ନୟାପଲ୍ଲୀ ବୋମାମାଡ଼ ଘଟଣା: ୨ ଭାଇ ଗିରଫ

ଭୁବନେଶ୍ୱର,୩ା୬(ବ୍ୟୁରୋ):ନୟାପଲ୍ଲୀ ଥାନା ଅନ୍ତର୍ଗତ ସୁନାମି କ୍ଲବରେ ଗଣ୍ଡଗୋଳକୁ ନେଇ ଗଉଡ଼ପଡିଆ ନିକଟରେ ହୋଇଥିବା ବୋମାମାଡ ଘଟଣାରେ ପୋଲିସ ରବିବାର ଅଭିଯୁକ୍ତ ଦୁଇଭାଇଙ୍କୁ ଗିରଫ କରିଛି। ସେମାନେ ହେଲେ ସାଲିଆ ସାହି ବସ୍ତି ବିକାଶ ପରିଷଦ ଅଞ୍ଚଳର ସନ୍ତୋଷ ରେଡ୍ଡୀ ଓ ବିକ୍ରମ ରେଡ୍ଡୀ। ଏହି ଘଟଣାରେ ଫେରାର ଥିବା ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଚଳାଇଛି। ସୂଚନା ଅନୁଯାୟୀ, ସୁନାମି କ୍ଲବର କେତେଜଣ ସଦସ୍ୟଙ୍କ ଭିତରେ ଏକ ଭୁଲ୍‌ ବୁଝାମଣାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଗଣ୍ଡଗୋଳର ରୂପ ନେଇଥିଲା। ରିଙ୍କୁ ସ୍ବାଇଁଙ୍କ ସହ ଅନ୍ୟ କେତେଜଣଙ୍କର ଶତ୍ରୁତା ବଢ଼ିଥିଲା। ଗତ ୨୯ ତାରିଖ ବିଳମ୍ବିତ ରାତିରେ ରିଙ୍କୁ ବାଇକରେ ଘରକୁ ଫେରୁଥିବାବେଳେ ଅଭିଯୁକ୍ତମାନେ ତାଙ୍କ ଉପରକୁ ବୋମାମାଡ଼ କରି ଫେରାର ହୋଇଯାଇଥିଲେ। ପୋଲିସ ପହଞ୍ଚତ୍ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ରିଙ୍କୁଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲା। ପରେ ଏନେଇ ରିଙ୍କୁଙ୍କ ପିତା କୃଷ୍ଣଚନ୍ଦ୍ର ସ୍ବାଇଁ ଥାନାରେ ଅଭିଯୋଗ କରିବା ପରେ ପୋଲିସ ୨୫୯/୧୯ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ରବିବାର ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି ପଚରା ଉଚରାପରେ କୋର୍ଟ ଚାଲାଣ କରାଯାଇଛି। ଜାମିନ ଆବେଦନ ଖାରଜ ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତାରାପ୍ରସାଦ ବାହିନୀପତି ଅସୁସ୍ଥ

ଭୁବନେଶ୍ୱର,୬ା୬(ବ୍ୟୁରୋ): ଜୟପୁର ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ତାରା ପ୍ରସାଦ ବାହିନୀପତି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ତାଙ୍କୁ ଭୁବନେଶ୍ୱରସ୍ଥ ଏକ ଘରୋଇ ହସ୍ପିଟାଲରେ...

ଭୁବନେଶ୍ୱରରୁ ଆଉ ୧୩ ପଜିଟିଭ୍‌ ଚିହ୍ନଟ: ହୋମ କ୍ୱାରାଣ୍ଟାଇନ୍‌ର ୭, ଲୋକାଲ କେସ୍‌ ୬

ଭୁବନେଶ୍ୱର, ୫।୬(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଶୁକ୍ରବାର ଆଉ ୧୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୭ ହୋମ୍‌ କ୍ୱାରାଣ୍ଟାଇନ୍‌ରେ...

