ପଙ୍ଗପାଳ ଚିନ୍ତା: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉଚ୍ଚସ୍ତରୀୟ ବୈଠକ; ୧୦ ଦିନ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨ା୬(ବ୍ୟୁରୋ)-ପାକିସ୍ତାନରୁ ଆସିଥିବା ପଙ୍ଗପାଳ ଭାରତର ବିଭିନ୍ନ ରାଜ୍ୟରେ ଭୟଙ୍କର ଭାବେ ଫସଲକୁ ଉଜାଡିବାରେ ଲାଗିଛନ୍ତି। ରାଜସ୍ଥାନରୁ ପଞ୍ଜାବ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଦେଇ ଲକ୍ଷ ଲକ୍ଷ ପଙ୍ଗପାଳ ମଧ୍ୟପ୍ରଦେଶ ଏବଂ ଓଡ଼ିଶା ସୀମା ଛତିଗଡ଼ରେ ପହଞ୍ଚିଲେଣି। ଆଉ କେଇଦିନ ପରେ ଓଡ଼ିଶାରେ ପହଞ୍ଚିଯିବା ସମ୍ଭାବନା ରହିଛି। ପଙ୍ଗପାଳ ପ୍ରବେଶ କରିବା ମାତ୍ରେ ବିଲବାଡିରୁ ପନିପରିବା ଠାରୁ ଆରମ୍ଭ କରି ସମସ୍ତ ଫସଲକୁ ନିମିଷକ ମଧ୍ୟରେ ଧ୍ୱଂସ କରି ଦେବେ। ରାଜ୍ୟରେ ଚାଷୀମାନଙ୍କୁ ଏବେ ପଙ୍ଗପାଳ ଭୟ ଘାରିଛି। ପଙ୍ଗପାଳ ଦାଉରୁ ଫସଲକୁ ରକ୍ଷା କରିବା ନେଇ ସରକାର ଚାଷୀମାନଙ୍କୁ ସତର୍କ କରାଉଛନ୍ତି। ଆସନ୍ତା୧୦ ଦିନ ପଙ୍ଗପାଳଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ସହିତ ଚାଷୀମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରାଜ୍ୟରେ ସମ୍ଭାବ୍ୟ ପଙ୍ଗପାଳ ଉପଦ୍ରବ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପଙ୍ଗପାଳ ନିୟନ୍ତ୍ରଣ କରିବା ନେଇ ଆଲୋଚନା କରାଯାଇଥିଲା। ଆବଶ୍ୟକ ହେଲେ ପଙ୍ଗପାଳ ନିୟନ୍ତ୍ରଣ ପାଇଁ ଦମକଳ ଜରିଆରେ ପ୍ରଭାବିତ ଅଞ୍ଚଳରେ ଔଷଧ ସିଞ୍ଚନ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ହେବ ୪୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍‌ପିଟାଲ

ଭଞ୍ଜନଗର,୫।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ୪୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍‌ପିଟାଲ ହେବ। ସେଥିରେ ୧୦ ଆଇସିୟୁ ବେଡ୍‌ ରହିବ।...

ନୂଆ ବିରୋଧୀ ଦଳ ନେତା ହେଲେ ଜୟ ନାରାୟଣ ମିଶ୍ର

ଭୁବନେଶ୍ୱର,୩୦।୭(ବ୍ୟୁରୋ): ବିରୋଧୀ ଦଳ ନେତା ହେଲେ ବରିଷ୍ଠ ଭାଜପା ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର । ଶନିବାର ରାଜ୍ୟ ଭାଜପା ପକ୍ଷରୁ ତାଙ୍କୁ...

ଓମିକ୍ରନ ମୁକାବିଲା ନେଇ ବସିବ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର,୨୨।୧୨(ବ୍ୟୁରୋ): କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଏବେ ଚିନ୍ତା ବଢାଇଲାଣି । ରାଜ୍ୟରେ ୨ ଜଣ ଓମିକ୍ରନ ଚିହ୍ନଟ ପରେ ସରକାର ସଜାଗ ହେଉଛନ୍ତି ।...

ହସ୍ପିଟାଲରେ ଭର୍ତ୍ତି ହେବା ପାଇଁ କୋଭିଡ୍‌ ଟେଷ୍ଟ ଆବଶ୍ୟକ ନାହିଁ

ଭୁବନେଶ୍ୱର, ୧୫।୨(ବ୍ୟୁରୋ):ରାଜ୍ୟରେ ଏଣିକି ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ କୋଭିଡ୍‌ ଟେଷ୍ଟର ଆବଶ୍ୟକତା ନାହିଁ। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ...

ପେସାରେ ମେକାନିକ୍‌, ନିଶା କଳାକୃତି : ପେନ୍‌ସିଲମୁନରେ ହରିଗୋବିନ୍ଦଙ୍କ କ୍ଷୁଦ୍ର ସାନ୍ତାକ୍ଲଜ୍‌

ବ୍ରହ୍ମପୁର ଅଫିସ,୨୪ା୧୨-ପେସାରେ ଜଣେ ମେକାନିକ୍‌ । କିନ୍ତୁ ନିଶା ତାଙ୍କର ନୂତନ କଳାକୃତି ଗଢ଼ିିବାରେ । ଖାଦ୍ୟଶସ୍ୟ, ପେନସିଲରେ ବିଭିନ୍ନ କଳାକୃତି କରି ସେ ପାଲଟି...

ବାଲିମେଳା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବାସଭବନ ଉପରେ ମରଣାନ୍ତକ ଆକ୍ରମଣ

କୋରୁକୋଣ୍ଡା,୨ା୬(ଡି.ଏନ୍‌.ଏ.): ବାଲିମେଳା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ବାସଭବନ ଉପରେ ମରଣାନ୍ତକ ଆକ୍ରମଣ। ଗୁରୁବାର ଏପରି ଏକ ଅଭାବନୀୟ ଘଟଣା ମାଲକାନଗିରି ଜିଲା ବାଲିମେଳା ଏନ୍‌ଏସିରେ ଦେଖିବାକୁ...

ମୁଖ୍ୟମନ୍ତ୍ରୀଙ୍କୁ ଭାଜପା ନେତା ଦାୟୀ କରିବା ଅପ୍ରାସଙ୍ଗିକ: ଦାମ

ଭୁବନେଶ୍ୱର,୧୮ା୧୨(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଲାଗି ଆନ୍ଦୋଳନରତ ସମ୍ବଲପୁର ଓକିଲ ସଂଘ ଏବଂ ସୁପ୍ରିମକୋର୍ଟଙ୍କ ମଧ୍ୟରେ ଯେଉଁ ସମସ୍ୟା ଉପୁଜିଛି...

କାର୍ଟୁନ ଗୋଦାମରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ବାରିପଦା ଅଫିସ,୧୭।୧୨: ବାରିପଦା ସହର ଉପକଣ୍ଠ ମଞ୍ଚାବନ୍ଧାସ୍ଥିତ ଏକ କାର୍ଟୁନ ଗୋଦାମରେ ସୋମବାର ବିଳମ୍ବିତ ରାତିରେ ନିଆଁ ଲାଗିଥିଲା। ଖବର ପାଇ ଅଗ୍ନିଶମ ବିଭାଗର ୩ଟି...

Advertisement
Archives

Model This Week