ପଟୁରେ ପୋତିହେଲାଣି ଆଉଁଳି

ଛେଣ୍ଡିପଦା, ୪ା୩(ସ୍ବ.ପ୍ର.) – ଅଣଜଳସେଚିତ ଜମିକୁ ଜଳସେଚିତ କରି ଚାଷୀଙ୍କ ମୁହଁରେ ହସ ଫୁଟାଇବାକୁ ଦୀର୍ଘ ୫୦ ବର୍ଷ ତଳେ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକରେ ଆରମ୍ଭ ହୋଇଥିଲା ଆଉଁଳି ଜଳସେଚନ ପ୍ରକଳ୍ପ। ହେଲେ ଏହି ଦୀର୍ଘବର୍ଷ ମଧ୍ୟରେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଉକ୍ତ ପ୍ରକଳ୍ପ ପଟୁରେ ପୋତିହେବାକୁ ବସିଲାଣି। ସ୍ଥିତି ଏପରି ହେଲାଣି ଯେ ପ୍ରକଳ୍ପର ସ୍ଲୁଇସ୍‌ଗେଟ୍‌ ଗୁଡ଼ିକୁ କାଠ ଢିରା ଦେଇ ଅଟକାଇବାକୁ ପଡ଼ୁଛି। ଏ ନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ବିଭାଗୀୟ କର୍ତ୍ତୃପକ୍ଷ ଅଣଦେଖା କରି ଚାଲିଥିବାରୁ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ତୁରନ୍ତ ପ୍ରକଳ୍ପର ରକ୍ଷଣାବେକ୍ଷଣ କରାଯିବାକୁ ଦାବି ହୋଇଛି।
ସୂଚନାରୁ ଜଣାଯାଏ, ୧୯୬୪ରେ ଛେଣ୍ଡିପଦାରେ ଆଉଁଳି ମଧ୍ୟମ ଜଳସେଚନ ପ୍ରକଳ୍ପ ଆରମ୍ଭ ହୋଇଥିଲା। ପ୍ରକଳ୍ପ କାର୍ଯ୍ୟକ୍ଷମ ପରେ ଦୀର୍ଘ ୩୦ କିମିରୁ ଊର୍ଦ୍ଧ୍ୱ କେନାଲ ଦ୍ୱାରା ୨୨୭୧ ହେକ୍ଟର ଜମିକୁ ଜଳସେଚିତ କରାଯାଇଥିଲା। ବିଶେଷକରି କର୍ଣ୍ଣପାଳ, କଣଲୋଇ, ନୂଆଗାଁ, ଭାଲିଆସର, ଡଙ୍ଗାପାଳ, ମାରୁଢିପ, ତେଲିସାହି, ଜରିପାଳ ଆଦି ଅଞ୍ଚଳର ୫୨୫ ହେକ୍ଟର ରବି ଋତୁରେ ଓ ୧୭୪୬ ହେକ୍ଟରକୁ ଖରିଫ ଋତୁରେ ପାଣି ମଡ଼ାଯାଇ ଚାଷ କରାଯାଉଥିଲା। ହେଲେ ଏବେ ପ୍ରକଳ୍ପର ସ୍ଲୁଇସ୍‌ଗେଟ୍‌ ଗୁଡିକ ଅଚଳ ହୋଇଗଲାଣି। ଏପରିକି ଅନେକ ଯନ୍ତ୍ରାଂଶ ମଧ୍ୟ ଚୋରି ହୋଇଗଲାଣି। ଫଳରେ ନଦୀରେ ଲାଗିଥିବା ସ୍ବୟଂଚାଳିତ ଗେଟ୍‌ ଓ ସ୍ଲୁଇସ୍‌ଗେଟ୍‌ ଠିକ୍‌ ଭାବେ କାର୍ଯ୍ୟକରୁ ନ ଥିବାରୁ ପଟୁରେ ପ୍ରକଳ୍ପ ପୋତି ହୋଇ କେନାଲଗୁଡିକରେ ଜଳ ପ୍ରବାହିତ ବନ୍ଦ ହେବାକୁ ବସିଲାଣି। ୩ଟି ସ୍ଲୁଇସ୍‌ଗେଟ୍‌ ଦୀର୍ଘ ୨ ବର୍ଷ ହେଲାଣି ଅଚଳ ହୋଇଥିବା ବେଳେ ସ୍ବୟଂଚାଳିତ ସ୍ଲୁଇସ୍‌ଗେଟ୍‌ ୮ ମାସ ହେଲା କାମ କରୁନି। ଉକ୍ତ ଗେଟ୍‌କୁ ଚାଷୀମାନେ କାଠ ଢିରା ଦେଇ ନଦୀଜଳକୁ ଅଟକାଇ ଜଳସେଚନ କରୁଛନ୍ତି। ଏହାର ମରାମତି ନିମନ୍ତେ ଅଞ୍ଚଳବାସୀ ଦୀର୍ଘ ଦିନ ହେବ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଥିଲେ ମଧ୍ୟ କୌଣସି ଦୃଷ୍ଟି ଦିଆଯାଉ ନ ଥିବ ସେମାନେ ଅଭିଯୋଗ କରିଛନ୍ତି।
ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ଦିଲୀପ କୁମାର ରଥ କୁହନ୍ତି, ଉକ୍ତ ପ୍ରକଳ୍ପ ମରାମତି ନିମନ୍ତେ ମେକାନିକାଲ ବିଭାଗକୁ ଜଣାଇ ଦିଆଯାଇଛି। ଚଳିତ ଖରିଫ ଋତୁ ସୁଦ୍ଧା ପ୍ରକଳ୍ପ ମରାମତି କାର୍ଯ୍ୟ ଶେଷ କରାଯିବ ଏବଂ ଚାଷୀମାନଙ୍କୁ ଜଳସେଚନ ନିମନ୍ତେ କୌଣସି ଅସୁବିଧା ହେବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?