ନୋବେଲ ଶାନ୍ତି ପୁରସ୍କାର, କ୍ଷୁଧା ଓ ଭାରତ

ଭାଲଚନ୍ଦ୍ର ଷଡ଼ଙ୍ଗୀ

ବିଗତ ବର୍ଷମାନଙ୍କ ଭଳି ଚଳିତବର୍ଷ ମଧ୍ୟ ନୋବେଲ ଶାନ୍ତି ପୁରସ୍କାର ଏଭଳି ଏକ ସଂସ୍ଥାକୁ ଦିଆଗଲା, ଯାହାର ଶାନ୍ତି ସହିତ କୌଣସି ସମ୍ପର୍କ ନାହିଁ। ମିଳିତ ଜାତିିସଂଘ ଅଧୀନସ୍ଥ ଖାଦ୍ୟ ଏବଂ କୃଷି ସଂଗଠନ (ଏଫ୍‌ଏଓ)ର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଏହି ପୁରସ୍କାରର ଅଧିକାରୀ ହୋଇଛି। ଏହି ସଂସ୍ଥାର ମୁଖ୍ୟଙ୍କ ମତରେ ଏହି ପୁରସ୍କାର ମିଳିବା ପରେ ବିଶ୍ୱର କ୍ଷୁଧାପୀଡ଼ିତ ଲୋକଙ୍କ ସମସ୍ୟା ପ୍ରତି ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷିତ ହେବ।ଚଳିତବର୍ଷ ଏହି ସଂଗଠନ ୭୫ ବର୍ଷରେ ପହଞ୍ଚତ୍ଛି। ଏହି ଅବସରରେ ଏକ ୭୫ ଟଙ୍କିଆ ମୁଦ୍ରାକୁ ଉନ୍ମୋଚିତ କରି ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱରେ କ୍ଷୁଧା ଓ ଅନାହାରକୁ ଦୂର କରିବାରେ ଏହି ସଂସ୍ଥାର କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରିବା ସହିତ ଦେଶରେ କୃଷି ଓ ଖାଦ୍ୟ ଉପତ୍ାଦନର ଏକ ଗୋଲାପୀ ଚିତ୍ର ପ୍ରଦାନ କରିଛନ୍ତି। ତେବେ ସବୁଠାରୁ ମଜାର କଥା ହେଲା, ଦେଶରୁ କ୍ଷୁଧା ଓ ଅନାହାର ଦୂର ପାଇଁ ସରକାର ବଡ଼ ବଡ଼ ଦାବି କରୁଥିବା ବେଳେ, ଠିକ୍‌ ସେହି ସମୟରେ ପ୍ରକାଶିତ ବିଶ୍ୱ କ୍ଷୁଧା ସୂଚକାଙ୍କର ରିପୋର୍ଟ ଭାରତରେ କ୍ଷୁଧାର ଅସଲ ସ୍ଥିତିକୁ ଉଜାଗର କରି ଦେଇଛି। ଦେଶର ଏକ ବଡ଼ ଭାଗ ଲୋକଙ୍କୁ ଖାଦ୍ୟ ଯୋଗାଇବାରେ ସରକାରଙ୍କ ବିଫଳତାକୁ ଏହା ପ୍ରମାଣିତ କରିଛି। କ୍ଷୁଧା ଓ ଅନାହାର ପରିସ୍ଥିତି ରହିଥିବା ବିଶ୍ୱର ୧୦୭ ଦେଶକୁ ନେଇ ପ୍ରସ୍ତୁତ ବିଶ୍ୱ କ୍ଷୁଧା