ପଙ୍ଗପାଳ ଆଗମନ ଆଶଙ୍କା : ପରିବା କ୍ଷେତରେ ବିଶୋଧନ ଜାରୀ

କେନ୍ଦୁଝର, ୩ା୬ (ସ୍ବ.ପ୍ର.)-କରୋନା ସଂକ୍ରମଣ ରୋକିବା ଲାଗି ଜାରିରହିଥିବା ଲକ୍‌ ଡାଉନ ଜିଲାର ପରିବା ଚାଷୀଙ୍କୁ ଅଭାବୀ ବିକ୍ରି ଭଳି ଦୁର୍ଦ୍ଦଶା ଭିତରକୁ ଠେଲି ଦେଇଥିବା ବେଳେ ଏବେ ପଙ୍ଗପାଳ ଆଗମନ ଖବର ତାଙ୍କ ପାଇଁ ଚିନ୍ତା ଆଖିରୁ ନିଦ ହଜାଇଦେଇଛି।  କ୍ଷେତରେ ହେକ୍ଟର ହେକ୍ଟର ବାଇଗଣ, ବିଲାତି ଆଦି ପନିପରିବା ଚାଷ ହୋଇଥିବା ବେଳେ କୋଉ ମୁହୂର୍ତ୍ତରେ ପଙ୍ଗପାଳ ଆକ୍ରମଣ କରିବ ସେ ନେଇ ସେମାନଙ୍କ ପରିବାରରେ ଭାଳେଣି ପଡିଯାଇଛି। ରାଜ୍ୟର ନିଅଣ୍ଟିଆ ପରିବା ଯୋଗାଣକୁ ଭରଣ କରିବାରେ କେନ୍ଦୁଝର ଜିଲାର ଚାଷୀ ଓ ଉତ୍ପାଦିତ ସାମଗ୍ରୀ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ଲକ୍‌ ଡାଉନ, ଅମ୍ପନ ଭଳି ବିପର୍ଯ୍ୟୟ ସେମାନଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଗତ ଦୁଇମାସ ଭିତରେ ଦୁଇ ଦୁଇଟି ବିପର୍ଯ୍ୟୟ ରୁ ଚାଷୀମାନେ ନିସ୍ତାର ପାଇ ନ ଥିବା ବେଳେ ଏବେ ପଙ୍ଗପାଳ ଆଗମନ ଚାଷୀ ମୁଣ୍ଡରେ ଚଡକ ପଡିବା ସଦୃଶ ହୋଇଛି।  ତେଣୁ କ୍ଷେତରେ ପରିବା ଗୁଡିକ ସୁରକ୍ଷିତ ରଖିବା ପାଇଁ ଜିଲାର ବିଭିନ୍ନ ଅଞ୍ଚଳର ଚାଷୀମାନେ ଭିନ୍ନ ଭିନ୍ନ ଉପାୟ ଆପଣାଇଥିବା ଦେଖିବାକୁ ମିଳିଛି।  କିଏ କୃଷି ବିଶେଷଜ୍ଞଙ୍କ ପରାମର୍ଶ ନେଉଛିତ ଆଉ କିଏ ଅଭିଜ୍ଞ ଚାଷୀମାନଙ୍କର ପରାମର୍ଶ ନେଇ ପରିବା କ୍ଷେତକୁ ବିଶୋଧନ କରିବାର ଦେଖିବାକୁ ମିଳିଛି। ତେବେ ଏଇ ପଙ୍ଗପାଳ ଭୟରେ ଅନେକ ପରିବା ଚାଷୀ ଚିନ୍ତିତ ହୋଇପଡିଛନ୍ତି। ତେବେ ଏହି ପଙ୍ଗପାଳର ନିରାକରଣ ପାଇଁ କୃଷିବିଭାଗ ଏବେଠାରୁ ପଦକ୍ଷେପ ନେଇ ଚାଷୀକୂଳରେ ସଚେତନତା କରା ନ ଗଲେ ଆଗାମୀଦିନରେ ବ୍ୟାପକ ଚାଷ ନଷ୍ଟ ହୋଇଯିବ ବୋଲି ସ୍ଥାନୀୟ ଚାଷୀକୂଳ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ମୁକାବିଲା: ପେଣ୍ଟିଂ ମାଧ୍ୟମରେ ଲୋକଙ୍କୁ କରାଯାଉଛି ସଚେତନ

କେନ୍ଦୁଝର, ୨୨।୪(ସ୍ବ.ପ୍ର.): କରୋନା ସଂକ୍ରମଣ ରୋକିବା ପାଇଁ ଲକ୍‌ଡାଉନ୍‌ ଜାରି ହୋଇଛି। ଏହା ସତ୍ତ୍ୱେ କେନ୍ଦୁଝର ସହରରେ ଲୋକଙ୍କ ଯାତାୟତ ବଢୁଛି। ଏ ନେଇ ପ୍ରଶାସନ...

