ପକ୍ଷାଘାତରେ ପୀଡ଼ିତ ବଶିଷ୍ଠ: ହେଲପରି କରି କୁଟୁମ ପୁଷୁଛେ ମଝିଆଁ ପୁଓ

ଲୋଇସିଂହା,୨୪।୬ (ଡି.ଏନ୍‌.ଏ):
ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ନେଗିପାଲି ଗାଁର ବଶିଷ୍ଠ(୬୦)। ଦିନ୍‌ଥିଲା ସେ ବାହା ଜାଂଗଲ ମାଜି ୮ ପରାନୀ କୁଟୁମ ପୁଷୁଥିଲେ। ସେଥ୍‌ରୁ ସେ ୩ ଝି’ ଗୁଟେ ପୁଓକେ ମୁନୁଷ୍‌ କରିଛନ୍‌। ହେଲେ ଗଲା ୩ ବଛର ହେଲା ସେ ପକ୍ଷାଘାତ ରୋଗ୍‌ରେ ପୀଡ଼ିତ ହେଇ ଅକାମିକା ହେଇଯାଇଛନ୍‌। ଟଁକା ପଏସା ଅଭାବୁ ଚିକିତ୍ସା କରେଇ ନାଇଁ ପାରବାର। ଇଆଡ଼େ ଦୁତିଅ ପୁଓ ରମାକାନ୍ତ ବସରେ ହେଲପରି କରି କୁଟୁମ ପାଲବାର ସଂଗେ ସାନଭାଇକେ ଇଞ୍ଜିନିୟରିଂ ପାଠ୍‌ ପଢ଼ଉଛନ୍‌।
ସୂଚନା ଅନ୍‌ସାରେ ବୁଢ଼ିପଦର ପଁଚେତ୍‌ ଅଧୀନ ନେଗିପାଲି ହରିଜନ ପଡ଼ାର ବଶିଷ୍ଠ ନାଗ। ପରିବାର କହେଲେ ମାଏକିନା ବୈଦେହି, ୩ ଝି’ ଆର ୩ ପୁଓକେ ନେଇ ତାକର ସଁସାର। ଦୁଖେ କଷ୍‌ଟେ ବଶିଷ୍ଠ ୩ ଝି’ ଆର ବଡ଼ଖା ପୁଓକେ ବିହାଚୁରା କରିସାରିଛନ୍‌। ହେଲେ ବଡ଼ଖା ପୁଓ ନିଜର କୁଟୁମ ଧରି ବାହାରେ ରହୁଛନ୍‌। ଏନ୍‌ତାଥି ଗଲା ୩ ବଛର ହେଲା ବଶିଷ୍ଠ ପକ୍ଷାଘାତ ରୋଗ୍‌ରେ ପୀଡ଼ିତ ହେଇ ଘରେ ପଡ଼ି ରହିଛନ୍‌। ସେ ଚିକିସତ୍ା ଲାଗି ବୁର୍ଲା ବଡ଼ ଡାକ୍‌ତରଖାନାକେ ଯାଇ ହଜାର ହଜାର ଟଁକା ଉଷୋକଷା କରିଥିଲେ। ଅଭାବ ପଡ଼ଲାରୁ ୧ ଏକର ଆଟ ଜମି ବିକି ଚିକିସତ୍ା କରେଇ ନିରାଶ ହେଇଥିଲେ। ଏହେଦେ ଅଭାବ ଅନାଟନ ଲାଗି ଚିକିସତ୍ିତ ନାଇଁ ହେଇପାରବାର। ଏନ୍‌ତାଥି ସେ ଭଗବାନ ଭରସାରେ ଘରେ ପଡ଼ିରହିଛନ୍‌। ସେନ୍‌ତା ବଶିଷ୍ଠକଁର ସାନପୁଓ ଝନେ ମେଧାବୀ ଛାତ୍ର। ସେ ଏହେଦେ ଭୁବନେଶ୍ୱର ଜଟଣୀରେ ଇଞ୍ଜିନିୟରିଂ ପଢ଼ୁଛନ୍‌। ତାହାକୁ ପାଠ୍‌ପଢ଼ାବାର ଲାଗି ମଝିଅଁା ପୁଓ ରମାକନ୍ତ ବସରେ ହେଲପରି କରୁଛନ୍‌। ସେ ଯାହା କମଉଛନ୍‌ ସେଥ୍‌ରେ ଭାଇର ପାଠ୍‌ପଢ଼ା ଆର ପରିବାର ଚଲୁଛେ। ଇଆଡ଼େ ସରକାରୀ ସାହାଯ୍‌ କହେଲେ ଫିମାସ ପରିବାରକେ ପଁଚେତ୍‌ରୁ ମିଲୁଥିବାର ୨୦ କେ.