ସୂଚକାଙ୍କରେ ଚଳିତବର୍ଷ ଭାରତ ୯୪ତମ ସ୍ଥାନରେ ରହିଛି। ଯଦିଓ ଗତବର୍ଷ ତୁଳନାରେ ସ୍ଥିତିରେ ସାମାନ୍ୟ ଉନ୍ନତି ଦେଖାଯାଇଛି କିନ୍ତୁ ଆଜି ବି ଦେଶରେ କ୍ଷୁଧାର ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଥିବା ପୁଣିଥରେ ପ୍ରମାଣିତ ହୋଇଛି। କ୍ଷୁଧା ଓ ପୁଷ୍ଟିହୀନତାକୁ ନିରାକରଣ କରିବାରେ ଆମେ ବିଶ୍ୱର ଅନେକ ଦେଶଠାରୁ ବହୁ ପଛରେ ରହିଥିବା ଜଣାପଡ଼ିଛି। ଆଫ୍ରିକା ମହାଦେଶର ୨୪ଟି ଦେଶ ମଧ୍ୟ ଆମଠାରୁ ଅନେକ ଆଗରେ ରହିଛନ୍ତି। ଏପରି କି ଆମର କ୍ଷୁଦ୍ର ପଡ଼ୋଶୀ ଦେଶମାନେ ବି ଆମଠାରୁ ଭଲ ସ୍ଥିତିରେ ରହିଛନ୍ତି। ଆମର ପଡ଼ୋଶୀ ରୂପେ ପରିଚିତ ମ୍ୟାନ୍‌ମାର, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ ଓ ନେପାଳ ପ୍ରଭୃତି ଦେଶ ଯଥାକ୍ରମେ ୭୮, ୮୮, ୬୪, ୭୫ ଓ ୭୩ ସ୍ଥାନରେ ରହି କ୍ଷୁଧା ଓ ଅନାହାରର ମୁକାବିଲାରେ ଆମଠାରୁ ଭଲ ସ୍ଥିତିରେ ରହିବା ଅତ୍ୟନ୍ତ ଲଜ୍ଜାଜନକ ମନେହୁଏ।
ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭାରତର ସ୍କୋର ଚଳିତବର୍ଷ ତାହା ୨୭.୨ ରହିଛି । ଏ କ୍ଷେତ୍ରରେ ଚାଇନା, ବ୍ରାଜିଲ ଓ ରୁଷ୍‌ ପରି ବିଶ୍ୱର ଅନେକ ଦେଶଠାରୁ ଆମ ଦେଶ ବହୁତ ତଳେ ରହିଛି। ବିଶେଷ କରି ନିଜର ପଡ଼ୋଶୀ ଦେଶ ସହ ଭାରତର ବ୍ୟବଧାନ କ୍ରମାଗତ ଭାବେ ବୃଦ୍ଧି ପାଇବା ଦେଖାଯାଇଛି। ୨୦୦୦ରୁ ୨୦୨୦ ମଧ୍ୟରେ ଭାରତର ସ୍କୋରରେ ମାତ୍ର ୦.୧ପ୍ରତିଶତ ଉନ୍ନତି ପରିଲକ୍ଷିତ ହୋଇଥିବା ବେଳେ ପାକିସ୍ତାନର ୩୩.୯ପ୍ରତିଶତ ଏବଂ ବାଂଲାଦେଶର ୪୦.୨ପ୍ରତିଶତ ଉନ୍ନତି ପରିଲକ୍ଷିତ ହୋଇଛି। ଯଦିଓ ୨୦୦୦ରୁ ୨୦୧୪ ମଧ୍ୟରେ ଏହି ସ୍କୋରରେ ଯଥେଷ୍ଟ ଉନ୍ନତି ହୋଇଥିଲା ବେଳେ ୨୦୧୪ ପରଠାରୁ ଏଥିରେ ଗୁରୁତର ଅବନ୍ନତି ଦେଖାଦେଇଛି।