ସ୍ବତନ୍ତ୍ର ଜିଲା ଦାବି ତେଜିଲା

କୁଚିଣ୍ଡା,୧ା୯(ବିରଞ୍ଚତ୍ ଦର୍କା): କୁଚିଣ୍ଡାକୁ ସ୍ବତନ୍ତ୍ର ଜିଲା ମାନ୍ୟତା ଦାବି ତେଜିବାରେ ଲାଗିଛି। ସରକାର କୁଚିଣ୍ଡାକୁ ଜିଲା ଘୋଷଣା ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ...

ଏମାର ମଠ ପରିସରରେ ଖନନ:ମିଳିଲା ଭଗ୍ନ ସିଂହ ମୂର୍ତ୍ତି

ପୁରୀ ଅଫିସ,୧୭।୫:ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ପୁରୀ ଏମାର ମଠ ପରିସର ଖନନ ବେଳେ ଭଗ୍ନ ସିଂହମୂର୍ତ୍ତି ମିଳିଛି। ପରିତ୍ୟକ୍ତ ଅବସ୍ଥାରେ ଖନନସ୍ଥଳୀରେ ଦୁଇଖଣ୍ଡ ହୋଇ...

ରଘୁନାଥ ଜୁନିୟର ମହାବିଦ୍ୟାଳୟ ନବାଗତ ଶିକ୍ଷାର୍ଥୀଙ୍କୁ ସ୍ବାଗତ

ବୋଲଗଡ଼,୩ା୮(ଡି.ଏନ.ଏ.): ବୋଲଗଡ଼ ବ୍ଲକ ଦେଉଳିସ୍ଥିତ ରଘୁନାଥ ଜୁନିୟର ମହାବିଦ୍ୟାଳୟରେ ନାମ ଲେଖାଇଥିବା ଚଳିତବର୍ଷର ୧ମ ବର୍ଷ ଛାତ୍ରୀଛାତ୍ରଙ୍କ ପାଇଁ ଶୁକ୍ରବାର ଏକ ସ୍ବାଗତ ଉତ୍ସବ ଅନୁଷ୍ଠିତ...

ଗୋଟିଏ ପରିବାରର ୩ ଭାଇଙ୍କୁ କରୋନା: ୭ ଦିନ ଶଟ୍‌ଡାଉନ୍‌ ଘୋଷଣା କଲେ ସରପଞ୍ଚ

ବୁଗୁଡ଼ା,୨୮ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଏ. କରଡ଼ାବାଡ଼ି ପଞ୍ଚାୟତ ଅନ୍ତର୍ଗତ ସୋରଡ଼ ଗ୍ରାମରେ ରବିବାରଠାରୁ ଆସନ୍ତା ଶନିବାର ପର୍ଯ୍ୟନ୍ତ ଜିଲାପାଳ କ୍ଷମତା ପ୍ରଯୋଗ କରି...

୪୫୫ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱ

ବାଲେଶ୍ୱର ଅଫିସ, ୩୦ା୧: ବାଲେଶ୍ୱର ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜିଲାପରିଷଦ, ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡ଼ମେମ୍ବର ପ୍ରାର୍ଥୀ ପାଇଁ ଜିଲାରେ ମୋଟ୍‌ ୧୨,୯୮୨ ପ୍ରାର୍ଥୀଙ୍କ...

ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ କ୍ରସର ମାଲିକ

ଖୋର୍ଦ୍ଧା ଅଫିସ,୨୦ା୭: ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ବେଆଇନ ଭାବେ ଚାଲିଥିବା କ୍ରସର ଶିଳ୍ପସଂସ୍ଥା ଉପରେ ଚଢ଼ାଉ ଜାରି ରହିଛି। ୯ ଦିନରେ ୯୦ଟି କ୍ରସର...

ସୁନ୍ଦରପୁର ରଜ ମହୋତ୍ସବ ଉଦ୍‌ଘାଟିତ: ସଭା ସାଙ୍ଗକୁ ରଜ କୁଇନ ପ୍ରତିଯୋଗିତା

ଖଇରା, ୧୪।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସୁନ୍ଦରପୁର ହାଇସ୍କୁଲ ପଡିଆରେ ବ୍ଲକସ୍ତରୀୟ ରଜ ମହୋତ୍ସବ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ସକାଳେ କମିଟି ସଭାପତି ଅଧ୍ୟାପକ...

Advertisement
Archives

Model This Week