ନୟାଗଡ଼ ଜିଲା ମୁଖ୍ୟ ଚିକତ୍ସାଳୟ : ୮ମାସ ହେଲା ବନ୍ଦ ରହିଛି ଇସିଜି

ନୟାଗଡ଼ ଅଫିସ,୧୭ା୮- ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଦଲାଲମାନେ ଅବାଧରେ ପଶି ରୋଗୀମାନଙ୍କ ଇସିଜି (ଇଲୋକ୍ଟ୍ରୋ କାଡ଼ିଓଗ୍ରାମ) ପରୀକ୍ଷା କରୁଛନ୍ତି। ଦିନେ କି ଦୁଇଦିନ ନୁହେଁ ଦୀର୍ଘ ୮ମାସ ହେଲା ଏହିଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି। ମୁଖ୍ୟ ଚିକିତ୍ସାଳୟରେ ମାଗଣା ଇସିଜି ପରୀକ୍ଷା କରାଇବା ବ୍ୟବସ୍ଥା ଥିଲେ ମଧ୍ୟ ରୋଗୀମାନେ ଦଲାଲ୍‌ଙ୍କ ଦ୍ୱାରା ପରୀକ୍ଷା କରାଇ ଖର୍ଚ୍ଚାନ୍ତ ହେଉଛନ୍ତି।
ରୋଗୀମାନଙ୍କ ମାଗଣାରେ ଇସିଜି କରିବା ପାଇଁ ଏକବର୍ଷ ତଳେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଇସିଜି ପରୀକ୍ଷା କେନ୍ଦ୍ର ଖୋଲାଯାଇଥିଲା। ସକାଳ ୮ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଏଠାରେ ମାଗଣାରେ ରୋଗୀମାନଙ୍କ ପରୀକ୍ଷା କରାଯାଏ। ୮ମାସ ତଳେ ଜଣେ ମହିଳାଙ୍କ ପରୀକ୍ଷା କରୁଥିବା ଉକ୍ତ କେନ୍ଦ୍ରର ଟେକ୍‌ନିସିଆନ୍‌ ଜଣକ ତାଙ୍କୁ ଅସଦାଚରଣ କରିଥିଲେ। ଏହା ପରଠାରୁ ଉକ୍ତ କେନ୍ଦ୍ର ବନ୍ଦ ହୋଇପଡ଼ିଛି। ଚିକିତ୍ସାଳୟ କର୍ତ୍ତୃପକ୍ଷ ଏହାର କୌଣସି ସମାଧାନ କରୁ ନ ଥିବାରୁ ଅନ୍ୟ ଉପାୟ ନ ପାଇ ରୋଗୀମାନେ ବାହାରେ ପରୀକ୍ଷା କରାଇ ଖର୍ଚ୍ଚାନ୍ତ ହେଉଛନ୍ତି। ଏପରି କି ଦଲାଲ୍‌ ଶ୍ରେଣୀର କେତେଜଣ ଯୁବକ ହାତରେ ଇସିଜି ମେଶିନ୍‌ ଧରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଅବାଧରେ ପଶି ପରୀକ୍ଷା କରୁଛନ୍ତି। ସେମାନେ ରୋଗୀଙ୍କୁ ଦେଖି ୩୦୦ରୁ ୫୦୦ ଟଙ୍କା ନେଉଛନ୍ତି। ଏହିଭଳି ଭାବେ ସେମାନେ ରୋଗୀଙ୍କୁ ଶୋଷଣ କରିବାରେ ଲାଗିଛନ୍ତି। ଏ ନେଇ ଚିକିତ୍ସାଳୟ କର୍ତ୍ତୃପକ୍ଷ ଜାଣିଥିଲେ ମଧ୍ୟ ପଦକ୍ଷେପ ନେଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ଫଳରେ ଦଲାଲ୍‌ମାନଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଅନ୍ୟପଟେ ପରୀକ୍ଷାରେ ଯଦି କୌଣସି ତ୍ରୁଟି ରହେ ତେବେ ରୋଗୀଙ୍କ ଜୀବନ ଉପରେ ଏହାର ପ୍ରଭାବ ପଡିବା ସମ୍ଭାବନା ରହିଛି। ଏ ନେଇ ଜିଲା ମୁଖ ଚିକିତ୍ସା ଅଧିକାରୀ ଡା. ଶ୍ୱେତ ମହାପାତ୍ରଙ୍କୁ ପଚାରିବାରୁ ସେ କହିଥିଲେ, ଟେଲିମେଡ଼ିସିନ୍‌ରେ ଯିଏ କାର୍ଯ୍ୟ କରୁଥିଲେ ସିଏ ଇସିଜି କେନ୍ଦ୍ର ଦାୟିତ୍ୱରେ ରହି ରୋଗୀମାନଙ୍କ ପରୀକ୍ଷା କରୁଥିଲେ। ୮ମାସ ତଳେ ଜଣେ ମିହଳା ତାଙ୍କ ନାମରେ ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ। ବର୍ତ୍ତମାନ ଟେକ୍‌ନିସିଆନ୍‌ ନ ଥିବାରୁ ଉକ୍ତ କାର୍ଯ୍ୟାଳୟ ବନ୍ଦ ହୋଇ ରହିଛି। ଆଗାମୀ ରୋଗୀ କଲ୍ୟାଣ ସମିତି ବୈଠକରେ ଏ ସମ୍ପର୍କରେ ଆଲୋଚନା କରାଯାଇ ସମାଧାନ କରାଯିବ ବୋଲି ସେ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନବଜାତ ଶିଶୁ ବିକ୍ରି ସନ୍ଦେହ: ପଚାରିବାରୁ ମାରିଦେବାକୁ ଧମକ ଦେଲେ ମା’

ନୂଆଗାଁ,୨ା୧୧ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ କାପ୍ତାପଲୀ ପଞ୍ଚାୟତ ତଥା ଓଡଗାଁ ଥାନା ବାହାଡାଝୋଲା ଫାଣ୍ଡି ଅଧୀନ ବେତନଟୀ ଗ୍ରାମର ଜଣେ ବିଧବା ମହିଳା...

ଅଭିଯୁକ୍ତ ଛାତ୍ରଙ୍କୁ ୩ ଦିନ ରିମାଣ୍ଡ

ନୟାଗଡ଼ ଅଫିସ,୨୩ା୧୨: ଏସ୍‌ଆଇଟି ସୋମବାର ଗିରଫ କରିଥିବା କଲେଜ ଛାତ୍ରଙ୍କୁ କୋର୍ଟରେ ହାଜର କରିବା ସହ ରିମାଣ୍ଡ ପାଇଁ ଆବେଦନ କରିଥିଲା। ଏଥିପାଇଁ କୋର୍ଟ ୩...

ବିପର୍ଯ୍ୟସ୍ତ ଅବସ୍ଥାରେ ବଡ଼ମୂଳ ଗେଜ୍‌ ସାଇଟ୍‌ ଭିଏଚ୍‌ଏଫ୍‌ ଟାୱାର ଅଚଳ

ଗଣିଆ,୨୬ା୭(ଡି.ଏନ.ଏ.): ମହାନଦୀର ହୀରାକୁଦ ମୁଖ୍ୟ ନଦୀବନ୍ଧ ବୁର୍ଲା ଡିଭିଜନ ଅନ୍ତର୍ଗତ ବଡମୂଳ ଗେଜ ସାଇଟ୍‌ ବିପର୍ଯ୍ୟସ୍ତ ଅବସ୍ଥାରେ ପଡିରହିଛି। ପ୍ରତିଦିନ ମହାନଦୀରେ ପ୍ରବାହିତ ଜଳ ପରିମାଣ...

ସିଏଏକୁ ବିରୋଧ କରି ବିକ୍ଷୋଭ

ନୟାଗଡ଼ ଅଫିସ,୨୦ା୧୨: କେନ୍ଦ୍ର ସରକାରଙ୍କ ଦ୍ୱାରା ଗୃହୀତ ହୋଇଥିବା ନାରଗିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ନୟାଗଡ଼ ଜିଲାରେ ବିରୋଧ କରାଯାଇଛି। ଏହା ସମ୍ବିଧାନ ବିରୋଧୀ ଓ...

ମହାନଦୀ ଜଳରେ ଭାସୁଛି ନବଜାତ ଶିଶୁପୁତ୍ରର ମୃତଦେହ

ଭାପୁର,୧୭।୧(ଡି.ଏନ୍‌.ଏ.): ନୟାଗଡ଼ ଜିଲା ଫତେଗଡ଼ ଥାନା କରବର ପଞ୍ଚାୟତ ନଣ୍ଡାବର ଗ୍ରାମ ନିକଟ ମହାନଦୀର ଘାଟତୁଠରେ ଶୁକ୍ରବାର ଏକ ନବଜାତ ଶିଶୁପୁତ୍ରର ମୃତଦେହ ଭାସୁଥିବା ଦେଖାଯାଇଛି।...

ସରକାରୀ ଯୋଜନାରୁ ବଞ୍ଚିତ ନେଇ କ୍ଷୋଭ

ଗଣିଆ,୨୦ା୧(ଡି.ଏନ୍‌.ଏ.): ଗଣିଆ ବ୍ଲକ ପଞ୍ଚୁପଲ୍ଲୀ ପ୍ରଗଣାସ୍ଥିତ ଗୁପ୍ତେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣ ପଞ୍ଚମୁଖୀ ହନୁମାନ ମନ୍ଦିର ସମ୍ମୁଖରେ ରବିବାର ବ୍ଲକ ଶିବଶକ୍ତୀ ପୂଜକ ସମାଜର ଏକ...

ଡାହୁକା ନଦୀରେ ନାହିଁ ଗାର୍ଡଓ୍ବାଲ୍‌ : ୧୦୦ରୁ ଊର୍ଦ୍ଧ୍ୱ ଘର ଭାସିଯିବା ଆଶଙ୍କା

ନୂଆଗାଁ,୭।୮(ଡି.ଏନ.ଏ.)-ନୟାଗଡ଼ ଜିଲା ନୂଆଗାଁ ବ୍ଲକ ପାରାଢିପି ପଞ୍ଚାୟତସ୍ଥ ଏହି ଗ୍ରାମକୁ ଲାଗି ପ୍ରବାହିତ ହେଉଛି ଡାହୁକା ନଦୀ। ତେବେ ଏହି ନଦୀରେ ଗାର୍ଡଓ୍ବାଲ ନ ଥିବାରୁ...

ଆଖୁ ରସରେ ସ୍ନାନ କଲେ ଲଡୁବାବା

ନୟାଗଡ଼ ଅଫିସ,୧୩।୧୧-ନୟାଗଡ଼ ଜିଲା ଶରଣକୁଳ ଲଡୁବାବାଙ୍କ ପୀଠରେ ପାଞ୍ଚଦିନ ଧରି ଚାଲୁ ରହିଥିବା ପଞ୍ଚୁକ ଯାତ୍ରା ମଙ୍ଗଳବାର ଶେଷ ହୋଇଛି। ପବିତ୍ର ରାସପୂର୍ଣ୍ଣିମାରେ ଲଡ଼ୁବାବା କୈଳାସ...

Advertisement
Archives

Model This Week