‘ପଖାଳ’ ପ୍ରତିଟି ଓଡ଼ିଆଙ୍କ ପସନ୍ଦ

ବାରିପଦା ଅଫିସ,୨୦ା୩ (ରଞ୍ଜନ କୁମାର ପଧାନ)- ରୋଷେଇ ଘରର ୪ କାନ୍ଥରେ ଅଟକି ଯାଇନି ପଖାଳ ଭାତ। ଓଡ଼ିଆ ଲୋକଙ୍କ ଅତି ଆପଣାର ପ୍ରିୟ ଖାଦ୍ୟ ପଖାଳ ବର୍ତ୍ତମାନ ବିଶ୍ୱ ଦରବାରରେ ପହଞ୍ଚି ସାରିଲାଣି। ବିଶ୍ୱର ବିଭିନ୍ନ ବଡ଼ ବଡ଼ ହୋଟେଲର ମେନ୍ୟୁରେ ସ୍ଥାନ ପାଇଲାଣି ଦହି ପଖାଳ(କର୍ଡ଼ ରାଇସ୍‌)। ପଖାଳ ଭାତକୁ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ନାମରେ ନାମିତ କରାଯାଇଛି। ଓଡ଼ିଶାରେ ପଖାଳ, ବେଙ୍ଗଲରେ ପନ୍ଥା ଭାତ, ଛତିଶଗଡ଼ରେ ବୋର ଭାତ, ଝାଡ଼ଖଣ୍ଡରେ ପାଣି ଭାତ, ଆସାମରେ ପୋଇତ ଭାତ ଭଳି ବିଭିନ୍ନ ରାଜ୍ୟରେ ଭିନ୍ନ ନାମ ରହିଛି ଏହାର। ବିଶେଷ କରି ଖରାଦିନେ ନାମୀ ଦାମୀ ପଞ୍ଚତାରକା ହୋଟେଲମାନଙ୍କରେ ପଖାଳର ଚାହିଦା ବଢିବାରେ ଲାଗୁଛି। ଏହାକୁ ଦେଖିଲେ ଜଣା ପଡ଼େ ସେ ଉଚ୍ଚ ବର୍ଗର ଲୋକ ହୁଅନ୍ତୁ କି ନିମ୍ନ ବର୍ଗର, ଖରାଦିନେ ପଖାଳ ଭାତ ସମସ୍ତଙ୍କର ପ୍ରଥମ ପସନ୍ଦ ପାଲଟେ। ଉଚ୍ଚବର୍ଗର ଲୋକମାନେ କେବଳ ଖରାଦିନ ପଖାଳ ଖାଉଥିବା ବେଳେ ଚାଷୀ କିନ୍ତୁ ବର୍ଷକ ବାର ମାସ ପଖାଳ ଖାଏ। ଯାହା ହେଉନା କାହିଁକି ପଖାଳର ସ୍ବାଦ ସତରେ ନିଆରା। ପଖାଳ ବିଭିନ୍ନ ପ୍ରକାରର, କେତେବେଳେ ଏହା ସଜ ତ ଆଉ କେତେବେଳେ ବାସି, କେବେ ପୁଣି ଜିରା ପଖାଳ, ଦହି ପଖାଳ ଏମିତି ବିଭିନ୍ନ ପ୍ରକାରର ପ୍ରସ୍ତୁତ କରାଯାଇ ପରଷା ଯାଏ । ସେହଭିଳି ମହାପ୍ରଭୁଙ୍କ ଟଙ୍କ ତୋରାଣୀର ସ୍ବାଦ ମଧ୍ୟ ନିଆରା। ପଖାଳ ଖାଇବାକୁ ଯେତିକି ସୁସ୍ବାଦୁ, ଦେହ ପାଇଁ ମଧ୍ୟ ସେତିକି ହିତକର। ଖରା ୪ ମାସ ପଖାଳ ଖାଇଲେ ଅଂଶୁଘାତ ରୋଗ ହେବାର ଭୟ ରହିବ ନାହିଁ। କିଛି ବର୍ଷ ହେଲାଣି ମାର୍ଚ୍ଚ ମାସ ୨୦ ତାରିଖକୁ ସାର୍ବଜନୀନ ପଖାଳ ଦିବସ ରୂପେ ପାଳନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲାର ବିଭିନ୍ନ ହୋଟେଲରେ ମଧ୍ୟ ପଖାଳ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ପ୍ରତି ବର୍ଷ କରାଯାଏ ହେଲେ ବର୍ତ୍ତମାନ କରୋନା ଭାଇରସ୍‌କୁ ଦୃଷ୍ଟିରେ ରଖି ଏହାକୁ ସ୍ଥଗିତ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଦ୍ରକରେ ୧୧ ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୨୯୪ ଛୁଇଁଲା

ଭଦ୍ରକ ଅଫିସ,୧୨ା୭: ରବିବାର ଭଦ୍ରକ ଜିଲାରୁ ୧୧ ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଏହାକୁ ଆକ୍ରାନ୍ତଙ୍କ ସଂଖ୍ୟା ୨୯୪ ଛୁଇଁଛି। ଚି଼ହ୍ନଟ ସମସ୍ତେ ସଙ୍ଗରୋଧ...

