ନ୍ୟାଶନାଲ ହାଇସ୍କୁଲରେ ଆଇନ ସଚେତନତା କାର୍ଯ୍ୟକ୍ରମ

ନୂଆପଡା ଅଫିସ,୧ା୧୦
ନୂଆପଡା ଜିଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ସ୍ଥାନୀୟ ନ୍ୟାଶନାଲ ହାଇସ୍କୁଲ ପରିସରରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାଧିକରଣର ଅଧ୍ୟକ୍ଷ ଅସୀମ କୁମାର ଦଳବେହେରା ସଭାପତିତ୍ୱ କରିଥିବାବେଳେ ସିଜେଏମ ସଞ୍ଜୀବ କୁମାର ସାମନ୍ତ, ଅତିରିକ୍ତ ଏସପି ସୁନୀଲ କୁମାର ଆଚାର୍ଯ୍ୟ, ସିଭିଲ କୋର୍ଟ ରେଜିଷ୍ଟ୍ରାର ଜୟ ପ୍ରକାଶ ନାୟକ, ଜେଏମଏଫସି ହବିବୁର ରହେମାନ ସିଦ୍ଦିକି, ଜେଏମଏଫସି ସୁମିତ ପାଣିଗ୍ରାହୀ, ଶିକ୍ଷାବିତ ଡ. ଶିବ ପ୍ରସାଦ ବେହେରା, ନ୍ୟାଶନାଲ ହାଇସ୍କୁଲ ପ୍ରଧାନଶିକ୍ଷକ ସୁକାନ୍ତ କୁମାର ସତପଥୀ, ସୁକ୍ରୁ ଚରଣ ବାଗ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏଥିରେ ବିଶେଷ କରି ଏସିଡ୍‌ ପୀଡ଼ିତାଙ୍କ ଉପରେ ଆଇନରେ କ’ଣ ସବୁ ବ୍ୟବସ୍ଥା ରହିଛି ସେ ଉପରେ ସଚେତନତା ସୃଷ୍ଟି କରାଯାଇଥିଲା । ଏସିଡ୍‌ ଫୋଫାଡିଥିବା ଅଭିଯୁ୍‌କ୍ତଙ୍କ ସକାଶେ କିପରି ଦଣ୍ଡବିଧାନ ରହିଛି ଏବଂ ପୀଡ଼ିତାଙ୍କୁ କ’ଣ ଆର୍ଥତ୍କ ସହାୟତା ରହିଛି ସେ ଉପରେ ବକ୍ତାମାନେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଲୟର ସମସ୍ତ ଛାତ୍ରୀଛାତ୍ର ଯୋଗଦେଇଥିଲେ। ଏହାକୁ ଜିଲା ଆଇନ ସେବା ପ୍ରାଧିକରଣର ସଚିବ ଅଜିତ କୁମାର ଓତା ପରିଚାଳନା କରିଥିଲେ । କୋର୍ଟ ଏବଂ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହାୟତା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯାଦବ ସମାଜର ଜିଲାସ୍ତରୀୟ ବୈଠକ; ସମାଜର ସାଙ୍ଗଠନିକ ସମୀକ୍ଷା

ନୂଆପଡା ଅଫିସ,୧୬ା୯: ସ୍ଥାନୀୟ ଜିଲା ଯାଦବ ଭବନରେ ଯାଦବ ସମାଜର ଜିଲାସ୍ତରୀୟ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ଜିଲା ସଭାପତି ହରେରାମ କଠାର ସଭାପତିତ୍ୱ କରିଥିବାବେଳେ...

ପକ୍ଷାଘାତରେ ପୀଡ଼ିତ ଅଶୋକ: ଚିକିଛା ଲାଗି ଟଁକା ବାଧକ

ଖଡିଆଳ, ୨୦।୩ (ଡି.ଏନ୍‌.ଏ.)- ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଗୋଇମୁଣ୍ଡି ଗଁ। ର ଅଶୋକ ଚଲାନ(୪୨)। ସେ ଆଏଜ୍‌କେ ୧୫ ଦିନ୍‌ ତଲେ ପକ୍ଷାଘାତ ରୋଗ୍‌ରେ...

