ନୟାପଲ୍ଲୀରେ ପୂଜାପାଇବେ ୩୫ ଫୁଟ ଗଣେଶ

ଭୁବନେଶ୍ୱର,୨୦୮(ବ୍ୟୁରୋ): ନୟାପଲ୍ଲୀ ନୂଆସାହି ଆଖଣ୍ଡଳମଣୀ ପୂଜା କମିଟି ଏବଂ ମୌରିଆ ଗ୍ରୁପ୍‌ ଆନୁକୂଲ୍ୟରେ ଚଳିତବର୍ଷ ପ୍ରଥମଥର ପାଇଁ ଗଣେଶ ପୂଜା ମହାଆଡ଼ମ୍ବରରେ ଆୟୋଜିତ ହେବ। ୩୫ ଫୁଟ ଉଚ୍ଚତା ବିଶିଷ୍ଟ ଗଣେଶ ମୂର୍ତ୍ତି ମୁଖ୍ୟ ଆକର୍ଷଣ ରହିବ। କଲିକତାରୁ ଆସିଥିବା କାରିଗରମାନେ ମୂର୍ତ୍ତି ନିର୍ମାଣରେ ଲାଗିପଡ଼ିଥିବାବେଳେ ଏଥିରେ କୌଣସି ପ୍ରକାର ରାସାୟନିକ ପଦାର୍ଥର ବ୍ୟବହାର କରାଯାଉନାହିଁ। ଏନେଇ ଆଖଣ୍ଡଳମଣୀ ସେବା ସଂସଦ ପରିସରରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ କମିଟି ସମ୍ପାଦକ ସାଗର ବଳବନ୍ତରାୟ ସୂଚନା ଦେଇଛନ୍ତି। ସେ କହିଲେ, ଚଳିତବର୍ଷ ଗଣେଶ ପୂଜାକୁ ଅନ୍ୟମାନଙ୍କଠାରୁ ଭିନ୍ନ କରାଯିବ। ମୂର୍ତ୍ତି ରଙ୍ଗ କରିବାକୁ କୌଣସି ପ୍ରକାର ରାସାୟନିକ ରଙ୍ଗ ବ୍ୟବହାର କରା ନ ଯିବାକୁ ସ୍ଥିର ହୋଇଛି। ପୂଜାରେ ପ୍ରଭୁ ଗଣେଶଙ୍କ ନିକଟରେ ୩୫ କିଲୋଗ୍ରାମର ଲଡୁ ଭୋଗ ଲାଗିହେବା ସହ ଶ୍ରଦ୍ଧାଳୁଙ୍କ ପାଇଁ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ୭ ତାରିଖରେ ପୂଜାର ପୂର୍ଣ୍ଣାହୁତି ଅନୁଷ୍ଠିତ ହେବାସହ ୫ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ବଣ୍ଟନ କରାଯିବ। ଏହାସହ ପରିବେଶ ସୁରକ୍ଷା ପାଇଁ ଆୟୋଜକଙ୍କ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ କରାଯିବ। ୮ରେ ବିସର୍ଜନ ଉତ୍ସବ ଅନୁଷ୍ଠିତ ହେବ। କମିଟିର ବରିଷ୍ଠ ସଦସ୍ୟ ଦେବବ୍ରତ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଖବରଦାତା ସମ୍ମିଳନୀରେ କମିଟି ସଭାପତି ସୁମନ୍ତ ସାମନ୍ତରାୟ, ରାକେଶ ମହାନ୍ତି, ସୁଜିତ ରାୟ, ସନ୍ତୋଷ କୁମାର ସାହୁ, ବିଦ୍ୟାଧର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ନୀଳମାଧବ ବସ୍ତି ଭାଙ୍ଗିବ ବିଡିଏ

ଭୁବନେଶ୍ୱର,୧ା୬(ବ୍ୟୁରୋ): କରୋନା କଟକଣା କୋହଳ ହେବା ପରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ବାକି ଥିବା ଉଚ୍ଛେଦ କାର୍ଯ୍ୟ ପୁଣି ଆରମ୍ଭ ହେବାକୁ ଯାଉଛି।...

ଅର୍ଥମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଣିଲେ ଜୟ ନାରାୟଣ

ଭୁବନେଶ୍ୱର, ୨୪।୭(ବ୍ୟୁରୋ): ଗୃହରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅସତ୍ୟ ତଥ୍ୟ ଦେଇଛନ୍ତି। ତାଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ ଆଣିଛନ୍ତି ଭାଜପା ସଦସ୍ୟ ଜୟ ନାରାୟଣ...

ବନ୍ଦ ହେଲା ଯାତ୍ରା, ୧୦ ହଜାର ଜରିମାନା

ବାସୁଦେବପୁର,୩।୪: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଛି। ଏଭଳିସ୍ଥିତିରେ ବିନା ଅନୁମତିରେ ଯାତ୍ରା ପରିବେଷଣ କରାଯାଉଥିବା ଘଟଣା ଭଦ୍ରକ ଜିଲା ଅଞ୍ଚଳରେ ଦେଖିବାକୁ...

ଗାଡ଼ିରେ ଛାଡ଼ିଦେଲେ, ଆଣିଲେନି

ଅନୁଗୋଳ ଅଫିସ, ୧୯।୫ ମହାମାରୀ କରୋନା ମୁକାବିଲା ପାଇଁ ଅନୁଗୋଳ ଜିଲାରେ ୧୮୬ ପାରା ମେଡିକାଲ ଷ୍ଟାଫ୍‌ଙ୍କୁ ନୂଆ ନିଯୁକ୍ତି ଦିଆଯାଇଛି। ସେମାନଙ୍କ ମଧ୍ୟରେ ୪୦...

ପ୍ରକାଶ ପାଇଲା ଉପନିର୍ବାଚନ ବିଜ୍ଞପ୍ତି: ନଭେମ୍ବର ୩ରେ ବାଲେଶ୍ୱର ସଦର, ତିର୍ତ୍ତୋଲରେ ହେବ ମତଦାନ

ଭୁବନେଶ୍ୱର,୯ା୧୦(ବ୍ୟୁରୋ): କରୋନା କଟକଣା ମଧ୍ୟରେ ଆସନ୍ତା ନଭେମ୍ବର ୩ରେ ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି।...

ଶ୍ରୀହୀନ ଶିଶୁ ଉଦ୍ୟାନ

ବାଲିଆପାଳ,୧୨।୧୦(ସ୍ବ.ପ୍ର.)- ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ସମ୍ମୁଖରେ ପ୍ରତିଷ୍ଠା ହୋଇଥିବା ଇନ୍ଦିରା ଶିଶୁ ଉଦ୍ୟାନ ଏବେ ସୌନ୍ଦର୍ଯ୍ୟ ହରାଇ ବସିଛି। ପୂର୍ବଭଳି ଆଉ ସେଠାରେ ଗହଳି...

ସମ୍ଭାବ୍ୟ ବନ୍ୟା: ୮ ଜିଲା ପାଇଁ ୬ ଅଧିକାରୀ ନିଯୁକ୍ତ

ଭୁବନେଶ୍ୱର,୧୪ ।୮(ବ୍ୟୁରୋ): ଲଘୁଚାପଜନିତ ବର୍ଷା ଯୋଗୁ ମହାନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ୮ ଜିଲା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ...

ଓଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨ା୮(ବ୍ୟୁରୋ): ରାଜ୍ୟ ସରକାର ରବିବାର ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି। ଢେଙ୍କାନାଳ ଡିଆର୍‌ଡିଏର ପ୍ରକଳ୍ପ ନିର୍ଦ୍ଦେଶକ (ପିଡି) ନରୋତ୍ତମ ବେହେରାଙ୍କୁ ପଞ୍ଚାୟତିରାଜ ଓ...

Advertisement
Archives

Model This Week