ମଦ ଦୋକାନ ଖାତା ପତ୍ର ଯାଞ୍ଚ କଲେ ଅଧିକାରୀ

ଖଇରା, ୮।୬(ଡି.ଏନ.ଏ.)-ଜିଲା ଅବକାରୀ ବିଭାଗ ଓ ଖଇରା ରାଜସ୍ବ ବିଭାଗ ତରଫରୁ ମିଳିତ ଭାବେ ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଖଇରା ଓ କୁପାରୀ...

ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନା ପୂର୍ଣ୍ଣାଙ୍ଗ ସ୍ବାସ୍ଥ୍ୟସେବା: ଅଭିନବ ଶୈଳୀରେ ଦାବି ଉପସ୍ଥାପନ କଲା ବରଗଡ଼ ହସ୍ପିଟାଲ ବଞ୍ଚାଅ ଅଭିଯାନ

ବରଗଡ଼ ଅଫିସ,୨୧।୨: ବରଗଡ଼ ସହରରେ ରହିଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାରେ ପୂର୍ଣ୍ଣାଙ୍ଗ ସ୍ବାସ୍ଥ୍ୟସେବା ଯୋଗାଇଦେବା ଦାବିରେ ବରଗଡ଼ ହସ୍ପିଟାଲ ବଞ୍ଚାଅ ଅଭିଯାନ ପକ୍ଷରୁ ଶୁକ୍ରବାରରୁ...

ଶେରଗଡ଼ରେ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ପାଳିତ

ଶେରଗଡ,୧୭।୪(ଡି.ଏନ୍‌.ଏ.): ପ୍ରବାଦ ପୁରୁଷ ତଥା ବିଶିଷ୍ଟ ଜନନାୟକ, ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କର ଶୁକ୍ରବାର ୨୩ତମ ଶ୍ରାଦ୍ଧବାର୍ଷିିକୀ। ଗଞ୍ଜାମ ଜିଲା ଶେରଗଡ଼ରେ ବିଜୁ ବାବୁଙ୍କୁ...

ସଙ୍ଗରୋଧ କେନ୍ଦ୍ରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିଲେ ଅନ୍ତେବାସୀ

ବୁଗୁଡ଼ା,୨୧ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ତାଳଶାକର ମହାମାୟୀ ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ରବିବାର ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି...

ଡାକ୍ତର ଅଙ୍କୁଶ ଜାଜୋଡ଼ିଆଙ୍କୁ ସ୍ବର୍ଣ୍ଣପଦକ

କଟକ ଅଫିସ, ୨୮ା୧୨: ଡାକ୍ତର ଅଙ୍କୁଶ ଜାଜୋଡ଼ିଆଙ୍କୁ ଦିଲ୍ଲୀସ୍ଥିତ ଆମ୍ବେଡକର ଇଣ୍ଟରନ୍ୟାଶନାଲ ସେଣ୍ଟରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ସ୍ବର୍ଣ୍ଣପଦକ ପ୍ରଦାନ କରିଛନ୍ତି। ସର୍ବଭାରତୀୟ ସ୍ତରରେ...

‘ନଁ। ପଛରେ ଲୁଚିଛି କିମ୍ବଦନ୍ତୀ’

ଲଙ୍ଗଳେଶ୍ୱର, ୭।୩(କମଳାକାନ୍ତ ଦାସ)-ବିଭିନ୍ନ ଗ୍ରାମ ବା ଜନପଦର ନାମକରଣକୁ ନେଇ ରହିଛି ଅନେକ ଜନଶ୍ରୁତି। ବାଲେଶ୍ୱର ଜିଲା ସଦର ମହକୁମାଠାରୁ ୫୦ କି.ମି.ଦୂର ଗଲେ ପଡ଼େ...

ପ୍ଲାଷ୍ଟିକ୍‌ମୁକ୍ତ ଅଭିଯାନ: ବ୍ଲକ ପକ୍ଷରୁ ମନ୍ଦିରକୁ ଷ୍ଟିଲ୍‌ ଗ୍ଲାସ୍‌ ପ୍ରଦାନ

ବଅଁରପାଳ,୨।୧୦(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ଅନୁଗୋଳ ଲାୟନ୍ସ କ୍ଲବ ହାର୍‌ମୋନି ପକ୍ଷରୁ ବୁଧବାର ପ୍ଲାଷ୍ଟିକମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଏ ନେଇ କୁଲାଡ଼ ଶିବମନ୍ଦିର ଓ...

Coronavirus Update

Archives

Model This Week

Why Dharitri