ସାକ୍ଷୀଗୋପାଳ, ୨୨।୮ ( ଡି.ଏନ୍. ଏ.)-ସାକ୍ଷୀଗୋପାଳ କଲେଜରେ ‘ଓଡ଼ିଶାରେ ଗାନ୍ଧିଜୀ’ ଶୀର୍ଷକ ଏକ ଆଲୋଚନା ଗୁରୁବାର କଲେଜ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଇହିହାସ ବିଭାଗ ପକ୍ଷରୁ ଆୟାଜିତ ଏହି ଆଲୋଚନା ଚକ୍ରର ମୁଖ୍ୟଅତିଥି ଭାବରେ ପୁର୍ବତନ ଉଚ୍ଚଶିକ୍ଷା ଅତିରିକ୍ତ ନିର୍ଦ୍ଦେଶକ ପ୍ର. ଡକ୍ଟର ଅମୀୟ କୁମାର ମହାନ୍ତି ଯୋଗଦେଇଥିଲେ। ଗାନ୍ଧିଜୀଙ୍କ ପଞ୍ଚଶୀଳ ନୀତି ଗ୍ରାମୀଣ ବିକାଶର ଧାରା ଓଡ଼ିଶାର ଅଭାବି ଲୋକ ମାନଙ୍କର ଅର୍ଥନୈତିକ ବିକାଶର ବାଟ କଢ଼ାଇଥିଲା ବୋଲି ସେ କହିଥିଲେ। କାଟିଖାଅ, କୁଟିପିନ୍ଧ ବାର୍ତ୍ତା ଓ ଭାଇଚାରା ସମ୍ପର୍କରେ ସମାଜରୁ କୁସଂସ୍କାର ଓ ଅନ୍ଧ ବିଶ୍ୱାସ ଦୁରକରି ସତ୍ୟ, ଅହିଂସା ମାର୍ଗ ଅନୁସରଣ କରିବାକୁ ଦିଗଦର୍ଶନ କରିଥିଲା। ସବୁରି ପଛରେ ଶିକ୍ଷାହିଁ ସମାଜିକ ବିକାଶର ମାନ ବୋଲି ଉତ୍କଳମଣିଙ୍କ ଚିନ୍ତା ଚେତନାକୁ ଗାନ୍ଧିଜୀ ଓଡ଼ିଶା ଆସିବା ସମୟରେ ଉଚ୍ଚ ପ୍ରଶଂସା କରିଥିବା କହିଥିଲେ। ସେହି ମହାପୁରଷଙ୍କ ଦାୟଦ ଭାବରେ ଆମେ ନିଜକୁ ଗଢ଼ି ତୋଳିବାକୁ ସେ ଉପସ୍ଥିତ ଚାତ୍ରୀଛାତ୍ର ମାନଙ୍କୁ ପରାମର୍ଶ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ପୁରୀ ଏସ୍ସିଏସ୍ କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ର.ଡକ୍ଟର ପ୍ରଫୁଲ୍ଲ କୁମାର ମହାନ୍ତି, ସମ୍ମାନିତ ଅତିଥି ଭାବରେ ପ୍ର.ଚିନ୍ତାମଣି ମିଶ୍ର, ପ୍ର.ରତିକାନ୍ତ ପରିଡା ଯୋଗଦେଇ ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ସଫଳତା ସମ୍ପର୍କରେ ଆଲୋଚନା କରିଥିଲେ। ଇତିହାସ ବିଭାଗର ମୁଖ୍ୟ ପ୍ର.ନରେନ୍ଦ୍ର ନାଥ ବେହେରା ସ୍ବାଗତ ଅଭିଭାଷଣ ଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ର.ନିହାର ରଞ୍ଜନ ଦାଶଙ୍କ ପୌରହିତ୍ୟରେ ସେମିନାର କରାଯାଇଥିଲା। ଏହି ଅବସରରେ ଇତିହାସ ସମ୍ମାନର ଛାତ୍ରୀ କରିସ୍ମା ବରାଳ ଓ ଛାତ୍ର ରାକେଶ ଜେନା ନିଜର ସନ୍ଧର୍ବ ପାଠ କରିଥିଲେ। ପ୍ରାରମ୍ଭରେ ଅଧ୍ୟାପିକା ସସ୍ମିତା ପ୍ରଧାନ ବେଦ ପାଠ କରିଥିଲେ।
Posted inଆମ ଜିଲା ଖବର, ପୁରୀ View All
ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ
ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…
ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍ରେ ଉତ୍ତେଜନା
ଭୁବନେଶ୍ବର,୭।୭: ଭୁବନେଶ୍ବର ସ୍ଥିତ ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍ରେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କ୍ୟାମ୍ପସ ଭିତରକୁ ଅଣଛାତ୍ରୀଛାତ୍ର ପ୍ରବେଶକୁ ବିରୋଧ କରି ବିଶ୍ବବିଦ୍ୟାଳୟର ଛାତ୍ରୀମାନେ ଅସନ୍ତୋଷ…
ଶିଶୁ କନ୍ୟାଙ୍କୁ ଝୁଣି ଦେଲେ ୨ ବୁଲା କୁକୁର: ୩ ସ୍ଥାନରେ ଲାଗିଛି…
ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନାଳା ଗ୍ରାମର ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ପାଟପୁର ଗ୍ରାମର ପ୍ରମୋଦ ସାହୁଙ୍କ…
ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ
ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…
ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରି ପ୍ରଧାନଶିକ୍ଷକ ଅଟକ
ଭଣ୍ଡାରିପୋଖରୀ,୭।୭: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବାଲିପୋଖରୀ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାଲିପୋଖରୀ ପଞ୍ଚାୟତ ଶୁକଦେବ ଜେନା ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ…
ବନ୍ଦ ଘରୁ ମିଳିଲା ଆଉଟସୋର୍ସିଂ କର୍ମଚାରୀଙ୍କ ମୃତଦେହ, ଗନ୍ଧ ହେବାରୁ…
ବଲାଙ୍ଗୀର,୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁଲସୀନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ କାର୍ତ୍ତିକ ମଛଖଣ୍ଡ…
ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ଦେବା ଜରୁରୀ: ଏନଏସଏସ ସ୍ବେଚ୍ଛାସେବୀଙ୍କ ଦ୍ୱାରା ମେଗା ଚାରାରୋପଣ
ଭଞ୍ଜନଗର,୭।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା କୋ ୟୁନିଟ ଏବଂ ମହିଳା ଶାଖା ପକ୍ଷରୁ ମଙ୍ଗଳବାର କଲେଜ ପରିସରରେ…
ଗଛରେ ଝୁଲୁଛି କଲରାପତରିଆ ବାଘର ମୃତଦେହ, ସ୍ଥାନୀୟ ଲୋକେ….
କବିସୂର୍ଯ୍ୟନଗର,୭।୭(କୃପାସିନ୍ଧୁ ସ୍ବାଇଁ): ଗଞ୍ଜାମ କବିସୂର୍ଯ୍ୟନଗର ଜରଡ଼ ପାହଡ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଲରାପତରିଆ ବାଘକୁ ହତ୍ୟା ପରେ କେହି ନିମ୍ବ ଗଛରେ…
Archives