ମାଓବାଦୀ ଗଡରେ ମହିଳା ଜିଲାପାଳ; ସୁନାବେଡାବାସୀଙ୍କ ସବୁ ସମସ୍ୟା ବୁଝିଲେ

ନୂଆପଡା ଅଫିସ,୧୬ା୯: ନୂଆପଡା ଜିଲାର ମାଓବାଦୀଙ୍କ ଗଡ କୁହାଯାଉଥିବା ସୁନାବେଡା ଅଭୟାରଣ୍ୟରେ ଖୁବ କମ୍‌ ଅଧିକାରୀ ପାଦ ମାଡିଛନ୍ତି । ସେମାନେ ବି କଡା ସୁରକ୍ଷା ବ୍ୟବସ୍ଥା...

କ୍ୱାରାଣ୍ଟାଇନ ସେଣ୍ଟରରେ ପ୍ରବାସୀଙ୍କୁ ଭେଟିଲେ ଜିଲାପାଳ

ନୂଆପଡା ଅଫିସ,୧୯ା୫-ନୂଆପଡ଼ା ଜିଲାକୁ ପ୍ରବାସୀ ଓଡ଼ିଆଙ୍କ ଆଗମନର ଲମ୍ବା ଧାଡି ଲାଗିଛି। ପ୍ରତିଦିନ ଯିଏ ଯାହା ଉଦ୍ୟମରେଏଠାକୁ ହଜାର ହଜାର ସଂଖ୍ୟାରେ ଆସି ପହଞ୍ଚୁଛନ୍ତି। ଏମାନଙ୍କ...

ଭୋକରେ ଦିନ କାଟୁଛନ୍ତି ଦାଦନ

ନୂଆପଡା ଅଫିସ,୧୪ା୪ – କରୋନା କଟକଣା ଯୋଗୁ ରାଜ୍ୟ ବାହାରେ ନୂଆପଡା ଜିଲାର ହଜାର ହଜାର ଦାଦନ ଶ୍ରମିକ ଅଟକି ରହିଛନ୍ତି। ସେମାନଙ୍କୁ କୌଣସି ପ୍ରକାର...

ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ଉତ୍ସବ, ଚାରାରୋପଣ କଲେ କଂଗ୍ରେସ କର୍ମକର୍ତ୍ତା

ନୂଆପଡା ଅଫିସ,୨୦ା୮: ସ୍ବର୍ଗତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୫ତମ ଜୟନ୍ତୀ ଉତ୍ସବରେ ଜିଲା କଂଗ୍ରେସ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି। ସ୍ଥାନୀୟ ହରିପୁର ଗାଁରେ ଆୟୋଜିତ...

ମା’ମାନେ ସଶକ୍ତ ହେଲେ ଦେଶ ସଶକ୍ତ ହେବ; ମହିଳାମାନଙ୍କୁ ଗ୍ୟାସ ବଣ୍ଟନ

ନୂଆପଡା ଅଫିସ,୧୫ା୮: ମାତୃଶକ୍ତି ମହାନ ଶକ୍ତି । ମା’ମାନେ ସଶକ୍ତ ହେଲେ ଦେଶ ଆଗକୁ ଯିବ ବୋଲି ମତପ୍ରକାଶ ପାଇଛି । ସ୍ଥାନୀୟ ସାରାବଙ୍ଗ ଗ୍ରାମପଞ୍ଚାୟତ...

ଜିଲାସ୍ତରୀୟ ପ୍ରସ୍ତୁତି ବୈଠକ: ଖୁବଶୀଘ୍ର ଚାଇଲ୍ଡ ଲାଇନ ୧୦୯୮ ଆରମ୍ଭ ହେବ

ନୂଆପଡା ଅଫିସ,୨୯ା୮:  ଶିଶୁଙ୍କ ସେବା, ସୁରକ୍ଷା ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ଖୁବଶୀଘ୍ର ଚାଇଲ୍ଡ ଲାଇନ ୧୦୯୮ ସେବା ଆରମ୍ଭ ହେବ ବୋଲି ଜିଲାପାଳ...

Coronavirus Update

Archives

Model This Week

Why Dharitri