ଜି. ଚାଉଲ ଆର ଗଲା ୨ ମାସ ହେଲା ବଶିଷ୍ଠ ପାଉଥିବାର ବୁଢ଼ାବୁଢ଼ି ଭତା। ୨୦୦୨ ସାଲେ ସେ ସରକାରୀ ଯୋଜନାରେ ଗୁଟେ ଇନ୍ଦିରା ଆବାସ ପାଇଥିଲେ। ସେତେବେଲେ ନେହି କାମ୍‌ରେ ୧୦ରୁ ୧୨ ହଜାର ଟଁକା ଖରଚ୍‌ ହେଇଥିଲାବେଲେ ପାଇଥିଲେ ୬ ହଜାର ଟଁକା। ଯେନ୍‌ଥିରଲାଗି ସେଦିନ୍‌ଠାନୁ ଇନ୍ଦିରା ଆବାସ ଘରଟା ଦରଖଁଡ଼ିଆ ହେଇ ପଡ଼ିରହିଛେ। ଆଏଜ୍‌ବି ଇ ଗରିବ୍‌ ପରିବାର ସରକାରକଁର ଆବାସ ଯୋଜନାରୁ ବଁଚିତ୍‌ ହେଇ ରହିଛେ। ବଶିଷ୍ଠ ଗୁଲ୍‌ଗୁଲା ହେଇ ସରକାରୀ ଯୋଜନାରେ ଘରଖଁଡ଼େ, ଚିକିତ୍ସା ସାହାଯ୍‌ ଆର ସାନପୁଓର ପାଠ୍‌ପଢ଼ା ଖରଚ୍‌ ଲାଗି ଗଣମାଧ୍ୟମ ଜରିଆରେ ଜିଲା ପରଶାସନକେ ଗୁହାରି କରିଛନ୍‌। ଇ ବାବ୍‌ଦେ ଲୋଇସିଂହା ବିଡିଓ ରାମଚନ୍ଦ୍ର ଖାଡ଼ିଆକୁଁ ପଚରାଲାରୁ ଘର ଗୁଟେର ଲାଗି ଦରକାରି କାଗଜପତର ଦେଲେ ହେଇଯିବା, ହେଲେ ତାକର ପୁଓର ପାଠ୍‌ପଢ଼ା ଖରଚ୍‌ କଥା ଡିଡବ୍ଲୁଓକଁର ସଂଗେ କଥା ହେଇ କହିପାରମି ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ଗୁଳିକଲେ ସ୍ବାମୀ: ରେଢ଼ାଖୋଲର ଲାଣ୍ଡିମାଲ ଗାଁରେ ଚାଞ୍ଚଲ୍ୟ

ରେଢ଼ାଖୋଲ, ୭।୯: ସମ୍ବଲପୁର ଜିଲା ରେଢ଼ାଖୋଲ ଅଞ୍ଚଳରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।…

ଠକେଇ-ବ୍ଲାକ୍‌ମେଲିଂ ଘଟଣାର ପର୍ଦ୍ଦାଫାଶ: ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଧରି…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଘଟିଥିବା ଦୁଇଟି ପୃଥକ୍‌ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri