ନ୍ୟୁୟର୍କରେ ୨୭ଲକ୍ଷ ଟଙ୍କାର ଜୋତା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ରିଷି

ନ୍ୟୁୟର୍କ: ବଲିଉଡ୍‌ ଅଭିନେତା ରିଷି କପୁର ଏବେ ନ୍ୟୁୟର୍କରେ ନିଜର କ୍ୟାନସରର ଚିକିତ୍ସା କରାଉଛନ୍ତି। ନ୍ୟୁୟର୍କରେ ଥାଇ ମଧ୍ୟ ରିଷି ନିଜ ଜୀବନର ସମସ୍ତ ଅପଡେଟ୍‌ ଟୁଇଟର ଜରିଆରେ ଫ୍ୟାନ୍ସଙ୍କୁ ଦେଇଥାନ୍ତି। ଏହାରି ଭିତରେ ସେ ଏକ ମଜାଳିଆ ଟୁଇଟ କରିଛନ୍ତି। ଏହାକୁ ନେଇ ତାଙ୍କ ଫ୍ୟାନ୍ସମାନେ ବି ମଜାଳିଆ ରିଟୁଇଟ କରିଥିବା ଦେଖିବାକୁ ମିଳିଛି। ରିଷି କପୁର ନ୍ୟୁୟର୍କର ବ୍ରାଣ୍ଡେଡ ସ୍ନିକରକୁ ଯାଇଥିଲେ। ସେଠାରେ ସେ ଅତି ଦାମିକିଆ ଜୋତାକୁ ଦେଖି ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ। ଏହାପରେ ସେ ଟୁଇଟରରେ ଫ୍ୟାନ୍ସମାନଙ୍କୁ ନିଜର ଅନୁଭୂତିକୁ ଶେୟାର କରିଥିଲେ। ପ୍ରଥମ ଟୁଇଟରେ ସେ ଏକ ଜୋତାର ଫଟୋକୁ ଶେୟାର କରି ଲେଖିଛନ୍ତି, ୧୨ହଜାରରୁ ଊର୍ଦ୍ଧ୍ୱ ଷ୍ଟାଇଲ୍‌ ଓ ମଡେଲର ସ୍ନିକର ଦେଖିଲି, ହେଲେ ସେମାନଙ୍କର ଦାମ୍‌ ଦେଖି ଆଶ୍ଚର୍ଯ୍ୟ ହୋଇପଡ଼ିଥିଲି। ଏହାପରେ ଦ୍ୱିତୀୟ ଟୁଇଟରେ ସେ ଲେଖିଛନ୍ତି, ଏହି ସ୍ନିକରକୁ ଦେଖି ଭାବୁଛି, ଜୋତା ସୁନାର ହେଉ କି ରୂପାର ଶେଷରେ ତାକୁ ଗୋଡରେ ହିଁ ପିନ୍ଧାଯାଏ। ତେବେ ରିଷିଙ୍କ ଏହି ଟୁଇଟ ପରେ ଜଣେ ଫ୍ୟାନ୍ସ ରିଟୁଇଟ କରି ଲେଖିଛନ୍ତି ଏହି ସବୁ ଜୋତା ଏଠାରେ ଥିବା ଛକରେ ୫ଶହରୁ ହଜାରେ ଭିତରେ ମିଳୁଛି। ଅନ୍ୟ ଜଣେ ଫ୍ୟାନ୍ସ ଲେଖିଛନ୍ତି , ଏତିକି ତ ମୋର ଦରମା ବି ନାହିଁ। ସୂଚନାମୁତାବକ ରିଷି ନିଜର ଚିକିତ୍ସା ସାରି କିଛି ମାସ ଭିତରେ ଭାରତକୁ ଫେରିବେ। ଏହାରି ଭିତରେ ତାଙ୍କର ଅପ୍‌ କମିଂ ଫିଲ୍ମର ଘୋଷଣା ମଧ୍ୟ ହୋଇଯାଇଛି। ଫିଲ୍ମ ‘ଝୁଠା କହିଁ କା’ରେ ସେ ନଜର ଆସିବେ। ଏହି ଫିଲ୍ମର ଫାଷ୍ଟ ପୋଷ୍ଟର ରିଲିଜ୍‌ ହୋଇଯାଇଥିବା ବେଳେ ଜୁଲାଇ ୧୯ରେ ଫିଲ୍ମ ପରଦାକୁ ଆସିବ ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ୟାମଳ ବର୍ଣ୍ଣ ପାଇଁ ରିଜେକ୍ଟ ହୋଇଥିଲେ ଏହି ଅଭିନେତ୍ରୀ, ହେଲେ ଏବେ…

