ସାକ୍ଷୀଗୋପାଳ, ୨୨।୮ ( ଡି.ଏନ୍. ଏ.)-ସାକ୍ଷୀଗୋପାଳ କଲେଜରେ ‘ଓଡ଼ିଶାରେ ଗାନ୍ଧିଜୀ’ ଶୀର୍ଷକ ଏକ ଆଲୋଚନା ଗୁରୁବାର କଲେଜ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଇହିହାସ ବିଭାଗ ପକ୍ଷରୁ ଆୟାଜିତ ଏହି ଆଲୋଚନା ଚକ୍ରର ମୁଖ୍ୟଅତିଥି ଭାବରେ ପୁର୍ବତନ ଉଚ୍ଚଶିକ୍ଷା ଅତିରିକ୍ତ ନିର୍ଦ୍ଦେଶକ ପ୍ର. ଡକ୍ଟର ଅମୀୟ କୁମାର ମହାନ୍ତି ଯୋଗଦେଇଥିଲେ। ଗାନ୍ଧିଜୀଙ୍କ ପଞ୍ଚଶୀଳ ନୀତି ଗ୍ରାମୀଣ ବିକାଶର ଧାରା ଓଡ଼ିଶାର ଅଭାବି ଲୋକ ମାନଙ୍କର ଅର୍ଥନୈତିକ ବିକାଶର ବାଟ କଢ଼ାଇଥିଲା ବୋଲି ସେ କହିଥିଲେ। କାଟିଖାଅ, କୁଟିପିନ୍ଧ ବାର୍ତ୍ତା ଓ ଭାଇଚାରା ସମ୍ପର୍କରେ ସମାଜରୁ କୁସଂସ୍କାର ଓ ଅନ୍ଧ ବିଶ୍ୱାସ ଦୁରକରି ସତ୍ୟ, ଅହିଂସା ମାର୍ଗ ଅନୁସରଣ କରିବାକୁ ଦିଗଦର୍ଶନ କରିଥିଲା। ସବୁରି ପଛରେ ଶିକ୍ଷାହିଁ ସମାଜିକ ବିକାଶର ମାନ ବୋଲି ଉତ୍କଳମଣିଙ୍କ ଚିନ୍ତା ଚେତନାକୁ ଗାନ୍ଧିଜୀ ଓଡ଼ିଶା ଆସିବା ସମୟରେ ଉଚ୍ଚ ପ୍ରଶଂସା କରିଥିବା କହିଥିଲେ। ସେହି ମହାପୁରଷଙ୍କ ଦାୟଦ ଭାବରେ ଆମେ ନିଜକୁ ଗଢ଼ି ତୋଳିବାକୁ ସେ ଉପସ୍ଥିତ ଚାତ୍ରୀଛାତ୍ର ମାନଙ୍କୁ ପରାମର୍ଶ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ପୁରୀ ଏସ୍ସିଏସ୍ କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ର.ଡକ୍ଟର ପ୍ରଫୁଲ୍ଲ କୁମାର ମହାନ୍ତି, ସମ୍ମାନିତ ଅତିଥି ଭାବରେ ପ୍ର.ଚିନ୍ତାମଣି ମିଶ୍ର, ପ୍ର.ରତିକାନ୍ତ ପରିଡା ଯୋଗଦେଇ ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ସଫଳତା ସମ୍ପର୍କରେ ଆଲୋଚନା କରିଥିଲେ। ଇତିହାସ ବିଭାଗର ମୁଖ୍ୟ ପ୍ର.ନରେନ୍ଦ୍ର ନାଥ ବେହେରା ସ୍ବାଗତ ଅଭିଭାଷଣ ଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ର.ନିହାର ରଞ୍ଜନ ଦାଶଙ୍କ ପୌରହିତ୍ୟରେ ସେମିନାର କରାଯାଇଥିଲା। ଏହି ଅବସରରେ ଇତିହାସ ସମ୍ମାନର ଛାତ୍ରୀ କରିସ୍ମା ବରାଳ ଓ ଛାତ୍ର ରାକେଶ ଜେନା ନିଜର ସନ୍ଧର୍ବ ପାଠ କରିଥିଲେ। ପ୍ରାରମ୍ଭରେ ଅଧ୍ୟାପିକା ସସ୍ମିତା ପ୍ରଧାନ ବେଦ ପାଠ କରିଥିଲେ।
Posted inଆମ ଜିଲା ଖବର, ପୁରୀ View All

ଜିଲାରେ ନିର୍ବାଚନୀ ଅସହିଷ୍ଣୁତା ବଢୁଛି
କେନ୍ଦ୍ରାପଡ଼ା ଅଫିସ, ୧୨ା୨: କେନ୍ଦ୍ରାପଡ଼ା ଜିଲାର ଆଳି ଓ ଡେରାବିଶ ବ୍ଲକ ଅଞ୍ଚଳରେ ଆସନ୍ତା ୧୬ ତାରିଖରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ...

ସ୍ବାଧୀନତା ଦିବସରେ ବୁଡ଼ିଲା ବ୍ଲକକୁ ସଂଯୋଗ କରୁଥିବା ପୋଲ: ଏନ୍ଏସି କାର୍ଯ୍ୟାଳୟରେ ପଶିଲା ବର୍ଷାଜଳ
ଧାମନଗର,୧୫।୮(ଡି.ଏନ୍.ଏ.): ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ତେବେ ବର୍ଷା ଯୋଗୁ ଭଦ୍ରକ ଜିଲା ଧାମନଗର ବ୍ଲକ କାର୍ଯ୍ୟାଳୟକୁ ସଂଯୋଗ କରୁଥିବା ଯଅ ନଦୀ...

ସ୍ବଦେଶ ଦର୍ଶନ ଯୋଜନାରେ ଓଡ଼ିଶାକୁ ଅଣଦେଖା
ଯାଜପୁର ଅଫିସ,୧୯ା୧୨: ଓଡ଼ିଶାକୁ ବିଦେଶୀ ପର୍ଯ୍ୟଟକ ଆସିଲେ କେନ୍ଦ୍ର ସରକାର ମଧ୍ୟ ବିିଭିନ୍ନ ବାଟରେ ଆର୍ଥିକ ଲାଭବାନ୍ ହେଉଛନ୍ତି। କିନ୍ତୁ ଓଡ଼ିଶାର ପର୍ଯ୍ୟଟନ ବିକାଶ ପାଇଁ...

ଜଳାଶୟରେ ବୁଡ଼ି ନାବାଳକ ମୃତ
ଛତ୍ରପୁର, ୧୯।୧୦: ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଡୁଗୁଲ ଛକ ନିକଟ ଏକ ଅସ୍ଥାୟୀ ଜଳାଶୟରେ ବୁଡି ଶନିବାର ଜଣେ ନାବାଳକର ମୃତ୍ୟୁ ଘଟିଛି। ସେ...

CORONAVIRUS UPDATE: ସୁନ୍ଦରଗଡ଼ ଜିଲାରେ ଆଉ ୪କରୋନା ଆକ୍ରାନ୍ତ ଚିହ୍ନଟ
ସୁନ୍ଦରଗଡ଼,୨୮।୪(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲାରେ ମଙ୍ଗଳବାର ପୁଣି ଆଉ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ...

ଅଣ୍ଡିଲୋ ଗାଁରେ ଆଣ୍ଠୁଏ ପାଣି
ବାଲିଅନ୍ତା,୨୭ା୮(ଡି.ଏନ୍.ଏ): ୨ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ହେବା ଯୋଗୁ ବାଲିଅନ୍ତା ପଞ୍ଚାୟତର ଅଣ୍ଡିଲୋ ଗ୍ରାମର ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମି...

ତୋଟାପଡ଼ାରେ ଗୋଷ୍ଠୀ ସଂଘର୍ଷ: ଟେକାପଥର ମାଡ଼କୁ ନେଇ ୯ ଅଟକ; ୧୪୪ ଧାରା ଜାରି
ଖୋର୍ଦ୍ଧା ଅଫିସ,୭ା୪ : ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ତୋଟପଡାରେ ମଙ୍ଗଳବାର ଅପରାହ୍ନରେ ଗୋଷ୍ଠି ସଂଘର୍ଷ ଘଟିଛି। କୌଣସି କାରଣକୁ ନେଇ ଦୁଇ ଗୋଷ୍ଠି ମୁହାଁମୁହିଁ...

ଚେକ୍ ବାଉନ୍ସ ମାମଲାରେ ଶିକ୍ଷକଙ୍କୁ ୬ ମାସ କାରାଦଣ୍ଡ
ନୟାଗଡ଼ ଅଫିସ,୨୦ା୯- ଏକ ଚେକ୍ ବାଉନ୍ସ ମାମଲାରେ ଜଣେ ଶିକ୍ଷକଙ୍କୁ ୬ ମାସ କାରାଦଣ୍ଡାଦେଶ ହୋଇଛି। ସେ ହେଲେ ଇଟାମାଟି ନାରାୟଣୀ ସରକାରୀ ବାଳିକା ବିଦ୍ୟାଳୟର...