ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ବଡ଼ସାହି,୬ା୧୧(ସ୍ବ.ପ୍ର)-ବଡ଼ସାହି ବ୍ଲକ ଅଧୀନ ଜାରକାଣୀ ପଞ୍ଚାୟତର ହିତାଧିକାରୀମାନେ ମଙ୍ଗଳବାର ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି। ପଞ୍ଚାୟତରେ ଚାଲିଥିବା ଦୁର୍ନୀତି, ମନମୁଖି ବ୍ୟବସ୍ଥା ଓ ପାତରଅନ୍ତର ନୀତିକୁ ବିରୋଧ କରି ଉତ୍ତ୍ୟକ୍ତ ଗ୍ରାମବାସୀ ତାଲା ପକାଇବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅପରାହ୍ନ ସୁଦ୍ଧା କୌଣସି ଅଧିକାରୀ ଆସି ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ୪ଘଣ୍ଟା ପରେ ପଞ୍ଚାୟତବାସୀ ତାଲା ଖୋଲିଥିଲେ ା ତେବେ ପଞ୍ଚାୟତ ସମସ୍ୟାର ତୁରନ୍ତ ସମାଧାନ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନାମତ୍କ ପନ୍ଥା ଅବଲମ୍ବନ କରାଯିବ ବୋଲି ଗ୍ରାମବାସୀ ପୂର୍ଣ୍ଣଚନ୍ଦ୍ର ମହାନ୍ତ, ତାପସ କୁାମର ଜେନା, ରଥ ସିଂ, ଜଗନ୍ନାଥ ମହାନ୍ତ, ଗୁରୁବାରୀ ମହାନ୍ତ, ବୁଧୁନୀ ହେମ୍ବ୍ରମ ପ୍ରମୁଖ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ବିଡିଓ ବସନ୍ତ ପୃଷ୍ଟିଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ଅବଗତ ହୋଇଛି। ଦୁର୍ନୀତି ସମ୍ପର୍କରେ ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ପଡ଼ିଛି ହାତୀର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ଜଳେଶ୍ୱର,୨୦ା୯(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବରଡିହା ବନଖଣ୍ଡ କଳମା ପଞ୍ଚାୟତର ଆମ୍ବତୁମ୍ବା ଜଙ୍ଗଲରୁ ଏକ ମାଈହାତୀର ମୃତଦେହ ଉଦ୍ଧାର କରାଯାଇଛି। ପ୍ରାପ୍ତ ସୂଚନା…

ଜନସାଧାରଣଙ୍କ ଅଭିଯୋଗ ଶୁଣିଲେ ଏସ୍‌ପି, ଅନ୍ଧବିଶ୍ୱାସଠାରୁ ଦୂରେଇ ରହିବା ନେଇ…

ଗଞ୍ଜାମ,୨୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ପୋଲିସ ପକ୍ଷରୁ ଫାଣ୍ଡି ପରିସରରେ ଆମ ପୋଲିସ ସମିତି ବୈଠକ ରବିବାର ଅନୁଷ୍ଠିତ ହୋଇଥିଲା। ଛତ୍ରପୁର…

ମାଉଜର ଦେଖାଇ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଝାମ୍ପିନେଲେ ୪ ଦୁର୍ବୃତ୍ତ

ନନ୍ଦପୁର,୨୦ା୯(ତୁଷାରକାନ୍ତ ମହାନ୍ତି): ପାର୍ବଣ ପୂର୍ବରୁ କୋରାପୁଟ ଜିଲାର ବିଭିନ୍ନ ସ୍ଥାନରେ ଚୋରି ଡକାୟତି ରାହାଜାନି ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି। ନନ୍ଦପୁର ଥାନା କ୍ଷେତ୍ର ପାଲିବା…

ଶ୍ରୀଗୁଣ୍ଡିଚା ମନ୍ଦିର ପରିଦର୍ଶନ ସହ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ପ୍ରଶାସକ

ପୁରୀ,୨୦ା୯(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ…

ଲଟାବୁଦାରେ ଭର୍ତ୍ତି ହୋଇଛି ଗାଁ ଶ୍ମଶାନ, ସଫେଇ ପାଇଁ ଏକାଠି ହେଲେ ଯୁବବର୍ଗ, ଅଧାପନ୍ତରିଆ ହୋଇଥିବା…

ଦାରିଙ୍ଗବାଡ଼ି,୨୦ା୯(ଅରୁଣ ସାହୁ): ସରକାରଙ୍କ ପକ୍ଷରୁ ଶ୍ମଶାନ ଗୃହ ନିର୍ମାଣ ପାଇଁ ଲକ୍ଷଲକ୍ଷ ଟଙ୍କା ଅନୁଦାନ ଖର୍ଚ୍ଚ କରାଯାଇ ସ୍ବଚ୍ଛତା ଓ ସୌନ୍ଦର୍ଯ୍ୟ ପାଇଁ ପଦକ୍ଷେପ ନିଆଯାଉଛି। କିନ୍ତୁ…

ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀଙ୍କୁ ହତ୍ୟାପରେ, ସ୍ୱାମୀଙ୍କ ଆତ୍ମହତ୍ୟା

ପରଜଙ୍ଗ, ୨୦/୯ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଧୀନ ଦଦରାଘାଟି ଫାଣ୍ଡି ଅଞ୍ଚଳର ଆଖୁଆପାଳ ପଞ୍ଚାୟତ ଅନ୍ତର୍ଗତ ୩ ନମ୍ବର କଲୋନୀରେ ପାରିବାରିକ କଳହକୁ…

ରେଙ୍ଗାଲିରେ ଏନକାଉଣ୍ଟର: କୋଡିନ୍‌ କଫ୍‌ସିରପ୍‌ ଚାଲାଣକାରୀଙ୍କୁ….

ସମ୍ବଲପୁର, ୨୦।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ନିଶା କାରବାର ବିରୋଧରେ ପୋଲିସର ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି। ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ଅନ୍ତର୍ଗତ ରେଙ୍ଗାଲି ଥାନା…

ସିମନବାଡ଼ି ସବ୍‌ଷ୍ଟେସନ କାର୍ଯ୍ୟ ଶେଷକୁ ବିତିଲା ଦୀର୍ଘଦିନ : ଲୋକଙ୍କୁ ମିଳୁନି ସେବା, ବିଭାଗର ଅହେତୁକ ବିଳମ୍ବକୁ ନେଇ ବଢ଼ୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି, ୨୦/୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଦୀର୍ଘଦିନ ହେଲା ୩୩/୧୧ କେଭି ବିଦ୍ୟୁତ ସବ୍‌ଷ୍ଟେସନ ସ୍ଥାପନ କାର୍ଯ୍ୟ ଶେଷ ହୋଇସାରିଛି। ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?