ମୁମ୍ବାଇ: ଟେଲି ଅଭିନେତ୍ରୀ ହିନା ଖାନ୍‌ ନିଜ ଅଭିନୟ ମାଧ୍ୟମରେ ଘରେ ଘରେ ବେଶ୍‌ ପରିଚିତ ହୋଇଛନ୍ତି । ଟେଲି ଧାରାବାହିକ, ‘ୟେ ରିସ୍ତା କ୍ୟା...

ଭାଜପା ପାଇଁ ଭୋଟ ମାଗିଲେ କଙ୍ଗନା!

ଲକ୍ଷ୍ନୌ,୧୯ ।୨: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ତାଙ୍କ ଅଭିନୟ ପାଇଁ ଯେତିକି ଚର୍ଚ୍ଚିତ ସେତିକି ଚର୍ଚ୍ଚିତ ତାଙ୍କ ବେକାବୁ ବୟାନକୁ ନେଇ । ଅନେକ...

ଗୋଟିଏ ହଁ ରେ ରାତାରାତି ଷ୍ଟାର ପାଲଟିଯାଇଥିଲେ ଶିଳ୍ପା

ମୁମ୍ବାଇ: ନିଜର ଅଭିନୟ ଓ ଫିଟନେସକୁ ନେଇ ବଲିଉଡରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଶିଳ୍ପା ସେଟ୍ଟି ପୁଣିଥରେ ବଡ ପରଦାକୁ ଫେରୁଛନ୍ତି ।...

ଶେଷ ଯାତ୍ରା ଆରମ୍ଭ…

ମୁମ୍ବାଇ,୧୭।୨ : ଡିସ୍କୋ କିଙ୍ଗ୍‌ ବାପି ଲାହିରୀଙ୍କ ଅନ୍ତିମ ସଂସ୍କାର ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ତାଙ୍କର ଶେଷ ଯାତ୍ରା ଗୁରୁବାର ପୂର୍ବାହ୍ନ ୯ଟାରୁ...

ଏହି ଗୀତରେ ଡ୍ୟାନ୍ସ କରି ଦର୍ଶକଙ୍କ ହୃଦୟରେ ନିଆଁ ଲଗାଇଲେ କାଟ୍ରିନା

ମୁମ୍ବାଇ: ଆଜିକାଲି ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଏବଂ କାଟ୍ରିନା କୈଫ୍‌ଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’କୁ ନେଇ ଅନେକ ଚର୍ଚ୍ଚା ଚାଲିଛି। ଫିଲ୍ମ ଅପେକ୍ଷା ଏହାର ଗୀତ...

ପନିପରିବା ଓ ଫଳ ଖାଏ: ପାର୍କରେ ଘଣ୍ଟାଏ ଓ୍ବାକ୍‌ କରେ

ଅଭିନେତା ଭଗବାନ ବେହେରା ଯିଏକି ଓଲିଉଡ଼, ଥିଏଟର ଓ ଟେଲିଭିଜନ ଜଗତର ଜଣେ ଜଣାଶୁଣା ନାମ। ନିଜର ଦକ୍ଷ ଅଭିନୟ ଜରିଆରେ ସେ ଲକ୍ଷ ଲକ୍ଷ...

ଦିଲ୍ଲୀପ କୁମାର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି…

ମୁମ୍ବାଇ,୬।୬: ବଲିଉଡ୍‌ ଅଭିନେତା ଦିଲ୍ଲୀପ୍‌ କୁମାରଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ସେ ନିଶ୍ୱାସ ନେବାରେ...

ପୁଣି ରିଲିଜ ହେବ ‘ଗୁଡ୍‌ ନ୍ୟୁଜ୍‌’ ଓ ‘ଡ୍ରିମ୍‌ ଗର୍ଲ’

ମୁମ୍ବାଇ: ବଲିଉଡ୍‌ର ଖିଲାଡି ବୟ ଅକ୍ଷୟ କୁମାର ଏବଂ ଆୟୁଷ୍ମାନ ଖୁରାନାଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। କଥା କ’ଣ କି, ଅକ୍ଷୟ କୁମାର ଏବଂ...

Advertisement
Archives

Model This Week