍ତାରେ ଯାତାୟାତ କରୁଥିଲା। ସେହି ଗାଡିକୁ ଚଳାଉଥିବା ଡ୍ରାଇଭର କି ଯାତ୍ରୀଙ୍କଠାରୁ ଟିକେଟ...

ପଥରରେ ଛେଚି ମହିଳାଙ୍କୁ ହତ୍ୟା

ଖଲ୍ଲିକୋଟ,୧୭ା୩(ଡି.ଏନ.ଏ.): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ବଡ଼ ଘାଟିରେ ବୁଧବାର ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ପୋଲିସ ଜବତ କରିଛି। ମହିଳାଙ୍କ ବୟସ ୨୫ରୁ ୩୦...

Advertisement
Archives

Model This Week