ଯୋଡ଼ା,୨।୧୨(ଡି.ଏନ୍.ଏ.): କେନ୍ଦୁଝର ଜିଲା ଯୋଡ଼ାସ୍ଥିତ ବନେଇକଳା ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣରୁ ବଞ୍ଚିତ ଛାତ୍ରୀଛାତ୍ରଙ୍କ ଅଭିଭାବକମାନେ ସୋମବାର ନ୍ୟାୟ ପାଇଁ ଲିଖିତ ଆକାରରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଦଶମ ଶ୍ରେଣୀରେ ପଢୁଥିବା ୮୨ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୪୯ ଜଣ ଫର୍ମ ପୂରଣ କରିଥିଲେ। ଅବଶିଷ୍ଟ ୩୩ ଛାତ୍ରୀଛାତ୍ର ଦଶମ ଶ୍ରେଣୀର ପ୍ରି-ବୋର୍ଡ ପରୀକ୍ଷାରେ ମାର୍କ କମ୍ ରଖିଥିବାରୁ ସେମାନଙ୍କୁ ଅଯୋଗ୍ୟ ଦର୍ଶାଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସେମାନଙ୍କର ଫର୍ମ ପୂରଣ କରାଇ ନ ଥିଲେ । ଫଳରେ ଫର୍ମ ପୂରଣ ତାରିଖ ଶେଷ ହୋଇଯାଇଥିଲେ ମଧ୍ୟ ସେମାନେ ଫର୍ମ ପୂରଣ କରି ପାରି ନ ଥିଲେ । ଏହି ଘଟଣାକୁ କେନ୍ଦ୍ରକରି ଶନିବାର ଅଭିଭାବକ ପୋଲିସକୁ ଜଣାଇ ସ୍କୁଲରେ ତାଲା ପକାଇଥିଲେ। ଏ ନେଇ ବ୍ଲକ ଶିକ୍ଷାଧିକାରୀ ଓ ଜିଲା ଶିକ୍ଷାଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲୋ ଯୋଡା ଥାନା ଆଇଆଇସି ଏହାର ସମାଧାନ କରାଯିବ ବୋଲି କହି ସ୍କୁଲରୁ ତାଲା ଖୋଲିବାକୁ ଅଭିଭାବକମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଏହାର କୌଣସି ସମାଧାନ ନ ହେବାରୁ ସେମାନେ ସୋମବାର ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିବା ଅଭିଭାବକ ଲକ୍ଷ୍ମଣ ପାତ୍ର, ରାମ ପାତ୍ର, ବିକ୍ରମ ଗାଗରାଇ ପ୍ରମୁଖ ସୂଚନା ଦେଇଛନ୍ତି ।
ନ୍ୟାୟ ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣରୁ ବଞ୍ଚିତ ଅଭିଭାବକ
Posted inଆମ ଜିଲା ଖବର, କେନ୍ଦୁଝର View All

ଭୁଶୁଡ଼ିଲା ପାର୍କ ପାଚେରି
ବାସୁଦେବପୁର, ୧୬।୭ (ନାରାୟଣ ପ୍ରସାଦ ବାରିକ୍): ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକାର ୨୧ ନଂ. ୱାର୍ଡ ବଂଶୀପାଟଣା ଗ୍ରାମରେ ମୁଖ୍ୟମନ୍ତ୍ରୀ କର୍ମତପତ୍ର ଅଭିଯାନ ଯୋଜନାରେ ୨୦୨୨-୨୩...

ମଧ୍ୟରାତ୍ରି ପର୍ଯ୍ୟନ୍ତ ଉଡିଲା ତ୍ରିରଙ୍ଗା
ସାରସକଣା,୧୬।୮(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ସ୍ବାଧୀନତା ଦିବସ ଅବସରରେ ପତାକା ଉତ୍ତୋଳନ କରାଯାଇଥିଲା। ମାତ୍ର ମଧ୍ୟ ରାତ୍ରି ପର୍ଯ୍ୟନ୍ତ ତିରଙ୍ଗା...

ମାଲବାହୀ ଟ୍ରକ୍ ଧକ୍କାରେ ଜଣେ ମୃତ
ଜଳେଶ୍ବର, ୩୦।୮: ବାଲେଶ୍ବର ଜିଲା ଜଳେଶ୍ବର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ତନଖି ଫାଟକ ନିକଟରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣାରେ...

ଉଚ୍ଛେଦ ନ କରି ପଟ୍ଟା ଦେବାକୁ ଦାବି
ଫୁଲବାଣୀ ଅଫିସ, ୬ା୧୨- ଖଜୁରିପଡା ବ୍ଲକ ପାଖ ସୁରାଦେଇ ଗ୍ରାମରେ ସରକାରୀ ଜାଗା ଜବରଦଖଲ କରିଥିବା ୮୫ ପରିବାରକୁ ଉଚ୍ଛେଦ କରାଯିବ। ତେଣୁ ଜାଗା ଛାଡି...

କଂଗ୍ରେସ ନେତାଙ୍କ ଗାଡ଼ି ଜାଳି ଦେଲେ
ନବରଙ୍ଗପୁର/କୋଡ଼ିଙ୍ଗା,୨୦।୨(ବି.ପ୍ର./ଡି.ଏନ୍.ଏ.): ନବରଙ୍ଗପୁର ଜିଲା କୋଷାଗୁମୁଡା ବ୍ଲକ କୋଡ଼ିଙ୍ଗା ଥାନା ଅଧୀନ ଡଙ୍ଗରା ଗାଁର ବ୍ୟବସାୟୀ ତଥା କଂଗ୍ରେସ ନେତା କେ. ଝାଡେଶ୍ୱର ରାଓଙ୍କ ଘର ବାଉଣ୍ଡାରିରେ...

ଡାକଘରୁ ହେଡ୍ ପୋଷ୍ଟମାଷ୍ଟର ଆସବାବପତ୍ର ଲୁଟି ନେଇଥିବା ଅଭିଯୋଗ : ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଫେରାଦ ହେଲା କର୍ମଚାରୀ ସଂଘ
ଯାଜପୁର ଟାଉନ,୭ା୬(ଡିଏନଏ)- ଯାଜପୁର ମୁଖ୍ୟ ଡାକଘରର ହେଡ୍ ପୋଷ୍ଟମାଷ୍ଟର ପ୍ରମୋଦ କୁମାର ହୋତା କାର୍ଯ୍ୟାଳୟର ଆସବାବପତ୍ର ଓ ବିଭିନ୍ନ କମ୍ପ୍ୟୁଟର ସାମଗ୍ରୀ ନେଇ ପଳାଇ ଯାଇଥିବା...

ଅନୁମତି ପରେ ଶ୍ରୀସେତୁ କାମ
ପୁରୀ ଅଫିସ,୧୪ ।୧୧: ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଏଥିଲାଗି କେତେକ ପ୍ରକଳ୍ପ କାମ ଚାଲିଥିବାବେଳେ ଆଗକୁ...

ବନ୍ଧାଗୁଡ଼ାରେ ଉପଖଣ୍ଡ ପୋଲିସ ଅଧିକାରୀ, ତହସିଲଦାରଙ୍କ ରାତିଅଧିଆ ଚଢ଼ାଉ
ଶେରଗଡ଼,୧୨।୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ଶେରଗଡ଼ ଅଞ୍ଚଳରେ କରୋନା ସଚେତନତା ସୃଷ୍ଟି କରିବାକୁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏପରିକି ସାମାଜିକ ଦୂରତ୍ୱ ଉଲ୍ଲଂଘନ...