ନୋ କିସ୍‌ ପ୍ଲିଜ୍‌…

୨୭ ଡିସେମ୍ବର ଅର୍ଥାତ୍‌ ଶୁକ୍ରବାର ଅଭିନେତା ସଲମାନ ଖାଁଙ୍କ ଜନ୍ମଦିନ। ଏହି ଖାସ୍‌ ଦିନରେ ତାଙ୍କ ସହିତ ଜଡ଼ିତ କିଛି ସିକ୍ରେଟ୍‌ ବିଷୟରେ ଜାଣନ୍ତୁ…
ସଲମାନ୍‌ ଅନେକ ରୋମାଣ୍ଟିକ୍‌ ଫିଲ୍ମରେ ଅଭିନୟ କରିଛନ୍ତି ସତ, ମାତ୍ର କୌଣସି ଫିଲ୍ମରେ ଅଭିନେତ୍ରୀଙ୍କୁ ଆଜିପର୍ଯ୍ୟନ୍ତ କିସ୍‌ କରିନାହାନ୍ତି। ବିନା ରୋମାଣ୍ଟିକ୍‌ ସିନ୍‌ରେ ମଧ୍ୟ ତାଙ୍କ ଫିଲ୍ମ ଭଲ ବ୍ୟବସାୟ କରିଥିବା ନଜର ରହିଛି। ସଲମାନ୍‌ ବଲିଉଡ୍‌ରେ ଜଣେ ରୋମାଣ୍ଟିକ୍‌ ହିରୋ କିନ୍ତୁ  କିସ୍‌ ସିନ୍‌କୁ ପସନ୍ଦ କରନ୍ତିନି। ଏହି ନିୟମ ସେ ଦୀର୍ଘଦିନ ହେଲା ମାନିଆସୁଛନ୍ତି। ସଲମାନ୍‌ଙ୍କ ଯେ କୌଣସି ଫିଲ୍ମ ଦେଖନ୍ତୁ ନା କାହିଁକି କିସ୍‌ ସିନ୍‌କୁ ସେ ନିଜେ ମନା କରିଦେଇଥା’ନ୍ତି।

କେବଳ ସୁରଜ ବଡ଼ଜାତ୍ୟାଙ୍କ ଫିଲ୍ମ ‘ମୈନେ ପ୍ୟାର୍‌ କିୟା’ରେ ଲିପ୍‌ ଲକ୍‌ ସିନ୍‌ ଥିଲା। ମାତ୍ର ସଲମାନ୍‌ ଭାଗ୍ୟଶ୍ରୀଙ୍କୁ ଛୁଇଁ ବି ନ ଥିଲେ। ଏହା ପଛରେ ଏକ କାରଣ ରହିଛି। ଭାଗ୍ୟଶ୍ରୀ ଏବଂ ସଲମାନ୍‌ଙ୍କୁ କିସ୍‌ ସିନ୍‌ କରିବା ପାଇଁ ସୁରଜ ଖୁବ୍‌ ମନାଇଥିଲେ। କିନ୍ତୁ ଏହି ସିନ୍‌ କରିବାକୁ ଦୁଇଜଣ ଯାକ କେହି ପ୍ରସ୍ତୁତ ନ ଥିଲେ। ଶେଷରେ ସୁରଜ ଏକ କାଚ ଗ୍ଲାସ ମଝିରେ ରଖି ଶଟ୍‌ଟିକୁ ଓକେ କରିଥିଲେ। ସେବେଠାରୁ ଆଜି ପର୍ଯ୍ୟନ୍ତ ସଲମାନ୍‌ କୌଣସି ଫିଲ୍ମରେ ହିରୋଇନ୍‌ଙ୍କୁ କିସ୍‌ କରିନାହାନ୍ତି। ଫିଲ୍ମକୁ ଆସିବା ପୂର୍ବରୁ ସେ ଚୁକ୍ତି କରିଥା’ନ୍ତି ନୋ କିସ୍‌ ପ୍ଲିଜ୍‌। ତାଙ୍କର ଏହି ନିୟମକୁ ଆଜି ପର୍ଯ୍ୟନ୍ତ କେହି ଭାଙ୍ଗି ପାରିନାହାନ୍ତି। ଫିଲ୍ମର ସ୍କ୍ରିପ୍ଟ ପଢ଼ି ସେ କିସ୍‌ ସିନ୍‌ ନ କରିବାକୁ ନିଷ୍ପତ୍ତି ନେଇଥା’ନ୍ତି। ତାଙ୍କ ମତରେ ପରିବାର ସହ ବସି ଫିଲ୍ମ ଦେଖିବାକୁ ପଡ଼େ। ତେଣୁ ଏମିତି ସିନ୍‌ ଠିକ୍‌ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ୱାର୍ଲଡ କ୍ଲାସ୍‌ କ୍ରିକେଟ ଷ୍ଟାଡିୟମ ନିର୍ମାଣ କରିବେ ଶାହାରୁଖ

ବଲିଉଡ଼ ବାଦଶାହ ଶାହାରୁଖ ଖାନ ବ୍ୟକ୍ତଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁନ୍ତି। ସମସ୍ତେ ଜାଣନ୍ତି ଯେ ଶାହାରୁଖ କ୍ରିକେଟର ବଡ଼ ଫ୍ୟାନ୍‌...

