Advertisement

ପଙ୍କଜିନୀ, ବିପିନଙ୍କୁ ଶ୍ରଦ୍ଧାଞ୍ଜଳି: ‘ଶୂନ୍ୟତା ଅନୁଭବ କରିବେ ଜିଲାବାସୀ’

ଢେଙ୍କାନାଳ ଅଫିସ, ୨୩।୮-ଢେଙ୍କାନାଳ ଜିଲା ପ୍ରଶାସନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଗୁରୁବାର ବିଶିଷ୍ଟ କବୟିତ୍ରୀ ‘ହାସ୍ୟବିଦ୍ୟୁଷୀ’ ପଙ୍କଜିନୀ ଦାଶ ଏବଂ ନାଟ୍ୟକାର ବିପିନ ବିହାରୀ ପଟ୍ଟନାୟକଙ୍କୁ ଭାବବିହ୍ବଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଆୟୋଜିତ ସ୍ମୃତିସଭାରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରି କହିଲେ, ପଙ୍କଜିନୀ ଏବଂ ବିପିନଙ୍କ ଶୂନ୍ୟତା ସବୁବେଳେ ଜିଲାବାସୀ ଅନୁଭବ କରିବେ। ଉଭୟେ ଉତ୍ତରପିଢ଼ିଙ୍କ ପାଇଁ ସର୍ବଦା ଆଦର୍ଶ ହୋଇରହିବ। ସେମାନଙ୍କ କୃତୀଗୁଡ଼ିକୁ ସାଉଁଟି ରଖିପାରିଲେ ଏହା ହିଁ ହେବ ସେମାନଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି।
ପ୍ରାରମ୍ଭରେ ଉଭୟଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ଦିବଂଗତ ଆତ୍ମାର ସଦ୍‌ଗତି କାମନା କରାଯାଇଥିଲା।
ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ, ପିଡି ଡିଆରଡିଏ ନରୋତ୍ତମ ବେହେରା, ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ କବି ମନୋରଞ୍ଜନ ନନ୍ଦ, ସୁଦର୍ଶନ ମାଟି, ପ୍ରଦ୍ୟୁମ୍ନ ରଥ, ପୂର୍ବତନ ମନ୍ତ୍ରୀ ନବୀନଚନ୍ଦ୍ର ନାରାୟଣ ଦାସ, ବସନ୍ତ ପଟ୍ଟନାୟକ, ରମା ସିଂ, ବିଶ୍ୱନାଥ ବେହେରା, ଶରତ ମିଶ୍ର ଭରଦ୍ୱାଜ, ପରେଶ ପଟ୍ଟନାୟକ, ଦୀଲିଶ୍ୱର ମହାରଣା, ଶତ୍ରୁଘ୍ନ ମାଟି, ବନମାଳୀ ମଲ୍ଲିକ, ଅଥୟ ସାହୁ ପ୍ରମୁଖ ସ୍ମୃତିଚାରଣ କରିଥିଲେ। ଜିଲା ସଂସ୍କୃତି ପରିଷଦ ସଂଯୋଜକ ଅବନୀ ମିଶ୍ର, ଜିଲା ସଂସ୍କୃତି ଅଧିକାରୀ ଲକ୍ଷ୍ମୀଧର ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶ୍ରଦ୍ଧାଞ୍ଜଳି ସଭାରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡି ଜିଲାର ୩୨ ବିଦ୍ୟାଳୟକୁ ମିଳିବ ‘ଗାରିମା ରୌପ୍ୟ’ ପୁରସ୍କାର

ଭବାନୀପାଟଣା, ୩୧।୧ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲାର ୩୨ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ‘ଗାରିମା ରୌପ୍ୟ’ ପୁରସ୍କାର ମିଳିବ। ଏ ନେଇ ଛାତ୍ରୀଛାତ୍ର, ଅଭିଭାବକ...

ବର୍ଷାରେ ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ : ଅନ୍ଧାରରେ ପୂରା ଗାଁ

ଜୁନାଗଡ,୨୭।୭(ଡି.ଏନ୍‌.ଏ)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଛୋରିଆଗଡ ପଞ୍ଚାୟତ ସାନଫୁର୍ଲା ଗ୍ରାମରେ ସୋମବାର ଅପରାହ୍ନରେ ଜୋରରେ ପବନ ବୋହିବା ସହ ବର୍ଷା ହୋଇଥିଲା। ଏହାର ପ୍ରଭାବରେ ଗଁାରେ...

ପୁରୁଣା ଘର ଫଟୋ ଉଠାଇ ବିଲ୍‌

ପରଜଙ୍ଗ, ୧୯।୧(ଡି.ଏନ.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକରେ ଯୁଆଡ଼େ ଉଣ୍ଡିଲେ ବାରି ହୋଇପଡୁଛି ଦୁର୍ନୀତିର ଗନ୍ଧ। ସବୁ ଅନିୟମିତତାର ଚେର ଯାଇ ଅଟକୁଛି ପ୍ରଧାନମନ୍ତ୍ରୀ...

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ଅଭିଯୋଗରେ ଜେଲ୍‌ ଗଲେ ସ୍ବାମୀ

ରୂପ୍‌ସା,୧୩।୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ରସଲପୁର ପଞ୍ଚାୟତ ବଡ଼ଧନାଡ଼ି ଗ୍ରାମର ସଞ୍ଜୁ ତରେଇ ନାମ୍ନୀ ମହିଳାଙ୍କୁ ହତ୍ୟା ଅଭିଯୋଗରେ ବସ୍ତା ପୋଲିସ ତାଙ୍କ ସ୍ବାମୀ ଶଙ୍କର ତରେଇଙ୍କୁ...

ଗଞ୍ଜାମରେ ହେବ ୧୩୩ ସ୍ମାର୍ଟ ହାଇସ୍କୁଲ: ଛାତ୍ରୀଛାତ୍ରଙ୍କ ସହ କଥା ହେଲେ ୫ଟି ସଚିବ

ଛତ୍ରପୁର,୮।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ୧୩୩ଟି ହାଇସ୍କୁଲକୁ ସ୍ମାର୍ଟ ହାଇସ୍କୁଲରେ ପରିଣତ ପାଇଁ କାମ ଚାଲିଛି। ଏହାର ଅଗ୍ରଗତି ନେଇ ଗୁରୁବାର ୫ଟି ସଚିବ ଭି. କାର୍ତ୍ତିକେୟ...

ରାଜନଗର ନୁରୁଗାଁରେ ଚାଷୀ ଆତ୍ମହତ୍ୟା ଅଭିଯୋଗ ଘଟଣା: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ରାଜନଗର,୨୮।୧୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ନୁରୁଗାଁ ଗ୍ରାମର ଜଣେ ଚାଷୀ ଗୁରୁବାର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ତେବେ ଅପରାହ୍ନରେ କ୍ଷତିପୂରଣ ଦାବିରେ ପରିବାର...

ହସୁଛି ସୋରିଷ କ୍ଷେତ

ଜଳେଶ୍ୱର,୯।୨(ଡି.ଏନ.ଏ.)  ବାଲେଶ୍ୱର ଜିଲାରେ ସୁବର୍ଣ୍ଣରେଖା ନଦୀ କୂଳେ କୂଳେ ବ୍ୟାପକ ସୋରିଷ ଚାଷ ହୋଇଛି। ଚଳିତବର୍ଷ ଥଣ୍ଡା ପାଗ ରହିଥିବାରୁ ଭଲ ଫସଲ ଅମଳ ହେବ ବୋଲି...

କରୋନା ସାଜିଛି କଣ୍ଟା: ଧୁରଦାରେ ଅଟକି ରହିଛନ୍ତି ବାହାର ରାଜ୍ୟ ଶ୍ରମିକ

ରାଇସୁଆଁ,୧୫ା୪(ଡି.ଏନ୍‌.ଏ.) : ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧିପାଉଛି। ଏହାକୁ ନେଇ ବହୁ ଦେଶରେ ଲକ୍‌ଡାଉନ୍‌ ଭଳି ନିୟମ ଲାଗୁ ହୋଇଥିବା ବେଳେ...

Advertisement
Archives

Model This Week