ରାସ୍ତାକଡ଼ରେ ପଡ଼ି ରହିଛି ମହିଳାଙ୍କ ମୃତଦେହ: ପରିଚୟ ଖୋଜୁଛି ପାଟଣାଗଡ଼ ପୋଲିସ

ପାଟଣାଗଡ଼,୧୧।୧୨: ବଲାଙ୍ଗୀର ଜିଲା ପାଟଣାଗଡ଼ ଥାନା ଅନ୍ତର୍ଗତ ଧୁବଲପଡ଼ା ଗ୍ରାମ ନିକଟରେ ଥିବା ଏକ ଚିନାବାଦାମ କ୍ଷେତରୁ ଶୁକ୍ରବାର ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି।...

ମହିଳାଙ୍କ ସୁରକ୍ଷିତ ଯାତ୍ରା ପାଇଁ ଜାରିହେଲା ଆଡ୍‌ଭାଇଜରି: ତୁରନ୍ତ ଟୋଲ୍‌ ଫ୍ରି ନଂ.୧୦୦କୁ ଫୋନ୍‌ କରି ପୋଲିସକୁ ଜଣାନ୍ତୁ

ଭୁବନେଶ୍ୱର,୧ା୧୨(ବ୍ୟୁରୋ): ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ଜଣେ ମହିଳା ପ୍ରାଣୀ ଚିକିତ୍ସକଙ୍କୁ ଅପହରଣ କରି ଗଣବଳାତ୍କାର ପରେ ହତ୍ୟା ଘଟଣା ଦେଶରେ ଆଲୋଡନ ସୃଷ୍ଟି କରିଛି। ଏଭଳି...

ଆଜି ରାଜ୍ୟରୁ ୬୬୪୭ କରୋନା ଆକ୍ରାନ୍ତ ଚିହ୍ନଟ, ରେକର୍ଡ ଭାଙ୍ଗିଲା ଖୋର୍ଦ୍ଧା

ଭୁବନେଶ୍ୱର,୨୪।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଶନିବାର ରାଜ୍ୟରୁ ୬,୬୪୭ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌...

ବନ ବିଭାଗ ଶୋଇଗଲା: ବନ୍ୟପ୍ରାଣୀ ଅପରାଧ ବଢ଼ିଗଲା

ଭୁବନେଶ୍ୱର, ୧୮ା୬(ବ୍ୟୁରୋ): ସବୁଜ ଓଡ଼ିଶାର ସ୍ବପ୍ନ ଦେଖୁଛନ୍ତି ସରକାର। ଜଙ୍ଗଲ ସୃଷ୍ଟି ଓ ସୁରକ୍ଷା ପାଇଁ ସ୍ବତନ୍ତ୍ର ବିଭାଗ କାର୍ଯ୍ୟ କରୁଥିବାବେଳେ ବଡ଼ ବଡ଼ ଅଫିସର...

ହାତୀଦାନ୍ତ ପାଇଁ ବଢୁଛି ଶିକାର

ଭୁବନେଶ୍ୱର, ୧୦।୨(ବ୍ୟୁରୋ): ହାତୀ-ମଣିଷ ଲଢ଼େଇରେ ଉଭୟ ହାତୀ ଓ ମଣିଷ ବଳି ପଡୁଛନ୍ତି। ହାତୀ ପରିବେଶପ୍ରେମୀ ଓ ବନ୍ୟପ୍ରାଣୀପ୍ରେମୀଙ୍କ ସମର୍ଥନ ପାଉଥିବାବେଳେ ମଣିଷ ଦଳମତ ନିର୍ବିଶେଷରେ...

ରେଜଲ୍ଟରେ ତ୍ରୁଟି ଥିଲେ ୨୩ ସୁଦ୍ଧା ଅଭିଯୋଗ

ଭୁବନେଶ୍ୱର,୧୪।୮(ବ୍ୟୁରୋ): ଚଳିତ ବର୍ଷ କରୋନା ଯୋଗୁ ଯୁକ୍ତ ୨ ପରୀକ୍ଷା ବାତିଲ କରାଯାଇଥିଲା। ଛାତ୍ରୀଛାତ୍ରଙ୍କୁ ଅଲଟରନେଟିଭ୍‌ ଆସେସମେଣ୍ଟ ସ୍କିମ୍‌ ଅନୁଯାୟୀ ମାର୍କ ପ୍ରଦାନ କରାଯାଇଛି। ରେଜଲ୍ଟରେ...

Advertisement


Archives

Model This Week