‘ସଡ଼କ-୨’କୁ ନେଇ କ’ଣ କହିଲେ ପୂଜା

ମୁମ୍ବାଇ: ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ଫିଲ୍ମ ‘ସଡ଼କ’ର ସିକ୍ୟୁଏଲ ନିର୍ମାଣ କାମ ଆରମ୍ଭ ହୋଇଛି। ‘ସଡ଼କ’ର ମୁଖ୍ୟ ଭୂମିକାରେ ପୂଜା ଭଟ୍ଟ ଓ ସଞ୍ଜୟ ଦତ୍ତ...

ଆମ୍ବେଦକରଙ୍କ ଫଟୋ ଥିବା ଟି-ଶର୍ଟ ପିନ୍ଧି ଟ୍ରୋଲ ହେଲେ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀଙ୍କ ଦୈନନ୍ଦିନ ଜୀବନଶୈଳୀକୁ ପ୍ରସଂଶକ ଫଲୋ କରନ୍ତି, ଏଥିରେ କିଛି ନୂଆ କଥା ନାହିଁ। କିନ୍ତୁ ଏମିତି କିଛି ପ୍ରଶଂସକ ଅଛନ୍ତି ଯେଉଁମାନେ ସୋସିଆଲ...

ପ୍ରଥମ ସ୍ତ୍ରୀ ଅମ୍ରିତାଙ୍କ ପ୍ରଶଂସାରେ ସୈଫ୍‌

ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ ତାଙ୍କର ପ୍ରଥମ ସ୍ତ୍ରୀ ଅମ୍ରିତାଙ୍କ ପ୍ରଶଂସାରେ ଲାଗିପଡ଼ିଛନ୍ତି। ସେ ହିଁ ତାଙ୍କୁ କାମ କରିବାର ଶୈଳୀ ଶିଖାଇଛନ୍ତି। ନିଜ କାମକୁ...

ନିର୍ମାଣ ହେବ ମାରାଥନ ଧାବକ ଫୌଜା ସିଂଙ୍କ ବାୟୋପିକ୍‌

ମୁମ୍ବାଇ: ‘ମେରି କମ’୍ ଓ ‘ସରବଜିତ’ ଭଳି ଲୋକପ୍ରିୟ ବାୟୋପିକ୍ ନିର୍ମାଣ କରିଥିବା ନିର୍ଦ୍ଦେଶକ ଓମଙ୍ଗ କୁମାର ଏବେ ଆଉ ଏକ ବାୟୋପିକ୍ ନିର୍ମାଣ କରିବାକୁ...

‘ଲକ୍‌ଅପ୍‌’ ୱିନରଙ୍କୁ କଙ୍ଗନାଙ୍କ ଯାଦୁ କି ଝପ୍ପି

ମୁମ୍ବାଇ: ଶୋ’ ଲକ୍‌ଅପ୍ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଥିଲା ଖୁବ୍ ଚର୍ଚ୍ଚାରେ । ପ୍ରତିଦିନ କଣ୍ଟେଷ୍ଟାଣ୍ଟଙ୍କ ସମ୍ପର୍କରେ ନୂଆ ନୂଆ କଥା ଜାଣିବାକୁ ମିଳୁଥିଲା ।...

ଅଭିନେତା ବଦ୍ରି ନାରାୟଣ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର,୧୪।୪(ବ୍ୟୁରୋ): ବରିଷ୍ଠ ଚଳଚ୍ଚିତ୍ର, ଟିଭି, ବେତାର ଓ ମଞ୍ଚ ଅଭିନେତା, ନିର୍ଦ୍ଦେଶକ ତଥା ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ବିଜେତା ଅଭିନେତା ବଦ୍ରି ନାରାୟଣ...

୩ ବିବାହ କରିଛନ୍ତି ଏହି ପ୍ରସିଦ୍ଧ ଅଭିନେତା, ବିବାହ ପୂର୍ବରୁ ମା’ ହୋଇଥିଲେ ଗର୍ଲଫ୍ରେଣ୍ଡ

ସାଉଥ ସିନେମାର ପାୱାର ଷ୍ଟାର ଚିରଞ୍ଜୀବୀଙ୍କ ଭାଇ ତଥା ଅଭିନେତା ପୱନ କଲ୍ୟାଣଙ୍କୁ ୫୦ ବର୍ଷ ବୟସ ହୋଇଛି। ସେ ସେପ୍ଟେମ୍ବର ୨, ୧୯୭୧ ରେ...

Advertisement
Archives

Model This Week