Posted inଖେଳ

ନ୍ୟାଶନାଲ ମାଷ୍ଟର୍ସ ଗେମ୍ସ: ପାର୍ବତୀଙ୍କୁ ଦ୍ୱିତୀୟ ସ୍ବର୍ଣ୍ଣ

ଭୁବନେଶ୍ୱର, ୮।୨(ସ୍ପୋଟର୍‌ସ ବ୍ୟୁରୋ)-
ବରୋଦାରେ ଚାଲିଥିବା ନ୍ୟାଶନାଲ ମାଷ୍ଟର୍ସ ଗେମ୍ସର ୩ୟ ସଂସ୍କରଣରେ ଓଡ଼ିଶାର ତାରକା ଆଥଲେଟ ପାର୍ବତୀ ସେଠୀ ତାଙ୍କ ପ୍ରିୟ ଇଭେଣ୍ଟ ଡିସ୍‌କସ୍‌ ଥ୍ରୋରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଫଳରେ ଏହି ଗେମ୍ସରେ ପାର୍ବତୀଙ୍କ ସ୍ବର୍ଣ୍ଣ ସଂଖ୍ୟା ୨ରେ ପହଞ୍ଚତ୍ଛି। ସେ ବୁଧବାର ମହିଳା ଶଟ୍‌ପୁଟ୍‌ରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ରାଜ୍ୟ ପାଇଁ ଗୌରବ ଆଣିଦେଇଥିବାରୁ ତାଙ୍କର ଏହି ସଫଳତା ଲାଗି ବିଭିନ୍ନ ଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। ପାର୍ବତୀଙ୍କୁ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତଟ ରେଳପଥର କ୍ରୀଡ଼ା ସଭାପତି ଅଜୟ କୁମାର ବେହେରା, ସମ୍ପାଦକ ଅଶୋକ କୁମାର ମିଶ୍ର, ପୂର୍ବତନ ରଣ୍‌ଜୀ ଖେଳାଳି ପବନ ଅଗ୍ରୱାଲ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି। ଆଗାମୀ ଦିନରେ ହେବାକୁ ଥିବା ଏସିଆନ ମାଷ୍ଟର ଗେମ୍ସ ପାଇଁ ପାର୍ବତୀ ଅଭ୍ୟାସ ଚଳାଇଛନ୍ତି। ପୂର୍ବରୁ ସେ ଅନେକ ଜାତୀୟ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଦକ୍ଷତା ଦେଖାଇ ସାରିଛନ୍ତି। ଆଗକୁ ଏସିଆନ ମାଷ୍ଟର୍ସ ଗେମ୍ସ ପାଇଁ ପାର୍ବତୀଙ୍କ ନାମ ଘୋଷଣା କରାଯାଇଛି। ଏଥିଲାଗି ଅର୍ଥ ବାଧକ ସାଜିଛି। ସେ ସରକାରଙ୍କ ସହଯୋଗ ଲୋଡିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିକେଟ ଜଗତରୁ ଆସିଲା ବଡ଼ ଖବର: ୮ ବର୍ଷ ପାଇଁ ଏହି କ୍ରିକେଟରଙ୍କୁ ବ୍ୟାନ୍‌ କଲା ICC

ନୂଆଦିଲ୍ଲୀ,୩।୮: କ୍ରିକେଟ ଜଗତରୁ ଏକ ଚମକାଇଦେଲା ଭଳି ଖବର ସାମ୍ନାକୁ ଆସିଛି। ମ୍ୟାଚ ଫିକ୍ସିଂ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଆମେରିକାର କ୍ରିକେଟର ଅଖିଲେଶ ରେଡ୍ଡିଙ୍କୁ…

ଛାଡ଼ପତ୍ର ହେଲେ କାଙ୍ଗାଳ ହେବେ ରୋନାଲ୍ଡୋ! ବିବାହ ପୂର୍ବରୁ ରୋନାଲ୍ଡୋ-ଜର୍ଜିନା କରିଥିଲେ ଏହି ଏଗ୍ରିମେଣ୍ଟ