ତେବେ ବିଶ୍ୱର କ୍ଷୁଧା ସୂଚକାଙ୍କରେ ଭାରତର ସ୍ଥାନ ଏତେ ତଳେ ରହିବା ନୂଆ ନୁହେଁ। ଆମ ଦେଶ ଲଗାତର ଭାବେ ପ୍ରତିବର୍ଷ ତଳେ ରହି ଆସିଥିଲେ ମଧ୍ୟ ଗତ କିଛି ବର୍ଷ ମଧ୍ୟରେ ତାହା ଅଧିକ ଖରାପ ସ୍ଥିତିରେ ରହିଛି। ୨୦୧୩ରେ ଭାରତ ୬୩ତମ ଏବଂ ୨୦୧୪ରେ ୫୫ତମ ସ୍ଥାନରେ ରହିଥିବା ବେଳେ ତାହା ଲଗାତର ନିମ୍ନଗାମୀ ହୋଇ ୨୦୧୮ରେ ୧୦୩ ଏବଂ ୨୦୧୯ରେ ୧୦୨ତମ ସ୍ଥାନରେ ରହିଥିଲା। କ୍ଷୁଧା ସୂଚକାଙ୍କରେ ଉପରୋକ୍ତ ଅଧପତନରୁ ସ୍ପଷ୍ଟ ପ୍ରମାଣିତ ଯେ ଦେଶରେ କ୍ଷୁଧା ଓ ପୁଷ୍ଟିହୀନତାର ସ୍ଥିତିଟି ଅଧିକ ଖରାପ ହୋଇଛି।
ଏହି ସୂଚକାଙ୍କ ଯେଉଁ ସବୁ ମାପକାଠିର ଆଧାରରେ ପ୍ରସ୍ତୁତ ହେଉଛି ତା’ରି ମଧ୍ୟରେ ରହିଛି ୧) ପୁଷ୍ଟିହୀନତା, ୨) ଚାଇଲ୍ଡ୍‌ ୱେଷ୍ଟିଂ, ୩) ଚାଇଲ୍ଡ୍‌ ଷ୍ଟଣ୍ଟିଙ୍ଗ୍‌ ଏବଂ ୪) ହେଉଛି ଶିଶୁ ମୃତ୍ୟୁହାର। ଚଳିତବର୍ଷର ରିପୋର୍ଟରେ ସବୁଠାରୁ ଲଜ୍ଜାଜନକ ବିଷୟଟି ହେଲା, ଉପରୋକ୍ତ ସମସ୍ତ ମାପକାଠିରେ ଆମେ ବହୁତ ପଛରେ ରହିଛୁ। ବିଶ୍ୱରେ ପୁଷ୍ଟିହୀନତା, ଶିଶୁଙ୍କ ଅନଗ୍ରସରତା ଏବଂ ମୃତ୍ୟୁହାରରେ ବହୁତ ତଳେ ରହିଛି। ଶରୀରରେ ପୁଷ୍ଟିହୀନତାର ଅର୍ଥ ହେଉଛି ଅର୍ଥାତ୍‌ ବଞ୍ଚିବା ପାଇଁ ଆବଶ୍ୟକୀୟ ଶରୀରରେ କ୍ୟାଲୋରିର ଅଭାବ। ସେହି ଦୃଷ୍ଟିରୁ ଦେଖିଲେ ଆମ ଦେଶର ୧୪ପ୍ରତିଶତ ଲୋକ ପୁଷ୍ଟିହୀନତାର ଶିକାର ହୋଇଥିବା ରିପୋର୍ଟରେ କୁହାଯାଇଛି। ସେହିଭଳି ଚାଇଲ୍ଡ୍‌ ୱେଷ୍ଟିଂର ଅର୍ଥ ହେଲା ପାଞ୍ଚ ବର୍ଷରୁ କମ୍‌ ବୟସର ଶିଶୁଙ୍କ ଉଚ୍ଚତା ତୁଳନାରେ ଓଜନରେ ବୃଦ୍ଧି ନ ଘଟିବା। ଏହା ବି ଏକ ଭୟଙ୍କର ପୁଷ୍ଟିହୀନତାକୁ ସୂଚାଉଛି ଏବଂ ଏ କ୍ଷେତ୍ରରେ ଭାରତର ହାରଟି ହେଉଛି ୧୭.୩ପ୍ରତିଶତ, ଯାହା କି ବିଶ୍ୱରେ ସବୁଠାରୁ କମ୍‌ ଥିବା ଦେଶମାନଙ୍କ ମଧ୍ୟରେ ଆମକୁ ରଖିଛି। ଅନ୍ୟତମ ମାପକାଠି ରୂପେ ପରିଚିତ ଚାଇଲ୍ଡ ଷ୍ଟଣ୍ଟିଙ୍ଗ୍‌ର ଅର୍ଥ ହେଲା ପୁଷ୍ଟିହୀନତା କାରଣରୁ ବୟସ ତୁଳନାରେ ଶିଶୁର ଉଚ୍ଚତାରେ ଆବଶ୍ୟକୀୟ ବୃଦ୍ଧି ନ ହେବା। ଏ କ୍ଷେତ୍ରରେ ଭାରତର ୩୭.୪ପ୍ରତିଶତ ଶିଶୁ ନିଜର ବୟସ ଅନୁସାରେ ଆବଶ୍ୟକୀୟ ଓଜନ ଏବଂ ଉଚ୍ଚତାରୁ ବଞ୍ଚତ୍ତ ରହିଛନ୍ତି। ସର୍ବଶେଷ ମାପକାଠିଟି ହେଉଛି ଦେଶରେ ଶିଶୁ ମୃତ୍ୟୁହାର। ଯଦିଓ ଆମ ଦେଶରେ ଶିଶୁଙ୍କ ମୃତ୍ୟୁହାରଟି ୩.୭ପ୍ରତିଶତ ରହିଛି କିନ୍ତୁ ତାହା ବିଶ୍ୱର ଅନ୍ୟ ଦେଶମାନଙ୍କ ସହ ତୁଳନା କଲେ ବହୁତ ଅଧିକ। ସମୟ ପୂର୍ବରୁ ଜନ୍ମ ଏବଂ କମ୍‌ ଓଜନର ଶିଶୁ ଜନ୍ମ ହେବା ଶିଶୁ ମୃତ୍ୟୁର ସବୁଠାରୁ ବଡ଼ କାରଣ ହୋଇଛି, ଯାହା କି ଦେଶରେ ଗୁରୁତର ପୁଷ୍ଟିହୀନତାର ସ୍ଥିତିକୁ ପ୍ରମାଣିତ କରୁଛି।
ଅଧିକାଂଶ ଭାରତୀୟ ଗରିବୀ ଏବଂ ଅଭାବର ଶିକାର ହେବା ପଛରେ ଶ୍ରେଣୀ ବିଭାଜନ ପରି ସମାଜର ଢାଞ୍ଚାଗତ ସମସ୍ୟା ରହିଛି କିନ୍ତୁ ସରକାରଙ୍କ ନବ ଉଦାରବାଦୀ ନୀତି ଏହି ବ୍ୟବଧାନକୁ ଅଧିକ ଚଉଡ଼ା କରିଦେଇଛି। ଦାରିଦ୍ର୍ୟ ଦୂରୀକରଣ ପାଇଁ ସରକାରଙ୍କ ଗୁରୁତ୍ୱର ଅଭାବ ଦେଶର ଖାଦ୍ୟ ଓ ପୁଷ୍ଟିଜନିତ କାର୍ଯ୍ୟକ୍ରମ ବାବଦରେ ସରକାରୀ ଅନୁଦାନ ବଢ଼ିବା ପରିବର୍ତ୍ତେ ଲଗାତର ହ୍ରାସ ପାଉଛି।
ବିଶ୍ୱରେ ଅନାହାରର କାରଣ ଯେ ଖାଦ୍ୟର ଅଭାବ ନୁହେଁ, ଏକଥା କେହି ନ ହେଲେ ବି ସରକାରମାନେ ତ ଭଲରୂପେ ଜାଣନ୍ତି। ସମାଜରେ ଶ୍ରେଣୀ ବିଭାଜନଜନିତ ଆର୍ଥିକ ଅସମାନତା ଏବଂ ତାକୁ ଦୂର କରିବାରେ ସରକାରୀ ନୀତିର ଅଭାବ କାରଣରୁ ସମାଜର ଏକ ବଡ଼ ଭାଗ ଜନତା ଅନାହାର ଏବଂ ପୁଷ୍ଟହୀନତା ମଧ୍ୟରେ ବଞ୍ଚିବାକୁ ବାଧ୍ୟ ହେଉଛନ୍ତି। ଆମ ଦେଶରେ ବି ସେହି କାରଣରୁ ଖାଦ୍ୟଶସ୍ୟର ବିପୁଳ ଉପତ୍ାଦନ ଓ ମହଜୁଦ ସତ୍ତ୍ୱେ ଦେଶର ଏକ ବଡ଼ଭାଗ ଲୋକ ଭୋକିଲା ଓ ପୁଷ୍ଟିହୀନ ରହିବାକୁ ବାଧ୍ୟ ହେଉଛନ୍ତି।
ଦେଶର ଗ୍ରାମଞ୍ଚଳର ୭୫ପ୍ରତିଶତ ଏବଂ ସହରାଞ୍ଚଳର ୫୦ପ୍ରତିଶତ ଜନତାଙ୍କ ଖାଦ୍ୟ ସୁରକ୍ଷାର ସମସ୍ୟା ରହିଛି ବୋଲି ସ୍ବୀକାର କରି ୨୦୧୩ରେ ତତ୍କାଳୀନ ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ କରିଥିଲେ। ଏକ ଶକ୍ତିଶାଳୀ ଗଣ ବଣ୍ଟନ ବ୍ୟବସ୍ଥାର ଅନୁପସ୍ଥିତି ଭୋକର ସ୍ଥିତିକୁ ଅଧିକ ଖରାପ କରୁଥିବାରୁ ସରକାର ଖାଦ୍ୟ ସୁରକ୍ଷାର ସଙ୍କଟକୁ ଦୂର କରିବା ପାଇଁ ସାର୍ବଜନୀନ ଗଣବଣ୍ଟନ ଯୋଜନା କରିବେ ବୋଲି ଆଶା କରାଯାଉଥିଲା। କିନ୍ତୁ ପରିତାପର ବିଷୟ ହେଲା, ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ସରକାର ଦେଶରେ ଭୋକିଲା ଜନତାଙ୍କୁ ଯେଉଁ ଖାଦ୍ୟଶସ୍ୟ ବଣ୍ଟନ କରୁଛନ୍ତି ତାହା ଉଭୟ ମାନ ଓ ପରିମାଣ ଦୃଷ୍ଟିରୁ ଅପର୍ଯ୍ୟାପ୍ତ। ଖୋଦ୍‌ କେନ୍ଦ୍ର ସରକାରଙ୍କ ଆଇସିଏମ୍‌ଆର୍‌ ସଂସ୍ଥା ଜଣେ ବ୍ୟକ୍ତି ପାଇଁ ମାସିକ ସର୍ବନିମ୍ନ ୧୫ କିଲୋ ଖାଦ୍ୟଶସ୍ୟ ଜରୁରୀ ବୋଲି କହୁଥିବା ବେଳେ ସରକାର ଖାଦ୍ୟ ସୁରକ୍ଷା ଆଇନରେ ମାତ୍ର ପାଞ୍ଚ କିଲୋ ଖାଦ୍ୟଶସ୍ୟ ପ୍ରଦାନ କରୁଛନ୍ତି। ଏପରି କି ଶରୀର ପୁଷ୍ଟିହୀନତା ଦୂର ପାଇଁ ଡାଲି ଏବଂ ଖାଇବା ତେଲର ଆବଶ୍ୟକତା ରହିଥିବା ବେଳେ ସରକାରଙ୍କ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ କେବଳ ଚାଉଳ ଏବଂ ଗହମ ଉପରେ ହିଁ ପର୍ଯ୍ୟବସିତ ରହି ଲୋକଙ୍କୁ ପୁଷ୍ଟିସାର ଖାଦ୍ୟରୁ ବଞ୍ଚତ୍ତ କରୁଛି।
ଦେଶରେ ଅନାହାର ଓ ପୁଷ୍ଟିହୀନତାର ଅନ୍ୟତମ ବଡ଼ କାରଣ ହେଲା, ଲୋକଙ୍କ କ୍ରୟଶକ୍ତିରେ ହ୍ରାସ ଯୋଗୁ ବଜାରରୁ ଖାଦ୍ୟ କିଣିବାରେ ଲୋକଙ୍କ ଅସମର୍ଥତା। ଖାଦ୍ୟ ଓ କୃଷି ସଙ୍ଗଠନର ହିସାବ ଅନୁଯାୟୀ ଚାଉଳ ଓ ଗହମ ପରି ଶକ୍ତିବର୍ଦ୍ଧକ ଖାଦ୍ୟ ବାବଦରେ ବ୍ୟକ୍ତି ପିଛା ଦୈନିକ ୦.୭୯ ଡଲାର ଦରକାର ପଡ଼ୁଥିବା ବେଳେ ପୁଷ୍ଟିସାର ଜନିତ ଖାଦ୍ୟ ବାବଦରେ ୧.୯ ଡଲାର ଏବଂ ସ୍ବାସ୍ଥ୍ୟ ବର୍ଦ୍ଧକ ଖାଦ୍ୟ ବାବଦରେ ଦୈନିକ ୩.୪୧ ଡଲାର ଖର୍ଚ୍ଚ କରିବାକୁ ପଡ଼ିଥାଏ। ଖାଦ୍ୟ ଓ କୃଷି ସଙ୍ଗଠନର ରିପୋର୍ଟ ଅନୁଯାୟୀ ଦେଶରେ ଭାତ ଓ ରୁଟି ପରି ଶକ୍ତି ବର୍ଦ୍ଧକ ଖାଦ୍ୟ ପାଇବାରେ ଅସମର୍ଥ ଜନତାଙ୍କ ସଂଖ୍ୟାରେ ମାତ୍ର ୦.୯ପ୍ରତିଶତ ହ୍ରାସ ପାଇଥିବା ବେଳେ ୩୯.୧ପ୍ରତିଶତ ଲୋକ ପୁଷ୍ଟିସାର ଖାଦ୍ୟରୁ ବଞ୍ଚିତ ଏବଂ ୭୭.୯ପ୍ରତିଶତ ଲୋକ ସ୍ବାସ୍ଥ୍ୟ ବର୍ଦ୍ଧକ ଖାଦ୍ୟ ପାଇବାରୁ ବଞ୍ଚିତ ଅଟନ୍ତି।
ବିଶ୍ୱ କ୍ଷୁଧା ସୂଚକାଙ୍କ ରିପୋର୍ଟ ଦେଶର ସଂଖ୍ୟାଗରିଷ୍ଠ ଲୋକଙ୍କ ଖାଦ୍ୟ ଅସୁରକ୍ଷାର ଭୟଙ୍କର ସ୍ଥିତିକୁ ପୁଣିଥରେ ଆମ ସାମ୍‌ନାକୁ ଆଣିଛି। ଅତଏବ ସରକାର ଏହାକୁ ଗମ୍ଭୀରତାର ସହିତ ନେଇ ନିଜର ଖାଦ୍ୟ ସୁରକ୍ଷାର କୌଶଳକୁ ପୁନଃ ନିର୍ଦ୍ଧାରିତ କରିବାକୁ ହେବ। ତାତ୍କାଳିକ ଭାବେ ସରକାରୀ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମରେ ଲୋକଙ୍କୁ ପୁଷ୍ଟିସାରଯୁକ୍ତ ଖାଦ୍ୟକୁ ସହଜରେ ଏବଂ ସୁଲଭରେ ଯୋଗାଇବାର ବ୍ୟବସ୍ଥା କରିବାକୁ ହେବ ଏବଂ ଦୀର୍ଘକାଳୀନ ଭିତ୍ତିରେ ଲୋକେ ଯେପରି ସ୍ବାସ୍ଥ୍ୟବର୍ଦ୍ଧକ ଖାଦ୍ୟ ପାଇବାକୁ ସକ୍ଷମ ହେବେ ସେଥିପାଇଁ ଆବଶ୍ୟକୀୟ ଅର୍ଥନୈତିକ ପଦକ୍ଷେପ ଗ୍ରହଣ କରିବାକୁ ହେବ।
ମୋ:୯୪୩୭୧୬୬୩୯୧


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧୋନ୍ମାଦ ଆନନ୍ଦ ଆଣେନା

ମୀରା ବେଉରା ସବୁ ଅନ୍ତର୍ଦ୍ୱନ୍ଦ୍ୱ ଭିତରେ ଗୋଟିଏ ପ୍ରଶ୍ନ ନିଇତି ମୋତେ ଆନ୍ଦୋଳିତ କରୁଛି। ସୁଖ, ସମୃଦ୍ଧି, ଐଶ୍ୱର୍ଯ୍ୟରେ ଥାଇ ମଧ୍ୟ ଆଧୁନିକ ମଣିଷ କାହିଁକି...

ଏଇ ଭାରତରେ

କେରଳରେ ଲୁଙ୍ଗି ପିନ୍ଧି ବାହାରକୁ ଯିବା ଏକ ସାଧାରଣ ଘଟଣା। ବିଶେଷକରି ଦକ୍ଷିଣ ଭାରତୀୟମାନେ ଅଧିକାଂଶ ସମୟରେ ଲୁଙ୍ଗି ବ୍ୟବହାର କରିଥାଆନ୍ତି। ହେଲେ ନିକଟରେ ଜଣେ...

ଟିକା ପରେ ବି ଟିକେ ଅପେକ୍ଷା କର

ସହଦେବ ସାହୁ ଲୋକେ ଟିକା ନେଲେଣି, ଏଣିକି ଯୁଆଡ଼େ ସିଆଡ଼େ ଯିବା-ଏମିତି ନିରାପଦ ଅବସ୍ଥା ଆସିଗଲା ବୋଲି ଭାବନ୍ତୁ ନାହିଁ। ଏବେ ଡାକ୍ତର ଡାକ୍ତରାଣୀ ତ...

ସ୍ବାଧୀନତା ସଂଗ୍ରାମରେ ଓଡ଼ିଶାର ଆଦିବାସୀ

ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ   ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଆଦିବାସୀମାନଙ୍କର ଏକ ଗୌରବମୟ ଭୂମିକା ରହିଛି। ଇଂରେଜ ଶାସନ ବିରୋଧରେ ଆଦିବାସୀମାନଙ୍କର ପ୍ରଥମ ସଂଗ୍ରାମ...

ଏଇ ଭାରତରେ

ଦାନକଲେ ପୁଣ୍ୟ ଅର୍ଜନ ହୋଇଥାଏ। ଅର୍ଥଦାନ, ଅନ୍ନଦାନ, କନ୍ୟାଦାନ, ଗୋ-ଦାନ ଏବଂ ଭୂମିଦାନ ଆଦି ଅନେକ ପ୍ରକାର ଦାନ କରାଯାଉଥିବା ବେଳେ କେଶଦାନ କରିବା ନୂଆ...

ଓର୍ବାନ୍‌ କାହିଁକି ଜିତିଲେ

ଡୋରୋତ୍ୟା ସିଜକ୍ରା, ମିଚେଲ୍‌ ଏ.ଓରିିନ୍‌ଷ୍ଟାଇନ ହଙ୍ଗେରୀର ଏକଚ୍ଛତ୍ରବାଦୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ ଲଗାତର ଚତୁର୍ଥ ଥର ପାଇଁ ନିର୍ବାଚନ ଜିତିବେ ବୋଲି ଯାହା ଆଶା କରାଯାଉଥିଲା...

ସାହିତ୍ୟ ବେପାରୀଙ୍କ କଥା

ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ ପ୍ରଥମରୁ କହି ରଖିବା ଉଚିତ ହେବ ଯେ, ଏ କଥା ସାହିତ୍ୟକୁ ପୁଞ୍ଜି କରି ବେପାର କରୁଥିବା ପୁସ୍ତକ...

ହାଇକମାଣ୍ଡ ମାନସିକତା

ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ ମୁଖ୍ୟମନ୍ତ୍ରୀ ପଦରୁ ୧୮ ସେପ୍ଟେମ୍ବରରେ ଇସ୍ତଫା ଦେବା ପରେ ସେଠାକାର କଂଗ୍ରେସ ଭିତରେ ଥିବା ଫାଟ ପଦାକୁ ସମ୍ପୂର୍ଣ୍ଣ...

Advertisement
Archives

Model This Week