ଲିସବନ,୩।୮: ପର୍ତ୍ତୁଗାଲର ଦିଗ୍ଗଜ ଫୁଟବଲର୍‌ କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ଜର୍ଜିନା ରୋଡ୍ରିଗେଜଙ୍କ ବିବାହ ତାରିଖକୁ ନେଇ ଚାଲିଥିବା କଳ୍ପନାଜଳ୍ପନା ମଧ୍ୟରେ ଉଭୟଙ୍କର ବିବାହ ପୂର୍ବରୁ…

ମହିଳା ରେସଲର ଯୌନ ନିର୍ଯାତନା ମାମଲାରେ ବ୍ରିଜଭୂଷଣ ସିଂହଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୩।୮: କୈସରଗଞ୍ଜ (ଉତ୍ତର ପ୍ରଦେଶ)ର ପୂର୍ବତନ ଏମପି ଏବଂ ଭାରତୀୟ ଜନତା ପାର୍ଟିର ନେତା ବ୍ରିଜଭୂଷଣ ଶରଣ ସିଂହଙ୍କୁ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରୁ ବଡ଼ ଆଶ୍ୱସ୍ତି…

IND vs SL: ବୁମରା OUT; ଶ୍ରୀଲଙ୍କା ଗସ୍ତ ପୂର୍ବରୁ BCCIର ବଡ଼ ନିଷ୍ପତ୍ତି, ଏହି ଖେଳାଳିଙ୍କୁ ସୁଯୋଗ

ନୂଆଦିଲ୍ଲୀ,୩ା୮: ଶ୍ରୀଲଙ୍କା ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆର ସମସ୍ୟା ବଢ଼ିଚାଲିଛି । ନୀତିଶ କୁମାର ରେଡ୍ଡୀ ଓ ହର୍ଷିତ ରାଣା ଆହତ ହୋଇ…

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ BCCI ଗ୍ରହଣ କଲା ବଡ଼ କାର୍ଯ୍ୟାନୁଷ୍ଠାନ!

ନୂଆଦିଲ୍ଲୀ,୩।୮: ଆସାମ ଏବଂ ରେଳବାଇର ପୂର୍ବତନ କ୍ରିକେଟର ଶୁଭଦୀପ ଘୋଷଙ୍କୁ ଭାରତୀୟ ପୁରୁଷ କ୍ରିକେଟ ଦଳର ଫିଲ୍ଡିଂ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରାଯିବାକୁ ସ୍ଥିର ହୋଇଛି। ଜିମ୍ବାୱେ…

ବିମାନବନ୍ଦରରେ ପଦକଧାରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ,୨ା୮: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସଫଳ ପ୍ରଦର୍ଶନ ପରେ ଓ୍ବେଟଲିଫ୍ଟର ମୀରାବାଈ ଚାନୁ, ଲଭପ୍ରୀତ ସିଂଙ୍କ ସମେତ ଭାରତୀୟ ଖେଳାଳିଙ୍କ ପ୍ରଥମ ବ୍ୟାଚ୍‌ ରବିବାର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଆସିଲା ବଡ଼ ଖବର? ଟ୍ରେଡ ଡିଲକୁ ନେଇ ମୁହଁ ଖୋଲିଲା ଫ୍ରାଞ୍ଚାଇଜ

ନୂଆଦିଲ୍ଲୀ,୨।୮: ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ବହୁତ ଆଶା ରଖିଥିଲା, ତେଣୁ ଫ୍ରାଞ୍ଚାଇଜ ରୋହିତ ଶର୍ମାଙ୍କ ସ୍ଥାନରେ ଅଲରାଉଣ୍ଡରଙ୍କୁ ଅଧିନାୟକ ନିଯୁକ୍ତ କରିଥିଲା। ରୋହିତଙ୍କ ନେତୃତ୍ୱରେ,…

ପ୍ରେମିକାଙ୍କ ସହ ନୂଆ ଲୁକରେ ନଜର ଆସିଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୨।୮: ହାର୍ଦ୍ଦିକ ପାଣ୍ଡ୍ୟା ସମ୍ପ୍ରତି ଚର୍ଚ୍ଚାର ବିଷୟ ହୋଇଛନ୍ତି, ରିପୋର୍ଟ ଅନୁସାରେ ସେ ମୁମ୍ବାଇ ଇଣ୍ଡିଆନ୍ସରୁ ଅଲଗା ହୋଇପାରନ୍ତି। IPL 2027 ନିଲାମ ପୂର୍ବରୁ ସେ ଚେନ୍ନାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri